ପୋଲାଭରମ ବୈଠକ: ଅନ୍ଧାରରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ପାଖରେ ଖବର ଅଛି

- Advertisement -

() ପୋଲାଭରମ ବିବାଦକୁ ନେଇ ଚାରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ l ଏହାକୁ ଦୁଇ ଦିନ ହେବ ଗଣମାଧ୍ୟମରେ ଖବର ହେଉଛି l ଯାହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ପୋଲଭାରମ୍ ପ୍ରସଂଗରେ ଓଡ଼ିଶା ତାର ଯୁକ୍ତି ଉପସ୍ଥାପନ କରିବ । ଓଡ଼ିଶାର ସ୍ବାର୍ଥ ସହିତ କେବେ ବି ସାଲିସ କରାଯିବ ନାହିଁ । ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ତଥ୍ୟ ଉପସ୍ଥାପନ କରାଯିବ । ଜଳସମ୍ପଦ ବିଭାଗ ଯୁକ୍ତି ଉପସ୍ଥାପନ କରିବ । ତେଣୁ ବୁଝାମଣା ମାଧ୍ୟମରେ ଯାହା ସମାଧାନ ହୋଇପାରିବlଆଲୋଚନା ମାଧ୍ୟମରେ ହେଲେ ବିବାଦର ସମାଧାନ ହେବ । ଜମି, ଜଳ, ଅଞ୍ଚଳର ସବୁ ବିବାଦ ସମାଧାନ ହେବ । କିନ୍ତୁ ଏ ବାବଦରେ ଗତ ସରକାର ଯେଉଁ ନ୍ୟାୟିକ ଲଢେଇ କରିବା କଥା ସେଥିରେ ପଛଘୁଞ୍ଚା ଦେଲେ । କେବଳ ନିଜର ରାଜନୈତିକ ସ୍ବାର୍ଥ ଦେଖିଲେ ପୂର୍ବ ସରକାର । ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଗତ ସରକାର ଶୁଣୁନଥିଲେ । ବଧିର ପାଲଟି ଯାଇଥିଲେ ବୋଲି ବିଜେଡି ସରକାରକୁ ଟାର୍ଗେଟ କରି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ଅନ୍ୟପଟେ ରାଜ୍ୟର ସବୁଠାରୁ ଗୁରୁତ୍ବ ପୁର୍ଣ୍ଣ ପୋଲାଭରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ସୂଚନା ନାହିଁ l ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପୋଲାଭରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ମୋ ପାଖରେ ସେମିତି କୌଣସି ବାର୍ତା ନାହିଁ। ଅଫିସିଆଲି ସ୍ତରରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶାସନସଚିବ ଏବଂ ବିଭାଗୀୟ ସଚିବମାନଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ପ୍ରକ୍ରିୟା ରଖିଛନ୍ତି ସେ ଆଲୋଚନା କରିପାରନ୍ତି। ଆମର ଯେଉଁ ଦାବି ଆଉ ହକ ଅଛି ତାହା ଆମେ ଉପସ୍ଥାପିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ହେଲେ ଏଠି ପ୍ରଶ୍ନ ଉଠୁଛି ଯେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି, ସେ ପ୍ରସଙ୍ଗକୁ ମୁଖ୍ୟ ବିରୋଧୀ ବିଜେଡି ଅସ୍ତ୍ର କରି ସରକାରଙ୍କୁ ଘେରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏ ପ୍ରସଂଗରେ ଅନ୍ଧାରରେ ରହିବା ରାଜ୍ୟରେ ବିଜେପି ସରକାର କେମିତି ଚାଲିଛି ତାହା ପ୍ରମାଣିତ କରିଛି l ସରକାରରେ ଗୋଟେ ହାତ କଣ କରୁଛି ଅନ୍ୟହାତ ଜାଣୁନାହିଁ ତାହା ପୋଲାଭରମ୍ ପ୍ରସଙ୍ଗ ବୈଠକ ନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଗଣମାଧ୍ୟମ ବୟାନରୁ ସ୍ପଷ୍ଟ ହୋଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles