ରାଜ୍ୟରେ ଆଜି ନୂଆ ୬୭ ଜଣ ଆକ୍ରାନ୍ତ ଚିହ୍ନଟ@୧୬୬୦…

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାସହ ରାଜ୍ୟରେ ଆଉ ୬୭ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଗଞ୍ଜାମରୁ ସର୍ବାଧିକ ୨୬ ଆକ୍ରାନ୍ତ ଚିହ୍ନଟ । ଯାଜପୁର -୧୧, ଖୋର୍ଦ୍ଧା -୧୧, ନୟାଗଡ-୭, ବଲାଙ୍ଗୀର-୨, ଜଗତସିଂହପୁର-୨, କେନ୍ଦୁଝର-୧, ସମ୍ୱଲପୁର-୨, ସୋନପୁର-୪ ଓ ବରଗଡରୁ ଜଣେ ଚିହ୍ନଟ ହୋଇଛନ୍ତି ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି ।ସେଥିମଧ୍ୟରୁ କ୍ବାରେଣ୍ଟିନ୍ ସେଣ୍ଟରରୁ ୬୫ ଓ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପଂହଚିଛି । ଏହାସହ ୮୪୧ ଜଣ ଚିକିତ୍ସାଧୀନ,୮୧୨ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles