ନବୀନ କହିଲେ ମୁଁ ଋଣୀ : ମା’ମାନେ ଆମ ଦଳକୁ ଆର୍ଶୀବାଦ କରିଛନ୍ତି ..

- Advertisement -

ଭୁବନେଶ୍ୱର : ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୃତିି ପୂରଣ କରିବୁ । ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପ ନିର୍ବାଚନରେ ବିଜେଡ଼ି ଭଲ ବ୍ୟବଧାନରେ ବିଜୟ ଲାଭ କରିବା ପରେ ବାଲେଶ୍ୱରବାସୀ ଓ ତିର୍ତ୍ତୋଲବାସୀଙ୍କକୁ ସମ୍ବୋଧନ କରି ନବୀନ ସେମାନଙ୍କ ପାଖରେ ଋଣୀ ବୋଲି କହିଛନ୍ତି । ଏହାସହ କୋଭିଡ଼ ସମୟରେ କର୍ମୀମାନେ ଦକ୍ଷତାର ସହ କାମ କରିଥିବାରୁ କର୍ମୀ ଓ ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ଲକ୍ଷ ନେଇ ବିଜେଡ଼ି ୨୦ ବର୍ଷ ଧରି କାମ କରୁଛି ସେ ମନ୍ତ୍ର ନବ ନିର୍ବାଚିତ ଦୁଇ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସଙ୍କୁ ଗୁରୁମନ୍ତ୍ରୀ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଥିଲେ ଯେ ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସମସ୍ୟା ସହ ନିଜକୁ ଜଡ଼ିତ ରୁହ  ଓ ସମସ୍ୟ ସମାଧାନ ନହେଲେ ମତେ ଜଣାଅ । ନିରନ୍ତରଣ ସେବା ଜାରୀ ରଖ । ଭର୍ଚ୍ଚୁଆଲ ସଭାରେ ନବୀନଙ୍କ ଏହି କେଇ ପଦ ବାଣୀ ନେତା ଓ କର୍ମୀଙ୍କୁ ଉତ୍ସlହିତ କରିଛି । ଏହାସହ ବାଲେଶ୍ୱର ଓ ତିର୍ତ୍ତୋଲ ବିଜୟ ଲୋକଙ୍କ ବିଜୟ ବୋଲି ନବୀନ କହିଛନ୍ତି । ବିଶେଷକରି ମା’ମାନେ ଆମ ଦଳକୁ ଆର୍ଶୀବାଦ କରିଛନ୍ତି । ୨୦ବର୍ଷ ଧରି ନବୀନଙ୍କ ଏପରି ଆଭିମୁଖ୍ୟ ଯୋଗୁଁ ଓଡ଼ିଶାବାସୀ ନବୀନଙ୍କୁ ବାରମ୍ବାର ଭୋଟ ଦେଇ ବିଜୟ କରି ଆସୁଛନ୍ତି । ଯାହା ବିଜେଡ଼ିର ସବୁଠାରୁ ବଡ଼ ସଫଳତା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles