ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ଗୁରୁତ୍ବ ଦେଉଛନ୍ତି ସରକାର….

() ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ର ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି । ପ୍ରାଥମିକତା ଭିତ୍ତି ରେ ବଲାଙ୍ଗୀର ଜିଲ୍ଲାରେ ଥିବା ଭୀମ ପାହାଡ , ରାଣୀ ଝରିଆଲ , ହରିଶଙ୍କର ପର୍ଯଟନ ସ୍ଥଳ ର ବିକାଶ କରାଯିବ । ସ୍ଥିତି ଅନୁଧ୍ୟାନ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପର୍ଯଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ଆଜି ପ୍ରଶ୍ନ କାଳ ରେ ବିଧାୟକ ଧୁର୍ବ ଚରଣ ସାହୁଙ୍କ ମୂଳ ପ୍ରଶ୍ନ ଓ ବିଧାୟକ ନରସିଂହ ମିଶ୍ର ଙ୍କ ଅତିରିକ୍ତ ପ୍ରଶ୍ନ ର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି , ୨୦୧୬ ପର୍ଯଟନ ନୀତି ଅନୁଯାୟୀ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ଗୁଡିକ ର ଭିତ୍ତି ଭୂମି ର ବିକାଶ ଜାରି ରଖିଛନ୍ତି । ହୋଟେଲ , ଷ୍ଟାର ହୋଟେଲ, ମୌଜ ପ୍ରମୋଦ ଉଦ୍ଦ୍ୟାନ , ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି କୋରାପୁଟ ଜିଲ୍ଲାର ଦେଓମାଳୀ , ଗୁପ୍ତେଶ୍ୱର ଓ ମାଛକୁଣ୍ଡ କୁ ପର୍ଯ୍ୟଟକ ସ୍ଥଳୀ କୁ ଘୋଷଣା କରାଯାଇଛି । ହେଲେ ଏଠାରେ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ କରାଯାଉନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେପଟେ ମନ୍ତ୍ରୀ ତାଙ୍କ ଉତ୍ତର ରେ କହିଛନ୍ତି, ଏହି ପ୍ରସଙ୍ଗରେ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ।

ସ୍କୁଲ ରୂପାନ୍ତି କରଣ କୁ ନେ଼ଇ ଅଭିଯୋଗ ଆଣିଲେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି..

() ରୁପନ୍ତି କରଣ ନା ରେ କେବଳ ଆଇ ୱାସ ଚାଲିଛି।ପୁରୁଣା କାନ୍ଥରେ ନୂଆ ରଙ୍ଗ ଦିଆଯାଇଛି।ସ୍କୁଲ ରେ ଶିକ୍ଷକ ନାହାନ୍ତି, କହି ବିରୋଧୀ ସରକାରଙ୍କୁ କରିଛନ୍ତି ଟାର୍ଗେଟ।ବିଭିନ୍ନ ସ୍କୁଲ ର ବିଭିନ୍ନ ପଦ ପଦବୀରେ 61ହଜାର 836ଟି ପଦବୀ ଖାଲି ପଡ଼ିଛି।29%ସ୍କୁଲ ରେ ବିଜୁଳି ନାହିଁ,6%ସ୍କୁଲରେ ନେଟ ସେବା ନାହିଁ।ରାଜ୍ୟର 298ସ୍କୁଲର 5874ଟି ଶ୍ରେଣୀ ଗୃହ ଜରାଜୀର୍ଣ୍ଣ ଅବସ୍ଥା ରେ ରହିଛି।5ଟି ରୁପାନ୍ତିକରଣ ହାଇସ୍କୁଲ ରେ ଅଷ୍ଟମ,ନବମ ଓ ଦଶମ ସ୍କୁଲ ପାଇଁ ଶିକ୍ଷକ ନହାନ୍ତି ଏପରିକି ଅନେକ ସ୍କୁଲରେ ପୁରୁଣା କାନ୍ଥରେ ରଙ୍ଗ ମରାଯାଇଛି ଓ ପୁରୁଣା ସାଇକେଲ ଷ୍ଟାଣ୍ଡ କୁ ନୂଆ ରଙ୍ଗ ଦେବା ସହ ପୁରୁଣା ଟାଇଲରେ ରଙ୍ଗୀନ କରାଯାଇ ନୂଆ ବୋଲି ଦର୍ଶା ଯାଇଛି।ସାମାନ୍ୟ କାଳ ବୈଶାଖୀ ରେ ଭିତ୍ତି ଭୂମି ମାଟି ରେ ଲୋଟି ପଡ଼ିଛି। ଏଥୀରୁ ପ୍ରମାଣିତ ହେଉଛି କି 5ଟି ସ୍କୁଲ କେତେ ଗୁଣାତ୍ମକ ରେ ହୋଇଛି। ଠିକାଡଦାର୍ ମାନେ କେବଳ ନିର୍ମମର କାର୍ଯ୍ୟ କରିଦେଇ ବାବୁ ମାନଙ୍କୁ ଭାଗ ଦେଇ ଅର୍ଥ କୁ ଆତ୍ମସାତ କରିଥିବା ମୁଲତବୀ ପ୍ରସ୍ତାବ ରେ ଭାଗ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି।

ପୁରୀରେ ପ୍ରତିଷ୍ଠା ହେବ ବିଜ୍ଞାନ ଓ ପ୍ଲାନେଟୋରିଅମ…

() ପୁରୀ ଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିଅମ କେନ୍ଦ୍ର ପ୍ରତିଷ୍ଠା ହେବ। ସେଠାରେ ଜଗନ୍ନାଥ ସଂସ୍କୃତି ର ସମସ୍ତ ତଥ୍ୟ ସ୍ଥାନ ପାଇବ।

ଭୁବନେଶ୍ୱରରେ ହେବ ସାଇନ୍ସ ସିଟି।କଲିକତାରେ ଥିବା ସାଇନ୍ସ ସିଟି ଭଳି ଏହା ପ୍ରତିଷ୍ଠା କରାଯିବ।ଏଥିପାଇଁ ରାଜ୍ୟ ସରକାର 30ଏକର ଜମି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁମୋଦନ କରିଛନ୍ତି।

ସାତକୋଶିଆ ଅଂଚଳରେ ଜାତୀୟ ସ୍ତରର ଆଞ୍ଚଳିକ ସାତକୋଶିଆ ବାୟ ସ୍ପିୟର ମୁଜି୍ୟୁମ ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତୀ ଅଶୋକ ପଣ୍ଡା ବିଧାନସଭା ରେ ଉତ୍ତର ରଖି କହିଛନ୍ତି।

ବିଧାନସଭା ପ୍ରଶ୍ନକାଳରେ OTM ପୁନରୁଦ୍ଧାର ପ୍ରସଙ୍ଗ…

() ବିଧାନସଭା ପ୍ରଶ୍ନକାଳରେ OTM ପୁନରୁଦ୍ଧାର ପ୍ରସଙ୍ଗ ଉଠିଲା। କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ଵାଳ ପ୍ରସଙ୍ଗ ଉଠାଇ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ନେଇ OTM ଜମି ନିଲାମ ହୋଇପାରିବନି। OTM ପୁନରୁଦ୍ଧାର ନେଇ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାର status କଣ? ଚଳିତ ମାସ ୨୧ ତରିଖ ରେ ହାଇ କୋର୍ଟ ରେ ଶୁଣାଣୀ ଅଛି। ଏହା ପୂର୍ବରୁ ସମସ୍ତ ନଥିପତ୍ର ପ୍ରସ୍ତୁତ କରି ଦାଖଲ କରିବାକୁ ବିଧାୟକ ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପଟେ OTM କୁ ପୁନରୁଦ୍ଧାର ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଅବଗତ କରିଛନ୍ତି। ୩୭୨୦ ଜଣଙ୍କୁ ସ୍ଵେଚ୍ଛାକୃତ ଅବସର ଦିଆଯାଇ ୨୧୬୩ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି।

ଖଦୀ ବୋର୍ଡକୁ ୩ବର୍ଷର ଅନୁଦାନ ଦେଇ ନାହିଁ କେନ୍ଦ୍ର ସରକାର…

() ଖଦୀ ବୋର୍ଡକୁ ୩ବର୍ଷରେ କୌଣସି ଅନୁଦାନ ଦେଇନାହାନ୍ତି କେନ୍ଦ୍ର ସରକାର l ରାଜ୍ୟ ସରକାର ସବୁ ଅନୁଦାନ ଦେଉଛନ୍ତି l ୨କୋଟି ଟଙ୍କା ପୂର୍ବ ପାଣ୍ଠି ଘୋଷଣା ଅନୁସାରେ ଯୋଗାଇ ଦେଇଛନ୍ତି l ଏହି ଅନୁଦାନ ଦ୍ଵାରା ୨୧ଗୋଟି ଖଦୀ ସମିତି ଉପକୃତ ହୋଇଛନ୍ତି l ଯେଉଁଥିରେ କର୍ମଚାରୀଙ୍କୁ ଦରମା,ତାଲିମ ଦିଆଯାଇଛି l

ଚମକୁଛି ବିଦ୍ୟାଳୟ…

() ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀ ଉତ୍ତରରେ କହିଛନ୍ତି ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତି କାରଣ ପାଇଁ ବର୍ତ୍ତମାନ ସୁଦ୍ଧା 3,12,482 ସ୍କୁଲରେ ଭିତ୍ତିଭୂମି ନିମନ୍ତେ 6,267,38 ଲକ୍ଷ 57 ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 12466 ଟି ସ୍କୁଲ ପାଇଁ 319 କୋଟି 16 ଲକ୍ଷ 58 ହଜାର ଟଙ୍କା ମଞ୍ଜୁରୀ ଲାଭ କରିଛି। 1867ଟି ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମି ର ବିକାଶ ଲାଗି 14ଲକ୍ଷ79ହଜାର କୋଟିଟଙ୍କା ବେ ବରାଦ କରାଯାଇଛି। 512 ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ଲାଇବ୍ରେରୀ ସାଇନ୍ସ ଲାଵ, ଶୌଚା ଳୟ , ବିଦ୍ୟୁତ କରଣ ଓ ଆସବାଵ ପତ୍ର ପାଇଁ 432କୋଟି 8ଲକ୍ଷ 81 ହଜାର ଟଙ୍କା ପ୍ରଦାନ କରାଯାଇଛି। ଦ୍ଵିତୀୟ ପର୍ଯୟରେ 8ଟି ବ୍ଲକର 1ହଜାର146ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ687 କୋଟି 60 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଡ୍ରପ ଆଉଟ ରୋକିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ସହିତ ଅନ୍ୟନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। 24 ଜିଲ୍ଲାରେ 3051 ଟି ସ୍କୁଲ କୁ ମୋ ସ୍କୁଲ ଜରିଆରେ 14ଶହ28 କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି। ଖାଲିପଡିଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପକ୍ରିୟା ଜରିହିଛି। ଏପଟେ ସର୍ବଶିକ୍ଷା ଅଭିଯାନରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉନାହାନ୍ତି ମନ୍ତ୍ରୀ କହିଥିବା ବେଳେ ଜାତୀୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ଓଡିଶା ର ଅଗ୍ରଗତି ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ ବୋଲି ମୁଲତବୀ ଉତ୍ତରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଓଡ଼ିଶାରେ ଏକ ନମ୍ବର: ଦେଶର ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସୋଆ 

{}  ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି । ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ-୨୦୨୨ରେ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପୁଣି ଥରେ ପ୍ରତିପାଦିତ କରିପାରିଛି ସୋଆ ।

ଗତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସର ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ଜାତୀୟ ସ୍ତରରେ ୨୦ ତମ ସ୍ଥାନରେ ଥିବା ସୋଆ ଚଳିତ ବର୍ଷ ନିଜର ଉତ୍କର୍ଷ ପ୍ରଦର୍ଶନ କରି ଦେଶର ୧୬ ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି । ସେହିପରି ୪ଟି କ୍ୟାଟେଗୋରୀରେ ନିଜର ସ୍ଥାନକୁ ଉନ୍ନୀତ କରିଥିବା ବେଳେ ଦୁଇଟି କ୍ୟାଟେଗୋରୀରେ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ । ସୋଆର ଦୁଇଟି ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି । ମାତ୍ର ୧୫ ବର୍ଷ ତଳେ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଷ୍ଟାଟସ୍ ପାଇଥିବା ସୋଆ ଚଳିତ ଏନ୍‌ଆଇଆର୍‌ଏଫ୍ -୨୦୨୨ ତାଲିକାରେ ଓଭରଅଲ୍ କ୍ୟାଟେଗୋରୀରେ ୩୦ ତମ ସ୍ଥାନରେ ରହିଥିବା ବେଳେ (୨୦୨୧ରେ ୩୭ତମ ସ୍ଥାନରେ ଥିଲା) ମେଡିକାଲ୍ ସାଇନ୍‌ସେସ୍‌ରେ ୧୮ ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ୧୦ମ ସ୍ଥାନରେ ରହିଛି । ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ ରହିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ତମ ସ୍ଥାନରେ ସ୍ଥାନୀତ ହୋଇଛି ।

