ଶେରଗଡ ରୁ-ପୁରୀ କୁ ଗଡିଲା ପ୍ରଥମ ଏସି ବସ୍….

() ଶେରଗଡ ରୁ-ପୁରୀ କୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ,

ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

{} ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ର ଶେରଗଡ ରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି ।

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ । ବିଶେଷ କରି କାର୍ତ୍ତିକ ମାସରେ ଗଂଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-T School ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ସବୁବେଳେ ଆଗରେ ରହିଛି । ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି । ସେହିପରି 5-T School ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ ।

ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଂଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲାପାଳ ,OSRTC ର ଅଧିକାରୀ ଓ ଶେରଗଡ ର ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ…

() ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ ଆଜି ପୂର୍ବାହ୍ନ ପ୍ରାୟ ଦିନ ୧୧ଟା ସମୟ ପ୍ରକାଶ ପାଇବ। ଏନେଇ CHSE ପରୀକ୍ଷା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜୁନ୍ ମାସ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣା ପଡିଛି। ପରୀକ୍ଷାର୍ଥୀ ମାନେ Odisharesult.nic.in ଏହି ୱେବ୍ ସାଇଟ୍ ମାଧ୍ୟମ ରେ ନିଜର ପରୀକ୍ଷା ଫଳ ଜାଣିପାରିବେ। SAMS ପୋଟାଲ୍ ରେ ମଧ୍ୟ ଛାତ୍ରଛାତ୍ରମାନେ ନିଜର ପରୀକ୍ଷା ଫଳ ଜାଣିପାରିବେ।

ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା; ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ….

{} ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

()  ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି । ଏହି ଲଘୁଚାପ କ୍ଷେତ୍ରର ତୀବ୍ରତା ଓ ଗତିପଥକୁ ନେଇ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ନିର୍ଭର କରିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨ ତାରିଖ ରୁ ୯ତାରିଖ ମଧ୍ୟରେ ଦିନର ତାପମାତ୍ରାରେ ବୃଦ୍ଧି ହେବ ଓ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ତମାନ ଅନୁଭୂତ ହେଉଥିବା ପାଗ ଅନୁଯାୟୀ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ୍ ରୁ କମ୍ ଏବଂ ଉପକୂଳ ଅଂଚଳରେ ୪୦ ଡିଗ୍ରୀ ସେଲସିୟସରୁ କମ୍ ରହିବ । ଉତର ଆରବ ସାଗରରେ ଆଂଟିସାଇକ୍ଲୋନ୍ ଓ ବଙ୍ଗୋପ ସାଗରରୁ ପ୍ରବାହିତ ପବନ ହେତୁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସେ କହିଛନ୍ତି ।

ଗରିବଙ୍କୁ କେନ୍ଦ୍ର ଦେଲାନି, ନବୀନ ଦେଲେ….

() ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ 14 ଲକ୍ଷ ଘର ଆମେ ବାରମ୍ବାର ମାଗିଥିଲୁ । ବାରମ୍ବାର ଦଉଡ଼ିବା ପରେ କେନ୍ଦ୍ର ସରକାର 14 ଲକ୍ଷ ପରିବର୍ତ୍ତେ ସାଢ଼େ ନଅ ଲକ୍ଷ ଘର ଦେଲେ । ତେଣୁ ସମସ୍ତ ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମୋ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆମେ ଏଥିରେ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ଥିବା କ୍ରାଇଟେରିଆ କୁ ବହୁତ କୋହଳ କରିଛୁ । କେନ୍ଦ୍ର ନ ଦେବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ଅର୍ଥ ରୁ ନିଜସ୍ୱ ଯୋଜନା କରିଛନ୍ତି ।

ମୋ ଘର ବଣ୍ଟନ ରେ ଯଦି କୌଣସି ସମସ୍ୟା ଦେଖା ଦେବ ତାକୁ ଆମେ ଦେଖିବୁ ସମାଧାନ ବି କରିବୁ । କେନ୍ଦ୍ର ସରକାର ପକ୍ଷରୁ ଯୋଗାଇ ଦିଆ ଯାଇଥିବା ସାଢ଼େ ନଅ ଲକ୍ଷ ଘର କେବେ ବଣ୍ଟା ହେବ କେନ୍ଦ୍ରରୁ କଣ ଆସିଛି ଆପଣ କହୁଛନ୍ତି । ଆପଣ ଜାଣି ରଖିବା ଦରକାର କେନ୍ଦ୍ର 60 ପ୍ରତିଶତ ଦେଲେ ଆମେ 40 ପ୍ରତିଶତ ଅଂଶଧନ ଦେଉଛୁ । ତା ପରେ ଇନସେଟିଭ ବାବଦକୁ 10 ହଜାର ଓ 20 ହଜାର ଟଙ୍କା ଦେଉଛୁ । ତା ପରେ ସବୁ ମେସିନାରି ଖର୍ଚ୍ଚ ବା ଦରମା ବି ଆମେ କରୁ । ତେଣୁ କେନ୍ଦ୍ର ସରକାର ଯାହା ଦେଉଛନ୍ତି ତାହା ଠୁ ଅଧିକ ରାଜ୍ୟ ସରକାର ବହନ କରୁଛନ୍ତି । ଆସିଥିବା ସାଢ଼େ ନଅ ଲକ୍ଷ ଘର ବଣ୍ଟନ ନେଇ କାର୍ଯ୍ୟକ୍ରମ ପ୍ରାୟ ସରିବା ଉପରେ ରହିଛି ଖୁବଶୀଘ୍ର ବଣ୍ଟା ଯିବ ।

