ଶିକ୍ଷକଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

- Advertisement -

( )ଶିକ୍ଷକଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପୁବଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଶତପଥୀଙ୍କୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।ଏନେଇ ଆୟୋଜିତ ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବସନ୍ତ କୁମାର ଦାସ ,ମୁଖ୍ୟ ଅତିଥି ଭାବେ ସୁକିନ୍ଦା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ନାରାୟଣ ଦାସ ,ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ,ଗୋବର୍ଦ୍ଧନ ପ୍ରଧାନ ସମ୍ମାନୀତ ଅତିଥି ପ୍ରେମାଞ୍ଜଳୀ ନାୟକ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ସାର୍ ଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ , ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ପରିବାର ବର୍ଗ ତଥା ସମସ୍ତ ଅତିଥି ବୃନ୍ଦ ନିଜର ସ୍ମରଣୀୟ ମୂହୁର୍ତ୍ତ ବଖାଣିବା ସହିତ ଉପହାର ପ୍ରଦାନ କରି ଦୀର୍ଘାୟୁ କାମନା କରିଥିଲେ। ଶେଷରେ ବିଦ୍ୟାଳୟ ତରଫରୁ ଅତିଥିଙ୍କ ଦ୍ବାରା ମାନପତ୍ର ଉତରୀୟ ସହିତ ସମ୍ବର୍ଦ୍ଧନା କରାଯାଇଥିଲା।ଏବେ ସେ ଚାକିରି ଜୀବନରୁ ଅବସର ନେଉଛନ୍ତି । ସଭାରେ ସମସ୍ତ ଛାତ୍ରଛାତ୍ରୀ ,ପୂରାତନ ଛାତ୍ରଛାତ୍ରୀ ,ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କ ସହ ଗ୍ରାମ ବାସୀ ଉପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଆଖିରେ ଲୁହ ଘନେଇ ଆସିଥିଲା । ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଚିରସ୍ମରଣୀୟ ରହିବେ ବୋଲି ବକ୍ତା ଓ ଅତିଥି ମାନେ ମତ ଦେଇଛନ୍ତି । ଶିକ୍ଷକଙ୍କୁ ବିଦ୍ୟାଳୟରୁ ବାଜା ବାଣ ରୋଷଣୀ କରି ତାଙ୍କ ବାସଭବନରେ ପହଞ୍ଚାଇ ଥିଲେ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles