ବବିଙ୍କ ଘରେ ଶୁଭେଚ୍ଛୁଙ୍କ ଭିଡ 

- Advertisement -

ନେତା ଓ କର୍ମୀଙ୍କ ସମ୍ପର୍କ ଏମିତି। କେହି କାହା ଦୁଃଖ ସହିପାରନ୍ତିନି ।ନେତା କର୍ମୀ ସହ ସବୁବେଳେ , କର୍ମୀ ବି ନେତାଙ୍କ ପାଖରେ ସବୁ ସମୟରେ। ଓଡିଶାର ଭଉଣୀ ମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଲାଗି ବିଜେଡି ସରକାର ବିରୋଧରେ ଲଢେଇ ଜୋରଦାର କରିଛି । ନବୀନ ନିର୍ଦ୍ଦେଶରେ ତାଙ୍କ ସେନାପତି ପ୍ରଣବ ପ୍ରକାଶ ଦାସ ଏ ଲଢ଼େଇ ଲଢି ଆହତ ହୋଇଛନ୍ତି । ପୋଲିସର ବର୍ବରତା ଆକ୍ରମଣରେ ଗୋଡରେ ଗଭୀର ଆଘାତ ଲାଗିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ।ସୁସ୍ଥ ହେବା ପରେ ମେଡିକାଲରୁ ଡ଼ିସଚାର୍ଜ ପରେ ରବିବାର ଯାଜପୁର କାଳୀମେଘା ବାସଭବନରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ଉପସଭାପତି ପ୍ରଣବ ପ୍ରକାଶ ଦାସ (ବବି)। ନିଜର ପ୍ରିୟନେତାଙ୍କ ଆସିବା ଖବର ପାଇଁ କାଳୀମେଘାରେ ଭେଟିବାକୁ କର୍ମୀ ଓ ନେତାଙ୍କ ଅସମ୍ଭାଳ ଭିଡ ଲାଗିଥିଲା ଦିନ ତମାନ। ପ୍ରଣବ ବି କର୍ମୀଙ୍କ ଭଲ ପାଇବା ଦେଖି ସମସ୍ତଙ୍କୁ ଗୋଟେ କଥା କହୁଥାନ୍ତି ମୁଁ ଭଲରେ ଅଛି। ତମ ମାନଙ୍କ ଆଶିର୍ବାଦ ମୋ ସହ ଅଛି। ମୁଁ ଲଢ଼େଇ କରିବାକୁ ଶତ ପ୍ରତିଶତ ବଳ ପାଇଛି।

ଜୁଲାଇ ୧୦ତାରିଖରେ ବାଲେଶ୍ଵର ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ଲୋକସେବା ଭବନ ଘେରାଉ ଡାକରା ଦେଇଥିଲା। ବିଜେପି ସରକାର ସମୟରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡିଥିବା ବେଳେ ଦୁଷ୍କର୍ମ , ହତ୍ୟା ମଧ୍ୟ ବଢ଼ିବଢି ଚାଲିଛି।ଏହା ବିରୋଧରେ ମୁଖ୍ୟ ବିରୋଧୀ ବିଜେଡି ରାଜ୍ୟ ସରକାର ବିରୋଧରେ ଋଣହୁଙ୍କାର ଦେଇଥିଲା।୫ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ଏକାଠି ହୋଇ ବାଲେଶ୍ଵର ଛାତ୍ରୀ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିଜେଡି ପ୍ରତିବାଦ ସଭା ଆରମ୍ଭ କରୁକରୁ ପୋଲିସ ଆରମ୍ଭ କରିଦେଲା ଦମନଲୀଳା। ଠିକ୍ ସେହି ସମୟରେ ପ୍ରଣବ ପ୍ରକାଶ ଦାସ (ବବି) ଭିଡକୁ ନିୟନ୍ତ୍ରଣ କରିବାରେ ଲାଗିଥାନ୍ତି । ଠିକ୍ ଏମିତି ବେଳେ ପାଣି ଓ ଟିୟର ଗ୍ୟାସ ମାଡ ଆରମ୍ଭ କରିଦେଲା ପୋଲିସ।

ବାସ ଏତିକି ବେଳେ କର୍ମୀଙ୍କୁ ନିୟନ୍ତ୍ରଣ କରିଥିଲେ ବବି। ପୋଲିସର ରବର ଗୁଳି ବବିଙ୍କ ଗୋଡରେ ବାଜିଥିଲା। ପରେ ଜଣକ ଜଣେ ନେତା ଆହତ ହେଲେ। ପ୍ରଣବ ପ୍ରକାଶ ଦାସ ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଲେ। ଦୁଇ ଦିନପରେ ଡ଼ିସଚାର୍ଜ ହୋଇ ଘରକୁ ଫେରିବା ପରେ ନିଜର ପ୍ରିୟନେତାଙ୍କୁ ଭେଟିବା ପାଇଁ ଶୁଭେଚ୍ଛୁଙ୍କ ଭିଡ ଜମିଥିଲା। ଶହଶହ ସଂଖ୍ୟକ ମହିଳା କାଳୀମେଘାରେ ପ୍ରଣବଙ୍କୁ ଭେଟି ଆଶିର୍ବାଦ ଦେଇଛନ୍ତି।

ପ୍ରଥମଥର ପାଇଁ ବିଜେଡି ମୁଖ୍ୟ ବିରୋଧୀ ଦଳର ଦାୟିତ୍ୱ ତୁଲାଉଛି।୨୪ବର୍ଷ ଶାସକ ଦଳରେ ରହିବା ବେଳେ ବିଜେଡି ଯେମିତି ଓଡିଶାବାସୀଙ୍କ ସେବା କରୁଥିଲା, ଠିକ୍ ସେମିତି ଭୂମିକା ବିରୋଧୀ ଦଳରେ ମଧ୍ୟ ଲିଭାଉଛି। ବର୍ଷେ ହେବ ବିଜେପି ଶାସନରେ ଓଡ଼ିଶାରେ ଯେଉଁ ସବୁ ସମସ୍ୟା ଦେଖାଦେଇଛି ତାହାକୁ ନେଇ ଓଡ଼ିଶାରେ ଦେଶରେ ବଦନାମ ହୋଇଛି। ତେଣୁ ଓଡିଶାବାସୀ କିପରି ସୁରକ୍ଷିତ ଓ ଭଲରେ ରହିବେ ସେଥିପାଇଁ ବିଜେଡି ନେତାମାନେ ଗୁଳି ଖାଇବାକୁ ପଚେଇବେ ନାହିଁ ବୋଲି କହିଛନ୍ତି । ନବୀନଙ୍କ ସେନାପତି ସାଜି ବିଜେପିର କୁଶାସନ ଓ ଜନ ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ଲଢ଼େଇ ଜାରୀ ରଖିଛନ୍ତି ଯାଜପୁରର ଲଢ଼ୁଆ ପୁଅ ପ୍ରଣବ ପ୍ରକାଶ ଦାସ ବୋଲି ବିଜେଡି ନେତାଏ କହିଛନ୍ତି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles