ସରକାରଙ୍କୁ ବଜେଟ ଚିନ୍ତା : ଟେନସନ ଦେଉଛି ଆର୍ଥିକ ମାନ୍ଧାବସ୍ଥା

- Advertisement -

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପାଇଁ ବଜେଟ ଏବେ ବଡ ଚ୍ୟାଲେଜ l ବଜେଟର ରୂପରେଖ କଣ ହେବ ସେନେଇ ପାଇଁ ପାଗ ଭିଡ଼ିଲେଣି ସରକାର l କଣ ରହିବ ବଜେଟର ଆକାର l କେମିତି ପ୍ରସ୍ତୁତ ହେବ ବଜେଟ ସେ ଚିନ୍ତା ବି ଘାରିଲାଣି ସରକାରଙ୍କୁ l କାରଣ ଫେବୃଆରୀ ତୃତୀୟ ସପ୍ତାହରେ ବଜେଟ ଆଗତ ହୋଇପାରେ l ଯେହେତୁ କେନ୍ଦ୍ରୀୟ ବଜେଟ ମାର୍ଚ୍ଚ 1 ରେ ଆସିବ, ତେଣୁ ଅନୁଧ୍ୟାନ କରି ବଜେଟ ଉପସ୍ଥାପନ କରିବେ ସରକାର,ବିଭନ୍ନ ବିଭାଗକୁ 21 ତାରିଖ ସୁଦ୍ଧା ପ୍ରସ୍ତାଵ ଓ ଆବଶ୍ୟକତା ଜଣାଇବାକୁ କୁହାଯାଇଛି l ପ୍ରସ୍ତାଵ ଆସିବା ପରେ ସବୁ ବିଭାଗ ସହିତ ଆଲୋଚନା ହେବ, ଖର୍ଚ କିପରି କରାଯିବ, ଯେଉଁ ମାନେ ଖର୍ଚ କରିନାହାନ୍ତି କିପରି କମ ଅନୁଦାନ ଫେରିବ ତାହା ଉପରେ ଆଲୋଚନା ହେବ l ଏହାସହ ଖର୍ଚ୍ଚ କରିପାରିନଥିଲେ ପାଣ୍ଠି ଫେରାଇବେ ସେ ଚିନ୍ତା ବି ଘାରିଛି l ,ସୂଚନା ଅନୁସାରେ ଅକ୍ଟୋବର ସୁଦ୍ଧା 8 ପ୍ରତିଶତ ଅଭିବୃଦ୍ଧି ହୋଇଛି,l ଯାହା ସନ୍ତୋଷଜନକ ନୁହେଁ l ନଭେମ୍ବର ସୁଦ୍ଧା ବଜେଟର 52 ପ୍ରତିଶତ ଖର୍ଚ ହୋଇଛିl ପୂର୍ବ ବର୍ଷ ଏହି ସମୟରେ 48 ପ୍ରତିଶତ ହୋଇଥିଲା l ଅନ୍ୟପଟେ ରାଜସ୍ୱ ସଂଗ୍ରହ ମଧ୍ୟ ଆଶାନୁରୂପ ହେଉନାହିଁ l ଯାହାକି ସରକାରଙ୍କ ପାଇଁ ବଡ ଚ୍ୟାଲେଜ ବୋଲି ବିଶେଷଜ୍ଞ ମାନେ କହିଛନ୍ତି l ଅନ୍ୟପଟେ ଜିଏସଟି କ୍ଷତିପୂରଣ ମଧ୍ୟ ସଠିକ ସମୟରେ ମିଳୁନି କେନ୍ଦ୍ରରୁ l ଅର୍ଥନୈତିକ ମାନ୍ଦାବସ୍ତା ମଧ୍ୟ ଲାଗି ରହିଛି l କେବଳ ସେତିକି ନୁହେଁ ସରକାରଙ୍କ ଉପରେ ଋଣ ବୋଝ ଅଧିକ ଥିବାରୁ ଏହା ଏକ ଚ୍ୟାଲେଜ l ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରିୟ ଅନୁଦାନ ବି କମିଛି l ସେପ୍ଟେମ୍ବର ଓ ଅକ୍ଟୋବରରେ ଜି ଏସ ଟି ବାବଦରେ 1194 କୋଟି ଦାବି କରିଥିଲେ 1142 କୋଟି କେନ୍ଦ୍ର ଦେଇଛି କେନ୍ଦ୍ର l ପୁଣି ଏହି ମାସର ବି ଦେଇନି l ଏସବୁ ଭିତରେ ବଜେଟ ପ୍ରସ୍ତୁତ କରିବା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles