ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ହୁ ହୁ ହୋଇ ବଢିଚାଲିଛି। ମୂଖ୍ୟତଃ ଗଞ୍ଜାମ ଭୁବନେଶ୍ୱରରେ ବିଶେଷ କରି ଏହା ତାର କାୟା ବିସ୍ତାର କରିଚାଲିଛି। ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୦ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ରାଜଧାନୀରୁ ୧୩୦ ମଧ୍ୟ ସୁସ୍ଥ ହୋଇଛନ୍ତି।
ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୟୁନିଟ-୯ ବସ୍ତିର ବାୟାବାବା ମଠ ନିକଟ ବସ୍ତିରୁ ସର୍ବାଧିକ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି ଓ ସେମାନଙ୍କର ବୟସ ୨୪ରୁ ୬୪ ବର୍ଷ ମଧ୍ୟରେ ରହିଛି। ସେହିପରି ଏକ ଘରୋଇ ହସ୍‌ପିଟାଲରୁ ଜଣେ ୩୧ ବର୍ଷୀୟ ମହିଳା କର୍ମଚାରୀଙ୍କ ସମେତ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ପକ୍ଷରେ ସାଲିଆ ସାହିରୁ ମଧ୍ୟ ଆଜି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଇଗିଣିଆରୁ ୧୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।ଏହାସହ ଭୁବନେଶ୍ୱରରେ ମୋଟ ୨୩୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୧୧୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୦୯ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିପରି ୧୩ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।