ଆଦାନୀ ଚଳାଉଛି ଓଡିଶା ସରକାର: ରାହୁଲ ଗାନ୍ଧି 

- Advertisement -

ବରମୁଣ୍ଡା ପଡିଆ ରେ ସମ୍ବିଧାନ ବଞ୍ଚାଅ ସମାବେଶ ରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ରେ ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।ସମ୍ବିଧାନ ସମାବେଶ ଷ୍ଟେଜ ରୁ ଉଭୟ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାର କୁ ଟାର୍ଗେଟ କରିଛନ୍ତି।ଡବଲ ଇଞ୍ଜିନ ସରକାର କିପରି ଓଡିଶାବାସୀଙ୍କ ସହ ବିଶ୍ୱାସଘାତ ଓ ପ୍ରତାରଣା କରିଛି । ତାର ତଥ୍ୟ ଦେଇ କଂଗ୍ରେସ କର୍ମୀ ଓ ନେତାଙ୍କ ମନରେ ଉତ୍ସାହ ଭରିଛନ୍ତି ଯୁବରାଜ ରାହୁଲ ଗାନ୍ଧି। ଆଦାନୀ ଓଡ଼ିଶା ସରକାର ଚଳାଉଛି ଆଉ ମୋଦିଙ୍କୁ ବି ଚଳାଉଛି ରାହୁଲ ଗାନ୍ଧି ବଡ଼ ଅଭିଯୋଗ କରିଛନ୍ତି ।ଜଗନ୍ନାଥ ରଥଯାତ୍ରା ସମୟରେ ଏକ ଡ୍ରାମା ହେଲା। ଆଦାନୀଙ୍କ ପରିବାର ପାଇଁ ରଥକୁ ଅଟକାଇ ଦିଆଗଲା। ଏଥିରୁ ସ୍ପଷ୍ଟ ଓଡିଶା ସରକାର ଲୋକଙ୍କ ର ନୁହଁ। ଆରବ ପତି ଙ୍କ ର। ଓଡ଼ିଶା ଯୁବ ଙ୍କୁ କେତେ ରୋଜଗାର ଦେଲେ ଏହି ସରକାର।ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ରାହୁଲ।ଏତେ ଗରମରେ ବି ମୋ ବାର୍ତ୍ତା ଶୁଣିବାକୁ ଆସିଥିବା ରୁ ଆପଣ ମାନଙ୍କୁ ଧନ୍ୟବାଦ। ଡିଏନଏ, ରକ୍ତ ରେ କଂଗ୍ରେସ ଥିବା କାର୍ଯ୍ୟ କର୍ତ୍ତା ଆମର ବବର ଶେର। ଓଡିଶା ଲୋକଙ୍କ ଠାରୁ ଚୋରି କରିବା କାମ ଏଠିକା ସରକାର କରୁଛି। ପୂର୍ବରୁ ବିଜେଡ଼ି ଏହା କରୁଥିଲା। ସରକାର ବିରୋଧରେ ଏହି ଲଢେଇ କଂଗ୍ରେସ ଜନତା ଙ୍କ ସହିତ ମିଶି ଜିତି ପାରିବ। ସବୁ ସ୍ଥାନରେ ସମ୍ବିଧାନ ଉପରେ ବିଜେପି ଆକ୍ରମଣ କରୁଛି।ମହାରାଷ୍ଟ୍ର ଭଳି ବିହାର ରେ ନିର୍ବାଚନ ଚୋରି କରୁଛି। ନିର୍ବାଚନ କମିଶନ ନିଜ କାମ ନକରି ବିଜେପି ମନର କାମ କରୁଛନ୍ତି। ଭୋଟର ତାଲିକା ଓ ଭିଡିଓ ମାଗି ଲୁ କିନ୍ତୁ ମିଳିନଥିଲା। ବିହାର ରେ ଆମେ ଚୋରି ହେବାକୁ ଦେବୁନି ରାହୁଲ କହିଛନ୍ତି ।