ରାହୁଲଙ୍କ ସଭା : ବିଜେପି –ବିଜେଡି ପାଇଁ ସତର୍କ ଘଣ୍ଟି 

- Advertisement -

୨୦୨୪ ନିର୍ବାଚନର ବର୍ଷ ପରେ ଏଆଇସିସି ଓଡିଶାକୁ ଫୋକସ କରିଛି। ଓଡିଶା ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ଶୀର୍ଷ ନେତୃତ୍ବ ଟୁଇଟ କରିବା ସହ ଦିଲ୍ଲୀରେ ପ୍ରେସମିଟ କରାଯାଉଛି । ଏହାରି ଭିତରେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ,କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ଓ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଜୁଲାଇ ୧୧ ତାରିଖରେ ଓଡିଶାର ଛାତି ଉପରେ ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶ କରି କଂଗ୍ରେସ ଓଡିଶା ଆଜି ବି ଭଲ ସ୍ଥିତିରେ ଅଛି ତାହା ପ୍ରମାଣିତ କରିବାକୁ ଚାହିଛନ୍ତି।ବରମୁଣ୍ଡା ପଡିଆରେ ୫୦ ହଜାର ଲୋକଙ୍କୁ ଏକାଠି କରି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି। କଂଗ୍ରେସ ଅଧକ୍ଷ ଓ ରାହୁଲ ଗାନ୍ଧି ମଧ୍ୟ ଓଡିଶାରେ ୨୦୨୯ରେ ଦଳ କ୍ଷମତାକୁ ଫେରିବ ବୋଲି ଆକଳନ କରିଛନ୍ତି।ଯାହା ଓଡିଶା ରାଜନୈତିକ ନୂଆ ସମ୍ଭାବନା ଆଣିଛି। ଜନସମାବେଶକୁ ଦେଖି କଂଗ୍ରେସର ଶୀର୍ଷ ନେତୃତ୍ବ ଏପରି ଆକଳନ କରିଛନ୍ତି ନାଁ ବାସ୍ତବରେ କଂଗ୍ରେସ ସଂଗଠନ ଓଡିଶାରେ ବର୍ଷ ଭିତରେ ମଜବୁତ ହୋଇଛି ତାହା ଏବେ ବଡ ବିତର୍କ ସୃଷ୍ଟି କରିଛି ।୨୬ ବର୍ଷ ଧରି ଓଡିଶାରେ କ୍ଷମତା ବାହାରେ ଥିବା କଂଗ୍ରେସର ଭୋଟ ହାର ୩୩ ପ୍ରତିଶତରୁ ୧୩ ପ୍ରତିଶତରେ ପହଞ୍ଚିଛି । ତୃଣମୂଳସ୍ତରେ କଂଗ୍ରେସ ସଂଗଠନ ଆଜି ଦୁର୍ବଳ ଅବସ୍ଥାରେ ରହିଛି ।ଦଳ ୨୦୨୪ ପରେ ସଭ୍ୟ ସଂଗ୍ରହ ମଧ୍ୟ କରିନାହିଁ। ଭକ୍ତ ଦାସ ପିସିସି ସଭାପତି ହେବା ପରେ ସବୁ ନେତାଙ୍କ ମନ ଏକହୋଇ ପାରିନାହିଁ। ହେଲେ ଏତେ ସବୁ ବିଫଳତା ପରେ ବି କାହିକିଁ ୨୦୨୯ରେ କଂଗ୍ରେସ କ୍ଷମତାକୁ ଫେରିବାର ସ୍ବପ୍ନ ଦେଖିଛି ବିଜେପି ସରକାର ବର୍ଷେ ଶାସନ ଭିତରେ । ୨୪ ବର୍ଷ ପରେ ଶାସକ ଦଳରୁ ବିରୋଧୀ ଦଳକୁ ଆସିଛି ବିଜେଡି ଓ ବିଜେପି ବର୍ଷେ ଶାସନରେ ବହୁମାତ୍ରାରେ ଜନ ଆକ୍ରୋଶର ଶିକାର ହେବା ପରେ କଂଗ୍ରେସ ପାଇଁ ସମ୍ଭାବନା ସୃଷ୍ଟି ହୋଇଛି । ୫୧ ଜଣ ବିଧାୟକ ହୋଇ ବିଜେଡି ବିଜେପିକୁ ଯେମିତି ଶାଣିତ ଆକ୍ରମଣ କରିବା କଥା ତାହା କରୁନାହିଁ । ବିଭିନ୍ନ ପ୍ରସଙ୍ଗରେ ବିଜେଡି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ବିରୋଧରେ କଠୋର ଆଭିମୁଖ୍ୟ ମଧ୍ୟ ଗ୍ରହଣ କରନୁାହିଁ । ଯାହାକୁ କଂଗ୍ରେସ ଓଡିଶାବାସୀଙ୍କ ପାଖରେ ପହଞ୍ଚାଉଛି । ଏବେ ବି ବିଜେପି ଓ ବିଜେଡି ସଲାସୁତଲାରେ କାମ କରୁଛନ୍ତି । କେହି କାହା ବିରୋଧରେ ଯିବାକୁ ସାହସ ଜୁଟାଉ ନାହାନ୍ତି । ଯାହା ଚାଲିଛି ସବୁ ଲୋକଦେଖାଣିଆ। ତେଣୁ କଂଗ୍ରେସ ବିଜେପିର ବିକଳ୍ପ ଭାବେ ଉଭା ହୋଇ ଲଢେଇ କରୁଛି ବିଭିନ୍ନ ପ୍ରସଙ୍ଗରେ । ଡ୍ରାଇଭର ସଂଘର ଆନ୍ଦୋଳନ , ୨୬ ବର୍ଷ କ୍ଷମତା ବାହାରେ ରହି କଂଗ୍ରେସ ଜୁଲାଇ ୧୧ ତାରିଖରେ ଯେପରି ୫୦ ହଜାରୁ ଅଧିକ ଲୋକଙ୍କ ନେଇ ସମ୍ବିଧାନ ବଂଚା୍ର ସମାବେଶ କଲା ତାହା ପ୍ରମାଣିତ କରୁଛି ରାଜ୍ୟ କଂଗ୍ରେସ ଏବେ ପୁରା ଜୋସରେ । ଧୀରେ ଧୀରେ ଓଡିଶାବାସୀଙ୍କ ବିଶ୍ବାସ ଜିଣିବାରେ କଂଗ୍ରେସ ସଫଳ ହୋଇଛି କିଛି ମାତ୍ରାରେ ।ବିଜେପି ସରକାର ଠାରୁ ଓଡିଶାବାସୀ ଶାସକ ଦଳ ଭାବେ ଯେଉଁ ଆଶା କରୁଥିଲେ ତାହା ପାଇଲେ ନାହିଁ ଡବଲ ଇଂଜିନ ସରକାରରେ । ସେହିପରି ମୁଖ୍ୟ ବିରୋଧୀ ବିଜେଡି ଠାରୁ ଯାହା ଆଶା କରିଛନ୍ତି ତାହ ମଧ୍ୟ ପାଇପାରୁନାହାନ୍ତି । ଯାହାର ପ୍ରତିଫଳନ ରାହୁଲଙ୍କ ସମାବେଶରେ ଜନସମୁଦ୍ର ପରୀ ଲୋକ ସାମିଲ ହେବା । ତୃଣମୂଳସ୍ତରରେ ରାହୁଲଙ୍କ ସଭାକୁ ଏତେ ମାତ୍ରାରେ ଲୋକ ଆସିବା ଉଭୟ ବିଜେପି ଓ ବିଜେଡି ପାଇଁ ସତର୍କର ଘଣ୍ଟି ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ଏହାକୁ ନେଇ ଦୁଇ ଦଳ କଣ ରଣନୀତି କରୁଛନ୍ତି ତାହା ଆଗାମୀ ଦିନରେ ଉଭୟ ଦଳର ରାଜନୈତିକ କାର୍ଯ୍ୟକ୍ରମରୁ ସ୍ପଷ୍ଟ ସଙ୍କେତ ମିଳିବ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles