ସମ ହସ୍ପିଟାଲ୍‌ର ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରୋ ଇଣ୍ଡିଆନ୍ ଜର୍ନାଲ ଅଫ୍ ର‌୍ୟୁମାଟୋଲଜି ଦ୍ୱାରା ସମ୍ମାନିତ

0
24

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଦ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋଙ୍କୁ ଇଣ୍ଡିଆନ୍ ଜର୍ନାଲ ଅଫ୍ ର‌୍ୟୁମାଟୋଲଜି ପକ୍ଷରୁ ସମ୍ମାନିତ କରାଯାଇଛି ।
ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର କ୍ଳିନିକାଲ୍ ଇମ୍ୟୁନୋଲୋଜି ଏବଂ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପାତ୍ରୋଙ୍କୁ ନୂଆ ଦିଲ୍ଲୀ ଠାରେ ଅକ୍ଟୋବର ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ର‌୍ୟୁମାଟୋଲଜି ପକ୍ଷରୁ ଆୟୋଜିତ ନ୍ୟାସ୍‌ନାଲ୍ ର‌୍ୟୁମାଟୋଲଜି କନଫରେନ୍ସ ‘ଇରାକନ୍ ୨୦୨୫’ ଅବସରରେ ଦ୍ୱିତୀୟ ଶ୍ରେଷ୍ଠ ଅରଜିନାଲ ରିସର୍ଚ୍ଚ ପେପର ଆୱାର୍ଡରେ ସମ୍ମାନିତ କରାଯାଇଛି ।
ପ୍ରଫେସର ପାତ୍ରୋଙ୍କର ଇମ୍ୟୁନୋଲଜି ଏବଂ ର‌୍ୟୁମାଟୋଲଜି ଚିକିତ୍ସା ଏବଂ ରୋଗୀ ସେବା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ଏବଂ ସଫଳତା ରହିଛି ।