ନିକଟରେ ଏକ ବିରାଟ ମାଇଲ୍ ଖୁଂଟ ମଧ୍ୟ ହାସଲ କରିଛି ସୋଆ । ନ୍ୟାସ୍‌ନାଲ୍ ଆସେସେ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ବିଶ୍ୱବିଦ୍ୟାଳୟକୁ ମୋଟ ୪ସ୍କୋର୍‌ରୁ ୩.୮୮ ସିଜିପିଏ ସହ ସର୍ବାଧିକ A++ ଗ୍ରେଡ୍‌ର ସ୍ୱୀକୃତି ପ୍ରଦାନ କରିଛି । ୨୦୧୬ରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ସୋଆ । ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିଛି ସୋଆ ।

ଏନ୍‌ଆଇଆର୍‌ଏଫ୍ -୨୦୨୧ରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୧ ତମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୨ତମ ସ୍ଥାନରେ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ୧୪ତମ ସ୍ଥାନରେ ରହିଥିଲା ।

ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ନିଜର ସ୍ଥିତି ଜାହିର କରିଥିବାବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର୍ପୂବାଂଚଳରେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ସେହିପରି ଫ୍ୟାକଲ୍ଟି ଅଫ୍ ଲ’ ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସମସ୍ତ ଫ୍ୟାକଲ୍ଟି ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ନିରବଚ୍ଛିନ୍ନ ପରିଶ୍ରମ ଓ ଅଧ୍ୟବସାୟ ନିମନ୍ତେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

୧୮ରୁ ୫୯ ବର୍ଷଙ୍କ ପାଇଁ ମାଗଣା ବୁଷ୍ଟର ଡ଼ୋଜ୍…

() ରାଜ୍ୟରେ ୧୮ରୁ ୫୯ ବର୍ଷଙ୍କ ପାଇଁ ମାଗଣା ବୁଷ୍ଟର ଡ଼ୋଜ୍ ୧୫ ତାରିଖ ଜୁଲାଇରୁ ଆରମ୍ଭ ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ଼୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ

ଟିକାକରଣ, ସତର୍କତା ଓ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ।

{} ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଙ୍ଖ୍ୟା ବଢ଼ୁଥିବାରୁ ଟିକାକରଣ, ଜାଗରୁକତା, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ଼୍ ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ କୋଭିଡ଼୍ ସଂକ୍ରମଣ ଓ ପରିଚାଳନା ସମ୍ବନ୍ଧିତ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆସନ୍ତା କାଲି ୧୫ ତାରିଖରୁ ୧୮-୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିବା, ଦୈନିକ କୋଭିଡ଼୍ ପରୀକ୍ଷା ସଂଙ୍ଖ୍ୟା ବଢ଼ାଇବା କଲ୍ ସେଣ୍ଟରକୁ ୨୪x ୭ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଇଞ୍ଜିନିଅରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟିକାକରଣ ସହ ସହରାଞ୍ଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଂଚାୟତୱାରୀ ଟିକାକରଣ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ସାମିଲ କରିବାକୁ ଉନ୍ନୟନ କିମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟରେ ଆଇ.ଏଲ୍.ଆଇ. ଏବଂ ସାରି ରୋଗର ସଂନୀରକ୍ଷଣକୁ ସଘନ କରିବା ସହ ଲୋକମାନଙ୍କ ମଧ୍ୟରେ କୋଭିଡ଼୍ ନିରୋଧି ବ୍ୟବହାରିକ ଢ଼ଙ୍ଗି ଯଥା ମାସ୍କ ପରିଧାନ, ପରସ୍ପରଠାରୁ ଶାରିରୀକ ଦୁରତା, ଭିଡ଼୍ ମଧ୍ୟକୁ ନଯିବା, ଅଯଥା ଗହଳି ସୃଷ୍ଟି ନକରିବା ଆଦି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲ୍ସେଣ୍ଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ଼୍ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ସଠିକ୍ ସୂଚନାପ୍ରଦାନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪୨୬୨ ଆକ୍ଟିଭ୍ କୋଭିଡ଼୍ କେସ୍ ଅଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ପିଲାଙ୍କ ସଂଙ୍ଖ୍ୟା ୭୧ । ସଂକ୍ରମିତମାନେ ମୁଖ୍ୟତଃ ହୋମ୍ ଆଇସୋଲେସନ୍ ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୩୯ ଜଣ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଆଡ୍ମିସନ୍ ହୋଇଛନ୍ତି । ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ହସ୍ପିଟାଳ୍ ଏବଂ ବେଡ୍ ସଂଙ୍ଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଳ୍ଲା ପ୍ରସ୍ତୁତ ଅଛି । ଜୁଲାଇ ୧୫ ତାରିଖରୁ ୧୮ ରୁ ୫୯ ବର୍ଷ ବୟସ୍କ ନିମନ୍ତେ ମାଗଣା ବୁଷ୍ଟର ଡ଼ୋଜ୍ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଉଛି ।

ଉନ୍ନୟନ କମିାନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ଶ୍ରୀ ସଂଜୀବ ଚେପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଳ୍ଲାପାଳ ଏବଂ ପୌର ପରିଷଦ କମିଶନରମାନେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଅଂଚଳର କୋଭିଡ଼୍ ସ୍ଥିତି ଓ ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସଦ୍ୟତନ ସୂଚନା ଦେଇଥିଲେ ।

ଉମାକାନ୍ତ ମହାପାତ୍ର ଅଧିକାରୀ, ମୁଖ୍ୟ ଶାସନ ସଚିବ

ନରସିଂହ ଓ ମୋହନ ମୁହଁlମୁଁହି

() ଦ୍ରୌପଦୀ ମୁର୍ମୁ ସବୁବେଳେ ତାଙ୍କ ଅଞ୍ଚଳର ଆଦିବାସୀ ଓ ଦଳିତଙ୍କ କଥା ଚିନ୍ତା କରିଛନ୍ତି । ଏପରିକି ଝାଡଖଣ୍ଡରେ ରାଜ୍ୟପାଳ ଥିବାବେଳେ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବିଲ ଆସିଥିଲା । ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀ କିଣି ପାରିବେ ବୋଲି ବିଲରେ ଦର୍ଶାଯାଇଥିଲା । କିନ୍ତୁ ସେ ସେହି ବିଲ ଫେରାଇ ଦେଇଥିଲେ । ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ତାଙ୍କ ଉପରେ ଏପରି ମନ୍ତବ୍ୟ ନିନ୍ଦନୀୟ ଓ ଅଶୋଭନୀୟ । ଦ୍ରୌପଦୀ ମୁର୍ମୁ ଓଡ଼ିଶାର, ତାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେଣୁ ଦ୍ରୌପଦୀଙ୍କ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ ଅଜୟ କୁମାରଙ୍କ ବରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ବିଜେପି ଦାବି କରିଛି ।

ନରସିଂହ ମିଶ୍ର ବିଜେପିକୁ କାଉଁଟର କରି କହିଛନ୍ତି, ଅଜୟ କୁମାର ଓ ରାହୁଲ ଗାନ୍ଧୀ ଗୃହର ସଦସ୍ୟ ନୁହଁନ୍ତି । ତାଂକ ବିରୋଧରେ ଆଲୋଚନା କରିବା ଆମ ବିଧାନସଭା ଗୃହ ବିରୋଧୀ । ପୂର୍ବ କଥା ମନେ ପକାଇ ବିଜେପିକୁ ସମାଲୋଚନା କରିଛନ୍ତି ନରସିଂହ । ମୁଁ ବି ଏକ ପେପର କଟିଂ ଗୃହରେ ପଢୁଥିଲି, ସେତେବେଳେ ବିରୋଧୀ ଦଳ ଉପନେତା ବିରୋଧ କରିଥିଲେ । ଏବେ କାହିଁକି ବିଜେପି ସମାନ କଥା ଦୋହରାଉଛି । ଦ୍ରୌପଦୀ ହେଉଛନ୍ତି ଆଦିବାସୀ ମହିଳା । ତାଙ୍କୁ ଆମେ ବହୁତ ଭଲ ପାଉ । ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ପ୍ରଶଂସା କରିଛି । କିନ୍ତୁ ସେ ଯେଉଁ ଚିନ୍ତାଧାରାରେ ଯାଉଛନ୍ତି, ତାକୁ ଆମେ ବିରୋଧ କରୁଛୁ । ବିଜେପି ଯେଉଁକଥା ଉଠାଇଛି, ସେଥିରି କୌଣସି ଆପତ୍ତି ଜନକ ମନ୍ତବ୍ୟ ନାହିଁ । ଏହି ସମୟରେ ବିଜେପି ନେତା ହୋହଲା କରିବାରୁ ଗୃହ କାର୍ଯ୍ୟ 4 ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଆସନ୍ତାକାଲି ଠାରୁ ମାଗଣା ଟୀକାକରଣ..

() ଆସନ୍ତାକାଲି ଠାରୁ 18 ରୁ 59 ବର୍ଗର ଲୋକଙ୍କୁ ମାଗଣା ଟୀକାକରଣ କୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଙ୍କ ସୂଚନା। ଯେହେତୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଛି ତେବେ ସମସ୍ତ ବର୍ଗର ଲୋକଙ୍କୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। 12 ରୁ 14 ବର୍ଷର ପିଲାଙ୍କର ପ୍ରଥମ ଡୋଜ 98% ଦ୍ୱିତୀୟ ଡୋଜ 72%। 15 ରୁ 17 ବର୍ଷ ପିଲାଙ୍କୁ ପ୍ରଥମ ଡୋଜ 92% ଏବଂ ଦ୍ୱିତୀୟ ଡୋଜ 82% ଟୀକାକରଣ କରାଯାଇଛି। 18 ରୁ ଅଧିକ ବର୍ଗର ଲୋକଙ୍କର 96% ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ 90% ଟୀକାକରଣ ଦିଆସରିଛି। ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ 60 ବର୍ଷର ଅଧିକ ଲୋକମାନେ 28% ଟୀକାକରଣ କରାଯାଇଛି।

ଆସନ୍ତାକାଲି ଠାରୁ 18 ରୁ 59 ବର୍ଷର ନାଗରିକ ମାନଙ୍କର ପ୍ରିକ୍ସନ ଡୋଜ ମାଗଣାରେ ଦିଆଯିବ। ଏହା 75 ଦିନ ପର୍ଯ୍ୟନ୍ତ ମାଗଣାରେ ଟୀକାକରଣ ଚାଲିବ। ରାଜ୍ୟରେ ପାଖାପାଖି 3000 ଟି ସରକାରୀ ଟୀକାକରଣ କେନ୍ଦ୍ର ରହିଛି। ସେଠି ମାଗଣାରେ ଟୀକାକରଣ କରିପାରିବେ। କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି। ଯଦି ମାଗଣାରେ ଏଭଳି ଟୀକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ। ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ। ଏହି ବର୍ଗର ଲୋକ ଅଛନ୍ତି 2 କୋଟି 65 ଲକ୍ଷ୍ୟ 85 ହାଜର ହିତାଧିକାରୀ ଅଛନ୍ତି। ସେଥିମଧ୍ୟରୁ ମାତ୍ର 1 ଲକ୍ଷ୍ୟ 50 ହାଜର ହିତାଧିକାରୀ ପ୍ରିକ୍ସନ୍ ଡୋଜ ନେଇଛନ୍ତି। ଅର୍ଥାତ 99% ଆହୁରି ଟିକା ନେଇନାହାନ୍ତି। ଏହି ଟୀକାକରଣ ପାଇଁ ଉଭୟ ବ୍ୟବସ୍ଥା କରାଯାଇଛି। ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟୀକାକରଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌଣସି ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ। ତେବେ ଆଜି କେନ୍ଦ୍ର ସହିତ ବୈଠକ ରହିଛି ଯାହା ଏହି ବୈଠକ ରେ ଆସନ୍ତାକାଲି ମାଗଣା ଟୀକାକରଣ ନେଇ ହେବ ଆଲୋଚନା।
ଡାକ୍ତର ବିଜୟ ପାଣିଗ୍ରାହୀ, ନିର୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Follow us

20,832FansLike
0FollowersFollow
14,700SubscribersSubscribe

Latest news