- Advertisement -
ଭୁବନେଶ୍ୱର:କୋରୋନା ମୁକାବିଲା ନେଇ ସାସଂଦ ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ସହାୟତା ଦେଉଛନ୍ତି ।ଏହି କ୍ରମରେ ରାଜ୍ୟ ସଭା ସାସଂଦ ସସ୍ମିତ ପାତ୍ର ୪ମାସର ଦରମା ସହ ସାସଂଦ ପାଣ୍ଟି ରୁ ୨କୋଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଟିକୁ ଦେଲେ ।୩୦ମାର୍ଚ୍ଚ ରେ ୧ମାସର ଦରମା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ କୁ ଦାନ କରିଛନ୍ତି ।ଏଥିସହିତ ନିଜ ସାସଂଦ ପାଣ୍ଠିରୁ କୋଟିଏ ଟଙ୍କା କେନ୍ଦ୍ର ସରକାରଙ୍କ ପାଣ୍ଟିକୁ ଦେଇଛନ୍ତି ।ପୂର୍ବରୁ ମାର୍ଚ୍ଚ ୨୫ତାରିଖରେ ସସ୍ମିତ ପାତ୍ର ତିନିମାସର ଦରମା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଦାନ କରିଥିବା ବେଳେ ନିