ଅଭ୍ୟାସ ବଦଳାନ୍ତୁ ଖୁସରେ ରୁହନ୍ତୁ 

- Advertisement -

ଅନେକ ସମୟରେ ମଣିଷ ନିଜର କିଛି ଅଭ୍ୟାସ ପାଇଁ ପରବର୍ତୀ ସମୟରେ ଅନୁତାପ କରେ l ସେ ଅଭ୍ୟାସ କେତେ ଠିକ ଥିଲା କେତେ ଭୂଲ ସେକଥା ଆକଳନ କରି ଆପଣ ହୁଏତ ଚିନ୍ତାର ମହାସାଗରକୁ ଚାଲିଯିବେ l

ଏମିତି ଦିନେ ଖରାଦିନିଆ ସଂଧ୍ୟାରେ ବସି ଟୁନା ଭାବୁଥିଲା କେତେ ଅଭ୍ୟାସ କଥା l ମୋର ଏ ଅଭ୍ୟାସ ଖରାପ ସେ ଅଭ୍ୟାସ ଖରାପ ଏଟା ଠିକ, ସେଟା ଭୂଲ l ଏମିତି କେତେ କଥା l ଆରେ ଏ ଭୂଲ ଠିକ ଯଦି ଆମେ ସବୁ ଭାବିବା ତେବେ ସମାଜରେ ବଂଚୁଥିବା କୋଟି କୋଟି ଲୋକ ତାହାଲେ କଣ ଭାବିବେ l

 ଯଦି କୌଣସି ଗୋଟେ ଅଭ୍ୟାସ ଆପଣ ଅଧିକ ଗୁରୁତ୍ୱ ଦେଉଛନ୍ତି ତେବେ ଭାବିନିଅନ୍ତୁ ଆପଣ ଆଉ ଆପଣଙ୍କ ନିୟନ୍ତ୍ରଣରେ ନାହାନ୍ତି l ସେ ଅଭ୍ୟାସ ହୁଏତ ଆପଣଙ୍କୁ ଖୁସି ଦେଇପାରେ, କିନ୍ତୁ ତାହାର ମାପକାଠି ବି ରହିବା ଦରକାର l ନହେଲେ କେବଳ ଦୁଃଖ ଆଉ ଦୁଃଖ l ଖରାପ ଅଭ୍ୟାସ୍ ତ ଛାଡ଼ନ୍ତୁ, ଯଦି କିଛି ଭଲ ଅଭ୍ୟାସ କରିଛନ୍ତି ତାହାକୁ ବି ନିଜ ନିୟନ୍ତ୍ରଣ ଭିତରୁ ରହିବା ଦରକାର l

ଲୋକେ କଣ କହୁଛନ୍ତି ସେ ଅଭ୍ୟାସ ନେଇ ଯଦି ଆପଣ ଚିନ୍ତା କରିବେ ଆପଣଙ୍କ ଆଗକୁ ବଢିବାରେ ସେଥିରେ ବ୍ରେକ ଲାଗିବ l ଏମିତି ଟୁନା ଭାବିଚାଲିଥାଏ, ହଠାତ ମଣ୍ଟୁ ଫୋନ କଲ ଆସିଲା ଟୁନାର ମୋବାଇଲକୁ l ମଣ୍ଟୁ କହିଲା ସାଙ୍ଗ କି ଶାନ୍ତିରେ କାଟୁଛି ଜୀବନ l ଜୀବନଟା ଏତେ ଆନନ୍ଦଦାୟକ ତାହା ଆଜି ମୁଁ ବୁଝୁଛି l ଅଭ୍ୟାସ ଛାଡ଼ିଲି, ଖୁସିରେ ରହିଲି l ହେଲେ କେଉଁ ଅଭ୍ୟାସ ଛାଡି ମଣ୍ଟୁ ଏତେ ଖୁସି ତାହା ଟୁନା ବୁଝିପାରିଲା ନାହିଁ l କାରଣ ମଣ୍ଟୁ ଜଣେ ସରଳ, ନିଷ୍କପଟ ଓ ସାଧାରଣ ପିଲାଟିଏ l ଟୁନା ଭାବିଲା ମଣ୍ଟୁର ତ ସେମିତି କିଛି କୁ ଅଭ୍ୟାସ ନଥିଲା, ତେବେ କଣ ଛାଡିଲା ଯେ ଏତେ ଖୁସି l ଟୁନା ମନକୁ କଣ ଆସିଲା କେଜାଣେ ସେ ବି ମନେ ମନେ ସ୍ଥିର କଲା ଅଭ୍ୟାସ ବଦଳାଇବି ଆଉ ଖୁସିରେ ରହିବି….

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles