କଟକ ଭାଇଜାନ ଦେଲେ କରୋନା ସଚେତନତା ବାର୍ତ୍ତା ..

0
760

କଟକ: କଟକ ହେଉଛି ଭାଇଚାରର ସହର। ଆଜି ପରିସ୍ଥିତିରେ ସାରା ଦେଶ ଭାଇଚାରରେ ବାନ୍ଧି ହୋଇଛି। ଯାହାକୁ କି ସାରା ଓଡ଼ିଶା ସମର୍ଥନ ଜଣାଇଛି। କେହି ବି ଘରୁ ବାହାରୁ ନାହାନ୍ତି । ଆଉ ଯେଉଁମାନେ ଏହାକୁ ମାନୁନାହାନ୍ତି ତାଙ୍କ ପାଇଁ ବାର୍ତ୍ତା ପଠାଇଛନ୍ତି ଅରିନ୍ଦମ ରାୟ। ଓଲିଉଡର ଭାଇଜାନ। ସବୁବେଳେ ନିଜର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ପାଇଁ ସେ ବେଶ ପରିଚିତ। ଜଣେ ଅଭିନେତା ଭାବରେ ସେ ଯେତିକି ପରିଚିତ ତା ଠାରୁ ଅଧିକ ଜଣେ ସମାଜସେବକ  ଭାବରେ ପରିଚିତ । ସେଥିପାଇଁ ତ ନିର୍ବାଚନ ସମୟରେ ସେ ବିଜେଡିର ଷ୍ଟାର ପ୍ରଚାରକ ହୋଇଥାନ୍ତି ।
ଏବେ ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ଭାରତରେ ମଧ୍ୟ ଏବେ କରୋନାକୁ ନେଇ ଭୟର ବାତାବରଣ ।ସେଥିପାଇଁ ଲୋକଙ୍କୁ ସତର୍କ ଓ ସଚେତନତ କରାଇବାରେ ଲାଗିଯାଇଛନ୍ତି ସୁପରଷ୍ଟାର ଅରିନ୍ଦମ । ସୋସିଆଲ ମିଡିଆରେ ଭିଡିଓ ସେୟାର କରୁଛନ୍ତି। କିପରି ସ୍ୱଚ୍ଛତା ଏବଂ ସମାଜିକ ଦୂରତା ରଖିବା ଦ୍ଵାରା କରୋନା ମୁକାବିଲା କରିହେବ ତାହା ବୁଝାଉଛନ୍ତି। ଯାହା କି ଏବେ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି। କେବଳ ଅଭିନୟ ନୁହେଁ ଲୋକଙ୍କ ସେବାକୁ ଆପଣାଇ ନେଇଛନ୍ତି ଏହି ଅଭିନେତା । ପଦ ପଦବୀରୁ ସେ ସବୁବେଳେ ଦୂରରେ ରହି ସେବା ପାଇଁ। ନିଜକୁ ସମର୍ପିତ କରିଛନ୍ତି ସେ।