ମୁମ୍ବାଇରେ ଗୁଜବ: ଏକାଠି ହେଲେ ହଜାର ହାଜର ଲୋକ

- Advertisement -

ମୁମ୍ବାଇ :ବର୍ତ୍ତମାନ ସାରା ଦେଶରେ କରୋନା ଭୟଙ୍କର ରୁପ ନେଉଛି।ଏହାକୁ ଦେଖି ଗତକାଲି ପ୍ରଧାନମନ୍ତ୍ରୀ ଲକ୍ ଡାଉନକୁ ଆଉ ୧୯ ଦିନ ପାଇଁ ବୃଦ୍ଧି କରିଛନ୍ତି। ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟ ତାଲା ବନ୍ଦ ମେ ୩ ତାରିଖରେ ଖୋଲିବ ।ଇତି ମଧ୍ୟରେ ଗତକାଲି ମୁମ୍ବାଇରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଗୁଜବ ପ୍ରଭାବରେ ହାଜର ହଜାର ଲୋକ ବାନ୍ଦ୍ରାଠାରେ ଏକାଠି ହୋଇଥିଲେ । ଯାହାକି ଚିନ୍ତାର ବିଷୟ। କାରଣ ବର୍ତ୍ତମାନ ମହାରାଷ୍ଟ୍ର ଭାରତର କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ। ଏଠାରେ ଲୋକ ଏକାଠି ହେବାର ମୁଖ୍ୟ କାରଣ ଏକ ଗୁଜବ ବୋଲି କୁହାଯାଇଛି। ଏଥିପାଇଁ ପୋଲିସ ବିନୟ ଦୁବେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।
ଲକ୍‌ଡାଉନ୍‌ ଶେଷ ହେବ ଓ ଟ୍ରେନ୍‌-ବସ୍‌ ଚଳାଚଳ ଆରମ୍ଭ ହେବ ଏଭଳି ଏକ ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲା। ଯାହା କି ବିନୟ ଦୁବେ ନାମକ ଜଣେ ବ୍ୟକ୍ତି କରିଥିଲା। ଏହା ଶୁଣିଲା ପରେ ଘଣ୍ଟାକ ମଧ୍ୟରେ ବିଭିନ୍ନ ରାଜ୍ୟରୁ ରହୁଥିବା ଲୋକମାନେ ସେଠାରେ ରୁଣ୍ଡ ହେବାରେ ଲାଗିଥିଲେ। ନିଜ ରାଜ୍ୟକୁ ଯିବା ପାଇଁ । ଶ୍ରମିକ ମାନଙ୍କ କହିବା କଥା ହେଉଛି କରୋନା ଦାଉଠାରୁ ଭୋକର ଦାଉ ସେମାନଙ୍କ ପାଇଁ ଅଧିକ କଷ୍ଟକର ହୋଇପଡିଛି। ସେମାନେ ଏବେ ନିଜ ଘରକୁ ଯିବା ପାଇଁ ଚଂହୁଛନ୍ତି।ହଠାତ୍ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଭିଡ଼କୁ ଦେଖି ମୁମ୍ବଇ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହାପରେ ଭିଡ଼ ଘଉଡାଇବା ପାଇଁ ପୋଲିସ ପ୍ରଥମେ ସେଠାରେ ଥିବା ଲୋକଙ୍କୁ ବୁଝାଥିଲା ।ପରେ ଭିଡ଼ ବଢିବା ଦେଖି ବାଧ୍ୟ ହୋଇ ଲାଠି ଚାଳନା କରିବାକୁ ପଡିଥିଲା ମୁମ୍ବାଇ ପୋଲିସକୁ ।
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଗୋଟେ ଗୁଜବ ଶୁଣି ଯେଉଁଠି ହଜାର ହଜାର ଲୋକ ରୁଣ୍ଡ ହେଉଛନ୍ତି। ସେଠି ସରକାର କେମିତି ଜାଣିପାରିଲେ ନାହିଁ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles