- Advertisement -
ଭୁବନେଶ୍ବର : ସଠିକ କାଗଜପତ୍ର ନଥିଲେ ଜୋରିମାନା ଆଦାୟ କରାଯାଉଛି । ଏହା କେନ୍ଦ୍ର ସରକାରଙ୍କ ନିୟମ । ତେଣୁ ଫାଇନ ଆମେ କମାଇପାରିବୁ ନାହିଁ ବୋଲି କହିଛନ୍ତି ପରିବହନ ସଚିବ । ଯଦି ଚାଲନ କାଟିବା ପରେ ସବୁ ଆବଶ୍ୟକ ଦସ୍ତାବିଜ ଉପସ୍ଥାପନ କରନ୍ତି, ତେବେ ଫାଇନ ଦେବାକୁ ପଡିବ ନାହିଁ। ଆଉ ମାସେ ପାଇଁ କୋହଳ ହେଲା ପ୍ରଦୂଷଣ ଚେକିଂ ନିୟମ। ଅନେକ ବଦଳରେ ଗୋଟିଏ ଫାଇନ ପାଇଁ ଯୋଜନା ହେଉଛି। 17ଟି ସ୍ଥାନରେ ଅନଲାଇନ ଡ୍ରାଇଭିଂ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ଵୋଲି ଜି.ଶ୍ରୀନିବାସ, ପ୍ରମୁଖ ଶାସନ ସଚିବ, ସଡ଼କ ଓ ପରିବହନ ବିଭାଗ ଆଜି ଗଣମାଧ୍ୟମକୁ କହିଛନ୍ତି।
 
            
 
                                     
 
