ସୋଆର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀଙ୍କୁ ନୂଆଦିଲ୍ଲୀରେ ନାରୀଶକ୍ତି ସମ୍ମାନ ପ୍ରଦାନ

0
83

 ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ରଙ୍କୁ ନିକଟରେ ନୂଆଦିଲ୍ଳୀରେ ନାରୀଶକ୍ତି ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶାର ପ୍ରଥମ ମହିଳା କ୍ରାଇମ ରିପୋର୍ଟର ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିôବା ହେତୁ ଶୁଭଦର୍ଶିନୀଙ୍କୁ ମହିଳା ସାମ୍ବାଦିକା ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ପିଏସ୍‌ୟୁ ଅନୁଷ୍ଠାନ ପକ୍ଷରୁ କନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ କ୍ଲବ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶୁଭଦର୍ଶିନୀଙ୍କୁ ଉତରାଖଣ୍ଡ ବିଧାନସଭାର ବାଚସ୍ପତି ଶ୍ରୀମତି ରିତୁ ଖଣ୍ଡୁରୀ ଭୁଷଣ ଏହି ସମ୍ମାନ ପ୍ରଦାନ କରିଥିଲେ।
ଶୁଭଦର୍ଶିନୀଙ୍କ ସମେତ ଜୀ ନ୍ୟୁଜର ଆଙ୍କର ଶିବାଙ୍ଗୀ ଠାକୁର, ଦୂରଦର୍ଶନର ପ୍ରୀତି କୌର, ଆଜ ତକର ନେହା ବ୍ୟାଟହମ୍‌, ଭାରତ ଏକ୍ସପ୍ରେସ୍‌ର ପ୍ରୀତି ପାଣ୍ଡେ ଏବଂ ଏନ୍‌ଡି ଟିଭିର ମନୋଜ୍ଞା ଲୋଇୱାଲଙ୍କୁ ମଧ୍ୟ ସାମ୍ବାଦିକା କ୍ଷେତ୍ରରେ ଇଣ୍ଡିଆନ୍ ପିଏସ୍‌ୟୁ ପକ୍ଷରୁ ନାରୀଶକ୍ତି ସମ୍ମାନ ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ପିଏସ୍‌ୟୁର ମୁଖ୍ୟ ବରିଷ୍ଠ ସାମ୍ବାଦକ ଶ୍ରୀ ବିବେକ ଅବସ୍ଥି ମଧ୍ୟ ଉପସ୍ଥିତ ଥିଲେ।
ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶାରେ ଅପରାଧ ଏବଂ ଅନୁସନ୍ଧାନମୂଳକ ରିପୋର୍ଟିଂ କରିବା ପରେ ଶୁଭଦର୍ଶିନୀ ବର୍ତମାନ ସୋଆର ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି। ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍‌)ର‌୍ୟାଙ୍କିଙ୍ଗ ଅନୁଯାୟୀ ସୋଆ ହେଉଛି ଦେଶର ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ।