କରୋନାକୁ ନେଇ କଣ ଅଛି ଭୁଲ୍ ଧାରଣା ଆସନ୍ତୁ ଜାଣିବା.

- Advertisement -

ଭୁବନେଶ୍ୱର : ସବୁଦିନ ପରି ଆଜି ମଧ୍ୟ ସୁବ୍ରତ ବାଗଚି ପ୍ରେସ କନଫରେନ୍ସ କରିଥିଲେ । ଏଥିରେ ସେ ଏକ ଉଲେଖନୀୟ ଦିଗ ଉପରେ ଆଲୋଚନା କରିଛନ୍ତି । ଏବେ କରୋନାକୁ ନେଇ ଚାରିଆଡେ ଅନେକ ଉଡା ଖବର ପ୍ରସାରିତ ହେଉଛି। କଣ ଏହୂ ୧୨ ଟି ଉଡା ଖବର ଆସନ୍ତୁ ଜାଣିବା
୧-ନାକକୁ ଲୁଣ ପାଣିରେ ଧୋଇଲେ କରୋନା ପଳେଇବ।
୨-ଗରମ ପାଣିରେ ଗାଧେଇଲେ କରୋନା ହେବନି।
୩- କରୋନା ଥରେ ହେଲେ ଆଉ କେବେ ହେବନି।
୪- ପ୍ରଶ୍ୱାସକୁ ୧୦ ସେକେଣ୍ଡ ବନ୍ଦ କରି ରଖିପାରୁଥିବା ବ୍ୟକ୍ତିଙ୍କ ପାଖରେ କରୋନା ନାହିଁ।
୫- ମଦ ପିଇଲେ କରୋନା ହେବନି।
୬- ମଶା କାମୁଡ଼ିଲେ କରୋନା ହୁଏ ।
୭- ରସୁଣ ଖାଇଲେ କରୋନା ହୁଏ ନି ।
୮- ଛୁଆ ଓ ଯୁବକଙ୍କୁ କରୋନା ହୁଏନି।
୯- ଆଣ୍ଟିବାୟୋଟିକ ଖାଇଲେ କରୋନା ହୁଏନି ।
୧୦- କ୍ଲୋରିନ ପାଣିରେ କୁଳି କଲେ କରୋନା ହେବନି ।ଏହା ମଧ୍ୟ ଭୁଲ୍।କାରଣ ଏପରି କୁଳି କରିବା ଦେହ ପାଇଁ ଅଧିକ କ୍ଷତିକାରକ।
୧୧-ଲୁଣ ପାଣିରେ କୁଳି କଲେ କରୋନା ହେବନି।
୧୨-ପୋଷା କୁକୁର ,ବିଲେଇ ଅନ୍ୟ ଗୃହ ପାଳିତ ପଶୁ ଠାରୁ କରୋନା ବ୍ୟପେ ନାହିଁ।
ଏମିତି ୧୨ଟି ଭୁଲ୍ ଧାରଣା ଏବେ ଅନେକ ସ୍ଥାନରେ ପ୍ରଚାରିତ ହେଉଛି ।ଏହାକୁ ବିଶ୍ୱାସ ନ କରିବା ପାଇଁ ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚି ଲୋକଙ୍କୁ କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles