() ଦାୟିତ୍ୱ ନେବାର ୩ମାସ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆ ଟିମ୍ ଗଢିଛନ୍ତି l ଭକ୍ତଙ୍କ ଟିମ୍ ରେ ନିର୍ବାଚିତ ଓ ସକ୍ରିୟ କଂଗ୍ରେସ ନେତାଙ୍କୁ ସଂଗଠନର ଗୁରୁ ଦାୟିତ୍ବ ଦେଇଛନ୍ତି l ବିଧାୟକ ମାନଙ୍କୁ ସଂଗଠନର ଦାୟିତ୍ୱ ଦେଇ ଭକ୍ତ ୨୦୨୯ପାଇଁ କଂଗ୍ରେସକୁ ଆଗେଇ ନେବାକୁ ଲମ୍ବା ରଣନୀତି ପ୍ରସ୍ତୁତ କରିଛନ୍ତି l ଭକ୍ତଙ୍କ ଟିମରେ ୭ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କ ସମେତ ଘୋଷଣା ହୋଇଛି ସୋସିଆଲ ମିଡିଆ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଉପରେ ମୋହର ମାରିଛନ୍ତି ଏଆଇସିସି ସଭାପତି । ଦଳର ଦୁଇ ଚର୍ଚ୍ଚିତ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଉପ ସଭାପତି ଦାୟିତ୍ୱ ଦେଇଛନ୍ତି ଭକ୍ତ ଦାସ l ସେହିପର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ବିଧାୟକ ସି.ଏସ୍. ରାଜନ ଇକା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା ନିଯୁକ୍ତି ପାଇଛନ୍ତି । ନୂଆ କମିଟି ଗଠନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୁପାରିସ ଆଧାରରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ମଞ୍ଜୁରୀ ଦେଇଥିବା ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ.ସି ବେଣୁଗୋପାଳ ଜଣାଇଛନ୍ତି । ତାରା ଓ ଭକ୍ତ ଦାସଙ୍କ ଯୋଡି ଓଡ଼ିଶାରେ କଂଗ୍ରେସ ସଂଗଠନକୁ ମଜବୁତ୍ କରିବ l