ପ୍ରଥମେ ସୌମ୍ୟ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ଯେ ୨୦୨୪ ନିର୍ବାଚନରେ ଅସ୍ମିତା ନୁହେଁ ଅହଂକାରର ବିରୋଧରେ ଭୋଟ ପଡିଲା। ବିଜେପି ବିଜେଡି ଠାରୁ କମ ଭୋଟ ପାଇଁ ମଧ୍ୟ ସଂଖ୍ୟା ଅଙ୍କରେ ସରକାର ଗଠନ କରିଛି । ଏହି ଗଣିତକୁ ଦେଖିଲେ ଓଡ଼ିଶାରେ ନୂଆ ଆଂଚଳିକ ଦଳ ଗଠନ ଆବଶ୍ୟକତା ରହିଛି। ବିଜେପି କଣ କେବେ ସରକାର କରିବ। ତାହା ତ ପୁଣି ହେଲା। ତେଣୁ ଓଡ଼ିଶାରେ ଆଉ ଗୋଟିଏ ଆଞ୍ଚଳିକ ଦଳ କାହିଁକି ସଫଳ ହୋଇପାରିବ ନାହିଁ ବୋଲି ସେ କହିଥିଲେ । ପୁସ୍ତକ ଉନ୍ମୋଚନ ଉତ୍ସଵରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୌମ୍ୟ ଏହି ମନ୍ତବ୍ୟର ପ୍ରତି ଜବାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ରଖିଥିଲେ । ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଏକ ଆକ୍ସିଡେଣ୍ଟାଲ୍ ପାର୍ଟି ଭାବରେ ନୁହେଁ, ବରଂ ଅନେକ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ସମର୍ପଣ ବଳରେ ହୋଇଛି। ବିଜେପି ବିଶ୍ୱର ସର୍ବବୃହତ ଦଳ ଭାବରେ ଅଭ୍ୟୁଦୋୟ ହୋଇଛି ଏବଂ ଜନ ଆଶୀର୍ବାଦରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକକ ସରକାର ଗଠନ କରିଛି । ଭାରତୀୟ ଜନସଙ୍ଘ କିମ୍ବା ଭାରତୀୟ ଜନତା ପାଟି କେବଳ ଏକ ସଂଗଠନ ନୁହେଁ ବରଂ ଏକ ବିଚାର ଧର୍ମେନ୍ଦ୍ର କହିଥିଲେ ।