ଆମ ସମାଜ Archives - Big News Odisha

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ବ୍ୟୁରୋ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଓ ସମ୍ ଲାଇଫସାଇସେନ୍ସ ପକ୍ଷରୁ ବୁଧବାର ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାସ୍ଥିତ ସମ୍ ଲାଇଫସାଇସେନ୍ସ ପରିସରରେ ଏହି ଶିବିର ଆୟୋଜିତ ହୋଇଥିଲା । ସକାଳ ୧୦ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ସମ୍ ଲାଇଫସାଇନ୍ସରେ କାର୍ଯ୍ୟରତ ଶତାଧିକ ନିର୍ମାଣ ଶ୍ରମିକ ଓ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଡାକ୍ତରୀ ଟିମ୍ ଶ୍ରମିକମାନଙ୍କର ରକ୍ତଚାପ, ମଧୁମେହ, ଚକ୍ଷୁ, ଚର୍ମ, ଦନ୍ତ ସହ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସୋଆ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍‌ର କୋଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ, ସମ୍ ଲାଇଫସାଇନ୍ସସର ଚିଫ୍ କୋଅର୍ଡିନେଟର ଶ୍ରୀ ନରୋତମ ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ ଏନ୍‌ଏସ୍‌ଏସ୍‌୍‌ର ପ୍ରୋଗ୍ରାମ ଅଫିସର ଡାକ୍ତର ଶିଶିର କୁମାର ଏବଂ ଏନ୍‌ଏସ୍‌ଏସ୍ ଅଫିସିଆଲ୍ ରାଜଶେଖର ବେହେରା ପରିଚାଳନା କରିଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନର ମୁଖ୍ୟ ଡାକ୍ତର ସୁମିତ୍ରା ପଟ୍ଟନାୟକ ଓ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ସୁମିତ୍ରା ସ୍ୱାଇଁ ଯୋଗ ଦେଇଥିଲେ ।

The post ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ  appeared first on Big News Odisha.

ବୋଝକୁ ବୁଝ
ବୋଝ ମୁଣ୍ଡାଇବା ସହଜ…ହେଲେ ବୋଝ ମୁଣ୍ଡାଇବା ପୂର୍ବରୁ, ଥରେ ବୋଝକୁ ବୁଝିବା ଦରକାର। କାରଣ ବୋଝକୁ ବୁଝିଗଲେ, ବୋଝ ଆଉ ବୋଝ ହୋଇ ରହେନି। ସଂସାରର ସବୁଠୁ ବଡ଼ ବୋଝ ବୋଧେ ପରିବାର। କିଏ କହେ, ପରିବାରର ସବୁ ବୋଝ ବାପା ମୁଣ୍ଡାଇଛନ୍ତି। ତେଣୁ ଅନ୍ୟମାନଙ୍କର କିଛି ଚିନ୍ତା ନାହିଁ।

ହେଲେ ସେଇ ବାପା ଏତେ ବଡ଼ ବୋଝ ମୁଣ୍ଡାଇ କେମିତି ଶାନ୍ତିରେ ଶୋଇପାରନ୍ତି? କେମିତି ନିଜ କ୍ଲାନ୍ତିକୁ ଲୁଚାଇ ପରିବାରକୁ ହସ ବାଣ୍ଟିପାରନ୍ତି? ଏହାର ଉତ୍ତର ଗୋଟେ ପିଲା ସେତେବେଳେ ବୁଝେ, ଯେତେବେଳେ ସେ ନିଜେ ବଡ଼ ହୁଏ।

ଯେତେବେଳେ ସେ ବାପା ହୁଏ, ମାଆ ହୁଏ, ସେତେବେଳେ ଜାଣେ—ବୋଝ କେବଳ ମୁଣ୍ଡକୁ ନୁହେଁ, ମନକୁ ବି ବଦଳାଇଦିଏ।

ସଂସାରର ଯେକୌଣସି ବୋଝ ହେଉ, ତାକୁ ମୁଣ୍ଡାଇବା ପାଇଁ କିଏ ନା କିଏ ଟିକେ ଅଧିକ ପରିଶ୍ରମ କରେ। ଟିକେ ଅଧିକ ତ୍ୟାଗ କରେ। ଟିକେ ଅଧିକ ନଇଁପଡ଼େ। ହେଲେ ସେଇ ବୋଝ ତାକୁ ଯେତିକି ଭାଙ୍ଗେ, ତା’ଠାରୁ ଅଧିକ ଗଢ଼ିଥାଏ।ମଣିଷର ଶରୀର ନଇଁପଡ଼େ, କିନ୍ତୁ ମନ ଶକ୍ତ ହୋଇଯାଏ।ଯିଏ ବୋଝ ମୁଣ୍ଡାଇଛି, ବୋଝର ଓଜନ କେବଳ ସେ ଜାଣେ।

ସୁନିତା ବି ଆଜି ବୋଝକୁ ନେଇ ଭାବୁଥିଲା। ତା’ ଅଫିସର ସହକର୍ମୀ ମନୋଜ…ଆଜି ତା’ ଜୀବନର ଗୋଟେ ବୋଝ ପାଲଟିଛି। ନା, ମନୋଜ ବୋଝ ନୁହେଁ।ବୋଝ ହେଉଛି ସେଇ ସମ୍ପର୍କ, ଯାହାକୁ ସୁନିତା ନିଜେ ବୁଝିପାରୁନି। ବ୍ୟକ୍ତିଗତ ସ୍ୱାଧୀନତାର ବୋଝ କିଏ ମୁଣ୍ଡାଇବ? ସମ୍ପର୍କର ବୋଝ କିଏ ମୁଣ୍ଡାଇବ?ନା ନିଜ ଇଚ୍ଛାରେ ସବୁକିଛି ଛାଡ଼ିଦେବ?ଏହି ଦ୍ୱନ୍ଦ୍ୱରେ ସୁନିତା ଘାଣ୍ଟି ହେଉଥିଲା।ହେଲେ ଗୋଟେ କଥା ସେ ବୁଝିଯାଇଥିଲା—ମନୋଜ ତା’ ପାଇଁ ବୋଝ ନୁହେଁ।

ସେଥିପାଇଁ ଦୁହିଁଙ୍କ ସମ୍ପର୍କ ଅଜବ। ଯେତିକି ଦୂର… ସେତିକି ପାଖ। ଯେତିକି ନୀରବ… ସେତିକି ଗଭୀର। କିଛି ବୋଝକୁ ମୁଣ୍ଡାଇବା ପୂର୍ବରୁ ବୁଝିବାକୁ ପଡ଼େ। କାରଣ ସବୁ ବୋଝ ଛାଡ଼ିଦେବା ପାଇଁ ନୁହେଁ, କିଛି ବୋଝ ଜୀବନକୁ ବୁଝାଇବା ପାଇଁ ଆସେ।

ଆଜି ମୋବାଇଲ ବି ପିଲାଙ୍କ ଜୀବନର ଗୋଟେ ବଡ଼ ବୋଝ।କିନ୍ତୁ ଏହି ବୋଝଟା ପିଲାମାନେ ନିଜେ ବାଛିନାହାନ୍ତି।ଆମେ ତାଙ୍କ ହାତରେ ଦେଇଛୁ।ପିଲାକୁ ସମୟ ଦେବା ବଦଳରେ ମୋବାଇଲ ଦେଇଦେଲୁ।ଗପ କହିବା ବଦଳରେ ସ୍କ୍ରିନ୍ ଦେଖାଇଲୁ।ସାଙ୍ଗ ହେବା ବଦଳରେ ଫୋନ୍‌କୁ ସାଙ୍ଗ କରିଦେଲୁ।ସେତେବେଳେ ଆମେ ଭାବିଲୁ—ପିଲା ଶାନ୍ତ ହୋଇଗଲା, ଆମ ବୋଝ କମିଗଲା।କିନ୍ତୁ ଆମେ ଜାଣିଲୁନି, ଆମର ଗୋଟିଏ ସୁବିଧା ପିଲାର ଜୀବନରେ ଗୋଟିଏ ନୂଆ ବୋଝ ହୋଇ ରହିଗଲା।ପିଲା ବଡ଼ ହେଲା।ମୋବାଇଲ ବି ବଡ଼ ହେଲା।କିନ୍ତୁ ପିଲାଟି ମୋବାଇଲର ବୋଝକୁ ବୁଝିବା ପୂର୍ବରୁ, ସେଥିରେ ଅଭ୍ୟସ୍ତ ହୋଇଗଲା।ଆଉ ଯେତେବେଳେ ସେ ବୋଝକୁ ବୁଝିଲା, ସେତେବେଳେ ମୁକୁଳିବା କଷ୍ଟ ହେଲା।କେତେବେଳେ ଆମେ ଯେଉଁ ଜିନିଷକୁ ଆନନ୍ଦ ଭାବୁ, ସେଇଟା ଧୀରେ ଧୀରେ ଆମର ବୋଝ ହୋଇଯାଏ।ବୋଝକୁ ବୁଝିବା ପୂର୍ବରୁ ଯଦି ଆମେ ବୋଝ ମୁଣ୍ଡାଇନେବା, ତେବେ ଜୀବନରୁ ଅନେକ ଆନନ୍ଦ ଚୁପଚାପ ହଜିଯାଏ।

ଆଉ ଏବେ ଆସିଛି AIର ଯୁଗ।

AI ଆମ ଜୀବନର ଅନେକ ବୋଝକୁ ହାଲୁକା କରୁଛି।କିନ୍ତୁ ଆମେ ପୁଣି ଗୋଟେ ଭୁଲ କରୁଛୁ—ବୁଝିବା ପୂର୍ବରୁ ଗ୍ରହଣ କରୁଛୁ।ସୁବିଧା ଦେଖି ଟେକ୍ନୋଲୋଜି ମୁଣ୍ଡାଇନେଉଛୁ।ପରିଣାମ ନବୁଝି ଦାୟିତ୍ୱ ନେଉଛୁ।ଅନ୍ୟର ଜୀବନ ଦେଖି ନିଜ ଜୀବନର ବୋଝ ବଢ଼ାଉଛୁ।କିନ୍ତୁ ଗୋଟିଏ କଥା ମନେ ରଖିବା ଦରକାର—ଜୀବନର ପ୍ରତ୍ୟେକ ବୋଝ ମୁଣ୍ଡାଇବା ଦରକାର ନାହିଁ।କିଛି ବୋଝକୁ ଛାଡ଼ିବା ଦରକାର।କିଛି ବୋଝକୁ ବାଣ୍ଟିବା ଦରକାର।ଆଉ କିଛି ବୋଝକୁ କେବଳ ବୁଝିବା ଦରକାର।କାରଣ ବୋଝ ଯେତେବେଳେ ବୁଝାଯାଏ,ତା’ର ଓଜନ କମିଯାଏ।ଆଉ ଯେତେବେଳେ ମଣିଷ ନିଜ ବୋଝକୁ ବୁଝିଯାଏ,ସେତେବେଳେ ଦୁନିଆଟା ଟିକେ ଅଧିକ ସୁନ୍ଦର ଲାଗେ।ତେଣୁ—ବୋଝ ମୁଣ୍ଡାଇବା ପୂର୍ବରୁ, ବୋଝକୁ ବୁଝ।କାରଣ ଜୀବନର ସବୁଠୁ ବଡ଼ ବୁଦ୍ଧି ହେଉଛି—କେଉଁ ବୋଝ ମୁଣ୍ଡାଇବାକୁ ହେବ,କେଉଁ ବୋଝ ବାଣ୍ଟିବାକୁ ହେବ,ଆଉ କେଉଁ ବୋଝ ଛାଡ଼ିଦେବାକୁ ହେବ…ତାହା ବୁଝିବା।

The post ବୋଝକୁ ବୁଝ appeared first on Big News Odisha.

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଆୟୋଜିତ
ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରଂପରା, ସଂସ୍କୃତି, ଐତିହ୍ୟ, ଆଂଚଳିକ ବ୍ୟଞ୍ଜନ ଓ ରନ୍ଧନ କୌଶଳକୁ ନେଇ କୁଇଜ୍ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ହୋଇଯାଇଛି । ସମ୍ ଡାଏଗ୍ନୋଷ୍ଟିକ୍‌ସ ଓ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ମିଳିତ ସହଯୋଗରେ ଏବଂ ଇକିଗାଇ ଭେନ୍‌ଚର୍ସର ପରିଚାଳନାରେ ଆୟୋଜିତ ଏହି କୁଇଜ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲ, କଲେଜ ଓ କର୍ପୋରେଟ୍ ସଂସ୍ଥାର ୫୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ ।

ଇକିଗାଇ ଭେନ୍‌ଚର୍ସର ପ୍ରତିଷ୍ଠାତା ତଥା ଚିଫ୍ କ୍ରିଏଟିଭ୍ ଅଫିସର ଶ୍ରୀ କଳ୍ପିତ କାୟ ମହାନ୍ତିଙ୍କ ପରିକଳ୍ପନା ଓ ସଂଯୋଜନାରେ ଆୟୋଜିତ ଏହି କୁଇଜ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାର ଆଂଚଳିକ ଖାଦ୍ୟ, ରନ୍ଧନ ଇତିହାସ, ପାରଂପରିକ ଖାଦ୍ୟ ପ୍ରସ୍ତୁତି ଓ ଖାଦ୍ୟ ସହ ଜଡ଼ିତ ସାଂସ୍କୃତିକ ପରଂପରା ଉପରେ ବିଭିନ୍ନ ପ୍ରଶ୍ନ ଓ ରାଉଣ୍ଡ ରହିଥିଲା ।

ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ କର୍ମଜୀବୀମାନଙ୍କୁ ଏକ ମଂଚରେ ଏକତ୍ରିତ କରିବା ସହ ଓଡ଼ିଶାର ବିବିଧ ଖାଦ୍ୟ ପରଂପରାକୁ ଜାଣିବା ଓ ଅନୁସନ୍ଧାନ କରିବାର ସୁଯୋଗ ଦେଇଥିଲା ।

ଏହି ପ୍ରତିଯୋଗିତାରେ ଅନୁରାଗ ଓ ଦିବ୍ୟଜ୍ୟୋତିଙ୍କ ଟିମ୍ ବିଜେତା ହୋଇଥିବା ବେଳେ ସିଦ୍ଧାର୍ଥ ଓ ଇଭାନ୍‌ଙ୍କ ଟିମ୍ ପ୍ରଥମ ରନର-ଅପ୍ ହୋଇଥିଲେ । ମୁକ୍ତି ଓ ରୋନିଶାଙ୍କ ଟିମ୍ ଦ୍ୱିତୀୟ ରନର-ଅପ୍ ବିଜେତା ହୋଇଥିଲେ ।

କାର୍ଯ୍ୟକ୍ରମରେ ମାଷ୍ଟରଚେଫ୍ ଫାଇନାଲିଷ୍ଟ ସ୍ମୃତିଶ୍ରୀ ସିଂହ ଏବଂ ଫୁଡ ଇନ୍‌ଫ୍ଲୁଏନ୍ସର ରୋହିତ ଶ୍ରୀବାସ୍ତବ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସେମାନେ ଯୁବପିଢ଼ି ମଧ୍ୟରେ ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ ପରଂପରା ପ୍ରତି ଆଗ୍ରହ ବଢ଼ାଇବା ସହ ଏହାର ସଂରକ୍ଷଣ ଓ ପ୍ରଚାର ଉପରେ ଗୁରୁତ୍ୱ ଦେଇଥିଲେ ।

ଏକ୍ସଆଇଏମ୍‌ବିର ପୁରାତନ ଛାତ୍ର କଳ୍ପିତଙ୍କ ଦ୍ୱାରା ଗଠିତ ଇକାଗାଇ ଭେନ୍‌ଚର୍ସ ଏକ ଭିଡିଓ ପ୍ରଡକ୍ସନ୍ ଓ ବ୍ରାଣ୍ଡ୍ ଷ୍ଟୋରିଟେଲିଂ ଷ୍ଟୁଡିଓ ଯାହା ପକ୍ଷରୁ ‘କରି-ଓ-ସିଟି’ ର ଆୟୋଜନ କରାଯାଇଛି ।

ଏହି ଅବସରରେ କଳ୍ପିତ କହିଥିଲେ, “କରି-ଓ-ସିଟି’ର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ଆଗାମୀ ପିଢ଼ି ନିକଟରେ ପହଂଚାଇବା । ଖାଦ୍ୟ ଭଳି ଏକ ନିଜସ୍ୱ ଅନୁଭବ ସହ ଜଡ଼ିତ ବିଷୟକୁ ନେଇ ସ୍କୁଲ, କଲେଜ ଓ କର୍ପୋରେଟ୍ ଟିମ୍‌ଗୁଡ଼ିକ ଏକ ମଂଚରେ ପ୍ରତିଯୋଗିତା କରିବା ଏହି ପ୍ରୟାସର ଉଦ୍ଦେଶ୍ୟକୁ ବହନ କରୁଛି ।”

The post ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଆୟୋଜିତ appeared first on Big News Odisha.

ଫେରିଯିବାଟା କଣ ସହଜ?
AI ଦେଖାଇପାରେ ଅଶୀ ଦଶକର ଲୁକ୍, ହେଲେ ଫେରାଇ ଆଣିପାରିବ କି ସେ ସମୟର ଜୀବନ?

