()ପୁଣି କିଟ୍ ପ୍ରସଙ୍ଗ ବିଧାନସଭାରେ ଉଠାଇଲେ ବିଜେଡି ବିଧାୟକ ଶାରଦା ଜେନା। ୨୦୨୫-୨୬ଉଚ୍ଚ ଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ପ୍ରସଙ୍ଗ ଉଠାଇ ସରକାରଙ୍କ ଠାରୁ ଉତ୍ତର ଚାହିଁଲେ। କିଟ୍ ପାଇଁ ଆମକୁ ଆମର ଛୋଟ ରାଷ୍ଟ୍ର ନେପାଳ ବନ୍ଧୁ ପାଖରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଲା। କେବେ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରକାଶ କରିବେ ଜଣାଇବାକୁ ଅନୁରୋଧ।କିଟ୍ ଆମ ମୁଣ୍ଡ ତଳକୁ କରିଦେଇଛି। ଯାହା ଘଟିଲା ତ୍ ଘଟିଲା କିନ୍ତୁ ତା ପର ମୁହୂର୍ତରେ ଯେଉଁ ଭଳି ପରିଚାଳନା କରାଗଲା ତାହା ଚିନ୍ତାର ବିଷୟ। କିଟ୍ ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ୨୦୨୫-୨୬ ଉଚ୍ଚ ଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଦାବି କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି।
କିଟ୍ ରେ ଯାହା ହେଲା ଆମେ ଦୁଃଖିତ। ନେପାଳ ପାଖରେ କ୍ଷମା ମାଗିବାକୁ ପଡ଼ିଲା। ହାତ ଟେକିଦେଲେ ସରକାର। ଉଚ୍ଚ ସ୍ତରୀୟ କମିଟି ହେଲା ସେ ରିପୋର୍ଟର ଭାଗ୍ୟ କଣ। କେବେ ଗୃହରେ ଉପସ୍ଥାପନ ହେବ। କିଟ୍ ଘଟଣାର ତଦନ୍ତ ରିପୋର୍ଟ କେବେ ସୁଦ୍ଧା ରଖିବେ ମନ୍ତ୍ରୀ ଉତ୍ତର ରଖିବେ ବୋଲି ଦାବି କରିଥିଲେ।