ନେତା ଯେମିତି,ବ୍ୟକ୍ତିତ୍ଵ ସେମିତି

- Advertisement -

ରାଜନେତାମାନେ ସେମାନଙ୍କ ବ୍ୟକ୍ତିତ୍ଵ ଓ କାର୍ଯ୍ୟଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି l ନୀତି, ନିଷ୍ପତି ଓ ଜନସେବା ମନବୃତି ସେମାନଙ୍କୁ ଲୋକପ୍ରିୟ କରିଥାଏ l ତା ଭିତରୁ କିଏ ଭିଡ ଭିତରେ ନେତା ସାଜିଥାନ୍ତି ଯେ ଆଉ କିଏ ନିଜର ବ୍ୟକ୍ତିତ୍ଵ ପାଇଁ ଲୋକଙ୍କ ଠାରୁ ଆଦର ପାଆନ୍ତି l ନିର୍ବାଚନ ରାଜନୀତିରେ କିଏ କେତେ ସଫଳ ଓ କିଏ କେତେ ବିଫଳ ତାହା ସେମାନଙ୍କ ରାଜନୀତି ସଫଳତାର ଏକମାତ୍ର ମାନଦଣ୍ଡ ନୁହେଁ l ସାଢେ଼ଚାରି କୋଟି ଓଡିଆଙ୍କ ପାଖରେ ଓଡ଼ିଶାର ଏମିତି କିଛି ଚର୍ଚ୍ଚିତ ରାଜନେତା ନେଇ ଆମର ଏହି ରିପୋର୍ଟ l

ନବୀନ ପଟ୍ଟନାୟକ: ୧୯୯୭ରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିରେ ନବୀନ ପଟ୍ଟନାୟକ ଏଣ୍ଟ୍ରି କଲେ l ସାଂସଦ, କେନ୍ଦ୍ରମନ୍ତ୍ରୀ ଆଉ ୨୦୦୦ ମହିହାରୁ ଓଡିଶା ଶାସନର ଡୋରି ଧରି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ଓଡିଶା ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି l କଥା କମ କାମ ଅଧିକ ତାଙ୍କର ପରିଚୟ l ଓଡିଶାର ସର୍ବାଧିକ ଲୋକପ୍ରିୟ ନେତାଭାବେ ସେ ଉଭା ହୋଇଛନ୍ତି l ରାଜନୀତିରେ ଜନସେବାକୁ ମୂଳମନ୍ତ୍ର କରି ସେ କାମ କରିଛନ୍ତି l ବେଶୀ ଲୋକଙ୍କ ସହ ତାଙ୍କର ସିଧାସଳଖ ଆଲୋଚନା ନଥିଲେ ମଧ୍ୟ ସବୁବେଳେ ଲୋକଙ୍କ ଦୁଃଖ ଓ ସୁଖର ସାଥୀ ହୁଅନ୍ତି ନିଜ ଷ୍ଟାଇଲରେ l ଲୋକଂକ ନେତା ସେ l ସବୁବେଳେ ସାଧାରଣ ଜନତା କିପରି ଖୁସିରେ ରହିବେ ସେ ଚିନ୍ତା ତାଙ୍କୁ ଘାରେ l ସମାଲୋଚନା, ବିତର୍କ ଠାରୁ ଦୂରରେ ରହି ଜନସେବା କରିହୁଏ ତାହା ସେ ପ୍ରମାଣିତ କରିଛନ୍ତି ଏଯାଏ l ଏବେ ବିରୋଧୀ ଦଳର ନେତାଭାବେ ଲୋକଙ୍କ ସ୍ଵର ସାଜିଛନ୍ତି ନବୀନ l

ସୁର ରାଉତରାୟ: ଓଡିଶାର ଘରେ ଘରେ ଛୋଟ ପିଲାଙ୍କ ଠାରୁ ବୁଢ଼ା ଯାଏ, ଯିଏ ସଭିଙ୍କ ଭାଇ ସେ ହେଉଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ସୁର ଭାଈ l କଂଗ୍ରେସ ରାଜନୀତିରେ ୫୦ ବର୍ଷର ସେ ଜଣେ ବରିଷ୍ଠ ରାଜନେତା l ୬ଥର ବିଧାୟକ ହୋଇ ସେ ନିଜର କାର୍ଯ୍ୟଶୈଳୀ ପାଇଁ ବେଶ ଲୋକପ୍ରିୟ l ନିର୍ବାଚନ ଜିତନ୍ତୁ କି ହାରନ୍ତୁ ତାହା ସୁର ରାଉତରାୟଙ୍କ ପାଖରେ କିଛି ଫରକ ପକାଏ ନାହିଁ l କାରଣ ସକାଳ ୬ରୁ ରାତି ୯ ଯାଏ ସେ ସବୁବେଳେ ଲୋକଙ୍କ ଗ୍ରହଣରେ ରହିବାକୁ ଭଲ ପାଆନ୍ତି l ୮୦ ବର୍ଷ ପରେ ବି ସେ ଫିଟ୍ ଓ ଯୁବକ ପରି ତତପର l ସବୁବେଳେ ଲୋକଙ୍କ କାମ କରିବାକୁ ଭଲ ପାଆନ୍ତି ସୁର ଭାଈ l ଯେମିତି ଜନସେବା ପାଇଁ ତାଙ୍କର ଜନ୍ମ l ପୁରା ଓଡ଼ିଶାରେ ସୁର ରାଉତରାୟ ଯୁଆଡେ ଯିବେ ସାଧାରଣ ଲୋକ ତାଙ୍କ ପାଖରେ ଭିଡ ଜମାନ୍ତି l

ତାରା ପ୍ରସାଦ ବାହିନୀପତି : ତାରା ବାହିନୀପତି l ନିଜର ଷ୍ଟାଇଲ ଓ କଥା ପାଇଁ ଓଡିଶା ରାଜନୀତିରେ ତାଙ୍କର ସ୍ବତନ୍ତ୍ର ସ୍ଥାନ ରହିଛି l ଜୟପୁରରୁ ଭୁବନେଶ୍ଵର, ବ୍ରହ୍ମପୁର ରୁ ବାଲେଶ୍ଵର ଯାଏ ତାଙ୍କର ଲୋକପ୍ରିୟତା କିଛି କମ ନୁହେଁ l ମଜା, ମସ୍ତି ଓ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବାର ରାଜନେତା ସେ l ୫ଥର ବିଧାୟକ ଭାବେ ପ୍ରାୟ ୪୦ ବର୍ଷ ହେବ ଓଡିଶା ରାଜନୀତି ସେ ଜଣେ ଚର୍ଚ୍ଚିତ ରାଜନେତା ଭାବେ ପରିଚିତ ପୁରା ଓଡ଼ିଶାରେ l ଜଣେ ମିଳାପି ରାଜନେତା ତାରା ପ୍ରସାଦ ବାହିନୀପତି l

ବିଶ୍ବଭୂଷଣ ହରିଚନ୍ଦନ : ବିଶ୍ଵ ଭୂଷଣ ହରିଚନ୍ଦନ l ଓଡିଶା ରାଜନୀତିରେ ଜଣେ ଚର୍ଚ୍ଚିତ ରାଜନେତା l ତାଙ୍କର ବ୍ୟକ୍ତିତ୍ଵ ଯେମିତି, ମଣିଷ ବି ସେମିତି ସେ l ୬୦ବର୍ଷରୁ ଉର୍ଦ୍ଧ ସମୟ ସକ୍ରିୟ ରାଜନୀତିରେ ସେ ତାଙ୍କର ନୀତି ଓ ନିଷ୍ପତି ପାଇଁ ସବୁବେଳେ ଓଡ଼ିଶା ଲୋକଙ୍କ ହୃଦୟରେ ରହିଛନ୍ତି l ଅତିଥି ଦେବ ଭବ ଅକ୍ଷର ଅକ୍ଷରେ ପାଳନ କରିବାରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି l ଯିଏ ତାଙ୍କ ସହ ମିଶିଛି ସେ ଜାଣିଛି l ସବୁବେଳେ ଓଡିଶାର ସ୍ବାର୍ଥ ପାଇଁ ସେ ଲଢ଼େଇ କରିଛନ୍ତି l

ଧର୍ମେନ୍ଦ୍ର ପ୍ରଧାନ: ଧର୍ମେନ୍ଦ୍ର ପ୍ରଧାନ l ନବୀନ ପଟ୍ଟନାୟକ ଙ୍କ ପରେ ଓଡ଼ିଶା ରାଜନୀତିରେ ସବୁଠାରୁ ଅଧିକ ଚର୍ଚ୍ଚିତ ରାଜନେତା l ନିଜର ଦକ୍ଷତା ଓ ପରିଶ୍ରମ ଯୋଗୁଁ ବିଜୁ ପଟ୍ଟନାୟକଙ୍କ ପରେ ଯଦି କେହି ଓଡିଆ ରାଜନେତା ଦିଲ୍ଲୀ ଦରବାରରେ ଲମ୍ବା ସମୟ ଧରି ଦେଶର ରଣନୀତିରେ ନିଜର ଦବଦବା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କିଏ ମାନୁ ବା ନମାନୁ ସେ ଓଡିଶା ବିଜେପିର ପୋଷ୍ଟର ବୟ l ଆଜି ଯଦି ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବାରେ ସଫଳ ହୋଇଛି ସେଥିରେ ଧର୍ମେନ୍ଦ୍ରଙ୍କ ପରିଶ୍ରମ ସର୍ବାଧିକ l ପୂର୍ବ ଅପେକ୍ଷା ଧୀରେ ଧୀରେ ସେ ସରଳ ହେବା ତାଙ୍କୁ ଏବେ ଓଡ଼ିଶାବାସୀଙ୍କ ପସନ୍ଦର ନେତା ସାଜିଛନ୍ତି l

ପ୍ରଣବ ପ୍ରକାଶ ଦାସ : ଲିଗାସୀ ରାଜନୀତିରୁ ଓଡ଼ିଶା ରାଜନୀତିରେ ଏଣ୍ଟ୍ରିମାରି ଯେଉଁ କିଛି ଯୁବନେତାମାନେ ଓଡିଶାରେ ସବୁଠାରୁ ଲୋକପ୍ରିୟ ରାଜନେତା ହୋଇଛନ୍ତି ସେମାନଙ୍କ ଭିତରୁ ପ୍ରଣବ ପ୍ରକାଶ ଦାସ ଅନ୍ୟତମ l ଓଡ଼ିଶାର ସାଲିସ ବିହୀନ ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ନନ୍ଦନ ହେଉଛନ୍ତି ପ୍ରଣବ l ୩ଥର ବିଧାୟକ ଓ ୨୫ ବର୍ଷ ରାଜନୀତି କ୍ୟାରିୟର ଭିତରେ ସେ ଓଡିଶାର ଯୁବମାନସର ପ୍ରତୀକ ସାଜିଛନ୍ତି l ପଦ ପଦବୀ ଠାରୁ ଦୂରରେ ରହି ଦଳୀୟ ରାଜନୀତିରେ କିପରି ପାୱାର ଫୁଲ ନେତା ହେବାକୁ ପଡେ ତାହା ସେ ପ୍ରମାଣିତ କରିଛନ୍ତି l ନେତାଙ୍କ ପ୍ରତି ଆନୁଗତ୍ୟ ଓ କଠିନ ପରିଶ୍ରମ ଫଳରେ ସେ ଆଜି ଓଡ଼ିଶାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ପୁରା ଓଡ଼ିଶାରେ ରହିଛି ତାଙ୍କର ସଙ୍ଗଠନ l ଜଣେ ଯୁବ ନେତା ଭାବେ ଓଡିଶାରେ ବେଶ ଲୋକପ୍ରିୟ ପ୍ରଣବ ପ୍ରକାଶ ଦାସ l ସାହସୀ ଓ ପରିଶ୍ରମ ଓ ଜନସେବା ତାଙ୍କୁ ଓଡିଶା ରାଜନୀତିରେ ଲୋକପ୍ରିୟ ନେତା କରିଛି l

ଅରୁଣ ସାହୁ: ଛାତ୍ର ରାଜନୀତିରୁ ଆସି ଓଡିଶା ରାଜନୀତିରେ ଲମ୍ବା ସମୟ ଧରି ଦବଦବା ଜାରି ରଖିଥିବା ରାଜନେତା ମଧ୍ୟରୁ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ଅନ୍ୟତମ l ଓଡ଼ିଶା ରାଜନୀତିରେ ଜଣେ ମେଳାପି ମଣିଷ ଅରୁଣ l ସମୟ ଯାଆ ଥାଉ, ନୀତି ଓ ନିଷ୍ପତ୍ତି ନେବାରେ ସେ ଯେମିତି କି ସେମିତି l ବିଧାୟକ ଥିଲା ବେଳେ ଯେମିତି ମନ୍ତ୍ରୀ ବେଳେ ବି ସେମିତି l ଲୋକଂକ ସହ ରହି ସେମାନଙ୍କ ମନର କଥା ବୁଝିବାରେ ସେ ମାହିର l ଚତୁରତା ସହ ସବୁ ସମୟକୁ କିପରି ମୁକାବିଲା କରିହେବ ସେଥିରେ ସେ ସିଦ୍ଧହସ୍ତ l

 

ପ୍ରଭାତ ବିଶ୍ଵାଳ : ସବୁବେଳେ ଲୋକଙ୍କ କାମ କରିବାକୁ ଯେଉଁ କେତେ ନେତା ୨୪ ଘଣ୍ଟା ପରିଶ୍ରମ କରିବାକୁ ଭଲ ପାଆନ୍ତି ସେମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଅନ୍ୟତମ l ନିଜ ଶକ୍ତି ଅନୁସାରେ ସବୁବେଳେ ଲୋକଙ୍କୁ ବିନା ସ୍ବାର୍ଥରେ ସହଯୋଗ କରିବାକୁ ସେ ଆଗେଇ ଆସନ୍ତି l ରଣନୀତି କେବଳ କ୍ଷମତା ପାଇଁ କରାଯାଏ ତାହା ପ୍ରଭାତ ବିଶ୍ଵାଳ କ୍ଷେତ୍ରରେ କିଛି ଅର୍ଥ ରଖେ ନାହିଁ l ଜଣେ ଦୃଢ ସଂଗଠକ ଭାବେ ସେ କଟକ ଜିଲ୍ଲାରେ ପରିଚିତ l

ମହମ୍ମଦ ମୋକିମ : ମହମ୍ମଦ ମୋକିମ l ଭାଇଚାରା ନେତାର ବଡ ପ୍ରତୀକ ସେ l ରାଜନୀତିରେ ଯେତେ ସଫଳ ନୁହେଁ, ରାଜନେତା ଭାବେ ଲୋକଙ୍କ ପାଖରେ ସେତେ ଆଦର ରହିଛି ତାଙ୍କର l ତାଙ୍କର ବ୍ୟକ୍ତିତ୍ଵ ଓ କାର୍ଯ୍ୟଶୈଳୀ ଆଜି ତାଙ୍କୁ ଅନ୍ୟ ରାଜନେତାଙ୍କ ଠାରୁ ଟିକେ ଭିନ୍ନ ପରିଚୟ ଦେଇଛି ଓଡିଶା ରାଜନୀତି ରେ l ସବୁବେଳେ ସମସ୍ତଙ୍କ ପାଇଁ ସାହାଯ୍ୟ ଓ ସହଯୋଗ କରିବାକୁ ମୋକିମ ଆଗେଇ ଆସନ୍ତି l ଦଳୀୟ ରାଜନୀତିରେ ବି ତାଙ୍କର ଦବଦବା କିଛି କମ୍ ନୁହେଁ l ନିର୍ବାଚନ ଜିତନ୍ତୁ କି ହାରନ୍ତୁ, ଲୋକଙ୍କ ନେତା ହେଇ ସେ ରହିବାକୁ ପସନ୍ଦ କରନ୍ତି l ଯାହା ତାଙ୍କୁ ଆଜି କଟକ ଜିଲ୍ଲା ନୁହେଁ, ଓଡିଶା ରାଜନୀତିରେ ପ୍ରତିଷ୍ଠିତ କରିପାରିଛି l

ମନମୋହନ ସାମଲ : ମନମୋହନ ସାମଲ l ଜଣେ ଲଢୁଆ ରାଜନେତା ଭାବେ ସେ ପରିଚୟ ସୃଷ୍ଟି କରିଛନ୍ତି ଓଡିଶା ରାଜନୀତିରେ l ନିର୍ବାଚନ ରାଜନୀତିରେ ସେତେଟା ସଫଳ ହୋଇନଥିବା ମନମୋହନ ସାମଲ ନେତୃତ୍ଵ ନେବାର ବଡ ରାଜନେତା ଭାବେ ଓଡ଼ିଶା ରାଜନୀତିରେ ଉଦ୍ଭା ହୋଇଛନ୍ତି l ଆତ୍ମ ବିଶ୍ୱାସ ଓ ରଣକୌଶଳ ବଳରେ ସବୁ ଅସମ୍ଭବ କାମକୁ ସେ ସମ୍ଭବ କରିପାରନ୍ତି ତାଙ୍କର ରଣନୀତିରେ l ଯେତିକି ଚର୍ଚ୍ଚିତ ସେ ସେତିକ ମିଳାପି ମଧ୍ୟ ସେ l ବିଜେପି ରାଜନୀତିରେ ସେ ହେଉଛନ୍ତି ଜଣେ ଭାଗ୍ୟବାନ ରାଜନେତା l ତାଙ୍କ ସଭାପତି ସମୟରେ ବିଜେପି ସବୁବେଳେ ରାଜ୍ୟରେ ଅଧିକ ଫାଇଦା ପାଇଛି l ରାଜନୀତିରେ ସଫଳତା ହାସଲ କରିବାରେ ତାଙ୍କୁ ଭାଗ୍ୟ ସବୁବେଳେ ସାଥ ଦେଇଥାଏ l

(ଵିଦ୍ର: ଯାହା ଜନ ମାନସରେ ଆଲୋଚନା ହୁଏ, ତାହା ଆମେ ଉପସ୍ଥାପନ କରିଛୁ, ଏହି ଲେଖାରେ କାହାକୁ ଉଚ୍ଚ କି ନୀଚ ବା ଶକ୍ତିଶାଳୀ ରାଜନେତା ର ଆକ୍ଷା ଦେବା ଆମର ଉଦ୍ଦେଶ୍ୟ ନୁହେଁ,)

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles