
ଶାସନରେ ଥିଲା ବେଳେ ଯେମିତି ତତପର ଓ କର୍ମଠ। କ୍ଷମତାରେ ନଥାଇ ବି ସମାନ ମନୋଭାବ। ଗୋଟିଏ ଲକ୍ଷ୍ୟ ଜନସେବା । ହିଁ ଯାଜପୁର ବିକାଶ ରଥ ବବି ଦାସ କ୍ଷମତାରୁ ଗଲା ପରେ ଠପ୍ ହୋଇଯାଇଛି ବୋଲି ଜିଲ୍ଲା ବାସୀ ଅନୁଭବ କଲେଣି । ହେଲେ ଯାଜପୁରବାସୀଙ୍କ ହୃଦୟରରେ କିନ୍ତୁ ନିଜର କାମ ପାଇଁ ଆଜି ବି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ପ୍ରଣବ। ଶାସନର ପରିବର୍ତ୍ତନ ହେବାର ଦେଢ଼ବର୍ଷ ଭିତରେ ଅନେକ କିଛି ପରିବର୍ତ୍ତନ ଘଟିଛି, ଅନେକ
ସମାଲୋଚନା ଶିକାର ହୋଇଛନ୍ତି ପ୍ରଣବ। ହେଲେ ଏଥିରେ ସେ କେବେ ବିଚଳିତ ହୋଇନାହାନ୍ତି। କାରଣ ୨୦୦୯ ମସିହାରୁ ୨୦୨୪ ଯାଏ ପ୍ରଣବ ପାୱାର କରିଡର ସବୁଠାରୁ ପାୱାର ଫୁଲ ଯୁବନେତା ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଯାହା କହୁଥିଲେ ମୁଖ୍ୟମନ୍ତ୍ରୀ ଆଖି ବୁଝି ବବିଙ୍କ ସବୁ ଇଚ୍ଛାକୁ ପୂରଣ କରୁଥିଲେ। କାରଣ ନବୀନ ମାପି ଦେଇଥିଲେ ବବିର ଜନସେବା ମନବୃତ୍ତିକୁ। ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ପ୍ରଣବ କାମ କରିବାର ଦକ୍ଷତା ଦେଖାଇଥିଲେ। ମୟୂରଭଞ୍ଜରୁ କୋରାପୁଟ, ଯାଜପୁରରୁ ବାଲେଶ୍ଵର, ଭଦ୍ରକରୁ ବାରିପଦା। ୨୪ ଘଣ୍ଟା ଭିତରେ ବବି ୪ରୁ ୫ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକୁ ଆଗେଇ ନିଅନ୍ତି।
ସେଥିପାଇଁ ନବୀନଙ୍କ ଅତି ଘନିଷ୍ଠ ଓ ପ୍ରିୟପାତ୍ର ହୋଇପାରିଥିଲେ ସେ । ଜଣେ ଯୁବ ନେତା ଭାବେ ତାଙ୍କର କାମ ସବୁବେଳେ କଥା କହେ। ଯାଜପୁରକୁ ଯିଏ ଯାଇଛି ସେ ଜାଣିଛି ଜଣେ ବିଧାୟକ ଭାବେ ବବି ଦାସ କିପରି ଯାଜପୁରର ବିକାଶ ନକ୍ସାକୁ
ବଦଳାଇଦେଇଥିଲେ ତାଙ୍କ ଶାସନ ସମୟରେ। କାରଣ ସେ ହେଉଛନ୍ତି ଭିଡ ଭିତର ନେତା ଓ ଲୋକଙ୍କ ସେବକ। ସେଥିପାଇଁ ତ ବବି ବିଧାୟକ ଥିଲେ ଯେମିତି, ଆଜି ବି ସେମିତି ଲୋକଙ୍କ ପାଖରେ।