ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଦଶମ ଦିନର ଯାତ୍ରା ମୟୁରଭଞ୍ଜର ଗଡ଼ଦେଉଳିଆ ଠାରୁ ଆରମ୍ଭ କଲା…

() ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଦଶମ ଦିନର ଯାତ୍ରା ମୟୁରଭଞ୍ଜର ଗଡ଼ଦେଉଳିଆ ଠାରୁ ଆରମ୍ଭ କଲା।

ମୟୁରଭଞ୍ଜ ଜିଲ୍ଲା ପ୍ରତି ନବୀନ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି – ଶରତ ପଟ୍ଟନାୟକ।

{} ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶାର ଦଶମ ଦିନର ଯାତ୍ରା ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଗଡ଼ଦେଉଳିଆ ଠାରୁ ଆରମ୍ଭ ହୋଇଥିଲା । ଏକ ବିଶାଳ ଶୋଭାଯାତ୍ରା ବୈସିଙ୍ଗା ଠାରେ ପଂହଚିଥିଲା । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ ଦାସ ଏକ ବିଶାଳ ପଟ୍ଟୁଆରରେ ଶ୍ରୀ ପଟ୍ଟନାୟକ ଏବଂ ଭାରତଯୋଡ଼- ଓଡ଼ିଶା ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।

ଏହାପରେ ଏହି ଯାତ୍ରାକୁ ବେତନଟୀର ବଙ୍ଗଳାଛକ ଠାରେ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବେତନଟୀର ବଙ୍ଗଳା ଛକଠାରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ, ପ୍ରଖ୍ୟାତ ଜନନାୟକ ସ୍ୱର୍ଗତ ପ୍ରଶନ୍ନ ଦାସଙ୍କର ଏକ ଆବକ୍ଷ ପ୍ରତିମୂର୍ତି ଉନ୍ମେ୍‌ାଚନ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ଉନ୍ମୋଚନ ଉତ୍ସବରେ ଯୋଗଦେଇ ମୟୁରଭଞ୍ଜ ବିକାଶରେ ପ୍ରଶନ୍ନ ଦାସଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରଶନ୍ନ ଦାସଙ୍କର

ଦୀର୍ଘ ରାଜନୈତିକ ଜୀବନର କୀର୍ତି ଓ କୃର୍ତି ସଂପର୍କରେ ଶ୍ରୀ ନିରଞ୍ଜନ ପଟ୍ଟନାକୟ ମଧ୍ୟ ତାଙ୍କ ଅଭିଭାଷଣଷର କହିଥିଲେ । ସ୍ୱର୍ଗତ ଦାସଙ୍କ ପରିବାରବର୍ଗଙ୍କ ସହ ଏହି କଂଗ୍ରେସ ନେତୃବୃନ୍ଦମାନେ ଆଲୋଚନା କରିବା ସହ ତାଙ୍କର ସ୍ମୃତି ମନ୍ଥନ କରିଥିଲେ । ଏହାପରେ ଭାରତ ଯୋଡ଼ ଯାତ୍ର-ଓଡ଼ିଶା ସମଗ୍ର ବେତନଟୀ ବଜାର ପରିକ୍ରମା କରିଥିଲା । ସେଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆସନ୍ତା କାଲି ଭାରତ ଯୋଡ଼ ଯାତ୍ର-ଓଡ଼ିଶା ବାରିପଦା ସହରରୁ ଆରମ୍ଭ ହେବ । ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ ମୟୁୂରଭଞ୍ଜ ଜିଲ୍ଲା ପ୍ରତି ନବୀନ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ତାଙ୍କର ୨୨ ବର୍ଷ ଶାସନକାଳରେ ମୟୁରଭଞ୍ଜ ଜିଲ୍ଲା ସଂପୂର୍ଣ୍ଣ ଉପେକ୍ଷିତ । କଳିଙ୍ଗନଗର ଗଣହତ୍ୟା ଘଟଣାରୁ ସ୍ପଷ୍ଟ ଯେ ନବୀନ ସରକାର ଆଦିବାସୀ ବିରୋଧି । ଏହି ଜିଲ୍ଲାରେ ଏବେବି ୧ଲକ୍ଷ ୬୪ ହଜାର ପରିବାରଙ୍କ ପାଖରେ ମୁଣ୍ଡଗୁଞ୍ଜିବା ପାଇଁ ଘର ନାହିଁ । ୪୦୨୫ ପ୍ରାଇମେରୀ ସ୍କୁଲ ମଧ୍ୟରୁ ୧୦୦୦ ସ୍କୁଲକୁ ସରକାର ବନ୍ଦ କରିଦେଇଛନ୍ତି । ୨୨୦୦ ହାମଲେଟରେ ଏପର୍ଯ୍ୟନ୍ତ ୨୨ ବର୍ଷର ନବୀନ ସରକାର ବିଦ୍ୟୁତକରଣ କରିପାରିଲେ ନାହିଁ । କଂଗ୍ରେସ ସରକାର ଅମଳରେ ଏହି ଜିଲ୍ଲାରେ ଯେଉଁ ଶିଳ୍ପ ପ୍ରତିଷ୍ଠା ହୋଇଥିଲା-ନିକୋ କେବୁଲ, ସ୍ପିନିଙ୍ଗ ମିଲ, ଗଞ୍ଜି କାରଖାନା, ଚପଲ କାରଖାନା, ରାଇରଙ୍ଗପୁର ଠାରେ ମଧ୍ୟ ବହୁ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା । ଏ ସବୁ ଶିଳ୍ପର ପୁନରୁର୍ଦ୍ଧାର କରାଯାଇ ପାରିଲା ନାହିଁ । କିନ୍ତୁ ୨୨ବର୍ଷ ଭିତରେ ଗୋଟିଏବି ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଇ ନାହିଁ । ୨୦୨୧ ମସିହା ଜୁଲାଇ ମାସରେ ୧୫ଟି କ୍ଷୁଦ୍ର

ଜଳସେଚନ ପ୍ରକଳ୍ପ ଗୁଡ଼ିକର ନାମ ଘୋଷଣା କରିଥିଲେ, ମାତ୍ର ଆଜି ପର୍ଯ୍ୟନ୍ତ ଏହାର ଶୁଭାରମ୍ଭ ହୋଇପାରିଲା ନାହିଁ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଆଜି ପର୍ଯ୍ୟନ୍ତ ସମାପ୍ତ ହେଲା ନାହିଁ । ଦେଓ ଜଳସେଚନ ପ୍ରକଳ୍ପର ସଂପୂର୍ଣ୍ଣ କାର୍ଯ୍ୟକାରିତା ହେଲା ନାହିଁ । ମୟୁରଭଞ୍ଜ ଜିଲ୍ଲାର ଟୁରିଜମ କ୍ଷେତ୍ରରେ ଯେଉଁ ସୁଯୋଗ ରହିଛି ଯଥା ବଢ଼େଇପାଣି, ଭୀମକୁଣ୍ଡ, ଶିମିଳିପାଳ ଇତ୍ୟାଦି ବହୁ ଦର୍ଶନୀୟ ସ୍ଥାନ ଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁ ନାହୁଁ ଏଣୁ ଏହି ଆଦିବାସୀ ବହୁଳ ଅଂଚଳ ନବୀନ ସରକାରର ଉଦାସୀନତାରେ ଶିକାର । ଏଠି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା

ଭୁଷୁଡ଼ି ପଡ଼ିଛି । ସଂପୂର୍ଣ୍ଣ ସରକାରୀ ହାଇସ୍କୁଲ ମାନଙ୍କରେ ହେଡମାଷ୍ଟର ପଦବୀ ଖାଲି । ୫୦ ପ୍ରତିଶତ ହାଇସ୍କୁଲରେ ଶିକ୍ଷକ ମରୁଡ଼ି ତେଣୁ ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ଏଣୁ ୫ଟିର ମୋ ସ୍କୁଲ ବ୍ୟବସ୍ଥା ଏଠି ବିଫଳ । ମୟୁରଭଞ୍ଜ ଜିଲ୍ଲା କଳା ଓ ସଂସ୍କୃତିର ପୂଣ୍ୟକ୍ଷେତ୍ର । ଏଠି ବହୁ ପ୍ରସିଦ୍ଧ କଳାକାର, ସାହିତ୍ୟିକ, କବି, ଲେଖକ ଓ ଗୀତିକାରଙ୍କ ଜନ୍ମ । ଏ ମାଟି ମହିମାମଣ୍ଡିତ । ଦିନେ ପଣ୍ଡିତ ଗୋପବନ୍ଧୁଙ୍କର ମଧ୍ୟ ଏ ମାଟି କର୍ମକ୍ଷେତ୍ର ଥିଲା । ନବୀନ ସରକାରର ଉଦାସୀନତା ପାଇଁ ଏଠାରେ ବିକାଶ ହୋଇପାରୁ ନାହିଁ । ସରକାରୀ ଯୋଜନା ସବୁ ବାଟମାରଣା । ଆଦିବାସୀ ଲୋକଙ୍କୁ ବିକାଶାର ସ୍ୱପ୍ନ ଦେଖାଇ ନବୀନ ସରକାର ଲୁଣ୍ଠନ କରୁଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ଯୁବକଯୁବତୀ

ମାନେ ନିଯୁକ୍ତି ନପାଇ ହତାଶ । ସେହିପରି ପ୍ରଚାର ସର୍ବସ୍ୱ ମୋଦି ସରକାର ଏ ଦେଶର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଛନ୍ତି । ଏ ରାଷ୍ଟ୍ରର ସମ୍ବଳ ବୋଲି କିଛି ନାହିଁ । ମୋଦିଙ୍କର ଗୁଣଗ୍ରାହୀ ଶିଳ୍ପପତିମାନେ ଆଜି ଦେଶର ଖଣି, ଖାଦନ, ସରକାରୀ ଶିଳ୍ପ, ରେଳବାଇ, ବନ୍ଦର, ଇଣ୍ଡିଆନ ଏୟାରଲାଇନ୍ସ,ଏଲଆଇସି ପ୍ରଭୃତିକୁ ଦଖଲ କରିନେଲେଣି । ଜର୍ମାନର ନାଜିବାଦ ଶାସନର ଚିତ୍ର ଏବେ ଭାରତରେ ପରିଦୃଷ୍ଟ । ସମସ୍ତ ସରକାରୀ ଅନୁଷ୍ଠାନ, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନ ଆଜି ବିଜେପି ଓ ଆରଏସଏସର ନିର୍ଦ୍ଦେଶରେ ପରିଚାଳିତ । ଜାତୀୟ ଶିକ୍ଷାନୀତି-୨୦୨୦

ଆରଏସଏସର ଚିନ୍ତାଧାରାରେ ଗଠିତ । ଯାହାକି ଦେଶର ସ୍ୱାର୍ଥ ବିରୋଧି । ମହଙ୍ଗା ମାଡ଼ରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଥିବା ବେଳେ ମୋଦିମାର୍କା ବିକାଶ ଏକ ପ୍ରହଶନ ରେ ପରିଣତ ହୋଇଛି । ବିଜେଡ଼ି ଓ ବିଜେପି ଗୋଟିଏ ଚିନ୍ତାଧାରାରେ ଚାଲୁଥିବା ଦୁଇଟି ରାଜନୈତିକ ଦଳ । ଯିଏ ଦେଶର ଦୁର୍ଦ୍ଦିନ ଓ ଦୁର୍ଦ୍ଦଶା ପାଇଁ ଦାୟୀ । ଏମାନଙ୍କ କବଳରୁ ରାଷ୍ଟ୍ର ଓ ରାଜ୍ୟକୁ ରକ୍ଷାକରିବା ପାଇଁ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଅଭିପ୍ରେତ ।

ନବୀନ ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ଓ ଲୁଣ୍ଠନ ପ୍ରସଙ୍ଗରେ ଭାରତ ଯୋଡ଼ ଯାତ୍ରା ଓଡ଼ିଶାର ଜନସାଧାରଣଙ୍କୁ ଜାଗ୍ରତ କରୁଛି । ଆଜିର କାର୍ଯ୍ୟକ୍ରମରେ ସୁଶିଳା ତିରିଆ, ଗଣେଶ୍ୱର ବେହେରା, ନବଜ୍ୟୋତି ପଟ୍ଟନାୟକ,ସନତ ଦାସ, ବନ୍ଦିତା ପରିଡ଼ା, ୟାସିର ନୱାଜ, ବିଶ୍ୱଜିତ ଦାଶ, ପ୍ରଦୀପ ରଥ, ହିମାଂଶୁ ପରିଡ଼ା, ଜାନକୀ ବଲ୍ଲଭ ପଟ୍ଟନାୟକ, ଅଜିତ ଜେନା,ଶ୍ୟାମସୁନ୍ଦର ହାଂସଦା,ନିରୋଜ ଲୋଚନ ଦାସ, ଅରବିନ୍ଦ ଦାସ,ବାଙ୍କନିଧି ବେହେରା, ଶ୍ୟାମଚରଣ ହାଂସଦା, କ୍ଷିରୋଦ ପାତ୍ର, ପ୍ରକାଶ ମିଶ୍ର,ରଜନୀ ମହାନ୍ତି, ଜ୍ୟୋତି ପ୍ରକାଶ ରଥ, ଯୋଗେଶ ଅଗ୍ରୱାଲ, ଅଶୋକ କୁମାର ଗିରି, ଜ୍ଞାନରଞ୍ଜନ ପଟ୍ଟନାୟକ,ସଂଜୟ ତ୍ରିପାଠୀ,ପ୍ରଦୀପ ମହାପାତ୍ର,ସୁବ୍ରତ ମହାପାତ୍ର, ସସ୍ମିତା ଘୋଷାଲ, ଅଂଶୁମାନ ଦାସ,ମୋତି ପ୍ରକାଶ ଦାସ, ଅଶୋକ ଦାସ, ସୁଶାନ୍ତ ତ୍ରିପାଠୀ, ବିଭୁତି ଭୂଷଣ ମହାପାତ୍ର, ଗୌତମ ସାହୁ, ସତ୍ୟବ୍ରତ ନାୟକ,ମିନକେତନ ବେହେରା,ମନୋଜ ବିଶ୍ୱାଳ, ନିହାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଭାରତ ଯୋଡ଼ ଯାତ୍ରା –ଓଡ଼ିଶାର ମିଡ଼ିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ସାମୁଦ୍ରିକ ପ୍ରଥାକୁ ନେଇ ଆୟୋଜିତ ୩ ଦିନିଆ ସମ୍ମିଳନୀ ‘ସମୁଦ୍ରମନ୍ଥନ’ ଉଦ୍‌ଯାପିତ…

() ଭାରତର ସାମୁଦ୍ରିକ ପରଂପରା, ଏହାର ବର୍ତମାନର ସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନାକୁ ନେଇ ଶିକ୍ଷା ମନ୍ତ୍ରଣାଳୟର ପରିଚାଳିତ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ କଟକ ଠାରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଏହାର ଉଦ୍‌ଘାଟନ ପରେ ପରର୍ବତୀ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଭିନ୍ନ ପାନେଲ୍ ଆଲୋଚନା ଏବଂ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାର ଉତ୍କର୍ଷକୁ ନେଇ୨୦୪୭ ସୁଦ୍ଧା ଦେଶର ସାମୁଦ୍ରିକ ଭବିଷ୍ୟତ ବିଷୟରେ ଏକ ଦସ୍ତାବିଜ ପ୍ରସ୍ତୁତ କରାଯିବ ।

ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ଉପରେ ପ୍ରସ୍ତୁତ ଧାରା ପର୍ଯ୍ୟାୟର ୬ଷ୍ଠ ସଂସ୍କରଣ ହୋଇଥିବା ବେଳେ ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ପ୍ରଥାକୁ ନେଇ କଟକ ଠାରେ ଆୟୋଜିତ ହେଉଥିବା ବାଲିଯାତ୍ରା ସହିତ ଆୟୋଜନ କରାଯାଇଥିଲା । ସମ୍ମିଳନୀରେ ଉପସ୍ଥିତ ଥିବା ବିଶେଷଜ୍ଞମାନେ ଭବିଷ୍ୟତରେ ଭାରତୀୟ ସାମୁଦ୍ରିକ ସକ୍ଷମତା ଆଧୁନିକ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଓ ନୂତନ ଜ୍ଞାନ ଦକ୍ଷତା ଉପରେ ନିର୍ଭର କରିବ ବୋଲି ମତ ପ୍ରକାଶ କରିଥିଲେ ।

ସେହିପରି ସାମୁଦ୍ରିକ ପରଂପରାକୁ ନେଇ କିଭଳି ଅଧିକ ଗବେଷଣା କରାଯାଇପାରିବ ଏବଂ ଏ ବିଷୟରେ ସଚେତନତା ସୃଷ୍ଟି କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ସମ୍ମିଳନୀରେ ସାମୁଦ୍ରିକ ଇତିହାସ: ଅବସ୍ଥାନ, ଜାହାଜ ନିର୍ମାଣ ଓ ଚଳାଚଳ, ସଂଗ୍ରହାଳୟ ମାଧ୍ୟମରେ ସାମୁଦ୍ରିକ ପରମ୍ପରାର ସଂଯୋଗ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନ ପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀକ ଆଇନ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହି ସମ୍ମିଳନୀରେ ବିଶେଷଜ୍ଞ ଭାବେ ପ୍ରଫେସର କିଶୋର କେ. ବାସା, ଭାଇସ୍ ଆଡମିରାଲ୍ ରମନ୍ ପୁରୀ (ଅବସରପ୍ରାପ୍ତ), ଭାଇସ୍ ଆଡମିରାଲ୍ ଶେଖର ସିହ୍ନା (ଅବସରପ୍ରାପ୍ତ), ଡକ୍ଟର ଅମିତ କୁମାର, ଡକ୍ଟର ଲଳିତେନ୍ଦୁ ମହାପାତ୍ର, କମୋଡର ଓଡାକଲ୍ ଜନ୍‌ସନ୍ (ଅବସରପ୍ରାପ୍ତ), କମୋଡର ଶ୍ରୀକାନ୍ତ କେ. କେସନୁର (ଅବସରପ୍ରାପ୍ତ), ଶ୍ରୀମତି ଶ୍ରେୟଙ୍କା ବାସୁ, ଶ୍ରୀ ସ୍ୱରୁପ ଭଟ୍ଟାଚାର୍ଯ୍ୟ, କମାଣ୍ଡର ନୀନାଦ ପାଥେରଫେକର (ଅବସରପ୍ରାପ୍ତ), ଶ୍ରୀ ରାଜେଶ ମହାନ୍ତି, ପ୍ରଫେସର ପତିତପାବନ ମିଶ୍ର, ପ୍ରଫେସର ପଙ୍କଜ ଝା, କମୋଡର ସୋମେନ୍ ବାନାର୍ଜୀ, ଡକ୍ଟର ସୁନୀଲ୍ ପଟ୍ଟନାୟକ, ପ୍ରଫେସର ରାଜାରାମ ପଣ୍ଡା, ଶ୍ରୀମତି ରାଧିକା ଡାଗା, ଶ୍ରୀ ସନାତନ ଜେନା, ଡିଆଇଜି, ଡକ୍ଟର ମୋନିକା ବର୍ମା, ଶ୍ରୀ ଆନନ୍ଦ ନର୍‌ସିଂହନ୍ ଏବଂ ପ୍ରଫେସର ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

() ୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ ।

{} ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ ସିଲେକ୍‌ସନ କମିଶନଙ୍କୁ ଅନୁରୋଧ କରାଯାଇଛି। ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ।

ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ।ପ୍ରକାଶ ଥାଉ କି, ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। କମ୍ପୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି। ୫-ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି। ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବୀ ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ।

ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଉଦବୋଧନ…

ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଉଦବୋଧନ…

() ପୁଷ୍ଟି ସହ ସମୃଦ୍ଧି ଯୋଡି ହୋଇରହିଛି । ଆଜି ହେଉଛି ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ପୂଜାର ଦିନ । ଆଜି ଦିନଟିକୁ ଓଡିଶା ସରକାର ମାଣ୍ଡିଆ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ଆମେ ମାଣ୍ଡିଆ ଦିବସ ଭାବରେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି।ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପୁଷ୍ଟି ଯୋଗାଉଛି।

ଆମ ରାଜ୍ୟରେ ଛୋଟ ଚାଷୀ, ଗରିବ ଆଦିବାସୀ ଚାଷୀ ମାଣ୍ଡିଆ ଚାଷ କରିଥାନ୍ତି । ସେମାନଙ୍କ ଅବସ୍ଥାରେ ଉନ୍ନତି ଏବଂ ଲୋକଙ୍କୁ ପୁଷ୍ଟି ଯୋଗାଣ – ଏ ଦୁଇଟି ବିଷୟକୁ ଧ୍ୟାନ ଦେଇ ଆମେ Millet Mission ଆରମ୍ଭ କରିଛୁ । ଏଥିରେ ପାଞ୍ଚ ବର୍ଷରେ ଦୁଇ ହଜାର ଆଠ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ।ଆମର Millet Mission ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । United nations ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଛି । ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇଛି ।

ମୁଁ ଘୋଷଣା କରିବାକୁ ଚାହେଁ ଯେ ରାଜ୍ୟର ସବୁ ଜିଲ୍ଲାରେ Millet Mission କାର୍ଯ୍ୟକାରି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି । ଏବେ ଏହି Mission ସହ ୨ ଲକ୍ଷ ଚାଷୀ, ୮୨ଟି FPO ଓ ୧୨୦୦ ମିଶନ ଶକ୍ତି ଗ୍ରୁପ ସାମିଲ ହୋଇଛନ୍ତି । ଆଗକୁ ଆହୁରି ଚାଷୀ ଓ ମିଶନ ଶକ୍ତି ଗ୍ରୁପ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।ଆସନ୍ତୁ, ମାଣ୍ଡିଆକୁ ଶ୍ରେଷ୍ଠ ଆହାର ଭାବରେ ଲୋକପ୍ରିୟ କରିବା ।

କ୍ୟାପିଟାଲ ଏବଂ ବି.ଏମ୍.ସି. ହସ୍ପିଟାଲ୍ରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ ଫଣ୍ଡ…

()  ଭୁବନେଶ୍ୱର ଉନ୍ନତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟଏକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ୍ରେ ସୁପର ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ କର୍ପସ୍ ପାଣ୍ଠି ବ୍ୟବସ୍ଥାର ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ଖ୍ୟାତନାମା ଅଭିଜ୍ଞ ସୁପର ସ୍ପେସିଆଲିଷ୍ଟ୍ମାନଙ୍କୁ ଆପୋଷ ଦରମା ଚୁକ୍ତିଭିତ୍ତିରେ ଭୁବନେଶ୍ୱର ଆଡକୁ ଆକର୍ଷିତ କରାଯାଇପାରିବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ କହିଛନ୍ତି ଯେ କର୍ପସ୍ ପାଣ୍ଠିକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ବିନିଯୋଗ କରାଯିବ । ଅଭିଜ୍ଞ ଓ ଖ୍ୟାତନାମା ସ୍ପେସିଆଲିଷ୍ଟ୍ମାନଙ୍କୁ ଚୟନ କରିବା ନିମନ୍ତେ ବି.ଏମ୍.ସି. କମିଶନରଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ଭୁବନେଶ୍ୱର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓଡ଼ିଶା, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି । ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଖ୍ୟାତନାମା ବିଶେଷଜ୍ଞମାନଙ୍କର ଚୟନ ଓ ଦରମା ଚୁକ୍ତି ଆଦି ବିଷୟ ନିର୍ଦ୍ଧାରଣ କରିବେ ।  ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାପିଟାଲ୍ ହସ୍ପିଟାଲ୍କୁ ଏକ ଉନ୍ନତ୍ତମାନର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନଭାବେ ବିକଶିତ କରାଯାଉଛି । ଏହାର ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି । ସରକାରଙ୍କ ଏପରି ନିଷ୍ପତ୍ତିରେ ବୁଦ୍ଧିଜିବୀମାନେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଏହାଦ୍ୱାରା ସାଧାରଣ ଲୋକ ସୁପର ସ୍ପେସିଆଲିଷ୍ଟ୍ ଚିକିତ୍ସା ନିମନ୍ତେ ଘରୋଇ ଡ଼ାକ୍ତରଖାନାରେ ହେଉଥିବା ମୋଟାଅଙ୍କର ଖର୍ଚ୍ଚରୁ ରକ୍ଷାପାଇବେ ।

ବସ୍ତିମୁକ୍ତ ସହରର ମାନ୍ୟତା ପାଇଲା ହିଞ୍ଜିଳିକାଟୁ ଓ ଦିଗପହଣ୍ଡି…

() ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର,

୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେ ଆରମ୍ଭ ଟାଟା ଷ୍ଟିଲ ଓ ଜାଗା ମିଶନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ।

୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ସଂପୂର୍ଣ୍ଣ ବସ୍ତିମୁକ୍ତ ସହରର ମାନ୍ୟତା ପାଇଲା…।

ଡିସେମ୍ବର ୨୦୨୩ ସୁଦ୍ଧା ସାରା ରାଜ୍ୟ ହେବ ବସ୍ତି ମୁକ୍ତ ଭୂମି ଅଧିକାର ଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ – ମୁଖ୍ୟମନ୍ତ୍ରୀ ।

{} ସହରର ବସ୍ତିବାସିନ୍ଦା ମାନଙ୍କ ପାଇଁ ଆଜି ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମହାନଗର ନିଗମର ବସ୍ତିବାସିନ୍ଦା ମାନଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି। ସ୍ଥାନୀୟ କିଟ୍ କନ୍ଭେନସନ ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି ବସ୍ତି ଉନ୍ନୟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

୫ଟି ମହାନଗର ନିଗମରେ ବସ୍ତିବାସିନ୍ଦା ମାନଙ୍କୁ ଭୂମି ଅଧିକାର ଦେବା ପାଇଁ ଡ୍ରୋନ ସର୍ଭେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଇ ଦେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଞ୍ଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଥିଲେ ଏବଂ ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ଆଜି ଠାରୁ ସଂପୂର୍ଣ୍ଣ ବସ୍ତିମୁକ୍ତ ସହର ହେବାର ନୂଆ ପରିଚୟ ପାଇଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ବହୁତ ଖୁସିର ବିଷୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜମି ଅଧିକାର ସହିତ ବସ୍ତି ଅଞ୍ଚଳକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଉଛି। ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଜାଗା ମିଶନ କାର୍ଯ୍ୟକ୍ରମ ସାରା ବିଶ୍ବରେ ସୁନାମ ପାଇଛି। ଭାରତ ସରକାର ମଧ୍ୟ ଏହି ନୂଆ ଚିନ୍ତାଧାରା ପାଇଁ ପୁରସ୍କାର ଦେଇଛନ୍ତି। ଏ ମିଶନର ଫୋକସ ହେଉଛି People first।ଜାଗା ମିଶନରେ ଆଜି ପର୍ଯ୍ୟନ୍ତ ରାଜ୍ୟର ୧୦୫ଟି ସହରର ବସ୍ତି ଅଞ୍ଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଅଢେଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ନିଜର ଜାଗାଟିଏ ଓ ଘରଟିଏ ଥିଲେ, ଆମର ସ୍ବାଭିମାନ ବଢିଥାଏ। ଆମର ଏ ଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ, ଏହା ତାଙ୍କର ଦୃଢ ବିଶ୍ବାସ ବୋଲି ସେ କହିଥିଲେ।୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନକୁ ଏକ ଆଧ୍ୟାତ୍ମିକ ଯାତ୍ରା (Spiritual journey) ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ଆମ ପାଇଁ ଯଥେଷ୍ଟ ସଫଳତା ଓ ସନ୍ତୋଷ ଆଣିପାରିଛି।  ବସ୍ତିର ବିକାଶରେ ବସ୍ତି ଉନ୍ନୟନ ସଂଘ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସଂଘ ଗୁଡିକୁ ଆମେ ସରକାରଙ୍କ ଚତୁର୍ଥ ସଂଘ ଭାବେ ମାନ୍ୟତା ଦେଇଛୁ ଏବଂ ସେମାନଙ୍କ ବିକାଶ ଓ ଶାସନତନ୍ତ୍ର ବ୍ୟବସ୍ଥାରେ ଭାଗିଦାର ହେବାର ସୁଯୋଗ ଦେଇଛୁ । ବସ୍ତି ଉନ୍ନୟନ ସଂଘ ଗୁଡିକ ହିଁ ବିଜୁ ଆଦର୍ଶ କଲୋନୀର ପରିଚାଳନା କରିବେ । ବସ୍ତି ସମୁହର ଭିତ୍ତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟରେ ୨୫ ପ୍ରତିଶତ ଏହି ସଂଘ ଗୁଡିକୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସହର ଗୁଡିକ ଯେପରି ବସ୍ତିମୁକ୍ତ ହୋଇ ରହିବ, ବସ୍ତି ସୃଷ୍ଟି ହେବାର କାରଣର ଅନୁସଂଧାନ କରି ତାର ନିରାକରଣ ପାଇଁ ରାଜ୍ୟ ସରକାର ପାଇଲଟ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଓ ଅଭିବୃଦ୍ଧିର ସୁଫଳ ଉପରେ ଦେଶର ଗରିବ ଲୋକଙ୍କର ସମାନ ଅଧିକାର ଅଛି । ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଚୁପ ହୋଇ ବସି ପାରିବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ବସ୍ତି ବିକାଶ କାର୍ଯ୍ୟକ୍ରମ ସହରର ଗରିବ ଲୋକଙ୍କୁ ସମାନ ଅଧିକାର ଓ ନ୍ୟାୟ ପ୍ରଦାନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ରାଜ୍ୟର ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ଦୀର୍ଘସ୍ଥାୟୀ ଖୁସି ଆଣିବା ପାଇଁ ଆମର ଏହି ଆଧ୍ୟାତ୍ମିକ ଯାତ୍ରା ତାର ଭୂମିକା ଗ୍ରହଣ କରିଚାଲିବ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗ ଦେଇ ରାଜ୍ୟର ସହର ଗୁଡିକର, ବିଶେଷ କରି, ବସ୍ତି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ସାରା ଦେଶରେ ଏଭଳି ପଦକ୍ଷେପ ଅନନ୍ୟ ବୋଲି ସେ କରିଥିଲେ ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି। ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ବିଭିନ୍ନ ସହରାଞ୍ଚଳରେ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର ଓ ପୌର ପରିଷଦ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।

ଓଡ଼ିଶାରେ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଉଦ୍‌ଘାଟିତ

()  ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଗୁରୁତ୍ୱାରୋପ ସହିତ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍ ସୃଷ୍ଟି କରିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏକ ତିନି ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ମଙ୍ଗଳବାର ଏଠାରେ ଉଦ୍‌ଘାଟିତ ହୋଇଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ଭାରତର ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରିଥିଲେ ।

ମଙ୍ଗଳବାର କାର୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଉଦ୍‌ଘାଟିତ ହୋଇଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯକ୍ରମ ଆୟୋଜିତ କରାଯାଇଛି । ଏଥିରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ସହ ବର୍ତମାନର ପରିସ୍ଥିତି ଓ ଭବିଷ୍ୟତର ସମ୍ଭାବନା ଆଲୋଚନା କରାଯିବ ।

ଏହି ୩ ଦିନିଆ ସମ୍ମିଳନୀର ଶେଷ ଦୁଇ ଦିନର କାର୍ଯ୍ୟକ୍ରମ କଟକ ଠାରେ ଅବସ୍ଥାପିତ ଓଡ଼ିଶା ସାମୁଦ୍ରିକ ସଂଗ୍ରାହାଳୟରେ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଜାହାଜ ନିର୍ମାଣ, ଜାହାଜ ଚଳାଚଳ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀୟ ଆଇନ୍ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଲେଖକ ଶ୍ରୀ ସଞ୍ଜୀବ ସାନ୍ୟାଲ୍‌, ଆଇକେଏସ୍ ଡିଭିଜ୍‌ନ୍‌ର ଜାତୀୟ ସଂଯୋଜକ ପ୍ରଫେସର ଜି.ଏସ୍‌. ମୂର୍ତୀ, ଆଜାଦୀ କା ଅମୃତ ମହୋତ୍ସବର ନିର୍ଦ୍ଦେଶିକା ଶ୍ରୀମତି ପ୍ରିୟଙ୍କା ଚନ୍ଦ୍ରା ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀ ସାନ୍ୟାଲ୍ ନିଜ ଅଭିଭାଷଣରେ ଭାରତର ପୁରାତନ ସାମୁଦ୍ରିକ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଭାରତ ଏକ ମାତ୍ର ଦେଶ ଯାହାର ନାମରେ ଏକ ମହାସାଗର ନାମିତ କରାଯାଇଛି ବୋଲି କହିଥିଲେ । ବାଣିଜ୍ୟ, ସଂସ୍କୃତି, ଭୌଗୋଳିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ପୁରାତନ କାଳରେ ଭାରତ ଦକ୍ଷିଣ-ପୂର୍ବ ଏସିଆରେ ପ୍ରଭାବ ବିସ୍ତାର କରିଥିଲା ବୋଲି ସେ କହିଥିଲେ । ଭାରତରେ ପ୍ରଚଳିତ ଜାହାଜର ନିର୍ମାଣ ପାଇଁ ପୁରାତନ ସିଲାଇ ଜ୍ଞାନକୌଶଳ ପୁନଃରୁଦ୍ଧାର ନିମନ୍ତେ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ ।

ସେହିପରି ପ୍ରଫେସର ମୂର୍ତୀ କହିଥିଲେ ଯେ ସମୁଦ୍ରମନ୍ଥନ କାର୍ଯ୍ୟକ୍ରମ ଭାରତର ପୁରାତନ ସାମୁଦ୍ରିକ ଇତିହାସ ଏବଂ ସଫଳତାକୁ ଗୁରୁତ୍ୱ ଦେବା ନିମନ୍ତେ ଆୟୋଜିତ । ଏହାକୁ ମାଧ୍ୟମ କରି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏକ ଭବିଷ୍ୟତ କାଯ୍ୟସୂଚୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ ।ସେ କହିଥିଲେ ଧାରା ଅଧିନରେ ଏ ପର୍ଯ୍ୟନ୍ତ ଗଣିତ ଶାସ୍ତ୍ରକୁ ଭାରତର ଅବଦାନ, ଭାରତୀୟ ପଞ୍ଜିକା, ଜ୍ୟୋର୍ତିବିଜ୍ଞାନ, ଆୟୁର୍ବେଦ ଓ ମାର୍ସିଆଲ୍ ଆର୍ଟ କ୍ଷେତ୍ର ଉପରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇସାରିଛି ।

ଭାରତ ଯୋଡ଼ ଯାତ୍ରା-କଂଗ୍ରେସକୁ ମିଳୁଛି ପ୍ରବଳ ଜନସମର୍ଥନ

() ଭାରତ ଯୋଡ଼ ଯାତ୍ରା- ଓଡ଼ିଶା

ତୃତୀୟ ଦିନରେ ଭାରତ ଯୋଡ଼ ଯାତ୍ରା-କଂଗ୍ରେସକୁ ମିଳୁଛି ପ୍ରବଳ ଜନସମର୍ଥନ।

ରାଜ୍ୟ ଓ କେନ୍ଦ୍ରରେ ମୂକ, ବାଚଳାଙ୍କ ସରକାର ରେ ଜନସାଧାରଣ ଅଣ ନିଶ୍ୱାସୀ।

{} ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ଯୋଡ଼ ଯାତ୍ରା ଜଗତପୁର ଠାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇ ଦିବା ୧ ଘଟିକା ସମୟରେ ଟାଙ୍ଗି ଠାରେ ପଂହଚିଥିଲା । ଟାଙ୍ଗି ଠାରେ ଉପସ୍ଥିତ ସାଧାରଣ ଜନତା, ପଦଯାତ୍ରୀ ପ୍ରମୁଖଙ୍କୁ ସମ୍ବୋଦ୍ଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କର ରକ୍ତ ଶୋଷଣ କରୁଛନ୍ତି । ନବୀନ ସରକାର ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଉଛନ୍ତି କ୍ଷମତାକୁ ଆସିଲେ ତାହା ପୂରଣ କରୁ ନାହାନ୍ତି । ବିଭିନ୍ନ ଯୋଜନାର ଅର୍ଥ ବ୍ୟାପକ ହରିଲୁଟ ହେଉଛି । ଥାନା, ବ୍ଲକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସବୁ ବିଜୁ ଜନତା ଦଳର ।

ଦଳୀୟ କାର୍ଯ୍ୟାଳୟରେ ପରିଣତ ହୋଇଯାଇଛି । ଯେଉଁ ସରକାରୀ ଅଫିସର ବିଜେଡ଼ି ଓ ବିଜେପିର ଚାଟୁକାର ସାଜି କଂଗ୍ରେସ ଲୋକ ଏବଂ ସାଧାରଣ ଜନତାଙ୍କୁ ହଇରାଣ କରୁଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ତାହାର ଦୃଢ଼ ଯବାବ ଦିଆଯିବ ବୋଲି ସର୍ତକ କରିଦେଇଛନ୍ତି । ଏଠି ମହିଳାମାନେ ଅତ୍ୟାଚାରିତ, ଚାଷୀ ଭୁଲୁଣ୍ଠିତ, ଯୁବକମାନେ ନିଯୁକ୍ତି ପାଇଁ ରାସ୍ତାରେ ଚିତ୍କାର କରୁଛନ୍ତି । ଓଡ଼ିଶା ରସାତଳଗାମୀ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଯୋଗାଡ଼ କରିବାରେ ବ୍ୟସ୍ତ । ଓଡ଼ିଶାର ଜନସାଧାରଣ ୨୨ ବର୍ଷ ଭୁଆଁ ବୁଲିଲେ । ଏବେ ପରିବର୍ତନର ସମୟ ଆସିଛି । ରାଜ୍ୟରେ ଓ ଦେଶରେ ମୁକ ବାଚାଳଙ୍କ ସରକାର ଚାଲିଛି । ଓଡ଼ିଶାରେ ୨୨ ବର୍ଷ ଭିତରେ ରାଜ୍ୟର ଅବସ୍ଥା ଦୁର୍ବଳରୁ ଦୁର୍ବଳ ହେଉଥିବା ବେଳେ ବିଜୁ ଜନତା ଦଳ ସବଳ ହେଉଛି ।

ଜନତାଙ୍କ ଅର୍ଥକୁ ଲୁଣ୍ଠନ କରି ବିଜୁ ଜନତା ଦଳ ନେତାମାନେ ଅୟେଶ କରୁଛନ୍ତି । ଏଠି ଚାଷୀର ଲୁହ, ଯୁବକ ଛାତିର କୋହ, ମହିଳାର ଯନ୍ତ୍ରଣା, ଛାତ୍ରର ପ୍ରତିବନ୍ଧକ ସଂପର୍କରେ ୨୨ ବର୍ଷ ଧରି ନବୀନବାବୁ ଜାଣିବାକୁ ଚେଷ୍ଟା କରିନାହାନ୍ତି । କେନ୍ଦ୍ରରେ ମୋଦି କେବଳ ଭାରତୀୟ ମାନଙ୍କୁ ବିଭାଜିତ କରି ଭୋଟ ହାତେଇବା କାର୍ଯ୍ୟକ୍ରମରେ ବ୍ୟସ୍ତ, ମହଙ୍ଗା ମାଡ଼ରେ ଆମେ ଅଣନିଶ୍ୱାସୀ ହେଉଥିବା ବେଳେ ଏହାର ପ୍ରତିକାର ପାଇଁ ମୋଦି ସରକାରଙ୍କ କୌଣସି ଯୋଜନା ନାହିଁ । ମୋଦି ତାଙ୍କ ପ୍ରତିଶୃତି ଅନୁଯାୟୀ ପ୍ରତି ଆକାଉଂଟଙ୍କୁ ୧୫ଲକ୍ଷ ଟଙ୍କା ଦେଲେ ନାହିଁ । ଦରଦାମ ନିୟନ୍ତ୍ରଣ କଲେ ନାହିଁ ବେକାର ଯୁବକଙ୍କୁ ନିଯୁକ୍ତି ଦେଲେ ନାହିଁ ବରଂ ରାଷ୍ଟ୍ରର ସଂପତିକୁ କିଛି ଅନ୍ତରଙ୍ଗ ଶିଳ୍ପପତିମାନଙ୍କ ହାତରେ ଟେକି ଦେଉଛନ୍ତି । ଦେଶର ଅର୍ଥନୈତିକ, ସାମାଜିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଅତି ଦୟନିୟ ସ୍ଥିତି ଦେଇ ଗତି କରୁଛି । ଲୋକେ ବିଜୁବାବୁଙ୍କ ସ୍ୱପ୍ନ ଓ ମୋଦିଙ୍କର ଆଛେଦିନର ବାସ୍ତବତା କଣ ତାହା ବୁଝିସାରିଲେଣି । କଂଗ୍ରେସ ଏକ ପ୍ରବାହମାନ ସ୍ରୋତ କୌଣସି ବନ୍ଧବାଡ଼ ଏହାକୁ ଅଟକାଇ ପାରିବ ନାହିଁ । ୧୯୯୦ ମସିହାରେ କଂଗ୍ରେସ ଓଡ଼ିଶାରେ ୧୦ଟି ବିଧାୟକ ପାଇଥିବା ବେଳେ ଠିକ୍ ୫ ବର୍ଷପରେ ୧୯୯୫ ରେ ବିଜୁବାବୁଙ୍କ ପରାସ୍ତ କରି ଏଠାରେ କଂଗ୍ରେସ ସରକାର ହୋଇଥିଲା । ଓଡ଼ିଶାର ପୁର ପଲ୍ଲୀରେ କଂଗ୍ରେସ ଲୋକ ମୋଦି ଓ ନବୀନ ।

ସରକାରର ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରୁଛନ୍ତି ଓ ଅତ୍ୟାଚାରରେ ଶୀକାର ହେଉଛନ୍ତି । କଂଗ୍ରେସର ଆନ୍ଦୋଳନ ହିଁ ସାଧାରଣ ଲୋକଙ୍କର ସ୍ୱରର ପରିପ୍ରକାଶ । ଶ୍ରୀ ପଟ୍ଟନାୟକ ତାଙ୍କର ୯ରୁ ୯୦ ସଂଖ୍ୟଙ୍କ ବିଧାୟକ କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାରେ ହାସଲ କରିବ ବୋଲି ଦୃଢ଼ତାର ସହ କହିଥିଲେ । ଆଗାମୀ ନିର୍ବାଚନରେ କଂଗ୍ରେସର ପଥରୋଧ କରିପାରିବ ନାହିଁ । କଂଗ୍ରେସ କର୍ମୀହିଁ କଂଗ୍ରେସ ଦଳର ବଳ ।

ମଧ୍ୟାହ୍ନ ଭୋଜନ ବିରତି ସରିବା ପରେ ଅପରାହ୍ନ ୩ ଘଟିକା ସମୟରେ ଟାଙ୍ଗି ଠାରୁ ବାହାରି ଯାଜପୁର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଛତିଆ ଠାରେ ଭାରତ ଯୋଡ଼ ଯାତ୍ରାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଥିଲା ଏବଂ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏଥିରେ ଯୋଗଦେଇଥିଲେ । ଏହାପରେ ପଥଯାତ୍ରୀମାନେ ବଡଚଣା ପେଟ୍ରୋଲ ପମ୍ପଠାରେ ପଂହଚିଥିଲେ । ଆଜି ଦିନ ତମାମ ଦୁଇଟି ପର୍ଯ୍ୟାୟ ଯାତ୍ରା ମହାପଟୁଆରରେ ହଜାର ହଜାର କଂଗ୍ରେସ କର୍ମୀ ଓ ଶୁଭେଛୁଙ୍କ ଗ୍ରହଣରେ ଯିବା ବାଟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ଯାଗାରେ ସ୍ୱାଗତ କରାଯାଇଥିଲା ଏବଂ ଦେଖିବାକୁ ମିଳିଥିଲା ସାଧାରଣ ଜନତା ବିପୁଳ ଉତ୍ସାହ ।

ଉଦ୍ଦିପନା ସହିତ ସ୍ୱତଃପ୍ରବୃତ ଭାବରେ ଏହି ଭାରତ ଯୋଡ଼ ପଦଯାତ୍ରାରେ କିଏ ସାମିଲ ହେଉଥିଲେ ତ ଆଉ କିଏ ନିଜ ଘର ଆଗରେ ଠିଆ ହୋଇ ହାତ ହଲାଇ ସମର୍ଥନ ଜଣାଉଥିଲେ । ଆଜି ଯାଜପୁର ଜିଲ୍ଲାର ବଡ଼ଚଣାଠାରେ ପଥଯାତ୍ରୀ ମାନଙ୍କ ପାଇଁ ପ୍ରସ୍ତୁତି କରାଯାଇଥିବା ରହଣୀ ଶିବିରରେ ପ୍ରଦେଶ କଂଗ୍ରେସ ସଭାପତି ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି କାର୍ଯ୍ୟକ୍ରମକୁ କଟକ ନଗର କଂଗ୍ରେସ ସଭାପତି ଶ୍ରୀ ସୁରେଶ ମହାପାତ୍ର, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ପରିଚାଳନା କରିଥିଲେ ଏବଂ

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଭୁଜବଳ ମାଝୀ, ରବି ମଲ୍ଲିକ, ବିଭୁତି ମିଶ୍ର, ବିଶ୍ୱରଞ୍ଜନ ମହାନ୍ତି, କିଶୋର ଜେନା, ବିଶ୍ୱଜିତ ଦାଶ, ସନତ ଦାସ, ବନ୍ଦିତା ପରିଡ଼ା, ଦେବେନ୍ଦ୍ର ସାହୁ, ଅଭିଷେକ ମହାନନ୍ଦ, ସରୋଜ ପଟ୍ଟନାୟକ, ପ୍ରଣତୀ ମିଶ୍ର, ଶୋଭା ସିଂ, ଜୟଶ୍ରୀ ପାତ୍ର, ପଦ୍ମାକର ଗୁରୁ, ପ୍ରକାଶ ମିଶ୍ର, ଅମୀୟ ପଟ୍ଟନାୟକ, ଗିତାଞ୍ଜଳି ମହାନ୍ତି, ସୁବତ୍ର ମହାପାତ୍ର, ସତ୍ୟବ୍ରତ ନାୟକ, ମନୋଜ ବିଶ୍ୱାଳ, ଡ. ବିପ୍ଳବ ଶିଲାଦିତ୍ୟ, ଦେବେନ୍ଦ୍ର ସାହୁ, କ୍ୟାପଟେନ ରାଜନାରାୟଣ ମହାପାତ୍ର, ବାଙ୍କନିଧି ବେହେରା, ସଂଜୟ ତ୍ରିପାଠୀ, ଲଲାଟେନ୍ଦୁ ଦାଶ, ପ୍ରଦୀପ ମହାପାତ୍ର, ଆଶିଷ ମଲ୍ଲିକ, ଜ୍ଞାନରଞ୍ଜନ ପଟ୍ଟନାୟକ, ଦୁର୍ଯ୍ୟୋଧନ ବେହେରା, ବିଷ୍ଣୁ ରାଉତ, ସନ୍ତୋଷ ବେହେରା, ଅନନ୍ତ ଦାସ, ବଟକୃଷ୍ଣ ମହାପାତ୍ର, ଅଜୟ ସାମଲ, ଦୀପକ ମହାପାତ୍ର, ଦୁର୍ଗା ପାଢ଼ୀ, ଆଶୁତୋଷ ବରାଳ, ରାଜକିଶୋର ବାରିକ, ବେଣୁଧର ପ୍ରଧାନ, ନଳିନୀ କାନ୍ତ ନାୟକ, କାର୍ତିକ କାଣ୍ଡି, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶିଶିର ରଥ,ପ୍ରଭାତ ପ୍ରତାପ ସିଂ, ସାଗର ପରିଡ଼ା ଅଂଶଗ୍ରହଣ ।

କରିଥିଲେ । ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ମନୋଜ ରାଉତ ଏବଂ ଆସନ୍ତା କାଲି ଚତୁର୍ଥ ଦିନରେ ଭାରତ ଯୋଡ଼ ଯାତ୍ରା ବଡ଼ଚଣା ।ପେଟ୍ରୋଲ ପମ୍ପଠାରୁ ବାହାରି ଚଣ୍ଡିଖୋଲ ଠାରେ ମଧ୍ୟାହ୍ନ ଭୋଜନ ଏବଂ ବିଶ୍ରାମ ପରେ ଜାରକା ପ୍ରେସକ୍ଲବ ପର୍ଯ୍ୟନ୍ତ ଯାତ୍ରା ପଂହଚିବ ବୋଲି।ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର ଏକ ପ୍ରେସବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…

() ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ୫୦୦ ଘରୋଇ ହସ୍ପିଟାଲ ତାଲିକାଭୁକ୍ତ, ସେଥିମଧ୍ୟରୁ ୯୮ଟି ରାଜ୍ୟ ବାହାରେ।

ଯୋଜନା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୫,୪୫,୩୩୯ ହିତାଧିକାରୀଙ୍କ ପାଇଁ ୧୧୯୧ କୋଟି ଟଙ୍କା ଖର୍ଚ୍ଚ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ ଏହି ଯୋଜନା ସଂପର୍କରେ ବହୁତ ଭଲ ଫିଡ୍ବ୍ୟାକ ମିଳିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ଭଲ ଯୋଜନା ଏବଂ ରାଜ୍ୟର ଲୋକଙ୍କୁ ବିନା ପଇସାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ଏହି ଯୋଜନାରେ ସ୍ମର୍ଟ ହେଲ୍ଥ କାର୍ଡ ଯୋଗାଇ ଦିଆଯାଇଛି। ଏହାଦ୍ବାରା ରାଜ୍ୟର ୩.୩୦ କୋଟି ଲୋକ ଉପକୃତ ହେଉଛନ୍ତି। ହିତାଧିକାରୀ ମାନଙ୍କ ଚିକିତ୍ସା ପାଇଁ ଘରୋଇ ହସପିଟାଲ ମାନଙ୍କୁ ତାଲିକାଭୁକ୍ତ କରାଯାଇଛି। ଏଥିରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ଏବଂ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ଏହି ସୁବିଧା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରୁଛି ।

ବର୍ତ୍ତମାନ ସୁଦ୍ଧା ୫୦୦ଟି ଘରୋଇ ହସପିଟାଲକୁ ତାଲିକାଭୁକ୍ତ କରାଯାଇଛି ଏବଂ ସେଥିମଧ୍ୟରୁ ୯୮ଟି ହସପିଟାଲ ରାଜ୍ୟ ବାହାରେ ଅଛନ୍ତି। ରାଜ୍ୟ ବାହାରେ ଥିବା ହସପିଟାଲ ଗୁଡିକ ମଧ୍ୟରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଟାଟା ମେମୋରିଆଲ ହସପିଟାଲ, ସିଏମସି ଭେଲୋର, ଶ୍ରୀ ଶଂକର କ୍ୟାନସର ହସପିଟାଲ ବାଙ୍ଗାଲୋର, ନାରାୟଣ ହୃଦୟାଳୟ ହସପିଟାଲ, ଫର୍ଟିସ ହସପିଟାଲ, ଆପୋଲ ହସପିଟାଲ ଇତ୍ୟାଦି ରହିଛନ୍ତି । ୧୭ଟି ରାଜ୍ୟରେ ଏହି ହସପିଟାଲ ଗୁଡିକ BSKY ଯୋଜନାରେ ସେବା ଯୋଗାଇ ଦେଉଛନ୍ତି। ସିଏମସି ଭେଲୋରରେ ୭୬ ଜଣ ଓ ଟାଟା ମେମୋରିଆଲ ହସପିଟାଲ ମୁମ୍ବାଇରେ ୯୭୯ ଜଣ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି।୨୦୨୧ ସେପ୍ଟେମ୍ବର ୧ ରେ ଏହି ଯୋଜନା ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ୫,୪୫,୩୩୯ ଜଣ ହିତାଧିକାରୀ ୧୨୯୧ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଏଥିମଧ୍ୟରୁ ରାଜ୍ୟ ବାହାର ହସ୍‌ପିଟାଲ ଗୁଡିକରେ ୨୩,୧୧୯ ଜଣ ହିତାଧିକାରୀ ୬୪.୨୫ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଘରୋଇ ହସପିଟାଲ ଗୁଡିକର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବହନ କରୁଛନ୍ତି।

ସମୁଦାୟ ୫,୪୫,୩୩୯ ହିତାଧିକାରୀଙ୍କ ମଧ୍ୟରୁ ଅଢେଇ ଲକ୍ଷ ହିତାଧିକାରୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇଥିବା ବେଳେ ୨୨୫ ଜଣ ମହିଳା ରୋଗୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କାରୁ ଅଧିକ ଚିକିତ୍ସା ସୁବିଧା ପାଇଛନ୍ତି। ୨୭ ଜଣ ମହିଳା ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଗ୍ରହଣ କରିଛନ୍ତି। ବର୍ତ୍ତମାନ ମାସକୁ ପ୍ରାୟ ୭୩ ହଜାର ରୋଗୀ ତାଲିକାଭୁକ୍ତ ହସପିଟାଲ ଗୁଡିକରେ ଚିକିତ୍ସା ପାଉଥିବା ବେଳେ, ଏଥିପାଇଁ ରାଜ୍ୟ ସରକାର ମାସକୁ ୧୬୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ବିଭିନ୍ନ ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ହିତାଧିକାରୀ ମାନଙ୍କ ସହିତ BSKY କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି। ରୋଗୀଙ୍କ ସନ୍ତୋଷ ହାର ୯୭ ପ୍ରତିଶତ ରହିଛି ବୋଲି ଜଣାଯାଇଛି । ଏହାସହିତ ରୋଗୀମାନଙ୍କ ଆଡମିଶନ ତଥା ଅନ୍ୟାନ୍ୟ ସହାୟତା ପାଇଁ ଏହି ଘରୋଇ ହସ୍‌ପିଟାଲ ଗୁଡିକରେ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ରଖାଯାଇଛି।

ଜଳସାଥୀ ମାନଙ୍କ ଯାତାୟତର ସୁବିଧା ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରାଯିବ – ମୁଖ୍ୟମନ୍ତ୍ରୀ…

{} ଜଳସାଥୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ।

ଜଳସାଥୀ ମାନେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସର ସେତୁ ହୋଇଛନ୍ତି।

ଜଳସାଥୀ ମାନଙ୍କ ଯାତାୟତର ସୁବିଧା ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରାଯିବ – ମୁଖ୍ୟମନ୍ତ୍ରୀ।

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ (Community Partnership) ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ବ କରୁଛନ୍ତି। ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରିଚାଳନା କରୁଛନ୍ତି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି । ସେମାନଙ୍କ ଦ୍ବାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି ବୋଲି ସେ କହିଥିଲେ।ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ସହରାଞ୍ଚଳରେ ରାଜସ୍ବ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ପାନୀୟ ଜଳ ଦିନରାତି ୨୪ ଘଣ୍ଟା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଅନୁକରଣୀୟ ହୋଇପାରିଛି । ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା।

ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀ ମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ମାନେ ଉତ୍କୃଷ୍ଟ ସେବା ପାଇପାରିଥାନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ସଶକ୍ତ ଓଡିଶା ଗଠନ ଦିଗରେ ଆମକୁ ଆଗେଇ ନେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ମା ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇ କହିଲେ ଯେ ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି। ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣ ହୋଇଥିବା ବେଳେ, ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ। ବିଭାଗୀୟ ସ୍ବତନ୍ତ୍ର ସଚିବ ଶ୍ରୀମତୀ ସାଗରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କୋହ ଓ ଆନନ୍ଦାଶ୍ରୃରେ ଭରିଲା ଜଳସାଥୀ ମା ମାନଙ୍କର ଆଖିମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ – ମିଶନ ଶକ୍ତିର ଜଳସାଥୀ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କିଛି ମା ମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପୁରୀର ଶ୍ରୀମତୀ ମହାପାତ୍ର ଓ ଭୁବନେଶ୍ବରର ସୁଜାତା ପଟ୍ଟନାୟକ ପ୍ରମୁଖଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ। କୋହଭରା କଣ୍ଟରେ ସେମାନେ କହିଲେ ଯେ ଘର ଭିତରେ ଗୃହିଣୀ ହେବା ଛଡା ଆମର ଆଉ କିଛି କରିବାର ଶକ୍ତି ଅଛି ବୋଲି ଆମେ ଜାଣି ନ ଥିଲୁ। ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ଜୀବନର ସାର୍ଥକତା ପାଇଛୁ।

ସେହିପରି କଟକ ଓ ଭୁବନେଶ୍ବରରେ Water Treatment Plant ଓ Septage Treatment Plant ପରିଚାଳନା କରୁଥିବା ତୃତୀୟ ଲିଙ୍ଗର ସଦସ୍ୟା ତନୁଶ୍ରୀ ବେହେରା ଓ ମେଘନା ପ୍ରମୁଖ କହିଥିଲେ ଯେ ଆମ ପରିବାରରେ ବି ଆମର ସମ୍ମାନ ନ ଥିଲା। ଥିଲା କେବଳ ତିରସ୍କାର। ସମାଜ ଆମକୁ ଗ୍ରହଣ କରୁନଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଆମ ନିଜର ମୂଲ୍ୟ ଅଛି ବୋଲି ଅନୁଭବ କରୁଛୁ । ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ । ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ପ୍ରଣାମ।

Follow us

20,832FansLike
0FollowersFollow
14,700SubscribersSubscribe

Latest news