ପ୍ରଦୀପ ଅମାତ, ପଞ୍ଚାୟତିରାଜ ମନ୍ତ୍ରୀ

ବଢିବ ଯୁକ୍ତ ଦୁଇ ସିଟ…

() ବଢିବ ଯୁକ୍ତ ଦୁଇ ସିଟ। ମାଟ୍ରିକ ପରୀକ୍ଷା ସଫଳତା ହାର କୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ରେ ସିଟ ଅଭାବ ଦୂର କରିବାକୁ ଏହି ନିଷ୍ପତି। ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ବିଭାଗ ର ସୂଚନା।

ମୋ ସ୍କୁଲ ଅଭିଯାନ ରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତି ଭୂମି ବିକାଶ ହୋଇଛି। ସବୁ ୧୧୪ ULB ରେ ଗୋଟିଏ ଲେଖାଏଁ ମଡେଲ ସ୍କୁଲ ଅଛି। ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲ ରେ ଆଇଟି lab ଉପଲବ୍ଧ ହେବ।

ବାଇଟ: ସୁଦାମ ମାରାଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଏସ.ଅଶ୍ବସ୍ତି, ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଯୋରନ୍ଦା ଗସ୍ତରେ ୫-ଟି ସଚିବ…

() ୫-ଟି ସଚିବଙ୍କ ଯୋରନ୍ଦା ଗସ୍ତ

ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା।

ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ଦେବେ ସମସ୍ତ ସହଯୋଗ।

କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ ଦେଇଛନ୍ତି ‘ମହିମା ସେତୁ’ – ଶ୍ରୀ ପାଣ୍ଡିଆନ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିଦର୍ଶନ କରିଥିଲେ। ମହିମା ଧର୍ମର ଏହି ମହାନ ପୀଠ ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଷୟ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ମହିମା ଧର୍ମ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ମହିମା ଧର୍ମ ହେଉଛି ସାରା ବିଶ୍ବ ପାଇଁ ଆଦର୍ଶ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଏହି ସମଭାବର ଚିନ୍ତାଧାରା ସହିତ ବିଶ୍ବ କଲ୍ୟାଣ ହେଉଛି ଏହି ଧର୍ମର ଆଦର୍ଶ। ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହିମା ଧର୍ମର ଆଦର୍ଶରେ ଗଭୀର ଭାବରେ ଅନୁପ୍ରାଣୀତ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସମସ୍ତଙ୍କ କଲ୍ୟାଣ ଓ ଉନ୍ନତି ମୁଖ୍ୟମନ୍ତ୍ରୀଙ୍କ ଜୀବନର ଏକମାତ୍ର ବ୍ରତ। ମହିମା ଧର୍ମର ପ୍ରସିଦ୍ଧ ଏକ ତାଳପତ୍ର ପଙ୍ଖା ମୁଖ୍ୟମନ୍ତ୍ରୀ ତାଙ୍କ ଘରେ ରଖିଛନ୍ତି । ଏହି ପଙ୍ଖା ତାଙ୍କୁ ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ନିଃସ୍ବାର୍ଥପର ସେବା ପାଇଁ ସବୁବେଳେ ଅନୁପ୍ରେରିତ କରିଥାଏ।