ଓଡ଼ିଶାରେ ଜଳ ଜଙ୍ଗ ଲ ଜମି ଆଦିବାସୀ ଙ୍କ ର ଥିଲା ଓ ରହିବ। ପେସା ଆଇନ୍ ଲାଗୁ ନକରି ଆଦିବାସୀ ଙ୍କୁ ଏଠାରୁ ହଟେଇ ଦିଆଯାଉଛି। ବିକାଶ ୨, ୩ ପ୍ରତିଶତ କିମ୍ବା ଆରବପତି ଙ୍କୁ ନେଇ ହୁଏନି। ବିକାଶ ଗରିବ ଓ ଚାଷୀ ଙ୍କୁ ନେଇ ହୁଏ। ଚାଷୀ କିମ୍ବା ଆଦିବାସୀ, ଯାହା ଉପରେ ଆକ୍ରମଣ ହେବ, କଂଗ୍ରେସ ଛିଡା ହେବ।ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ ସାରା ଦେଶରେ। କିନ୍ତୁ ଗରିବ ଚାଷୀ ଙ୍କ ଠାରୁ ପଇସା ନେଲା ଆଉ 4 ଟି ବଡ କମ୍ପାନୀ କୁ ଦେଲା। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଚାଷୀ ଙ୍କୁ ସହାୟତା ମିଲୁନି। ଓଡିଶା ର ଯେ କୌଣସି ଚାଷୀ ଙ୍କୁ ପଚାର, ସମସ୍ତେ କହିବେ ଟଙ୍କା ମିଳିନି।ସମ୍ବିଧାନ ଗରିବ ଚାଷୀ ଓ ମଜଦୁରଙ୍କ ରକ୍ଷା କରେ। ଆଦାନୀ କି ଅମ୍ବାନୀର ନୁହେଁ। ଓଡିଶା ହେଉ କି ଛତିଶଗଡ ଯେଉଁଠି ଦେଖିବ କେବଳ ଆଦାନୀ ବୋଲି ରାହୁଲ କହିଛନ୍ତି । 40 ହଜାର ମହିଳା ନିଖୋଜ। କିନ୍ତୁ ସରକାର ଙ୍କ ର କିଛି ଯାଏ ଆସେ ନାହିଁ। ମୁଁ ଏବଂ କଂଗ୍ରେସ ଆପଣଙ୍କ ସହିତ ଅଛୁ।ଆମେ ତେଲେଙ୍ଗାନା ଜାତି ଜନଗଣନା କରେଇଲୁ। ଭଲ ରେଜଲ୍ଟ ଆସିଲା। ବିକାଶ ରେ ପଛୁଆ ବର୍ଗ ଙ୍କୁ ସଠିକ ଭାଗ ମିଳୁ। ଓଡ଼ିଶା ରେ ପଛୁଆ ବର୍ଗ ଅବହେଳିତ। ମୁଁ ଭକ୍ତ ଦାସ ଓ ଅଜୟ ଲଲୁ ଙ୍କୁ କହିଚି ଲୋକଙ୍କୁ ବୁଝା। ଜାତି ଜନଗଣନା କେତେ ଗୁରୁତ୍ୱପୂର୍ଣ୍ଣ। ସେହିପରି ବିଜେପି ସରକାର ଡ୍ରାଇଭର୍ ସଂଘ ଉପରେ ଚାପ ପକାଇ ଡରାଇଲେ। ହେଲେ ମୁଁ ଧନ୍ୟବାଦ ଦେଉଛି ସେମାନେ ଏହି କାର୍ଯ୍ୟ କ୍ରମ କୁ ସଫଳ କଲେ। ଡ୍ରାଇଭର୍ ସଂଘ ର ସମସ୍ତ ଦାବି ପୂରଣ ହେବା ଦରକାର ବୋଲି ରାହୁଲ କହିଛନ୍ତି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles