( ) ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରତିକ୍ରିୟା।
-ବାଚସ୍ପତି ଯଦି ସର୍ବଦଳୀୟ ବୈଠକରେ ଏହି ପ୍ରସ୍ତାଵ ଆଣିବେ ତାହେଲେ ଜୋରଦାର ବିରୋଧ କରିବୁ
-ବିରୋଧୀ ଦଳ ବିଧାନସଭାରେ ତାର ଭୂମିକା ପାଳନ କରିବ
-ସାମ୍ପ୍ରତିକ ଗୁରତ୍ବପୂର୍ଣ ପ୍ରସଙ୍ଗରେ ପ୍ରଶ୍ନ କରିବୁ
-ବାଚସ୍ପତି କଣ କହିଲେ ଆପଣଙ୍କ ମାଧ୍ୟମରେ ଶୁଣିଛୁ
-କୋଉଠି ଆଇନ ରେ ଅଛି କି ହୋ ହାଲା ବିଧାନସଭାରେ କରିପାରିବୁ ନାହିଁ
-ଆମେ ବିଲ୍କୁଲ ଚୁପ ରହିବୁ ନାହିଁ
-ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗମା କରିବୁ
ବିଧାନସଭାରେ ହୋ ହାଲା ମନା ପ୍ରସଙ୍ଗ କୁ ନେଇ: ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରତିକ୍ରିୟା…
ବିଧାୟକମାନଙ୍କୁ ବାଚସ୍ପତିଙ୍କ ତାଗିଦ: ହଟଗୋଳ କରନା..
( ) ୨୯ତାରିଖ ରେ ବସିବ ସର୍ବ ଦଳୀୟ ବୈଠକ l ବାଚସ୍ପତି ଡାକିଲେ ସର୍ବ ଦଳୀୟ ବୈଠକ l ଦିନ ୧୧ଟlରେ ବସିବ ବୈଠକ l ୧ରୁ ୩୧ ତାରିଖ ଯାଏ ବସିବ ଅଧିବେଶନ l ୨୬ଟି କର୍ଯ୍ୟ ଦିବସ ରହିଛି ଅଧିବେଶନରେ l ୩ ଦିନ ଧରି ଚାଲିବ କୋଭିଡ ଟେଷ୍ଟ l ଯେଉଁମାନଙ୍କର ରିପୋର୍ଟ୍ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନ ପାଈ ପ୍ରବେଶ ଅନୁମତି ମିଳିବ l ଏଥର ବି କରୋ ନା କଟକଣା ଭିତରେ ଅଧିବେଶନ ହେବ l
ପ୍ରଶ୍ନକାଳ ସମୟରେ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋ ହଲା କରିପାରିବେନି ବିଧାୟକ,
-ସିମିଲାରେ ବସିଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି
-ସର୍ବଦଳୀୟ ବୈଠକରେ ସବୁ ଦଳକୁ ଏ ନେଇ ଜଣାଇ ଦିଆଯିବ। ସୂର୍ଯ୍ୟ ନାରାୟଣ ପାତ୍ର ,ବାଚସ୍ପତି
ରୂପ ବଦଳାଉଛି କରୋନା…
( )ବର୍ତ୍ତମାନ କୋଭିଡ ଲକ୍ଷଣ ବଦଳୁଛି । ଟୀକାକରଣ ଯୋଗୁ ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ଯଦି ଜ୍ୱର ଓ ଥଣ୍ଡା ସ୍ୱାଭାବିକ ସ୍ତର ଠାରୁ ଅଧିକ ହେଉଛି, କରୋନା ହୋଇଥିବା ଭାବି ଟେଷ୍ଟ କରାଇ ନେବା ଉଚିତ । କୋଭିଡ ଅନୁରୂପ ନିୟମ କଡ଼ାକଡ଼ି ମାନିବା । ତାହେଲେ ସଂକ୍ରମଣକୁ ରୋକିପାରିବା । ସ୍କୁଲ ଛାତ୍ରଛାତ୍ରୀ ଟୀକା ନେଇ ନଥିବାରୁ ଯଦି ସଂକ୍ରମଣ ପୁଣି ବଢ଼େ, ସରକାର ପଦକ୍ଷେପ ନେଇ ଚିନ୍ତା କରିବେ ।ଭିମସାର ଓ ସୁନ୍ଦରଗଡ଼ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ବୁଝିଛି । ବୁର୍ଲାରେ ଚତୁର୍ଥ ବର୍ଷର ଜଣେ ଛାତ୍ରୀଙ୍କ ନିକଟରୁ ସଂକ୍ରମଣ ବ୍ୟାପିଛି । ମାଇଲଡ ସିମ୍ପଟମ ଥିଲା । ପ୍ରଥମେ ସେ ନେଗେଟିଭ ଆସିଥିଲେ । କିନ୍ତୁ କିଛି ଦିନ ପରେ ଭଲ ନହେବାରୁ ପରେ ପୁନଶ୍ଚ ଟେଷ୍ଟରେ ପଜିଟିଭ ଆସିଥିଲେ । କୋଭିଡ ଅନୁରୂପ ନିୟମ ଅନୁପାଳନ କରି ନଥିବାରୁ ସଂକ୍ରମଣ ବଢ଼ିଥିଲା । ପରେ ଟ୍ରେସିଂ ହେଲା ପରେ 18 ଜଣ ଝିଅ ଓ 4 ଜଣ ପୁଅ ପଜିଟିଭ ହୋଇଛନ୍ତି । ସେମାନଙ୍କ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ରେ ରଖାଯାଇଛି । ସୁନ୍ଦରଗଡରେ ଏକ ଆବାସିକ ସ୍କୁଲ ହଷ୍ଟେଲରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପ୍ରଥମେ 3-4 ଜଣ ପଜିଟିଭ ହୋଇଥିଲେ । କଣ୍ଟା କ୍ଟ ଟ୍ରେସିଂରୁ 43 ଜଣ ପଜିଟିଭ ହୋଇଥିବା ଜଣାପଡ଼ିଛି । 33 ଜଣଙ୍କୁ ଏକ ହଷ୍ଟେଲରେ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇ ରଖାଯାଇଛି । 10 ଜଣ ହୋମ ଆଇସଲେସନରେ ଅଛନ୍ତି। ସମସ୍ତେ ଲକ୍ଷଣ ବିହୀନ ।
ବାଇଟ- ରମା ରମଣ ମହାନ୍ତି, ଡିଏମଇଟି
ରାୟଗଡା ପାଇଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ…
( ) ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ସାମିଲ ହେଲା ରାୟଗଡା ଜିଲ୍ଲା।
ରାୟଗଡାର ୮.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା।
ଗରିବ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର କରିଛି ସ୍ମାର୍ଟ ହେଲ୍ଥ କାର୍ଡ – ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ।
ରାୟଗଡାରେ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ।
{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ରାୟଗଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଏହି ସୁବିଧା ପାଇବେ । ଏହାସହିତ ରାଜ୍ୟର ୧୭ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସା କରି କହିଲେ ଯେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି । ସେହିପରି ଜିଲ୍ଲାରେ ମା ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଆଜି ରାୟଗଡା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରାୟଗଡାରେ ଜଳସେଚନର ସୁବିଧା ପାଇଁ ଦୁଇଟି ମେଗା ଲିଫ୍ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହାଦ୍ବାରା ଗୁଣୁପୁର ବ୍ଲକ୍ର ୧୦୦୦ ହେକ୍ଟର ଜମିକୁ ପାଣି ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ରାୟଗଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ ଲକ୍ଷ ୩୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ ବୋଲି ପ୍ରକାଶ କରି ଏହାଦ୍ବାରା ସେମାନଙ୍କର ଏକ ବଡ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ ।ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ସେମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ସ୍ମାର୍ଟ ହେଲ୍ଥ କାର୍ଡ ସମ୍ଭବ କରିପାରିଛି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସାଂସଦ ଶ୍ରୀ ଭାସ୍କର ରାଓ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ରୂପାନ୍ତର ଆଣିବାରେ ସକ୍ଷମ ହୋଇଛି ବୋଲି କହିଥିଲେ ବିକାଶ ତଥା କଲ୍ୟାଣ କ୍ଷେତ୍ରରେ ଓଡିଶାକୁ ଦେଶର ଏକ ମଡେଲ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ
ଓଡିଶାର ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ବିଜେପି ନାହିଁ: ବିଜେଡି…
()ମାଗଣା ରାସନ ଯୋଗାଣକୁ ସମୀରଙ୍କ ବିରୋଧ,
{} ଯାହା ହୃଦ୍ବୋଧ ଓଡିଶା ବିଜେପି ଏବଂ ଏହାର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓଡିଶାର ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ନାହାନ୍ତି, ଅନ୍ୟଥା ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୮ମାସ ପାଇଁ ବଢାଇବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିଠି ଲେଖିଛନ୍ତି ତାହା ଉପରେ ସେ ଆପତ୍ତି ଉଠାଇ ନଥାନ୍ତେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ କୋଭିଡ ମହାମାରୀ ଯୋଗୁଁ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ଆଠ ମାସର ମାଗଣା ଚାଉଳ ଯୋଗାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ
ଦୃଷ୍ଟିରେ ରଖି ଓଡିଶା ବିଜେପି ଦ୍ୱାରା ସମର୍ଥନ କରାଯିବା ଉଚିତ୍ ।
ଏଥିରୁ ଜଣାପଡୁଛି ଯେ ଓଡିଶା ବିଜେପି ଆଉ ଓଡିଶାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଲଢୁ ନାହିଁ । ଶ୍ରୀ
ସମୀର ମହାନ୍ତିଙ୍କ ଦଳ ଗତ ସାତ ବର୍ଷ ମଧ୍ୟରେ ଇନ୍ଧନ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି କରିଛି ଯାହା ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଗୁରୁତର ଭାବେ ବାଧୁଛି । ଏହି ମଲୂ ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ସେମାନେ ପିଏମଜିକେଏୱାଇ ଅଧୀନରେ ଆଠ ମାସ ପାଇଁ ମାଗଣା ଚାଉଳ ଯୋଗାଣ ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସହ ଏକମତ ହେବା ଉଚିତ ।
କେନ୍ଦ୍ରର ତ୍ର ୁଟିପଣ୍ଣୂ ର୍ ନୀତି ଯୋଗୁଁ ଓଡିଶାର ଚାଷୀଙ୍କ ଠାରୁ ଚାଉଳ କିଣା ଯାଉନଥିବା ବେଳେ ଓଡିଶା ବିଜେପି ଏଥିପାଇଁ ଚିନ୍ତିତ ନୁହେଁ । ଇନ୍ଧନ ଏବଂ ଗ୍ୟାସ ଦର ବୃଦ୍ଧି ପାଇଁ ବି ଚିନ୍ତା କରୁନାହିଁ ଯାହା ସାଧାରଣ ଲୋକଙ୍କୁ କ୍ଷତି
ପହଞ୍ଚାଉଛି, ଏହା କେବଳ ବ୍ୟବସାୟୀ ଏବଂ ପଇସା ଥିବା ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଚିନ୍ତା କରୁଛି । ଓଡିଶାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଗରିବ ବିରୋଧୀ ତଥା ମଧ୍ୟବିତ୍ତ ବିରୋଧୀ ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଓଡିଶା ବିଜେପିକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି ।
ବିଶ୍ୱ ଶିଶୁ ଦିବସରେ ରେଡିଓ ଜକିଙ୍କ ଭୂମିକା ନିଭାଇଲେ ଶିଶୁ…
{} ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଶନିବାର ବିଶ୍ୱ ଶିଶୁ ଦିବସ ପାଳନ ଅବସରରେ ଶିଶୁମାନେ ବିଭିନ୍ନ ପ୍ରଶ୍ନ ପଚାରିବା ଓ ଆଲୋଚନାରେ ଭାଗ ନେଇ ଗୋଟିଏ ଦିନ ପାଇଁ ରେଡିଓ ଜକିଙ୍କ ଭୂମିକା ନିଭାଇଛନ୍ତି । ଭୁବନେଶ୍ୱର ସ୍ଥିତ ଗାଇଡାନ୍ସ ଇଂଲିଶ ମିଡିୟମ୍ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସୁଯୋଗ ପାଇଥିବାରୁ ବେଶ ଉତ୍ସାହିତ ହେବା ସହ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ ପ୍ରଶ୍ନ ପଚାରିଥିଲେ । ଅନ୍ଲାଇନ୍ ଓ ଅଫ୍ଲାଇନ୍ କ୍ଲାସ ସମ୍ପର୍କରେ ନିଜର ଅନୁଭୂତି ଆଲୋଚନା କରିବା ସହ ଧ୍ୟାନ, ସୁସ୍ଥ ଜୀବନଶୈଳୀ, ଯୋଗ ଏବଂ ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ୍ ବନ୍ଦ ରହିବା କାରଣରୁ ଘରେ ରହିବା ସମ୍ପର୍କରେ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡିଓ ଏବଂ ୟୁନିସେଫ୍ ଓ କମ୍ୟୁନିଟି ରେଡିଓ ଆସୋସିଏସନ୍ ଅଫ୍ ଓଡ଼ିଶା (ସିଆର୍ଏଓ)ର ମିଳିତ ସହଭାଗିତାରେ ଆୟୋଜନ କରାଯାଇଥିଲା । ୟୁନିସେଫ୍ର ଓଡ଼ିଶା ମୁଖ୍ୟ ଶ୍ରୀମତି ମୋନିକା ନେଲ୍ସନ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁମାନଙ୍କ ସହିତ ଓ ସୋଆ ରେଡିଓ କ୍ଳବ୍ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ସୋଆ କମ୍ୟୁନିଟି ରେଡିଓ ସବୁବେଳେ ଯୁବକ ଏବଂ ଶିଶୁମାନଙ୍କୁ ଅଗ୍ରାଧିକାର ଦେଇଥାଏ । ପୋଷଣ, ମାନସିକ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଅନେକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଏହି ଅବସରରେ ସୋଆ କମ୍ୟୁନିଟି ରେଡିଓର ଅଫିସର ଇନ୍ ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଛନ୍ତି । ଗାଇଡାନ୍ସ ଇଂଲିଶ ମିଡିୟମ୍ ସ୍କୁଲ୍ର ଶିକ୍ଷୟତ୍ରୀ ଶ୍ରୀମତି ସୁକାନ୍ତି ରଥ କହିଥିଲେ ଯେ ସ୍କୁଲ୍ର ଛାତ୍ରଛାତ୍ରୀମାନେ ପ୍ରଥମ ଥର ପାଇଁ ଏଭଳି ସୁଯୋଗ ପାଇଛନ୍ତି ଏବଂ ଏହାକୁ ନେଇ ସେମାନେ ବେଶ ଉତ୍ସାହିତ । ପ୍ରତ୍ୟେକ ବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳନ କରାଯାଏ । ଶିଶୁମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ଏହି ଦିବସ ପାଳନ କରିବାର ପ୍ରମୁଖ ଉଦ୍ଦେଶ୍ୟ । ଚଳିତବର୍ଷର ଥିମ୍ ଥିଲା “ପ୍ରତ୍ୟେକ ଶିଶୁ ପାଇଁ ଏକ ସୁନ୍ଦର ଭବିଷ୍ୟତ” ।
ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକ…
( )ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୮ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୮୭୨.୧୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩୪୬୧ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହେବ।ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ। ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲକୁ ନିର୍ଦ୍ଦେଶ ଦେଇଥିଲେ।
କନ୍ଧମାଳ ଲେଖିଲା ବିକାଶ ର ନୂଆ କାହାଣୀ…
( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ସାମିଲ ହେଲା କନ୍ଧମାଳ ଜିଲ୍ଲା।
କନ୍ଧମାଳର ୬.୫୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା।
ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ,
ସଫଳ କରିଛି ସ୍ମାର୍ଟ ହେଲ୍ଥ କାର୍ଡ – ମୁଖ୍ୟମନ୍ତ୍ରୀ।
କନ୍ଧମାଳରେ ୫୦୦ କୋଟିର ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାମ ଠିକ୍ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ।
କନ୍ଧମାଳରେ ୨୭୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ।
{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୬ ଲକ୍ଷ ୫୦ ହଜାର ଲୋକ ଏହି ସୁବିଧା ପାଇବେ । ଏହାସହିତ ରାଜ୍ୟର ୧୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ଓ ଜୈବିକ ଫସଲ ପାଇଁ କନ୍ଧମାଳ ଜିଲ୍ଲାର ଖୁବ୍ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ହେଉଛି ସୁନାର ଭୂମି ଜୈବିକ ଫସଲ ବିଶେଷ କରି କନ୍ଧମାଳ ହଳଦୀ ଆଜି ସାରା ଦେଶରେ ଏକ ଲୋକପ୍ରିୟ ବ୍ରାଣ୍ଡ ଭାବରେ ପ୍ରତିଷ୍ଠା ଲାଭ କରିଛି ଜୈବିକ ଫସଲ ପାଇଁ ଏବେ ଆଗ୍ରହ ବଢୁ ଥିବାରି ଏ କ୍ଷେତ୍ରରେ କନ୍ଧମାଳର ବହୁତ ସୁଯୋଗ ରହିଛି ବୋଲି ସେ କହିଥିଲେ ସେହିପରି Eco-Tourism ପାଇଁ ମଧ୍ୟ କନ୍ଧମାଳ ସାରା ଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏ ଦୁଇ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇ କାମ କରୁଛନ୍ତି ବୋଲି କହିଥିଲେ
ଆଜି କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ଏଥିରେ ଭିତ୍ତିଭୂମି ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି ବୋଲି କହିଥିଲେ ଏହି ଅବସରରେ ୫୦୪ କୋଟି ଟଙ୍କା ବିନିଯୋଗରେ କନ୍ଧମାଳରେ ୫୦୦ ଶଯ୍ୟା ବିଶିଷ୍ଟ ଏକ Medical College & Hospital ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି କହିଥିଲେ ଯେ ଏଥିରେ ବର୍ଷକୁ ୧୦୦ ଜଣ ପିଲା ଡାକ୍ତରୀ ପାଠ ପଢିପାରିବେ ମେଡିକାଲ କଲେଜ ନିର୍ମାଣ କାମ ଠିକ୍ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ବିଜୁ ସେତୁ ଯୋଜନାରେ ୧୨୦ କୋଟି ଟଙ୍କା ବିନିଯୋଗରେ ୬୯ ଗ୍ରାମ ପଞ୍ଚାୟତରେ ଯୋଗାଯୋଗର ଉନ୍ନତି କରାଯାଇଛି ଏଥିପାଇଁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେଉଛନ୍ତି ।ବାଲିଗୁଡାରେ ନିର୍ମାଣାଧୀନ ୨୨୦/୩୩ KV Grid Station ଖୁବ୍ ଶିଘ୍ର ଶେଷ ହେବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗିବାଡି ଓ ବାଲିଗୁଡା ବ୍ଲକର ୭୦ ହଜାର ପରିବାର ଉପକାର ପାଇବେ ଏହାଦାରା ପାଇପ ପାଣି ଯୋଗାଣରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କନ୍ଧମାଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୬ ଲକ୍ଷ ୫୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ ବୋଲି ପ୍ରକାଶ କରି ଏହାଦ୍ବାରା ସେମାନଙ୍କର ଏକ ବଡ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ସ୍ମାର୍ଟ ହେଲ୍ଥ କାର୍ଡ ସମ୍ଭବ କରିପାରିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାୟକ ଶ୍ରୀ ଅଙ୍ଗଦ କହଁର ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି ବୋଲି କହିଥିଲେ ନମ୍ର ସ୍ବଭାବ ଓ ଦୂରଦୃଷ୍ଟି ଯୋଗୁଁ ମୁଖ୍ୟମନ୍ତ୍ରୀ ଆଜି ବିକାଶ ଇତିହାସରେ ଓଡିଶାକୁ ଏକ ନୂତନ ଶିଖରରେ ପହଞ୍ଚାଇପାରିଛନ୍ତି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେତେକ ହିତାଧିକାରୀଙ୍କୁ BSKY ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଭୁବନେଶ୍ୱରରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲର ନୂଆ କାର୍ଯ୍ୟାଳୟ :ଉଦଘାଟନ କରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ -ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ…