ଓଡିଶାରେ ମହିମା ଧର୍ମର ଜନ୍ମ। ତେଣୁ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହିମା ପୀଠର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ମହିମା ଧର୍ମର ମହାନ ସନ୍ଥ ଭୀମଭୋଇଙ୍କ ନାମରେ ବଲାଙ୍ଗୀର ମେଡିକାଲ କଲେଜ ଓ ଭିନ୍ନକ୍ଷମ ଶିବିର ଆଦି ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଶ୍ରୀ ପାଣ୍ଡିଆନ ଏହି ଅବସରରେ ସୂଚନା ଦେଇଥିଲେ । ମହିମା ଧର୍ମର ଗାଦି ଯୋରନ୍ଦା ପରିଦର୍ଶନ କରି ସେଠାରେ ଶ୍ରୀ ପାଣ୍ଡିଆନ କିଛି ସମୟ ଅତିବାହିତ କରିଥିଲେ ଏବଂ ମହିମା ଧର୍ମର ସାଧୁସନ୍ଥ ଓ ଅନୁଗାମୀ ମାନଙ୍କ ସହିତ ଗାଦିର ବିକାଶ ସଂପର୍କରେ ଆଲୋଚନା କରିଥିଲେ । ମହିମା ଧର୍ମର ପ୍ରଚାର ପାଇଁ ରାଜ୍ୟ ସରକାର ସବୁପ୍ରକାସ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶ୍ରୀ ପାଣ୍ଡିଆନ ସେମାନଙ୍କୁ ଜଣାଇଥିଲେ । ମହିମା ଧର୍ମାବଲମ୍ବୀମାନେ ନିଜ ନିଜ ଭିତରେ ଆଲୋଚନା କରି ରାଜ୍ୟ ତଥା ରାଜ୍ୟ ବାହାରେ ମହିମା ଦର୍ଶନର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ସାଧୁସନ୍ଥଙ୍କ ପରାମର୍ଶ ଓ ପ୍ରସ୍ତାବକ୍ରମେ ମନ୍ଦିର ଓ ପ୍ରାର୍ଥନା ଗୃହ ଆଦି ନିର୍ମାଣରେ ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଜଣାଇଥିଲେ।

ଢେଙ୍କାନାଳରେ ଯୋଗାଯୋଗର ବିକାଶ ପାଇଁ କାଲୁରିଆ ଗାଁ ଠାରୁ ସରଦେଇପୁର ପର୍ଯ୍ୟନ୍ତ ବ୍ରାହ୍ଣଣୀ ନଦୀ ଉପରେ ବୃହତ ସେତୁ ନିର୍ମାଣ କରାଯାଇଛି । ଏଥିପାଇଁ ୨୩୫.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ବାରା ୬୨ଟି ଗାଁର ଜନସାଧାରଣଙ୍କ ପାଇଁ ଯୋଗାଯୋଗ କ୍ଷେତ୍ରରେ ବହୁତ ସୁବିଧା ଆସିବା ସହିତ ଯୋରନ୍ଦା ପୀଠକୁ ଭକ୍ତ ଓ ପର୍ଯ୍ୟଟକମାନେ ସୁବିଧାରେ ଆସିପାରିବେ। ମୁଖ୍ୟମନ୍ତ୍ରୀ ଏହାର ନାମକରଣ କରି ଏହାର ନାଁ ‘ମହିମା ସେତୁ’ ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ଏହି ଅବସରରେ ସେ ଯୋରନ୍ଦାସ୍ଥିତ ୫-ଟି ସ୍କୁଲ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ରୂପାନ୍ତରର ସୁଫଳ ସଂପର୍କରେ ଆଲୋଚନା କରିଥିଲେ ।
ପରେ ଶ୍ରୀ ପାଣ୍ଡିଆନ୍ ସାଧୁସନ୍ଥଙ୍କ ସହିତ ସେ ଭୋଜନ କରିଥିଲେ । ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ଶ୍ରୀମତୀ ରୂପାରୋଶନ ସାହୁ, ଜିଲ୍ଲାପାଳ ଶ୍ରୀ ସରୋଜ ସେଠୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ନବୀନଙ୍କ ନୂଆ ଯୋଜନା: ମୋ ଘର

() ନବୀନ ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଜି ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି । ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା, ଆକାଂକ୍ଷା ପରିପୂରଣ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଛନ୍ତି “ମୋ ଘର” ନାମରେ ନୂତନ ଯୋଜନା । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।

‘ମୋ-ଘର’ ର ଶୁଭାରମ୍ଭ

“ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା “-

ଏହି ପ୍ରତିଶ୍ରୁତିକୁ ପୂରଣ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ନୂତନ ଯୋଜନା ‘ମୋ ଘର’କୁ ଅନୁମୋଦନ କରିଛନ୍ତି |ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ବାରା ବାଦ୍ ପଡିଥିବା ପରିବାର କିମ୍ବା ସ୍ବଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଏହି ନୂତନ ଯୋଜନାରେ ଉପକୃତ ହୋଇପାରିବେ । ସେହିପରି ବିଗତ ବର୍ଷରେ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ ।

ଯୋଜନାର ବୈଶିଷ୍ଟ୍ୟ

• ଆବେଦନକାରୀଙ୍କୁ ସରକାରଙ୍କ ସବସିଡି ଥିବା ଗୃହ ଋଣ ମିଳିଥାଏ । ସବସିଡି ରାଶି ସମ୍ପୂର୍ଣ

ରୂପେ ରାଜ୍ୟ ସରକାରଙ୍କର ନିଜସ୍ବ ପାଣ୍ଠିରୁ ପ୍ରଦାନ କରାଯାଇଥାଏ ।

• ଏହି ଯୋଜନାରେ ନୂଆ ଘର ନିର୍ମାଣ କିମ୍ବା ବର୍ତ୍ତମାନ ଗୃହର ସମ୍ପ୍ରସାରଣ /ଉନ୍ନତିକରଣ /ସମ୍ପୂର୍ଣ୍ଣକରଣ କରାଯାଇଥାଏ ।

• ଏହି ଯୋଜନାରେ ହିତାଧ୍ୟାକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇଥାଆନ୍ତି । ପ୍ରଥମ ବର୍ଷର ରିହାତି ଅବଧୂକୁ ବାଦ ଦେଇ ପରବର୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ

ହୁଏ । ଏହି ଯୋଜନାରେ ୧ ଲକ୍ଷ ୧.୫ ଲକ୍ଷ, ୨ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଛି, ଯାହା ମଧ୍ୟରୁ ଆବେଦନକାରୀ କୌଣସି ଗୋଟିଏ ପ୍ରକାରର ରଣକୁ ବାଛିଥାଆନ୍ତି ।

ଯୋଗ୍ୟତା ମାନଦଣ୍ଡ:

ନିମ୍ନଲିଖତ ପରିବାରବର୍ଗ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ

ହୋଇଥାଆନ୍ତି:

• ଯଦି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରି ଥିବା କଂକ୍ରିଟ ଛାତ ଘରେ ବସବାସ

କରୁଥିବେ ।

• ଯଦି ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା

ପାଇ ନଥିବେ ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ରାଶି ପାଇଥିବେ ।

•ଯଦି ପରିବାରର ମାସିକ ଆୟ ୨୫, ୦୦୦ ଟଙ୍କାରୁ କମ୍ ଥିବ।

•ଯଦି ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟରଚାଳିତ ଚାରି -ଚକିଆ ଯାନ ନଥିବ ।

ଯଦି ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତକର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ ।

୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବା ପରିବାର । ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧ୍ୟାକାରୀଙ୍କୁ ଋଣର ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ ଏବଂ ସମାଜର ଅପେକ୍ଷାକୃତ ଦୁର୍ବଳ ବର୍ଗଗୁଡିକ ଯଥା ଅନୁସୂଚିତ ଜାତି/ଜନ ଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ରାଶି ପ୍ରଦାନ କରିବେ ।ହିତାଧ୍ୟାକାରୀଙ୍କ ଆର୍ଥିକ ବୋଝକୁ ଆହୁରି ହ୍ରାସ କରିବାକୁ ଯାଇ, ରାଜ୍ୟସରକାର ବନ୍ଧକ ସମୟରେ ଆବଶ୍ୟକ ପଞ୍ଜିକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ଛାଡ୍ କରିଛନ୍ତି। ସେହିପରି ଋଣ ନିମନ୍ତେ ସବ୍ – ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଆବଶ୍ୟକୀୟ ଦସ୍ତାବିଜର ପ୍ରମାଣୀକୃତ ନକଲ, ଇ.ସି.ଇତ୍ୟାଦି ପାଇବା ପାଇଁ ଆବଶ୍ୟକ ଦେୟକୁ ମଧ୍ୟ ସରକାର ଛାଡ କରିଛନ୍ତି ।ଋଣ ଆବେଦନ ନିମନ୍ତେ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ସର୍ବାଧିକ ୧ ହଜାର ଟଙ୍କା ରାଜ୍ୟ ସରକାର ବହନ କରିବେ ।ଏହି ଯୋଜନାରେ ପୂର୍ବରୁ ପାଇ ନଥିବା ଯୋଗ୍ୟ ହିତାଧ୍ୟାକାରୀଙ୍କୁ ଶୌଚାଳୟ ନିର୍ମାଣ, ବିଦ୍ୟୁତଯୋଗାଣ ଓ ପାନୀୟ ଜଳ ଇତ୍ୟାଦି ଅନ୍ୟ ଯୋଜନାରେ ମଧ୍ୟ ସାମିଲ କରାଯିବ ।

ଯୋଜନାର କାର୍ଯ୍ୟକାରୀତା ହିତାଧ୍ୟାକାରୀଙ୍କ ଋଣ ଖାତାକୁ ଦିଆଯାଉଥିବା ଏହି ସବସିଡିସେମାନଙ୍କର ଋଣ ପରିଶୋଧବାବଦ ମାସିକ କିଛି (EMI) ରେ ଉଲ୍ଲେଖନୀୟ ହ୍ରାସ ଘଟାଇବ ଏବଂ ଋଣ ପରିଶୋଧକୁ ଅଧ୍ଵକ ସୁଗମ କରିପାରିବ ।ବ୍ୟାଙ୍କ ପକ୍ଷରୁ ହିତାଧ୍ୟାକାରୀଙ୍କଠାରୁ ଋଣ ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରାଯିବ ନାହିଁ ।ଏହି ଯୋଜନାରେ ଆବେଦନ ଗ୍ରହଣ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ୱେବସାଇଟhttps://rhodisha.gov.in/moghara କାର୍ଯ୍ୟକ୍ଷମ କରାଯାଉଛି ।ଏହି ୱେବସାଇଟ ମାଧ୍ୟମରେ ଋଣ ଆବେଦନ ତଦାରଖ ଏବଂ ପରିଚାଳନା କରାଯାଇ ପାରିବ ।ଋଣ ପାଇବା ପାଇଁ ଇଛୁକ ବ୍ୟକ୍ତିଙ୍କୁ ଆବେଦନ କରିବା ପୂର୍ବରୁ ଏହି ୱେବସାଇଟ୍ ରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ ଯାହା OTP ମାଧ୍ୟମରେ ବୈଧ ହୋଇଥାଏ ।ଆସନ୍ତା ଜୁନ ମାସ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ ।ଆବେଦନକାରୀ ନିଜେ କିମ୍ବା “ମୋ ସେବା କେନ୍ଦ୍ର ” ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ

କରି ପାରିବେ । ଆବେଦନପତ୍ର ଦାଖଲ ସମୟରେ ଆବେଦନକାରୀଙ୍କୁ ପାସପୋର୍ଟ ଆକାରର ଫଟୋ,ଆଧାରକାର୍ଡ, KYC ଡକ୍ୟୁମେଣ୍ଟ୍ ଭୋଟରାD, ପାନ୍ କାର୍ଡ, ଜବ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ), ଜମିରେକର୍ଡ, ଜାତି ପ୍ରମାଣପତ୍ର ,ଭିନ୍ନକ୍ଷମ ପ୍ରମାଣପତ୍ର ,ଆୟ ପ୍ରମାଣପତ୍ର ଇତ୍ୟାଦି କାଗଜାତ ସଂଲଗ୍ନ କରିବାକୁ ହୋଇଥାଏ । ଆବେଦନକାରୀ ଋଣ ପରିମାଣର ଅନ୍ତତଃ ୧୦% ଅର୍ଥ ରାଶି ମାର୍ଜିନ ଅର୍ଥ (MarginMoney) ହିସାବରେ ବିନିଯୋଗ କରିବେ । ଏହି ସର୍ବନିମ୍ନ ଅର୍ଥ (Margin Money)କୁ ଆବେଦନକାରୀ ଶ୍ରମଦାନ, ଗୃହ ନିର୍ମାଣ ସାମଗ୍ରୀ କ୍ରୟ କିମ୍ବା ଅର୍ଥ ଆକାରରେ ବିନିଯୋଗ କରିପାରିବେ ।

ଗୃହ ନିର୍ମାଣ କରାଯାଉଥିବା ଜମିର ସତ୍ତ୍ଵ ସଠିକ ଥାଇ ସ୍ଥିତିବାନ ବର୍ଗର ଓ ଘରବାରୀ କିସମର ହୋଇଥିବା ଆବଶ୍ୟକ । ଏହି ଜମିକୁ ଆବେଦନକାରୀଙ୍କୁ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଋଣ ପରିଶୋଧ ପର୍ଯ୍ୟନ୍ତ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ହୁଏ ।ଗୃହ ନିର୍ମାଣ ସ୍ତର ଅନୁସାରେ ଋଣ ରାଶି ୨/୩ ପର୍ଯ୍ୟାୟରେ ପ୍ରଦାନ କରାଯାଇଥାଏ ।

ହିତାଧ୍ୟାକାରୀ ଇଚ୍ଛାକଲେ ୧୦ ବର୍ଷ ପୂର୍ବରୁ ମଧ୍ୟ ଋଣ ପରିଶୋଧ କରିପାରିବେ ଓ ମାସିକ କିସ୍ତି ରାଶିର ପରିମାଣ ବୃଦ୍ଧି କରି ପାରିବେ । ବ୍ୟାଙ୍କ ହିତାଧ୍ୟାକାରୀଙ୍କ ଠାରୁ ପ୍ରାକ ଋଣ ପରିଶୋଧ ବାବଦ କୌଣସି ଜୋରିମାନା ଅର୍ଥ ଆଦାୟ କରିପାରିବେ ନାହିଁ । ବିତ୍ତୀୟ ପ୍ରଭାବ ପ୍ରାୟ ୪ ଲକ୍ଷ ହିତାଧ୍ୟାକାରୀଙ୍କ (ପ୍ରତି ସ୍ତରର ଋଣ ପାଇଁ ୧ ଲକ୍ଷ ହିତାଧ୍ୟାକାରୀ )ପାଇଁ ଦୁଇ ବର୍ଷରେ ମଧ୍ୟରେ ୨୧୫୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ଆକଳନ କରାଯାଇଅଛି ।

୨୦୨୪ରେ ସବୁ ଗାଁ କୁ ରାସ୍ତା……

() ନିର୍ବାଚନ ପ୍ରତିଶ୍ରୁତି ଅକ୍ଷର ଅକ୍ଷରେ ପାଳନ ହେବ l ୨୦୨୪ ମାର୍ଚ୍ଚ ସୁଧା ସବୁ ଗାଁ କୁ ରାସ୍ତା ସଂଯୋଗ କରାଯିବ l ଖାସ ଏଥିଲାଗି ଏଣିକି ପଂଚାୟତ ଅଧିନରେ ଥିବା ରାସ୍ତାକୁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ଏଣିକି ୫କିମି ନୁହେଁ, ୩କିମି ରାସ୍ତାକୁ ନିର୍ମାଣ କରିବା ପାଇଁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ ।ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୧୫ହଜାର କିମି ରାସ୍ତା ନିର୍ମାଣ କରାଯିବ । ୨୦୧୯ ନିର୍ବାଚନ ଇସ୍ତାହାରରେ ୩ହଜାର ୭୩୧ କିମି ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୬ହଜାର ୨୪ କିମି ରାସ୍ତା ନିର୍ମାଣ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ବଡ଼ ବଡ଼ ବ୍ରିଜ ନିର୍ମାଣ, କୋଠା ନିର୍ମାଣ ଠାରୁ ଆରମ୍ଭ କରି ୧ଲକ୍ଷ ୩ହଜାର ୭୩୧ କିମି ରାସ୍ତା ନିର୍ମାଣ ଓ ରକ୍ଷାଣବେକ୍ଷଣ କରିଛି ବିଭାଗ । ଆଗକୁ ୬ହଜାର କୋଟି ବ୍ୟୟବରାଦରେ ୧୫ଶହ ବିଜୁ ସେନୁ ନିର୍ମାଣ ଟାର୍ଗେଟ କରିଛ ଗ୍ରାମ୍ୟ ଉନ୍ନୟନ ବିଭାଗ । ବଢିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଦା୍ୟିତ୍ବ । ଏଣିକି ପଂଚାୟତ ଅଧିନରେ ଥିବା ରାସ୍ତାକୁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ଏଣିକି ୫କିମି ନୁହେଁ, ୩କିମି ରାସ୍ତାକୁ ନିର୍ମାଣ କରିବା ପାଇଁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତାକୁ ଆଦୃତ ହେଉଥିବା ଯୋଗୁଁ ଏବେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅଧିକ ରାସ୍ତା ନିର୍ମାଣ କରୁଛି ବିଭାଗ । ଚଳିତ ବର୍ଷ ୬ହଜାର କିଲୋମଟିର ରାସ୍ତା ନିର୍ମାଣ କରି ଅପହଞ୍ଚ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ହେଉଛି । ଏପରିକି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାରୁ ପ୍ରସକ୍ତିକରଣ କରାଯାଇଛି । ପୂର୍ବରୁ ରାସ୍ତାର ଚଉଡ଼ା ସାଢେ ୩କିମି ଥିବା ବେଳେ ଗତ ଉତ୍କଳ ଦିବସରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ସାଢେ ୫ କିମି ମିଟିର ରାସ୍ତା ନିର୍ମାଣ ଚାଲିଛି । ଯାହାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ନିଦ୍ଦାରିତ ଲକ୍ଷ୍ୟକୁ ସଠିକ ସମୟରେ ସାରିବାକୁ ନିଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୋ ବହୁ ପଡ଼ା ଗାଁକୁ ରାସ୍ତା ସଂଯୋଗ ହୋଇପାରୁନଥିବା ବେଳେ ଚଳିତ ବର୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପଡ଼ା ଗାଁକୁ ରାସ୍ତା ସଂଯୋଗ କରାଯାଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ ରେ ୨୦୧୯ ନିର୍ବାଚନ ସମୟରେ ସରକାର ଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ଲକ୍ଷ୍ୟ ପୂରଣ ନେଇ ମନ୍ତ୍ରୀ ଏବଂ ସଚିବ ଦେଲେ ଓଡ଼ିଶାବାସୀଙ୍କ ପାଖରେ ତଥ୍ୟ ରଖିଛନ୍ତି । ବିଜୁ ସେତୁ ଯୋଜନାରେ ୭୫୦ଟି ସେତୁ ନିର୍ମାଣର ଲକ୍ଷ୍ୟ ଥିବାବେଳେ ୬୭୯ଟି ସେତୁ ନିର୍ମାଣ ସରିଛି।୨ ୦୨୪ସୁଦ୍ଧା ମୋଟ ୯୦୦ଟି ସେତୁ ନିର୍ମାଣ ସରିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧିନରେ ୩୦୦୦ହଜାର କିମି ସଡ଼କ ନିର୍ମାଣ ପ୍ରସ୍ତାବ ରହିଥିବା ବେଳେ ୬୨୪୭ କି ମି ଦୀର୍ଘ ରାସ୍ତା ନିର୍ମାଣ କରଛି ବିଭାଗ । ସେହିପରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୪୩ହଜାର କିମି ମଧ୍ୟରୁ ୩୩୩୨୬ କିମି ରାସ୍ତାର ଉନ୍ନତିକରଣ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ରାଜସ୍ବ ବିଭାଗର ୧୬୪ଟି କୋଠା ବାଡି ନିର୍ମାଣ ହୋଇଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମା ମୁକ୍ତରାସ୍ତା ଏବଂ ଗମନାଗମନକୁ ସୁନିଶ୍ଚିତ କରିବା ପାଇଁ ୫୦ହଜାର କିମି ରାସ୍ତାର ଗୁଣବତ୍ତା ରେ ଉନ୍ନତି ଆଣିବାକୁ ବିଭାଗ ଚେଷ୍ଟା କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ । 18161 ଟି ଗ୍ରାମଞ୍ଚଳ କୁ ସବୁଦିନିଆ ରାସ୍ତା lନିର୍ମାଣ କରାଯାଇ ସଂଯୋଗ କରାଯାଇଛି ବିଭାଗ କହିଛି । ସର୍ବାଧିକ ଲମ୍ବା ସଡ଼କ ନିର୍ମାଣରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜାତୀୟସ୍ତରରେ ପୁରସ୍କୃତ ହୋଇଛି

ପଞ୍ଚମ ଥର ପାଇଁ ଆଇପିଏଲ୍ ତାଜ୍ ପିନ୍ଧିଲା ଚେନ୍ନାଇ ସୁପରକିଙ୍ଗସ…

() ଆଇପିଏଲ୍ ୨୦୨୩ ଟାଇଟଲ ଜିତିଲା ଧୋନୀ ବାହିନୀ। ବର୍ଷା ଓ ଗୁଜରାଟକୁ ମାତ୍ ଦେଇ ଚାମ୍ପିଅନର ଖିତାବ୍ ଜିତିଲା ଚେନ୍ନାଇ ସୁପରକିଙ୍ଗସ। ଗତକାଲି ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ। ଏହି ବିଜୟ ସହ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି ଚେନ୍ନାଇ ।

ଆଇପିଏଲ ଇତିହାସରେ ମୁମ୍ବାଇର ୫ଟି ଟାଇଟଲ ସହ ଚେନ୍ନାଇ ସମକକ୍ଷ ହୋଇଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସାଇ ସୁଦର୍ଶନ ୯୬ ଓ ରିଦ୍ଧିମାନ ଶାହ ୫୪ ରନ କରିବା ଫଳରେ ଗୁଜରାଟ ଟାଇଟନ୍ସ ୪ ୱିକେଟରେ ୨୧୪ ରନ୍ କରିଥିଲା । ଜବାବରେ ୨୧୫ ରନର ବିଜୟ ଲକ୍ଷ ନେଇ କ୍ରିଜକୁ ଓହ୍ଲାଇଥିଲା ଚେନ୍ନାଇ । ୩ଟି ବଲରେ ଖେଳିବା ପରେ ବର୍ଷା ଯୋଗୁ ଖେଳ ୨ଘଣ୍ଟା ୨୦ ମିନିଟ୍ ବନ୍ଦ ରହିଥିଲା ।

ବର୍ଷା ଛାଡ଼ିବା ପରେ ଡିଏଲଏସ ନିୟମ ଅନୁସାରେ ଚେନ୍ନାଇ ଆଗରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ୫ୱିକେଟ ହରାଇ ଶେଷ ବଲରେ ବିଜୟ ହାସଲ କରିନେଲା ଚେନ୍ନାଇ । ଶେଷ ଦୁଇଟି ବଲରେ ରବୀନ୍ଦ୍ର ଜାଡେଜା ଛକା ଓ ଚୌକା ମାରି ଚେନ୍ନାଇକୁ ଦେଇଥିଲେ ଐତିହାସିକ ବିଜୟ।

‘ଆହାର’ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିବା ବାଧ୍ୟତାମୂଳକ…

{} ‘ଆହାର’ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିବା ବାଧ୍ୟତାମୂଳକ ;

 ପରବର୍ତ୍ତୀ ମାସ ୭ ତାରିଖ ସୁଦ୍ଧା ଡବ୍ଲୁଏସଏଚଜିକୁ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ।

() ଅହାର, ଓଡ଼ିଶା ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଯାହା ନାଗରିକଙ୍କ କଲ୍ୟାଣ ପାଇଁ ସେମାନଙ୍କର ଗଭୀର ପ୍ରତିବଦ୍ଧତାର ପ୍ରତୀକ ପାଲଟିଛି। ୫ଟି ମହାନଗର ନିଗମରେ ୨୧ଟି ‘ଆହାର’ କେନ୍ଦ୍ର ସହିତ ଏକ ସାମାନ୍ୟ ପ୍ରୟାସ ଭାବେ ଯାହା ଆରମ୍ଭ ହୋଇଥିଲା, ତାହା ଏବେ ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି। ରାଜ୍ୟର ସମସ୍ତ ୧୧୫ ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ନେଇ ଗଠିତ ଓଡ଼ିଶାରେ ୧୬୭ ଟି ‘ଆହାର’ କେନ୍ଦ୍ର ରହିଛି। ପ୍ରତ୍ୟେକ ଦିନ, ଏହି ସ୍ମାରକୀ ପ୍ରୟାସ ପ୍ରାୟ ଏକଲକ୍ଷ ଯୋଗ୍ୟ ବ୍ୟକ୍ତିଙ୍କ ଜୀବନକୁ ଛୁଇଁଥାଏ, ଯାହା ସୁନିଶ୍ଚିତ କରେ ଯେ କେହି ଭୋକିଲା ଶୋଇବେ ନାହିଁ। ବର୍ତ୍ତମାନ ସୁଦ୍ଧା ୧୫୦ ନିୟୁତରୁ ଅଧିକ ଖାଦ୍ୟ ବିପନ୍ନଙ୍କୁ ଯୋଗାଇ ଦିଆୟାଇଛି।

ସାମୁହିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ‘ଆହାର’ କାର୍ୟ୍ୟକ୍ରମର ଶେଷ ପର୍ଯ୍ୟନ୍ତ କାର୍ଯ୍ୟରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି । ସମସ୍ତ ୧୬୭ ଟି ଆହାର କେନ୍ଦ୍ର ଓ ୨୭ଟି ଆହାର ରୋଷେଇ ଘର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆୟାଇଛି। ଏହାବ୍ୟତୀତ ପାଖାପାଖି ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ୫୬ ଟି ନୂତନ ‘ଆହାର’ ରୋଷେଇ କେନ୍ଦ୍ର ପ୍ରତିଷ୍ଠା କରା ଯାଉଚି, ଯାହା ପ୍ରସ୍ତୁତ ହେବା ପରେ ମିଶନ ଶକ୍ତି ଗ୍ରୁପକୁ ମଧ୍ୟ ହସ୍ତାନ୍ତର କରାଯିବ। ଏହି ପଦକ୍ଷେପ ସମୁଦାୟଙ୍କୁ ସଶକ୍ତ କରିବାରେ ଏବଂ ଆର୍ଥିକ ଆତ୍ମନିର୍ଭରଶୀଳତା ମାଧ୍ୟମରେ ସେମାନଙ୍କ ଜୀବନର ମାନ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

SHGsର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ମିଶନ ଶକ୍ତି SHGsକୁ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରନ୍ତୁ ଏବଂ ପ୍ରତ୍ୟେକ ମାସର ୭ ତାରିଖ ସୁଦ୍ଧା ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ପ୍ରଦାନ ସୁନିଶ୍ଚିତ କରନ୍ତୁ। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ‘ଆହାର’ ଠାରୁ ତଦାରଖ ଶୁଳ୍କ ବାବଦରେ ୧୩ କୋଟି ଟଙ୍କାରୁ ଅଧିକ ଆୟ କରିସାରିଛନ୍ତି।

କାର୍ୟ୍ୟକୁ ସୁରୁଖୁରୁରେ ଚଳାଇବା ଏବଂ ଉଚ୍ଚ ମାନ ବଜାୟ ରଖିବା ପାଇଁ ବିଭିନ୍ନ ସ୍ତରରେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଅଚାନକ ଗସ୍ତ କରିବା ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ନିଆୟାଇଛି। ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ତଥା ରାଜ୍ୟ ନୋଡାଲ ଅଧିକାରୀ ‘ଆହାର’ ସାରଦା ପ୍ରସାଦ ପଣ୍ଡା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଥିବା ‘ଆହାର’ କେନ୍ଦ୍ରକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ନିର୍ଦ୍ଦେଶାବଳୀର ଅନୁପାଳନକୁ ଅନୁଧ୍ୟାନ କରିବା ପାଇଁ ଏହି ଗସ୍ତ କରାୟାଇଥିଲା। ଦାୟିତ୍ୱରେ ଥିବା ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିଥିଲେ, ଏବଂ ସମ୍ମାନର ସହ ହିତାଧିକାରୀଙ୍କ ସେବା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଖାଦ୍ୟର ଅପଚୟକୁ କମ୍ କରିବା, ଏବଂ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ବିଶେଷ ଧ୍ୟାନ ଦେଉଛି, ସଫେଇ ସାମଗ୍ରୀର ପର୍ୟ୍ୟାପ୍ତ ମହଜୁଦ ରଖିବା, ସେବା କରିବା ସମୟରେ ସୁରକ୍ଷା ପୋଷାକର ବ୍ୟବହାର କରନ୍ତୁ, ସେବା ଅବଧି ମଧ୍ୟରେ ନିୟମିତ ସଫେଇ ଓ ମୋପିଙ୍ଗ କରିବା ପାଇଁ ପରାମର୍ଶ ଦେଇଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news