ଏଇ କିଛି ଦିନ ହେବ ସୋସିଆଲ ମିଡିଆରେ ଅଶୀ ଦଶକର ଲୁକ୍‌ରେ ଫଟୋ ପୋଷ୍ଟ କରିବାର ଟ୍ରେଣ୍ଡ ଜୋର ଧରିଛି। ସମାଜର ପ୍ରାୟ ସବୁ ବର୍ଗର ଲୋକ ନିଜକୁ ୮୦ ଦଶକର ପୋଷାକ, ଚେହେରା ଓ ପରିବେଶରେ ଦେଖିବାକୁ ଚାହୁଁଛନ୍ତି। ଆଉ ଏହାକୁ ସମ୍ଭବ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ AI।

କିଛି ସେକେଣ୍ଡରେ ଆମେ ନିଜକୁ ନେଇଯାଇପାରୁଛେ ଏକ ଭିନ୍ନ ସମୟକୁ। ଏମିତି ଏକ ସମୟ, ଯାହା ଆମ ଭିତରେ ଲୁଚି ରହିଥିବା ପୁରୁଣା ସ୍ମୃତିକୁ ହଠାତ୍ ଜାଗ୍ରତ କରିଦିଏ।

ବୋଧହୁଏ ଏହି ଟ୍ରେଣ୍ଡ ହିଁ କହୁଛି ଆଧୁନିକତାର ଦୌଡ଼ରେ ଧାଉଥିବା ମଣିଷଟିଏ ଆଜି ପୁଣି ତା’ର ଅତୀତକୁ ଖୋଜୁଛି। କିନ୍ତୁ ପ୍ରଶ୍ନଟି ହେଉଛି, କେବଳ ଫଟୋରେ ୮୦ ଦଶକକୁ ଫେରିଯିବା ଯଥେଷ୍ଟ କି? ଫେରିଯିବାଟା କଣ ଏତେ ସହଜ? କଥାରେ ଅଛି—ହାତରୁ ଥରେ ଧନୁତୀର ଖସିଗଲେ, ଆଉ ଫେରେନା। ସମୟ ମଧ୍ୟ ସେମିତି। ଯେଉଁ ସମୟ ଚାଲିଗଲା, ତାକୁ ଠିକ୍ ସେହି ରୂପରେ ଫେରାଇ ଆଣିବା ବୋଧହୁଏ ସମ୍ଭବ ନୁହେଁ।ହଁ, AI ଆମ ମୁହଁକୁ ୮୦ ଦଶକର ଲୁକ୍ ଦେଇପାରେ। କିନ୍ତୁ ସେ ସମୟର ମନକୁ ଦେଇପାରିବ କି?

ସନ୍ଧ୍ୟାରେ ଘରର ବାଲକୋନିରେ ବସିଛନ୍ତି ମହାନ୍ତି ବାବୁ। ମୋବାଇଲ୍‌ରେ ଗୋଟିଏ ପରେ ଗୋଟିଏ ୮୦ ଦଶକର ଲୁକ୍‌ର ଫଟୋ ଦେଖୁଛନ୍ତି। ହଠାତ୍ ତାଙ୍କ ମନରେ ପ୍ରଶ୍ନଟିଏ ଉଠୁଛି, “ଆମେ ସତରେ କ’ଣ ସେ ସମୟକୁ ମନେ ପକାଉଛୁ? ନା କେବଳ ସେ ସମୟର ଚେହେରାକୁ?”

ଓଡ଼ିଆ ଘରର କଥା ଭାବନ୍ତୁ। ଆଜି ‘ଓଡ଼ିଆ ଅସ୍ମିତା’ ଶବ୍ଦଟି ବହୁତ ଚର୍ଚ୍ଚାରେ। କିନ୍ତୁ ଅସ୍ମିତା କେବଳ ଗୋଟିଏ ଶବ୍ଦ ନା ଏହା ଗୋଟିଏ ଜୀବନଶୈଳୀ? ଅଶୀ ଦଶକର ଓଡ଼ିଆ ଘରର ଅସ୍ମିତା କେବଳ ଘରର କାନ୍ଥରେ ଟଙ୍ଗା ଥିବା ଫଟୋରେ ନଥିଲା। ଥିଲା ସମ୍ପର୍କରେ, ଆଚରଣରେ ଓ ପରମ୍ପରାରେ। ଗୁରୁଜନଙ୍କ ପ୍ରତି ସମ୍ମାନ ଥିଲା। ଶାଶୁ-ଶ୍ୱଶୁରଙ୍କ ପ୍ରତି ଦାୟିତ୍ୱବୋଧ ଥିଲା। ପରିବାରର ବଡ଼ମାନଙ୍କ କଥାର ଗୁରୁତ୍ୱ ଥିଲା। ଭାଇ, କାକା, ଦାଦା କିମ୍ବା ଗାଁର ଅନ୍ୟ ଗୁରୁଜନଙ୍କ ସାମ୍ନାରେ ଭୁଲ୍ କାମ କରିବା ତ ଦୂରର କଥା, ମୁହଁ ଉଠାଇ ଚାହିଁବାକୁ ବି ଲୋକେ ଭାବୁଥିଲେ।

ସେଠି ଭୟ ଥିଲା, କିନ୍ତୁ ସେ ଭୟରେ ଶୃଙ୍ଖଳା ଥିଲା।

ସେଠି ସଂକୋଚ ଥିଲା, କିନ୍ତୁ ସେ ସଂକୋଚରେ ସମ୍ମାନ ଥିଲା।

ଆଉ ସବୁଠାରୁ ବଡ଼ କଥା—ମଣିଷ ଅଳ୍ପରେ ଖୁସି ହେବା ଜାଣିଥିଲା।

ଆଜି ଆମ ପାଖରେ ସବୁକିଛି ଅଛି। ମୋବାଇଲ୍ ଅଛି, ଇଣ୍ଟରନେଟ୍ ଅଛି, AI ଅଛି, ସୁବିଧା ଅଛି। ଗୋଟିଏ କ୍ଲିକ୍‌ରେ ଦୁନିଆ ଆମ ହାତ ପାହାନ୍ତାରେ। କିନ୍ତୁ ଏତେ ସୁବିଧା ଭିତରେ ଶାନ୍ତି କେତେ ଅଛି? ଅଶୀ ଦଶକରେ ଘର ଛୋଟ ଥିଲା, କିନ୍ତୁ ପରିବାର ବଡ଼ ଥିଲା। ଆଜି ଘର ବଡ଼ ହୋଇଛି, କିନ୍ତୁ ପରିବାର ଛୋଟ ହୋଇଯାଇଛି। ସେତେବେଳେ ଯୌଥ ପରିବାର ଥିଲା। ଆଜି ଅନେକ ସମୟରେ ଗୋଟିଏ ଘର ଭିତରେ ରହୁଥିବା ଲୋକମାନଙ୍କ ମଧ୍ୟରେ ବି ଦୂରତା ଦେଖାଯାଉଛି।

ସେତେବେଳେ ପୂଜାରେ ଭକ୍ତି ଥିଲା, ଆବେଗ ଥିଲା। ପର୍ବପର୍ବାଣୀରେ ସମସ୍ତେ ଏକାଠି ହେବାର ଆନନ୍ଦ ଥିଲା।

ପ୍ରେମରେ ତ୍ୟାଗ ଥିଲା, ନିଃସ୍ୱାର୍ଥତା ଥିଲା। ପିଲାଙ୍କ ପ୍ରତି ସ୍ନେହ ଥିଲା, ଗୁରୁଜନଙ୍କ ପ୍ରତି ଭକ୍ତି ଥିଲା। ସମାଜ ପ୍ରତି କର୍ତ୍ତବ୍ୟ ଥିଲା।

ପ୍ରକୃତିକୁ ଭଲ ପାଇବା ଥିଲା ଏବଂ ପ୍ରକୃତି ସହିତ ବଞ୍ଚିବାର ଅଭ୍ୟାସ ଥିଲା।

କଥା କଥାକେ ଆମ ଗୁରୁଜନମାନେ କହନ୍ତି, ଆମ ସମୟରେ ଏମିତି ନଥିଲା… ସେମିତି ଥିଲା।  ଆମେ ହୁଏତ କହୁଛୁ—

ଆରେ, ଏଇଟା ତ ଏବେ ଟ୍ରେଣ୍ଡ ହେଉଛି  । ଫରକଟା ଏଇଠି।୮୦ ଦଶକର ଟ୍ରେଣ୍ଡ ଆଜି ମଧ୍ୟ ତାଜା ଲାଗୁଛି, କାରଣ ତାହା କେବଳ ଫ୍ୟାଶନ୍ ନଥିଲା—ତାହା ଥିଲା ଏକ ଜୀବନଶୈଳୀ

ଶିକ୍ଷା, ରାଜନୀତି, ସମାଜ ଓ ମଣିଷର ଜୀବନଶୈଳୀ ଆମକୁ ବହୁତ ବଦଳାଇଛି। ପରିବର୍ତ୍ତନ ଖରାପ ନୁହେଁ। ପରିବର୍ତ୍ତନ ଆବଶ୍ୟକ ମଧ୍ୟ। କିନ୍ତୁ ପରିବର୍ତ୍ତନର ଦୌଡ଼ରେ ଆମେ ଯଦି ଆମର ମୂଳକୁ ହିଁ ଭୁଲିଯାଉ, ତେବେ ଆମର ଏହି ଆଧୁନିକତାର ଅର୍ଥ କ’ଣ?

AI ଆମକୁ କେତେ ଦୂର ନେଇପାରିବ ? AI ଆମକୁ ଅଶୀ ଦଶକର ପୋଷାକ ପିନ୍ଧାଇପାରେ।ପୁରୁଣା ଘର ଆଗରେ ଠିଆ କରିପାରେ। ପୁରୁଣା ସାଇକେଲ୍ ଦେଇପାରେ। ପୁରୁଣା ଦିନର ଚେହେରା ଦେଇପାରେ। କିନ୍ତୁ AI କ’ଣ ଆମକୁ ସେ ସମୟର ମନ ଦେଇପାରିବ? ସେ ଯୌଥ ପରିବାର ଦେଇପାରିବ? ସେ ଗୁରୁଜନଙ୍କ ପ୍ରତି ସମ୍ମାନ ଦେଇପାରିବ? ସେ ଅଳ୍ପରେ ଖୁସି ହେବାର ଅଭ୍ୟାସ ଦେଇପାରିବ? ସେ ନିଃସ୍ୱାର୍ଥ ପ୍ରେମ ଦେଇପାରିବ?ସେ ପ୍ରକୃତି ସହ ବଞ୍ଚିବାର ମନ ଦେଇପାରିବ?

ନା। କାରଣ ଏସବୁ କୌଣସି ଆପ୍‌ର ଫିଲ୍ଟର ନୁହେଁ।ଏସବୁ ହେଉଛି ମଣିଷ ଭିତରର ମୂଲ୍ୟବୋଧ। ତେବେ ଚାଲନ୍ତୁ, ଫଟୋ ନୁହେଁ—ଜୀବନକୁ ଫେରାଇବା ଜୀବନ ତ ଥରେ। କେତେବେଳେ ଏହି ଜୀବନରଥ ଅଟକିଯିବ, ତାହା କାହାକୁ ଜଣାନାହିଁ। କାହାର ଇଚ୍ଛା ନାହିଁ ଭଲ ଖାଇବାକୁ? କାହାର ଇଚ୍ଛା ନାହିଁ ଶାନ୍ତିରେ ଶୋଇବାକୁ? କାହାର ଇଚ୍ଛା ନାହିଁ ପରିବାର ସହ ହସିବାକୁ? ସମସ୍ତଙ୍କର ଅଛି।ତେବେ ଯଦି ଆମେ ସତରେ ୮୦ ଦଶକକୁ ଫେରିବାକୁ ଚାହୁଁଛୁ, ତେବେ କେବଳ ଲୁକ୍ କାହିଁକି?

ଚାଲନ୍ତୁ ଫେରିବା— ଯୌଥ ପରିବାରର ଉଷ୍ମତାକୁ। ଅଳ୍ପରେ ଶାନ୍ତିକୁ। ସମସ୍ତଙ୍କ ପ୍ରତି ଦୟାଭାବକୁ। ପୂଜାରେ ଭକ୍ତି ଓ ଆବେଗକୁ। ପ୍ରେମରେ ତ୍ୟାଗ ଓ ନିଃସ୍ୱାର୍ଥତାକୁ। ଗୁରୁଜନଙ୍କ ପ୍ରତି ସମ୍ମାନକୁ। ପିଲାଙ୍କ ପ୍ରତି ସ୍ନେହକୁ। ସମାଜ ପ୍ରତି କର୍ତ୍ତବ୍ୟବୋଧକୁ। ଆଉ ପ୍ରକୃତି ସହ ମିଶି ବଞ୍ଚିବାର ସେହି ପୁରୁଣା ଅଭ୍ୟାସକୁ। ଏହା ସହଜ ନୁହେଁ। କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ। କେବଳ ଆମ ଭିତରେ ସେହି ‘ଟ୍ରେଣ୍ଡ’ର ନିଶା ଲାଗିବା ଦରକାର। ଥରେ ଭାବନ୍ତୁ…ଯଦି ସତରେ ଆମେ ସେ ସମୟକୁ ଫେରିଯାଉ, ଆମ ସମାଜ କେମିତି ଦେଖାଯିବ?

ଆଉ ସବୁଠାରୁ ବଡ଼ ପ୍ରଶ୍ନ—ଆପଣ କେମିତି ଦେଖାଯିବେ?ସେତେବେଳେ ବୋଧହୁଏ ଆଉ AIର ଆବଶ୍ୟକତା ପଡ଼ିବନି।କାରଣ ଆପଣଙ୍କ ଚେହେରାରେ ନୁହେଁ, ଆପଣଙ୍କ ଜୀବନରେ ହିଁ ଦେଖାଯିବ ଅଶୀ ଦଶକ। ଫେରିଯିବାଟା ସହଜ ନୁହେଁ…

The post ଫେରିଯିବାଟା କଣ ସହଜ? appeared first on Big News Odisha.

ସୋଆ ଆଇଡିଆଥନ୍‌-୨୦୨୬: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ‘ସୋଆ ଆଇଡିଆଥନ୍‌-୨୦୨୬’ରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠ ୫୦ଟି ଛାତ୍ର ଦଳଙ୍କୁ ଅଫ୍‌ଲାଇନ୍‌ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଛି। ଏହି ଦଳଗୁଡ଼ିକ ଜାତୀୟସ୍ତରୀୟ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍‌ (ଏସ୍‌ଆଇଏଚ୍‌)-୨୦୨୬ରେ ସୋଆର ପ୍ରତିନିଧିତ୍ୱ କରିବାର ସୁଯୋଗ ମଧ୍ୟ ପାଇଛନ୍ତି।

ସୋଆର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜିତ ଏହି ଆଭ୍ୟନ୍ତରୀଣ ଅନ୍‌ଲାଇନ୍‌ ହ୍ୟାକାଥନ୍‌ ସେପ୍ଟେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ଉଦ୍ଭାବନୀ ଚିନ୍ତାଧାରା ଏବଂ ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହ ପ୍ରଯୁକ୍ତିବିଦ୍ୟାର ଉପଯୋଗ ମାଧ୍ୟମରେ ବାସ୍ତବ ଜୀବନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା।

ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍‌-୨୦୨୬ ଦ୍ୱାରା ଅନୁପ୍ରାଣିତ ସୋଆ ଆଇଡିଆଥନ୍‌ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସମସ୍ୟା ସମାଧାନ ଦକ୍ଷତାକୁ ଅଧିକ ଶାଣିତ କରିବା ସହ ସମାଜ ପାଇଁ ଉପଯୋଗୀ ଓ ଅଭିନବ ସମାଧାନ ବିକଶିତ କରିବାର ଏକ ସୁଯୋଗ ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମ ଏସ୍‌ଆଇଏଚ୍‌-୨୦୨୬ ପାଇଁ ସୋଆର ଆଭ୍ୟନ୍ତରୀଣ ଚୟନ ପ୍ରକ୍ରିୟା ଭାବେ ମଧ୍ୟ କାର୍ଯ୍ୟ କରିଥିଲା।

ଚଳିତ ବର୍ଷ ସୋଆ ଆଇଡିଆଥନ୍‌ ପୂର୍ବ ସଂସ୍କରଣ ତୁଳନାରେ ଅଧିକ ସଂଖ୍ୟକ ଦଳ ଓ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସହ ଏକ ନୂତନ ସଫଳତା ହାସଲ କରିଛି। ମୋଟ ୪୫୬ଟି ଦଳ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ କରିଥିଲେ। ସେମାନେ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରସ୍ତୁତ ୯୦ଟି ସମସ୍ୟା ବିବୃତି ଏବଂ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍‌ ପୋର୍ଟାଲ୍‌ରେ ତାଲିକାଭୁକ୍ତ ୨୩୧ଟି ସମସ୍ୟା ବିବୃତି ମଧ୍ୟରୁ ଚୟନ କରାଯାଇଥିବା ୬୧ଟି ସମସ୍ୟା ବିବୃତି ଉପରେ କାର୍ଯ୍ୟ କରିଥିଲେ।

ସମସ୍ତ ପ୍ରସ୍ତାବକୁ ଏକ କଠୋର ସ୍କ୍ରିନିଂ ଓ ମୂଲ୍ୟାୟନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥିଲା। ଉଦ୍ଭାବନୀ ଦକ୍ଷତା, ପ୍ରାସଙ୍ଗିକତା, କାର୍ଯ୍ୟକାରିତା, ପ୍ରୋଟୋଟାଇପ୍‌ ପ୍ରସ୍ତୁତି, ସମ୍ଭାବ୍ୟ ପ୍ରଭାବ, ବ୍ୟାପକତା ଏବଂ କାର୍ଯ୍ୟକାରୀ ଯୋଜନାର ସ୍ପଷ୍ଟତା ଆଦି ପ୍ରମୁଖ ମାନଦଣ୍ଡ ଆଧାରରେ ଦଳଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା।

ଏହି ସ୍କ୍ରିନିଂ ପ୍ରକ୍ରିୟା ପରେ ୩୩୦ଟି ଦଳ ସୋଆ ଆଇଡିଆଥନ୍‌-୨୦୨୬ର ଅନ୍‌ଲାଇନ୍‌ ପର୍ଯ୍ୟାୟରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ। ଏଥିରେ ମୋଟ ୧,୯୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୭୫୭ ଜଣ ଛାତ୍ରୀ, ଅର୍ଥାତ୍‌ ୩୮.୨୩ ପ୍ରତିଶତ, ଏବଂ ୧,୨୨୩ ଜଣ ଛାତ୍ର, ଅର୍ଥାତ୍‌ ୬୧.୭୬ ପ୍ରତିଶତ ରହିଥିଲେ।

ଦୁଇ ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ଏଲିମିନେସନ୍‌ ରାଉଣ୍ଡ ଅନୁଷ୍ଠିତ ହେବା ପରେ ୩୩୦ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୫୦ଟି ଦଳ ଚୟନ କରାଯାଇଛି। ଏହି ଦଳଗୁଡ଼ିକ ସେପ୍ଟେମ୍ବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସୋଆ ଆଇଡିଆଥନ୍‌-୨୦୨୬ର ଅଫ୍‌ଲାଇନ୍‌ ପର୍ଯ୍ୟାୟରେ ଭାଗ ନେବେ।

ଏହି ୫୦ଟି ଦଳ ଜାତୀୟସ୍ତରୀୟ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍‌-୨୦୨୬ରେ ସୋଆର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ ଏହା ବିଶ୍ୱବିଦ୍ୟାଳୟର ଯୁବ ଉଦ୍ଭାବକମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହୋଇଛି।

ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସୋଆର ଏସ୍‌ଆଇଏଚ୍‌-୨୦୨୬ର ଅର୍ଗାନାଇଜିଂ ଚେୟାର ତଥା ଏସ୍‌ପିଓସି ପ୍ରଫେସର (ଡକ୍ଟର) ମନୋରଞ୍ଜନ ପାର୍ହୀ, ଆଇଟିଇଆର୍‌ର ଡିନ୍‌ ପ୍ରଫେସର (ଡକ୍ଟର) ପ୍ରଦୀପ କୁମାର ସାହୁ, ଭିଭିଡିଏନ୍‌ ଟେକ୍ନୋଲୋଜିଜ୍‌, ଇଣ୍ଡିଆର ଟେକ୍ନିକାଲ୍‌ ଲିଡ୍‌ ତଥା ଆର୍‌ଏଫ୍‌ ଏବଂ ଆଣ୍ଟେନା ଇଞ୍ଜିନିୟର ଡକ୍ଟର ପ୍ରିୟ ରଞ୍ଜନ ମେହେର ଅତିଥି ଭାବେ ଯୋଗଦେଇଥିଲେ।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନସ୍ଥ ଟେଲିକମ୍ୟୁନିକେସନ୍‌ ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର ଜେନେରାଲ୍‌ (ଟେକ୍ନୋଲୋଜି) ଶ୍ରୀ ପଙ୍କଜା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସୋଆର କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍‌ର ଆଡିସନାଲ୍‌ ଡିନ୍‌, ଷ୍ଟୁଡେଣ୍ଟ ଆଫେୟାର୍ସ ପ୍ରଫେସର ରେଣୁ ଶର୍ମା ଏବଂ ସୋଆ ଆଇଡିଆଥନ୍‌-୨୦୨୬ର ରେଜିଷ୍ଟ୍ରେସନ୍‌ ଚେୟାର ଡକ୍ଟର ଆଶିଷ କୁମାର ପତି ମଧ୍ୟ ଉପସ୍ଥିତ ଥିଲେ।

ପ୍ରଫେସର (ଡକ୍ଟର) ମନୋରଞ୍ଜନ ପାର୍ହୀଙ୍କ ନେତୃତ୍ୱରେ ସୋଆ ଆଇଡିଆଥନ୍‌-୨୦୨୬ର ସୁଚାରୁ ଓ ସଫଳ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମ ପାଇଁ ଗଠିତ ପରାମର୍ଶଦାତା କମିଟିରେ ଆଡିସନାଲ୍‌ ଡିନ୍‌, ଏକାଡେମିକ୍ସ ପ୍ରଫେସର ଡି.ଏନ୍‌. ଥାଟୋଇ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଏବଂ କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଅଜିତ କୁମାର ନାୟକ ସାମିଲ ଥିଲେ।

କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଅନେକ ଶିକ୍ଷାବିତ୍‌ ଏବଂ ସେମାନଙ୍କ ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ଡକ୍ଟର ସୟନ୍ତନ ଗୁହ ଏବଂ ତାଙ୍କ ଟିମ୍‌ ଏସ୍‌ଆଇଏଚ୍‌ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟେସନ୍‌ କରିଥିଲେ।

ଡକ୍ଟର ଶଶାଙ୍କ ଚୌଧୁରୀ ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ବେଳେ ଡକ୍ଟର ଆଶିଷ କୁମାର ପତି ଏବଂ ତାଙ୍କ ଟିମ୍‌ ଅନ୍‌ଲାଇନ୍‌ ପଞ୍ଜୀକରଣ, ଟିମ୍‌ ପରିଚାଳନା ଏବଂ ବିଭିନ୍ନ ପ୍ରଶ୍ନର ସମାଧାନ ଦାୟିତ୍ୱ ତୁଲାଇଥିଲେ।

ଡକ୍ଟର ଅଳକାନନ୍ଦା ତ୍ରିପାଠୀ ଓ ତାଙ୍କ ଟିମ୍‌ ସ୍କ୍ରିନିଂ ଏବଂ ମୂଲ୍ୟାୟନ କରିଥିବା ବେଳେ ଡକ୍ଟର ଭରତ ଜ୍ୟୋତି ରଞ୍ଜନ ସାହୁ ଓ ତାଙ୍କ ଟିମ୍‌ ବିଚାରକମାନଙ୍କ ସହ ସମନ୍ୱୟ ଦାୟିତ୍ୱ ତୁଲାଇଥିଲେ। ଡକ୍ଟର ଆୟେସ୍‌ ଚିନ୍ମୟ ଓ ତାଙ୍କ ଟିମ୍‌ ଅନ୍‌ଲାଇନ୍‌ ସଫ୍ଟୱେର୍‌ ଓ ବୈଷୟିକ ସହାୟତା ପ୍ରଦାନ କରିଥିବା ବେଳେ ଡକ୍ଟର ବିଶ୍ୱରଞ୍ଜନ ସ୍ୱାଇଁ ଓ ତାଙ୍କ ଟିମ୍‌ ଲଜିଷ୍ଟିକ୍ସ ଏବଂ ଅତିଥି ସତ୍କାର ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ।

ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍‌ ଭଳି ରୂପାନ୍ତରକାରୀ କାର୍ଯ୍ୟକ୍ରମର ପରିକଳ୍ପନା ଏବଂ ଏହାକୁ ନିରନ୍ତର ସମର୍ଥନ ଯୋଗାଇ ଆସୁଥିବାରୁ ସୋଆ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କୁ କୃତଜ୍ଞତା ଜଣାଯାଇଛି।

ସୋଆ ଆଇଡିଆଥନ୍‌-୨୦୨୬ର ସଫଳ ଆୟୋଜନ ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ ଏବଂ ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ଗଠନ ଦିଗରେ ସୋଆର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ଏହି ପଦକ୍ଷେପ ଭାରତ ସରକାରଙ୍କ ଦୀର୍ଘମିଆଦୀ ଜାତୀୟ ଲକ୍ଷ୍ୟ ‘ବିକଶିତ ଭାରତ-୨୦୪୭’ ସାକାର କରିବା ଦିଗରେ ସୋଆର ଅର୍ଥପୂର୍ଣ୍ଣ ଅବଦାନ ରଖିବାର ସଂକଳ୍ପକୁ ମଧ୍ୟ ପ୍ରତିଫଳିତ କରିଛି।

The post ସୋଆ ଆଇଡିଆଥନ୍‌-୨୦୨୬: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ appeared first on Big News Odisha.

ପରମ୍ପରାକୁ ବଞ୍ଚାଇଲା ରିଲ୍ସ !
ହଜି ଯାଇଥିବା ଜିନିଷ ଯେବେ ଅଚାନକ ମିଳିଯାଏ ସେ ଖୁସି କଣ ତାହା ପାଇଥିବା ମଣିଷ ହିଁ କହିପାରେ। ଜେନ-ଜି ଯୁଗରେ କଣ ଆମ ସଂସ୍କୃତି,ପରମ୍ପରା ପୁଣି ଫେରିବ ତାହା କଣ କେବେ କିଏ ଚିନ୍ତା କରିପାରିବ…। ହେଲେ ରିଲ୍ସ ଯୁଗରେ ତାହା ସମ୍ଭବ। ଆଧୁନିକତାର ଯୁବ ବୟସରେ ବି ଗାଁଠାରୁ ସହର ଝଟକୁଛି ପରମ୍ପରା ଓ ସଂସ୍କୃତି

ଆଉ ମିତା ଅପାର ଖୁଦୁରୁକୁଣୀ କଥା ହେଉ ଅବା ବଡ଼ ମାଆର ବାଟ ଓଷା, ପୁଣି ବୋଉର ବସୁମତୀ ପୂଜା ହେଉ ଅବା ଚିତାଲାଗୀ ଅମାବାସ୍ୟାରେ ଚିତୋଉପିଠା ନଦୀ ଓ ପୋଖରୀରେ ପକାଇବା ପରମ୍ପରା। ଜେଜେବାପା, ଜେଜେମା’, ବାପା,ମା’ କେବେ ଚିନ୍ତା କରିପାରିନଥିଲେ ସେମାନେ ପାଳୁଥିବା ଏହି ସବୁ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ତାଙ୍କ ତିନିପିଢ଼ି ଅଣନାତି ମାନେ କେବେ ପାଳିବେ। ଆଧୁନିକତାର ମର୍ଡନ ଲାଇଫ ଭିତରେ ନମିତା,ମାମାଲି,ଝିଲି, ପ୍ରିୟାର ବି ଏତେ ଆକର୍ଷଣ ରହିବ ତାହା ରିଲ୍ସ ଦେଖିଲେ ବିଶ୍ୱାସ କରିହେଉନାହିଁ। ସହର ସଭ୍ୟତାରେ ରହି କାହିଁ କେଉଁକାଳରୁ ଦେଖାଯାଉଥିବା ପରମ୍ପରା, ପର୍ବ, ପୂଜାକୁ ପୂର୍ବରୁ ଯେଉଁ ଢଙ୍ଗରେ ପାଳନ କରାଯାଉଥିଲା ସେପରି ପାଳିବାକୁ ଆଜିର ଯୁବପିଢ଼ି ପାଗଳ ହେଉଛନ୍ତି। ଆମେରିକା,ଲଣ୍ଡନ, ମୁମ୍ବାଇ, ବାଙ୍ଗାଲୋର, ଭୁବନେଶ୍ୱରରେ ରହୁଥିବା ଉଚ୍ଚ ଶିକ୍ଷିତ ଝିଅ ଡେଜି ବି ଖୁଦୁରୁକୁଣୀ ଓଷା ପାଇଁ ଶନିବାର ରାତି 3ଟାରୁ ଉଠି ପର ବାଡିରୁ ଫୁଲ ତୋଳିବାକୁ ଯାଉଛି କିଛି ଗାଁ ଝିଅଙ୍କ ସହ, ଯେଉଁମାନେ ଆଜକୁ 5ବର୍ଷ ପୂର୍ବରୁ କିଣାଫୁଲରେ ଓଷା କରୁଥିଲେ। ଆପଣ ଜାଣନ୍ତି ଡେଜି ଫୁଲ ତୋଳିବା,ମାଳ କରିବାଠାରୁ ଆରମ୍ଭ କରି ପୂରା ପୂଜା ପରମ୍ପରାକୁ ନିଜ ମୋବାଇଲରେ ସୁଟିଂ କରି ଶେଷରେ ଛୋଟ ରିଲ୍ସ କରି ସୋସିଆଲ ମିଡିଆରେ ଛାଡ଼ୁଛି। ଏହାଦ୍ୱାରା ଆମ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ପୂଜା ମାତ୍ର କେଇ ମିନିଟରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଂଚିଯାଉଛି। ଏଥିରେ ଡେଜି ବି ଅର୍ଥ ଉପାର୍ଜନ କରିବା ସହ ଆମ ସଂସ୍କୃତି ଓ ପରମ୍ପରା କେତେ ମହାନ ତାହା ବୁଝୁଛି।

ଏମିତି ଏ ଘଟଣା ଆଜି ଆମ ଆଖି ସାମ୍ନାରେ ଦେଖିବାକୁ ମିଳୁଛି, ଯେମିତି ପଖାଳ ଦିବସ। ବାସୀପଖାଳ,ପିଆଜ, ଲଙ୍କା ଲୁଣ ଆମ ଓଡ଼ିଆଙ୍କ ଖାଦ୍ୟ। ଆଳୁ ଚଟଣୀ, ଶାଗଭଜା, ବଡ଼ିଚୁରା, ଶୁଖୁଆ ପୋଡ଼ା କି ମାଛ ଭଜା ହୋଇଗଲେ ଓଡ଼ିଆଙ୍କ ମନ ଶାନ୍ତି। ପଖାଳ କହିଲେ ଗରିବ ଲୋକଙ୍କ ଖାଦ୍ୟରେ ଗଣା। ହେଲେ ରିଲ୍ସ ପାଇଁ ଆଜି ପାଖରେ ପଞ୍ଚତାରକା ହୋଟେଲରେ ପହଁଚିଛି. ସଭିଏଁ ଏବେ ଏମିତି ପଖାଳପ୍ରେମୀ ହୋଇଛନ୍ତି ଯେ ପଖାଳ ଦିବସ ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି। ସେମିତି ଜେଜେବାପା, ଜେଜେ ମା’, ବାପାମାଆଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀରେ କେକକାଟି ଭିଡିଓ ଓ ରିଲ୍ସ କରିବାର ବି ଆମ ଜେନ-ଜିମାନେ ମସଗୁଲ। ଯେଉଁ ଜେଜେ ଜୀବନରେ କେବେ ଜନ୍ମଦିନରେ କେକ କଟାଯାଏ ବୋଲି ଜାଣିନଥିଲେ ସିଏ ଆଜି 75 ବର୍ଷ ବୟସରେ ରଙ୍ଗୀନ ଆଲୋକମାଳରେ କେକ କାଟୁଛନ୍ତି। ଏ ଖୁସି ତା ନାତୁଣୀ ବୋହୂ ପାଇଁ ସମ୍ଭବ ହୋଇପାରିଛି।

ଏମିତି ଅନେକ କଥା ସବୁଦିନ ଆପଣଙ୍କ ଜୀବନରେ ଘଟୁଛି ଓ ଆପଣ ବି ଦେଖୁଛନ୍ତି। ଇଣ୍ଟରନେଟ ଯୁଗରେ କେମିତି ଆମ ପରମ୍ପରା ବଂଚିଛି ତାହା ମୋବାଇଲ ଖୋଲିଦେଲେ ଗୋଟିଏ ପରେ ଗୋଟେ ରିଲ୍ସରୁ ଆପଣ ବୁଝିପାରୁଥିବେ।

ଏମିତି ଲେଖୁ ଲେଖୁ ପଡ଼ିଶା ମଉସା ମହାନ୍ତିବାବୁଙ୍କ ପ୍ରେମ ରିଲ୍ସ ଦେଖି ଚିନୁର ମନରେ ଖେଳିଛି ରିଲ୍ସ ନିଶା। ଠିକ ଏତିକି ବେଳେ କେହି ଜଣେ କହୁଛି ଗଣେଶପୂଜା ଆସିଲାଣି ଏଥର ସବୁ ହେବ ପୁରୁଣା ଢାଞ୍ଚାରେ. ଆଉ ଡିଜେ ସାଉଣ୍ଡ ନୁହେଁ ବେଣ୍ଡ ପାର୍ଟି ଵାଲା ଗୀତ ଗୀତିକାର ବୋଲିବ ଆଗରେ ଗାମୁଛା ଉଡ଼ିବ। ଖରାବେଳେ ପ୍ରସାଦସେବନ ଆଉ ରାତିରେ ମେଲୋଡି…ବାସ। ଏସବୁ ସୋସିଆଲ ମିଡିଆରେ ଛାଡ଼ିବା।

ରିଲ୍ସ ଯୁଗରେ ସବୁ ସମ୍ଭବ। ହେଲେ ଆମ ଜେନ-ଜି କିପରି ଏହାକୁ ଆଗକୁ ନେଇଛନ୍ତି ତାହା ବି ଚର୍ଚ୍ଚାରେ। ବଞ୍ଚୁ ପରମ୍ପରା ତାଜା ହେଉ ମଉଳି ଯାଉଥିବା ସ୍ମୃତି…..

The post ପରମ୍ପରାକୁ ବଞ୍ଚାଇଲା ରିଲ୍ସ ! appeared first on Big News Odisha.

ମାନସିକ ରୋଗ ଚିକିତ୍ସା ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍ ଇସିଟି ସେବା ଆରମ୍ଭ
ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରାରେ ମାନସିକ ରୋଗ ବିଭାଗ ପକ୍ଷରୁ ଅତ୍ୟାଧୁନିକ ମୋଡିଫାଏଡ୍ ଇଲେକ୍ଟ୍ରୋକନଭଲସିଭ୍ ଥେରାପି (ଇସିଟି) ସେବା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଉନ୍ନତ ମାନସିକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ହୋଇପାରିବ ।

ହସ୍ପିଟାଲ୍‌ରେ ସ୍କିଜୋଫ୍ରେନିଆରେ ପୀଡ଼ିତ ଜଣେ ରୋଗୀଙ୍କ ଉପରେ ସଫଳତାର ସହ ପ୍ରଥମ ମୋଡିଫାଏଡ୍ ଇସିଟି ପ୍ରୟୋଗ କରାଯିବା ସହ ଏହି ନୂତନ ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ।

ଏହି ଅବସରରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଭବାନୀ ଶଙ୍କର କହିଛନ୍ତି ଯେ, ତୀବ୍ର ମାନସିକ ବିଭ୍ରାଟରେ ଥିବା ରୋଗୀଙ୍କ ପାଇଁ ମୋଡିଫାଏଡ୍ ଇସିଟି ଏକ ଅତ୍ୟନ୍ତ ପ୍ରଭାବଶାଳୀ ଓ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପଦ୍ଧତି । ପାରଂପରିକ ଇସିଟି ତୁଳନାରେ ମୋଡିଫାଏଡ୍ ଇସିଟି ସାଧାରଣ ନିଶ୍ଚେତନ ଓ ମାଂସପେଶୀ ଶିଥିଳକରଣ ମାଧ୍ୟମରେ କରାଯାଏ, ଯାହା ରୋଗୀଙ୍କ ସୁରକ୍ଷା ଓ ଆରାମକୁ ଅଧିକ ନିଶ୍ଚିତ କରିଥାଏ ।

ଏହି ସେବାର ସଫଳ ଆରମ୍ଭ ପାଇଁ ମାନସିକ ରୋଗ ଓ ନିଶ୍ଚେତନ ବିଭାଗର ଟିମ୍‌ର ସମନ୍ୱିତ ପ୍ରୟାସକୁ ଡାକ୍ତର ଶଙ୍କର ପ୍ରଶଂସା କରିଥିଲେ । ଏଥିସହ ଆଇଏମ୍‌ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍‌-୨ର ଡିନ୍ ପ୍ରଫେସର (ଡାକ୍ତର) ସ୍ନିଗ୍ଧା ପ୍ରଭା ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କାଙ୍କ ନିରନ୍ତର ସହଯୋଗ, ନେତୃତ୍ୱ ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ ।

ଏହି ଅବସରରେ ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର)ଲଗ୍ନଜିତ୍ ଦାଶ କହିଥିଲେ ଯେ, ଏହି ୟୁନିଟ୍ ସଂପୂର୍ଣ୍ଣ ଭାବେ ସୁସଜ୍ଜିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଫଳରେ ଗୁରୁତର ମାନସିକ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ଓ ତ୍ୱରିତ ଆରୋଗ୍ୟ ସୁବିଧା ପ୍ରଦାନ କରିବା ସମ୍ଭବ ବୋଲି ଡାକ୍ତର ଦାଶ କହିଥିଲେ ।

The post ମାନସିକ ରୋଗ ଚିକିତ୍ସା ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍ ଇସିଟି ସେବା ଆରମ୍ଭ appeared first on Big News Odisha.

ବିଳମ୍ବନ ପ୍ରସଙ୍ଗରେ ୧୪ ବର୍ଷୀୟା ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ
ମାତ୍ର ୧୪ ବର୍ଷ ବୟସରେ ପୁସ୍ତକ ରଚନା କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଡିଏଭି ପବ୍ଲିକ୍ ସ୍କୁଲ୍‌, ପୋଖରୀପୁଟର ନବମ ଶ୍ରେଣୀ ଛାତ୍ରୀ ଶ୍ରେୟାଶୀ ପଟ୍ଟନାୟକ । ତାଙ୍କ ରଚିତ ପ୍ରଥମ ପୁସ୍ତକ ‘ଲାଇଫ୍‌: ଏ ସିରିଜ୍ ଅଫ୍ ପ୍ରୋକ୍ରାଷ୍ଟିନେସନ୍‌’ ବିଳମ୍ବନ ଅର୍ଥାତ୍ କାର୍ଯ୍ୟକୁ ଟାଳିବାର ଅଭ୍ୟାସ ଉପରେ ଆଧାରିତ ।

ଅଗଷ୍ଟ ୧୫ ତାରିଖରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଶ୍ରେୟାଶୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ ।

ସରଳ ଓ ଚିନ୍ତନଶୀଳ ଶୈଳୀରେ ଲିଖିତ ଏହି ପୁସ୍ତକରେ କାମ, ନିଷ୍ପତି ଓ ସ୍ୱପ୍ନକୁ ‘ପରେ କରିବା’ ନୀତିରେ ଟାଳିବାର ପ୍ରବୃତି ସଂପର୍କରେ ଆଲୋକପାତ କରାଯାଇଛି । ପ୍ରୋକ୍ରାଷ୍ଟିନେସନ୍ କେବଳ ଅଳସୁଆପଣ ନୁହେଁ, ବରଂ ଭୟ, ଅନିଶ୍ଚିତତା, ସବୁକିଛି ଠିକ୍ କରିବାର ଚାପ ଏବଂ ସ୍ୱପ୍ନକୁ ଅନ୍ୟ ଏକ ଦିନ ନିମନ୍ତେ ରଖି ଦେବା ଭଳି ମାନବୀୟ ଭାବନା ସହ ଜଡିତ ବୋଲି ପୁସ୍ତକରେ ଦର୍ଶାଯାଇଛି ।

ଛାତ୍ରଛାତ୍ରୀ ଓ ଯୁବ ସ୍ୱପ୍ନଦ୍ରଷ୍ଟାଙ୍କ ପାଇଁ ଏହି ପୁସ୍ତକର ମୁଖ୍ୟ ବାର୍ତା ହେଉଛି ଜୀବନରେ କିଛି ଆରମ୍ଭ କରିବା ପାଇଁ ସବୁ କିଛି ସଂପୂର୍ଣ୍ଣ ହେବା ଆବଶ୍ୟକ ନୁହେଁ ବରଂ ପ୍ରଥମ ପଦକ୍ଷେପ ନେବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ।

ଶ୍ରେୟାଶୀ ପାଠପଢ଼ା ସହ ଚିତ୍ରକଳା ଓ ନୃତ୍ୟକୁ ମଧ୍ୟ ଭଲ ପାଆନ୍ତି । ଦୈନନ୍ଦିନ ଜୀବନର ଛୋଟ ଛୋଟ ଘଟଣା ମଧ୍ୟରେ କାହାଣୀ ଖୋଜିବା ତାଙ୍କର ବିଶେଷ ରୁଚି । ତାଙ୍କର ଏହି ଉତ୍ସୁକତା ଓ ପର୍ଯ୍ୟବେକ୍ଷଣ ଶକ୍ତି ତାଙ୍କୁ ଲେଖାଲେଖି ପାଇଁ ପ୍ରେରିତ କରିଛି ।

ଶ୍ରେୟାଶୀ ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ସୋଭନ ପଟ୍ଟନାୟକ ଏବଂ ସମ ହସ୍ପିଟାଲ୍‌ର ଫାର୍ମାସି ବିଭାଗର ମୁଖ୍ୟ ଡକ୍ଟର ଜସ୍ମିନ ପଣ୍ଡାଙ୍କ କନ୍ୟା ।

ଏତେ କମ୍ ବୟସରେ ଶ୍ରେୟାଶୀଙ୍କ ଏହି ସଫଳତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, କଳ୍ପନା ଶକ୍ତି ଓ ସାହିତ୍ୟିକ ପ୍ରତିଭାର ବିକାଶ ସହ ନିଜ ଚିନ୍ତାଧାରାକୁ ଆତ୍ମବିଶ୍ୱାସର ସହ ପ୍ରକାଶ କରିବାର କଳାକୁ ପ୍ରତିଫଳିତ କରୁଛି ।

The post ବିଳମ୍ବନ ପ୍ରସଙ୍ଗରେ ୧୪ ବର୍ଷୀୟା ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ appeared first on Big News Odisha.

ଭୁଲିଯିବା ଭଲ !
ଭୁଲିଯିବା ଗୋଟେ ଭଲ ଅଭ୍ୟାସ। ବେଳେବେଳେ ଜୀବନରେ କିଛି କଥାକୁ ମନେ ରଖିବାଠାରୁ ଭୁଲିଯିବା ଅଧିକ ଶାନ୍ତି ଦିଏ। ଆଜିର ଦୁନିଆରେ ଯିଏ ଯେତେ ଶୀଘ୍ର ଭୁଲିବା ଶିଖିଯାଏ, ସେ ବୋଧହୁଏ ସେତେ ଶାନ୍ତିରେ ବଞ୍ଚିପାରେ। ସବୁକିଛି ମନେ ରଖି ଲାଭ ବି କ’ଣ? ମଣିଷର ଜୀବନଟା ଯେମିତି ଗୋଟେ ଲମ୍ବା ରେଖା । ଯାହାର ଗୋଟିଏ ପାର୍ଶ୍ୱରେ ସ୍ମୃତି, ଆଉ ଅନ୍ୟ ପାର୍ଶ୍ୱରେ ଭୁଲିଯିବା। ଆଜି ଟିକେ ଭାବନ୍ତୁ ତ… ଆପଣ ଆପଣଙ୍କ ବାପାଙ୍କୁ ମନେ ରଖିଛନ୍ତି, ବାପାଙ୍କ ବାପାଙ୍କୁ ବି ହୁଏତ ମନେ ରଖିଛନ୍ତି। କିନ୍ତୁ ତାଙ୍କ ବାପାଙ୍କ ନାଁ? ତାଙ୍କ ଚେହେରା? ତାଙ୍କ ଜୀବନର କାହାଣୀ? ତିନି-ଚାରି ପୁରୁଷ ପଛକୁ ଗଲେ ଆମ ସ୍ମୃତି ଧୀରେ ଧୀରେ ଧୂସର ହୋଇଯାଏ। ଆମେ ସେମାନଙ୍କୁ ଭୁଲିଯାଉ। ତଥାପି ଆମେ ଖୁସିରେ ଅଛୁ। ଘର ଅଛି, ଜମି ଅଛି, ଧନସମ୍ପତ୍ତି ଅଛି, ନିଜର ଗୋଟେ ଦୁନିଆ ଅଛି। ତାହେଲେ କହନ୍ତୁ, ଏଠି ଭୁଲିଯିବାଟା ଆଶୀର୍ବାଦ ନୁହେଁ କି? ଦିନେ ରୋଜି ବି ମୁନାକୁ ଭୁଲିଯାଇଥିଲା। ଏକଦିନ ଯେଉଁ ମଣିଷଟା ତା’ ଜୀବନର ସବୁଠାରୁ ବଡ଼ କାହାଣୀ ଥିଲା, ସମୟ ଗଡ଼ିବା ସହ ସେହି କାହାଣୀଟା ଧୀରେ ଧୀରେ ପୁରୁଣା ହୋଇଗଲା। ଆଜି ମୁନା ନିଜ ଜୀବନରେ ଖୁସି, ରୋଜି ବି ନିଜ ଜୀବନରେ ଖୁସି।

ଯଦି ଦୁହେଁ ସେହି ପୁରୁଣା ପ୍ରେମ, ପୁରୁଣା ଅଭିମାନ, ପୁରୁଣା କଥାକୁ ଆଜି ବି ମନେ ରଖିଥାନ୍ତେ, ତେବେ ହୁଏତ ଦୁହିଁଙ୍କ ଜୀବନ ଆଜି ବି କଷ୍ଟରେ ଥାଆନ୍ତା। ସମୟର ଚକ୍ର ଦୁହିଁଙ୍କୁ ପରସ୍ପରଠାରୁ ଦୂରେଇ ଦେଲା, ଆଉ ଦିନେ ପରସ୍ପରକୁ ଭୁଲିଯିବା ହିଁ ସେମାନଙ୍କ ପାଇଁ ଭଲ ହୋଇଗଲା।

କିଛି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ମଧ୍ୟ କେତେବେଳେ କିଛି କଥାକୁ ଭୁଲିଯିବାକୁ ପଡ଼େ।ଧରନ୍ତୁ, ଆପଣଙ୍କ ଅତି ଭଲ ବନ୍ଧୁ ସହ କୌଣସି କଥାକୁ ନେଇ ଝଗଡ଼ା ହେଲା। ରାଗରୁଷା ହେଲା। ମନ ଖରାପ ହେଲା। ସେହି ଘଟଣାକୁ ବାରମ୍ବାର ମନେ ପକାଇଲେ କ’ଣ ହେବ? ରାଗ ଆହୁରି ବଢ଼ିବ। ଦୂରତା ଆହୁରି ବଢ଼ିବ। କିନ୍ତୁ ସେହି କଥାକୁ ଯଦି ଦୁହେଁ ଭୁଲିଯାଆନ୍ତି, ତେବେ ସମ୍ପର୍କଟା ହୁଏତ ପୁଣି ଆଗଭଳି ହୋଇପାରେ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ତ ଭୁଲିଯିବାର ମୂଲ୍ୟ ଆହୁରି ଅଧିକ। ଦୁଇଜଣ ମଣିଷ ଏକାଠି ରହିଲେ ମତଭେଦ ହେବ, ଝଗଡ଼ା ହେବ, ଅଭିମାନ ହେବ। କିନ୍ତୁ ପ୍ରତିଟି ଝଗଡ଼ାର ହିସାବ ଯଦି ଜୀବନସାରା ଖାତାରେ ଲେଖି ରଖାଯାଏ, ତେବେ ସେହି ସମ୍ପର୍କରେ ଭଲପାଇବା ପାଇଁ ଜାଗା କେଉଁଠି ରହିବ?

ତେଣୁ କିଛି କଥା ଭୁଲିଯିବା ଦରକାର। କିଛି ଅଭିମାନ ଭୁଲିଯିବା ଦରକାର। କିଛି ଝଗଡ଼ା ଭୁଲିଯିବା ଦରକାର। ଅଫିସଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନ ପର୍ଯ୍ୟନ୍ତ ଆମ ସହ ପ୍ରତିଦିନ ଅନେକ ଘଟଣା ଘଟେ। କେହି କିଛି କହିଦିଏ, କେହି ମନ ଦୁଃଖ ଦିଏ, କେହି ଅବହେଳା କରେ, କେହି ଧୋକା ଦିଏ। ସବୁକିଛି ଯଦି ମନ ଭିତରେ ଧରି ବସିବା, ତେବେ ଜୀବନଟା କେବେ ହାଲୁକା ହେବ?

କିନ୍ତୁ ଏଠି ଗୋଟେ ପ୍ରଶ୍ନ ଅଛି—ସତରେ କ’ଣ ଭୁଲିଯିବା ଏତେ ସହଜ?

ନା।

ଭୁଲିଯିବା କଥାଟା ଯେତିକି ସହଜ ଶୁଣାଯାଏ, ପ୍ରକୃତରେ ସେତିକି ସହଜ ନୁହେଁ। କିଛି ସ୍ମୃତି ମଣିଷ ଚାହିଁଲେ ବି ଭୁଲିପାରେ ନାହିଁ। କିଛି ଘଟଣା ସମୟ ସହ ଧୂସର ହୋଇଯାଏ, କିନ୍ତୁ ପୂରାପୂରି ହଜିଯାଏ ନାହିଁ। ପୁରାଣଠାରୁ ସାମାଜିକ ଚଳଣି ପର୍ଯ୍ୟନ୍ତ ଯଦି ମଣିଷ ସବୁକିଛି ଭୁଲିଯାଇଥାନ୍ତା, ତେବେ ହୁଏତ ଆଜିର ଦୁନିଆ ଏତେ ଆଗକୁ ଆସିପାରିନଥାନ୍ତା। ଇତିହାସ ଆମକୁ ଶିଖାଏ, ଅତୀତ ଆମକୁ ସତର୍କ କରେ। ସେଥିପାଇଁ ସବୁକିଛି ଭୁଲିଯିବା ଭଲ ନୁହେଁ।

କିଛି କଥା ମନେ ରଖିବା ଦରକାର।ଆଉ କିଛି କଥା ଭୁଲିଯିବା ଦରକାର।ଯେଉଁ କଥା ଆପଣଙ୍କୁ କଷ୍ଟ ଦିଏ, ଚିନ୍ତା ବଢ଼ାଏ, ମନରେ ରାଗ ଭରିଦିଏ, ଅନ୍ୟକୁ ଘୃଣା କରିବା ଶିଖାଏ—ସେହି କଥାକୁ ଯେତେ ଶୀଘ୍ର ଛାଡ଼ିପାରିବେ, ସେତେ ଭଲ।

ଯେଉଁ ସ୍ମୃତି ଆପଣଙ୍କ ହସ ଛଡ଼ାଇଦିଏ, ଯେଉଁ ଘଟଣା ଆପଣଙ୍କୁ ଶିଖାଏ, ଯେଉଁ ଲୋକ ଆପଣଙ୍କୁ ଭଲ ମଣିଷ ହେବାକୁ ପ୍ରେରଣା ଦିଏ—ସେମାନଙ୍କୁ ମନେ ରଖନ୍ତୁ।

ବାକି ସବୁକୁ ବେଳେବେଳେ ଭୁଲିଯାଆନ୍ତୁ।

କାରଣ ଜୀବନର ସବୁଠାରୁ ବଡ଼ ଶାନ୍ତି ବୋଧହୁଏ ସବୁକିଛି ପାଇବାରେ ନୁହେଁ, କିଛି କିଛି ଜିନିଷକୁ ଛାଡ଼ିଦେବାରେ ଅଛି।

ତେଣୁ ଭୁଲିଯିବାର ଅଭ୍ୟାସ କରନ୍ତୁ।

ମଝିରେ ମଝିରେ ନିଜ ମନକୁ ଟିକେ ଖାଲି କରନ୍ତୁ।

ଦେଖିବେ—

ମନଟା ହାଲୁକା ଲାଗିବ,

ରାଗ କମିଯିବ,

ଅଭିମାନ ହଜିଯିବ,

ସମ୍ପର୍କଗୁଡ଼ିକ ପୁଣି ସୁନ୍ଦର ଲାଗିବ।

ଆଉ ଜୀବନଟା…

ହୁଏତ ଆଗଠାରୁ ଟିକେ ଅଧିକ ଆନନ୍ଦମୟ ଲାଗିବ।

କାରଣ ସବୁକିଛି ମନେ ରଖି ବଞ୍ଚିବା ଜୀବନ ନୁହେଁ; କିଛି କଥାକୁ ଭୁଲିଯାଇ ହସିପାରିବା ହିଁ ବୋଧହୁଏ ଜୀବନର ସବୁଠାରୁ ବଡ଼ କଳା।

The post ଭୁଲିଯିବା ଭଲ ! appeared first on Big News Odisha.

ସୋଆର ସବୁ କ୍ୟାମ୍ପସ ହେବ ସବୁଜ କ୍ୟାମ୍ପସ: କୁଳପତି
ପରିବେଶ ପ୍ରଦୁଷଣ ଓ ଏହାର ସୁରକ୍ଷା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବା ବେଳେ ଏହାର ସନ୍ତୁଳନ ଲାଗି ବୃକ୍ଷରୋପଣ ସମସ୍ତଙ୍କର ଦାୟିତ୍ୱ ରହିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।

ଶୁକ୍ରବାର ସୋଆ କ୍ୟାମ୍ପସ – ୪ ପରିସରରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ସବୁକ୍ୟାମ୍ପସକୁ ସବୁଜ କ୍ୟାମ୍ପସ କରାଯିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି ।

ସୋଆ ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌), ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରି (ଆଇଭିଏସ୍‌ଏଏଚ୍‌) ଏବଂ ଆଇନ ମହାବିଦ୍ୟାଳୟ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ମିଳିତ ଆନୁକୂଲ୍ୟରେ ଏହି ବିଶାଳା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ପରିବେଶର ସୁରକ୍ଷା ନିମନ୍ତେ ଏହି ମହତ୍ କାର୍ଯ୍ୟର ଆୟୋଜନ କରାଯାଇଥିବା ବେଳେ ବଉଳ, ସୁନାରୀ, କାଂଚନ, ଅର୍ଜୁନ, ପିସ୍ତାବାଦାମ, ଜାମ୍ମୁ, ବାହାଡା, କୃଷ୍ଣଚୂଡ଼ା ଓ ବଡ଼ ଚାକୁଣ୍ଡା ଭଳି ୧୨ ପ୍ରକାରର ୫୦୦ଟି ବୃକ୍ଷ ରୋପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର ବରିଷ୍ଠ ପଦାଧିକାରୀ, ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ ।

The post ସୋଆର ସବୁ କ୍ୟାମ୍ପସ ହେବ ସବୁଜ କ୍ୟାମ୍ପସ: କୁଳପତି appeared first on Big News Odisha.