( ) ଭୁବନେଶ୍ୱରରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲର ନୂଆ କାର୍ଯ୍ୟାଳୟ । କେଶରୀ ନଗରରେ ଅବସ୍ଥିତ ଏହି ନୂଆ ଅଫିସକୁ ଉଦଘାଟନ କରିଛନ୍ତି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ -ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ୧.୧ ଏକର ଜମି ଉପରେ ଅବସ୍ଥିତ ପ୍ରାୟ 40 ହଜାର ବର୍ଗ ଫୁଟର ଏହି ନୂଆ ସେମି ଗ୍ରୀନ ଅଫିସ ବିଲ୍ଡିଂ ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି 27 କୋଟି 26 ଲକ୍ଷ ଟଙ୍କା । ଏହି ଅଫିସରେ ପ୍ରିନ୍ସିପାଲ ଏଜି କାର୍ଯ୍ୟାଳୟର ଅଡିଟ-୨ କାର୍ଯ୍ୟାଳୟ ସହ ଡିଜି ରହିବ । ଏମିତିକି ଆଗାମୀ ଦିନରେ 43 ରାଷ୍ଟ୍ରର ଅଡିଟ ସଂସ୍ଥାକୁ ନେଇ ଗଠିତ ଏସିଆନ କଣ୍ଟ୍ରି ବୈଠକକୁ ଭୁବନେଶ୍ୱର ଏଜି କାର୍ଯ୍ୟାଳୟରେ କରିବାକୁ ବିଚାର କରାଯାଉଛି ବୋଲି କହିଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ କରିବ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ସିଏଜି କହିଛନ୍ତି, ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବ ସିଏଜି । ସେହିଭଳି ଲୋକାଲ ବଡିର ଅଡିଟ ମଧ୍ୟ କରିବ ସିଏଜି । ରାଜ୍ୟଗୁଡ଼ିକ ଲୋକଲ ବଡିର ଅଡିଟ କରୁଛନ୍ତି । ଏଥିରେ ସିଏଜି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ । ଫଳରେ ଲୋକାଲ ବଡିର ରିଅଲ ଟାଇମ ଅଡିଟ ସମ୍ଭବ ହୋଇପାରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି, ତାହାର ଅଡିଟ ହେବ । ଏଥିରେ ରହୁଥିବା ତ୍ରୁଟିକୁ ଧରିବା ସହ ତାହାର ସୁଧାର ଲାଗି ସୁପାରିଶ କରିବ ସିଏଜି l
ପିସିସି କର୍ମକର୍ତାଙ୍କୁ ଜିଲ୍ଲା ଦାୟୀତ୍ୱ ବଂଟନ…
( ) ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି (ଉ.ସ.), ସାଧାରଣ ସଂପାଦକ (ସା.ସ.), କାର୍ଯ୍ୟକାରୀ କମିଟି ସଦସ୍ୟ ଓ ସଂପାଦକ (ସଂ) ମାନଙ୍କ ମଧ୍ୟରେ ଜିଲ୍ଲା ଦାୟୀତ୍ୱ ବଂଟନ କରିଛନ୍ତି ।
ଏହି କ୍ରମରେ ଅନୁଗୁଳ ଜିଲ୍ଲା ନିମନ୍ତେ ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ ଓ ସଂପାଦକ ସୁରେଶ ପାଣିଗ୍ରାହୀଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ନିମନ୍ତେ ସା.ସ ଅଶୋକ କୁମାର ଦାସ ଓ ସଂ. ମନୋଜ କୁମାର ବିଶ୍ୱାଳ, ବରଗଡ଼-ସା.ସ. ରାଜକିଶୋର ଷଢ଼ଙ୍ଗୀ ଓ ସଂ. ମାନସ ଆଚାର୍ଯ୍ୟ, ଭଦ୍ରକ –ସତ୍ୟଶିବ ଦାସ, ସଂ. ସଗ୍ରାମ କେଶରୀ ଦାସ, ଭୁବନେଶ୍ୱର- ଉ.ସ. ଗଣେଶ୍ୱର ବେହେରା ଓ ସଂ. ଶାନ୍ତାୟନ ମିଶ୍ର, ବଲାଙ୍ଗିର-କାର୍ଯ୍ୟକାରୀ କମିଟି ସଭ୍ୟ ସତ୍ୟଭୂଷଣ ସାହୁ ଓ ସଂ. ସୀମାଂଚଳ ଉଲ୍ଲାକା, ବୌଦ୍ଧ – ସା.ସ. ଆଶଫ ଅଲ୍ଲି ଖାନ ଓ ସଂ ସୂର୍ଯ୍ୟକାନ୍ତି ବାଗ ଏବଂ ସଂ. ଗୌର ନାୟକ, କଟକ- ସା.ସ. ସତ୍ୟପ୍ରକାଶ ନାୟକ ଓ ସଂ. ଉମେଶ ଜେନା ଏବଂ ସଂ. ପ୍ରତିମା ମଲ୍ଲିକ, କଟକ ନଗର- ଉ.ସ. ଯଜେ୍ଞଶ୍ୱର ବାବୁ ଓ ସଂ. ଶ୍ରୀୟା ମହାନ୍ତି, ଦେଓଗଡ଼- ଉ.