୨ଲକ୍ଷ ୬୬ହଜାର କାଳିଆ ଅଯୋଗ୍ୟ : ଫେରାଇବେ ଟଙ୍କା

- Advertisement -

ଅଯୋଗ୍ୟକୁ କିଏ କଳା ଯୋଗ୍ୟ

ନିର୍ବାଚନ ପାଇଁ ଦିଆଯାଇଥିଲା କି ଟଙ୍କା

ସରକାରଙ୍କ ଏହା ଥିଲା କି ଷଡ଼ଯନ୍ତ୍ର

କାଳିଆ ନବୀନଙ୍କ ଗୁଣଗାନ କଲା ନା ବଦନାମ କଲା

କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏକଥା କେବଳ ରାଜ୍ୟ ସରକାର ନୁହେଁ, ବହୁ ବିଶେଷଜ୍ଞମାନେ ଏହି ଯୋଜନାର ପ୍ରଶଂସା କରିଥିଲେ । ହେଲେ ଲହି ଯୋଜନା ଏବେ ସରକାର ଓ ସାଧାରଣ ଲୋକଙ୍କୁ ମୁଣ୍ଡ ବିନ୍ଧାଇଳାଣୀ । ନିର୍ବାଚନ ପୂବରୁ ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର କାଳିଆ ଟଙ୍କା ଦେଇଛନ୍ତି । ଯାହାକୁ ଚିହ୍ନଟ କରି ଏବେ ଟଙ୍କା ଫେରାଇବା ପାଇଁ ଯୋଜନା କରୁଛି କୃଷିବିଭା । କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ତେବେ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ କିଏ ଓ କିପରି , କାହିକଁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କା ଦେଲା ତାହାକୁ ନେଇ ସରକାରଙ୍କୁ ଘେରିଲେଣୀ ବିରୋଧୀ ।

ସରକାରଙ୍କ ଯୁକ୍ତି ଅଯୋଗ୍ୟ ହିତାଧିକାରଙ୍କ ଠାରୁ ଟଙ୍କା ଫେରସ୍ତ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବ । ତେବେ ଏପରି ବଡ଼ ଘୋଟାଲାର ମୁଖ୍ୟ ଷଡ଼ଯନ୍ତ୍ର କାରୀ କିଏ । ତାହାର ତଦନ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି । ସେପଟେ ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିବେ ସେମାନଙ୍କୁ ସାମିଲ କରିବାକୁ ନୋଡାଲ ଅଫିସରଙ୍କୁ କୁହାଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଏ ସମ୍ପର୍କିତ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ।

କାଳିଆ ଯୋଜନାରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ଚାଲିଛି । ସରକାରଙ୍କ ପାଖକୁ ଆସିଥିବା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏ ଯାବତ୍ ୭୨ ପ୍ରତିଶତ ଅର୍ଥାତ ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କର ଯାଞ୍ଚ ସରିଛି । ଯେଉଁଥିରେ ୨ ଲକ୍ଷ ୬୬ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସେହିପରି ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୪ ତାରିଖ ପର‌୍ୟ୍ୟନ୍ତ ଧାର‌୍ୟ୍ୟ କରାଯାଇଥିବା ସମୟ ମଧ୍ୟରେ ମାତ୍ର ୧୩ ଲକ୍ଷ ହିତାଧିକାରୀଙ୍କର ଯାଞ୍ଚ ହୋଇଥିଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles