ସଭାସମିତି କି ରାଜନୈତିକ କାର୍ଯ୍ୟକ୍ରମ ହେଉ ଅବା ସାମାଜିକ କାର୍ଯ୍ୟକ୍ରମ l ସବୁଠି ସବୁବେଳେ ଲୋକଙ୍କ ସହ ରହିବାକୁ ପସନ୍ଦ କରନ୍ତି ବବି l ଜନସେବାକୁ ଜୀବନର ମୂଳମନ୍ତ୍ର କରି ସେ ଜନସେବା ଜାରି ରଖିଛନ୍ତି l କ୍ଷମତାରେ ଥିବା ବେଳେ ଯେମିତି କ୍ଷମତାରେ ନଥିବା ବେଳେ ବି ସେମିତି l ପୁରା ଓଡ଼ିଶାରେ ବବି ଦାସଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ଭରିରହିଛି l ଯାଜପୁର ଜିଲ୍ଲାରେ ତ ସେ ନେତା ନୁହେଁ ବରଂ
ପରିବାରର ସଦସ୍ୟ l ଭାଇ ପରି ଭାଇ ଟିଏ ସେ ସାଧାରଣ ଲୋକଙ୍କର l ସୁଖ ଓ ଦୁଃଖରେ କାନ୍ଧରେ କାନ୍ଧ ମିଶାଇଚଳନ୍ତି l ଜାତି, ଧର୍ମ କି ଧନୀ ଗରିବର ଭେଦଭାବ ନଥାଏ ବବିଙ୍କ ଭଲ ପାଇବାରେ l
ସେଥିପାଇଁ କେବଳ ପଦବୀ ଦ୍ୱାରା ଜନମାନସରେ ଏକ ବିଶ୍ୱସ୍ତ ନେତା ନୁହେଁ, ବରଂ ଲୋକମାନଙ୍କ ହୃଦୟରେ ସ୍ଥାନ କରି ନିଜ ପରିଚୟ ଗଢିଛନ୍ତି ସେ l
2024 ନିର୍ବାଚନ ରେ ଦଳର ନିର୍ଦେଶକୁ ମାନି ବବି ସମ୍ବଲପୁର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି ସତ, ହେଲେ ଲୋକଙ୍କ ହୁଦୟରେ ଆଜି ବି ସେ ରାଜ କରୁଛନ୍ତି l ଶନିବାର ଓ ରବିବାର ଯାଜପୁରରେ ବବିଙ୍କ ଅଭିଯୋଗ ଶୁଣାଣିରେ ଲୋକଙ୍କ ଭଡ଼ି ଦେଖିଲେ ଜଣାପଡେ ନେତାଙ୍କ ପ୍ରତି ଜନତାଙ୍କ କେତେ ବିଶ୍ୱାସ, ଭଲ ପାଇବା l
କାରଣ ସେ ସଭିଙ୍କ ଆସ୍ଥା ଓ ଭରଷା ର ପ୍ରତୀକ l ସବୁବେଳେ ଲୋକମାନଙ୍କ ଦୁଃଖ–ସୁଖକୁ ନିକଟରୁ ଦେଖିଛନ୍ତି ସେ। ଜଣେ ବିଧାୟକ ଓ ଜନମାନସର ନେତାର କର୍ତ୍ତବ୍ୟ କଣ ତାହା ଯାଜପୁର ଜିଲ୍ଲାରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ କରି ପୁରା ଓଡ଼ିଶାରେ ନବୀନ ପଟନାୟକ ବିକାଶ ଛାପ ସେ ନିଜ ଜିଲ୍ଲାରେ ଦେଖାଇଛନ୍ତି l
ଓଡ଼ିଶାର ବିକାଶ ରାଜନୀତିକୁ ଆଗକୁ ନେବାରେ ଭୂମିକାରେ ସେ ଥିଲେ ନବୀନ ସାରଥୀ । ବିଧାୟକ ଭାବେ ତାଙ୍କର କାର୍ଯ୍ୟକାଳରେ ରାସ୍ତା, ପାନୀୟଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସମସ୍ୟା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ଲୋକମାନଙ୍କ ସହିତ ସିଧାସଳଖ ସମ୍ପର୍କ, ଗାଁ ଗାଁକୁ ଯାଇ ସମସ୍ୟା ଶୁଣିବା—ଏହା ତାଙ୍କର ରାଜନୀତିର ମୂଳମନ୍ତ୍ର ଥିଲା। ସଫଳତା ସହିତ ବିବାଦ ଓ ସମାଲୋଚନାକୁ ମଧ୍ୟ ବବି ଦାସ ସାମ୍ନା କରିଛନ୍ତି। କିନ୍ତୁ ଏସବୁ ମଧ୍ୟରେ ସେ ନିଜକୁ ଏକ ଲଢ଼ୁଆ ନେତା
ଭାବେ ପ୍ରତିଷ୍ଠିତ କରିଛନ୍ତି ଓଡିଶା ରାଜନୀତିରେ l