ସ. ରତ୍ନମଣି ଉଲ୍ଲାକା ଓ ସଂ. ଦୁର୍ଗା ପାଢ଼ୀ, ଢ଼େଙ୍କାନାଳ- ଉ.ସ. ସୁରେଶ ମହାପାତ୍ର ଓ ସଂ. ବିଜୟାନନ୍ଦ ଚାଉଳିଆ, ଗଜପତି – ସା.ସ . ଲଲାଟେନ୍ଦୁ ମହାପାତ୍ର ଓ ସଂ. ନଳିନୀ ସ୍ୱାଇଁ, ଗଞ୍ଜାମ-(ବ୍ରହ୍ମପୁର ଲୋକସଭା)- ଉ.ସ. ଶିବାନନ୍ଦ ରାୟ ଓ ସଂ. ଲିଙ୍ଗରାଜ ସାହୁ, (ଆସ୍କା ଲୋକସଭା) – ସା.ସ. କିଶୋର ଜେନା ଓ ସଂ. କୈଳାସ ମୁଖି ଏବଂ ହେମରାଜ ବାଗ, ଜଗତସିଂହପୁର- ଉ.ସ. ଭୂଜବଳ ମାଝୀ ଓ ସଂ. ମନୋଜ ସାହୁ, ଯାଜପୁର- ସା.ସ. ରଜତ ଚୌଧୁରୀ ଓ ସଂ. ନସିର ଅହମ୍ମଦ ଖାନ, ଝାରସୁଗୁଡ଼ା – ସଂ. ସସ୍ମତା ଦେହୁରୀ ଓ ସଂ ଦୁଲାଲ ଚନ୍ଦ୍ର ପ୍ରଧାନ, କଳହାଣ୍ଡି – ସା.ସ. ସମରେନ୍ଦ୍ର ମିଶ୍ର ଓ ସଂ. ମୁକେଶ ଜେନ, କନ୍ଧମାଳ- ସା.ସ. ବିସ୍ମୟ ମହାପାତ୍ର ଓ ସଂ. ହୁସେନ ଖାନ, କେନ୍ଦ୍ରାପଡ଼ା- କାର୍ଯ୍ୟକାରୀ କମିଟି ସଦସ୍ୟ ପଂଚାନନ କାନୁନଗୋ ଓ ସଂ. ବିଳ୍ପବ ଚୌଧୁରୀ, କେନ୍ଦୁଝର- ଉ.ସ. ସରସ୍ୱତୀ ହେମ୍ରମ ଓ ସଂ ସନ୍ତୋଷ ନନ୍ଦ ଏବଂ ସଂ. ସମ୍ଭୁନାଥ ପାଣିଗ୍ରାହୀ, ଖୋର୍ଦ୍ଧା – ସା.ସ. ରବି ରାୟ, ଓ ସଂ. ଦରିଦ୍ର ନାରାୟଣ ନାୟକ, କୋରାପୁଟ- ଉ.ସ. ଦେବାଶିଷ ପଟ୍ଟନାୟକ ଓ ସଂ. ମହମ୍ମଦ ସବିର ଏବଂ ସଂ. ପ୍ରଭାସ କର ମହାପାତ୍ର, ମାଲକାନଗିରି- ଉ.ସ. ସଦନ ନାୟକ ଓ ସଂ. ଶଶିଭୂଷଣ ପାତ୍ର, ମୟୁରଭଞ୍ଜ- ସା.ସ. ଅରିନ୍ଦମ ସର୍କେଲ ଓ ସଂ. ବିଜନ ନାୟକ, ସଂ. ମଧୁସ୍ମିତା ସେଠୀ ଏବଂ ସଂ. ଦିଲ୍ଲୀପ ବେହେରା, ନବରଙ୍ଗପୁର- ଉ.ସ. ଦେବାଶିଷ ପଟ୍ଟନାୟକ ଓ ସଂ. କୃଷ୍ଣଚନ୍ଦ୍ର ନେପାକ, ନୟାଗଡ଼- ସା.ସ. ରବିନ୍ଦ୍ର ମଲ୍ଲିକ ଓ ସଂ. ଚନ୍ଦ୍ରଶେଖର ପରିଡ଼ା, ନୂଆପଡ଼ା- ଉ.ସ. ନକୁଳ ନାୟକ ଓ ସଂ- ତରୁଣ ମାଝୀ, ପୁରୀ- ସା.ସ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସଂ ଅମୀୟ ପାଣ୍ଡବ, ରାୟଗଡ଼ା- ଉ.ସ. ସନ୍ତୋଷ ସିଂ ସାଲୁଜା ଓ ସଂ. ସଂଜୟ କୁମାର ଅଧିକାରୀ, ରାଉରକେଲା- ସା.ସ. ଆଲୋକ ମିଶ୍ର ଓ ସଂ. ମହେନ୍ଦ୍ର କୁମାର ନାୟକ, ସମ୍ବଲପୁର- କାର୍ଯ୍ୟକାରୀ କମିଟି ସଦସ୍ୟ ଉମାଶଙ୍କର ପଣ୍ଡା ଓ ସଂ ସରୋଜ ପ୍ରଧାନ ଏବଂ ସଂ ସୁକାନ୍ତି ଦାସ, ସୁବର୍ଣ୍ଣପୁର- ସା.ସ. ନାରୟଣ ଜେନା ଓ ସଂ. ସୁବ୍ରତ ମହାପାତ୍ର ଏବଂ ସୁନ୍ଦରଗଡ଼ ଜିଲ୍ଲା ନିମନ୍ତେ ସା.ସ. ସଂଗ୍ରାମ ମିଶ୍ର ଓ ସଂ. ପ୍ରିୟଜିତ ରାୟ ଏବଂ ସଂ ପ୍ରଦୀପ ମହାପାତ୍ରଙ୍କୁ ଶ୍ରୀ ପଟ୍ଟନାୟକ ଦାୟୀତ୍ୱ ଦେଇଛନ୍ତି । ସେହିପରି ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସଙ୍କୁ ଅଫିସ ପ୍ରୋଟୋକଲ, ସାଧାରଣ ସଂପାଦିକା ମମତା ମାଢ଼ୀ ଓ ସଂପାଦିକା ଅର୍ଚ୍ଚନା ନନ୍ଦିଙ୍କୁ ମହିଳା କଂଗ୍ରେସ ଦାୟୀତ୍ୱ ଦିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ ଜଣାଇଛନ୍ତି ।














