୯ଦିନ ଗଡିବ ମା ବିରଜାଙ୍କ ବିଜୟା ରଥ

- Advertisement -

 ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା। ଶ୍ରୀକ୍ଷେତ୍ର ପରେ ବିରଜା କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ମାସରେ ନଅ ଦିନ ଧରି ହେଉଥିବା ବେଳେ ମା ବିରଜାଙ୍କ ରଥଯାତ୍ରା ଆଶ୍ବିନ ମାସରେ ଅନୁଷ୍ଠିତ ହୁଏ। ଏକମାତ୍ର ଦେବୀପୀଠ ବିରଜା କ୍ଷେତ୍ରରେ ରଥଯାତ୍ରା ହୁଏ। ମା ବିରଜା ବିଜୟା ରଥରେ ବସି ବିଶ୍ବର ମଙ୍ଗଳ ପାଇଁ ମନ୍ଦିର ଚାରିପାଖେ ୯ଦିନ ଧରି ପରିକ୍ରମା କରନ୍ତି। ମା ଙ୍କ ରଥଯାତ୍ରାକୁ ନେଇ ଚଳଚଂଚଳ ହୋଇଉଠିଛି ବିରଜା କ୍ଷେତ୍ର।

ଭାରତ ବର୍ଷର ୫୧ଟି ଶକ୍ତି ପୀଠ ମଧ୍ୟରୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶକ୍ତି ପୀଠ ଅନ୍ୟତମ। ଦଶହରା ସମୟରେ ମାଙ୍କ ରଥଯାତ୍ରା ୯ ଦିନ ବ୍ୟାପୀ ଅନୁଷ୍ଠିତ ହୁଏ। ମନ୍ଦିର ବେଢ଼ା ଚତୁଃପାର୍ଶ୍ବରେ ବିଜୟା ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇଥାନ୍ତି। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ରଥଯାତ୍ରାରେ ସାମିଲ ହୋଇ ରଥରେ ମାଙ୍କୁ ଦର୍ଶନ କରିଥାନ୍ତି। ରଥର ସାରଥି ହେଉଛନ୍ତି ସ୍ୱୟଂ ବ୍ରହ୍ମା। ରଥରେ ନବଗ୍ରହ, ଦଶଦିଗପାଳ ରହିଛନ୍ତି । ମା’ ବିରଜାଙ୍କ ଏହି ପ୍ରସିଦ୍ଧ ବିଜୟା ରଥଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ରହିଛି ଅପାର ଶ୍ରଦ୍ଧା ଓ ଉତ୍କଣ୍ଠା।

ପତିପଦ ଠାରୁ ମା ବିରଜାଙ୍କ ରଥଯାତ୍ରା ଆରମ୍ଭ ହୋଇ ନବମୀ ଯାଏ ରଥ ବେଢା ପରିକ୍ରମା କରେ। ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ପୂଜା ଆରମ୍ଭ କରିବା ପରେ ରଥ ପ୍ରତିଷ୍ଠା କରାଯାଇଥାଏ । ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣାଯାଏ। ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ଯାଏ ରଥଟଣା ଯାଏ। ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ।

ବିରଜାଙ୍କ ରଥଯାତ୍ରା ଭାରତୀୟ ଶକ୍ତି ପରମ୍ପରାର ଏକ ସ୍ବତନ୍ତ୍ର ଉତ୍ସବ। ଭାରତ ବର୍ଷର କୌଣସି ଦେବୀ ପୀଠରେ ରଥଯାତ୍ରା ହେଉନଥିବା ବେଳେ ବିରଜାଙ୍କ ପୀଠରେ ରଥଯାତ୍ରା ଏକ ଆଧ୍ୟାର୍ମିକ ପରମ୍ପରା ସୃଷ୍ଟି କରେ। ରଥଯାତ୍ରାର ଶେଷ ଦିନ ମଧ୍ୟରାତିରେ ମା ଲାଖବିନ୍ଧା ପଡ଼ିଆକୁ ଯାଇ ବିଶ୍ବର ମଙ୍ଗଳ ପାଇଁ ଚାରି ଦିଗକୁ ଚାରୋଟି ତୀର ମାରିଥାନ୍ତି। ପାପର ବିନାଶ ଓ ପୁଣ୍ୟର ପ୍ରତିଷ୍ଠା ପାଇଁ ମା ବିଜୟା ରଥରେ ରଥାରୁଢ ହୋଇ ୯ଦିନ ଧରି ରଥଯାତ୍ରା ଅନୁଷ୍ଠତ ହେବା ସହ ଶେଷରେ ମହିଁଷାସୁର ବଦ୍ଧ କରିଥାନ୍ତି।

- Advertisement -

Related Articles

Stay Connected

20,832FansLike
0FollowersFollow
22,900SubscribersSubscribe
- Advertisement -spot_img

Latest Articles