ଉତ୍କଳ ପ୍ରଦେଶ ଗଠନର ପୁରୋଦ୍ଧାଙ୍କୁ ନମନ..

ଉତ୍କଳ ପ୍ରଦେଶ ଗଠନର ପୁରୋଦ୍ଧାଙ୍କୁ ନମନ
ଭୁବନେଶ୍ୱର:ଆଜି ଉତ୍କଳ ଦିବସ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ୮୪ ବର୍ଷରେ ପାଦ ଥାପିଛି।ଯାହା କି ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ। ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ଅନେକ ମହାପୁରୁଷଙ୍କ ମହତ୍ତ୍ୱପୂର୍ଣ୍ଣ ବଳୀଦନ ରହିଛି। ସେମାନଙ୍କୁ ଆଜି ମନେପକାଇ ତାଙ୍କ ଗାଥା ଗାଇବାର ମୁହୂର୍ତ୍ତ ଆସିଛି। ସେଥିରେ ଅନେକ ସାହିତ୍ୟକ ,କବିଙ୍କ କଲମ ଯୁଦ୍ଧ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। ଯେପରିକି ବ୍ୟାସକବି ଫକୀରମୋହନ, ପଣ୍ଡିତ ଗୋପବନ୍ଧୁ ଦାସ, ଭକ୍ତକବି ମଧୁସୂଦନ,ପଣ୍ଡିତ ଗୋଦାବରୀସ,ସ୍ୱଭାବକବି ଗଙ୍ଗାଧର କଲମ ଯୁଦ୍ଧ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଆସନ୍ତୁ ତାଙ୍କର ଏମିତି କିଛି କାଳଜୟୀ ପକ୍ତିକୁ ମାନେପକେଇବା
ବ୍ୟାସକବି ଫକୀରମୋହନ- ଉତ୍କଳ ଜନନୀ ଅଛନ୍ତି ଚାହିଁ କର କିଛି କାର୍ଯ୍ୟ ଲୋକଙ୍କ ପାଇଁ ପଛଘୁଞ୍ଚା ଦେଲେ କାର୍ଯ୍ୟ ସାଧରେ କିବା ପ୍ରିୟଜନ ସେହି ଜୀବନେ।
ପଣ୍ଡିତ ଗୋପବନ୍ଧୁ ଦାସ-ପୂର୍ବ ପୁରୁଷର ପବିତ୍ର ଶ୍ମଶାନ ଦେଶର ଜାତିର ଗୌରବ ଗାନ ପୁଣ୍ୟ ଜନ୍ମମାଟି ପୁଣ୍ୟ ଦେବାଳୟ ଉଦ୍ଧାରିବା ପାଇଁ କଲେ ତନୁକ୍ଷୟ ମାନବ ଜୀଵନ ହୁଅଇ ସଫଳ ଏ ମାହାଦିକ୍ଷା କି ବୁଝିବ ଉତ୍କଳ ।
ଭକ୍ତକବି ମଧୁସୂଦନ-ପାହିଲାଣି ଏବେ ନିରାଶା- ଶର୍ବରୀ ଡାକୁଆଛି ମାତା କେତେ ଆଶା କରି। ଜାଗହେ ସରବେ ଉତ୍କଳ ସନ୍ତାନେ ଏକତାର ମନ୍ତ୍ର ଜପି ପ୍ରାଣେ ପ୍ରାଣେ।
ପଣ୍ଡିତ ଗୋଦାବରୀସ- ଜନମଭୂମି ଯେ ମାଟି ପଥରର ଜନନୀ କି ବଳି ବଡ଼?ସେ ଜନମଭୁମି ସେବା ଯେ କରଇ ନର ଜନ୍ମ ଧନ୍ୟ ତାର।
ସ୍ୱଭାବକବି ଗଙ୍ଗାଧର-ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା।
ଏହିଭଳି ପ୍ରେରଣାଦାୟୀ କବିତା ସେ ସମୟରେ ଲୋକଙ୍କୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଉତ୍ସାହ ଯୋଗାଇଥିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles