ମଧ୍ୟ ରାତିରୁ ଆରମ୍ଭ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା…

- Advertisement -

ପୁରୀ :ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗକୁ ନେଇ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।ସେଥିରେ ସ୍ନାନ ଯାତ୍ରା ପାଇଁ ନୀତିନର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତା ଜୁନ ୫ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ନିଷ୍ପତ୍ତି ଅନୁସାରେ ସ୍ନାନଯାତ୍ରା ମଧ୍ୟରାତ୍ରରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ପୂର୍ବରୁ ଶେଷ ହେବ।
ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ କହିବା ଅନୁସାରେ ଜୁନ୍‌ ୫ ତାରିଖ ରାତି ୧ଟାରୁ ଭୋର ୪ଟା ମଧ୍ୟରେ ସ୍ନାନଯାତ୍ରା ପହଣ୍ଡି ହେବ। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି, ଭୋର୍‌ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ। ଭୋର ୪ଟା ୪୦ରେ ମଇଲମ ଓ ୫ଟାରେ ଠାକୁରଙ୍କୁ ତଡ଼ପ ଲାଗି କରାଯିବ। ଏବେ କରୋନା ମହାମାରୀ ପାଇଁ ଦେଶରେ ଲକ୍ ଡାଉନ ଜାରି ହୋଇଛି। ଏପରି କି ସମସ୍ତ ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏପରି କି ମହାପ୍ରଭୁଙ୍କ ସ୍ନାନ ଯାତ୍ରାକୁ ସାଧାରଣ ଲୋକଙ୍କୁ ଭିତରକୁ ଯିବା ମନା। ବିନା ଭକ୍ତରେ ଏଥର ଠାକୁର ଗାଧେଇବେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles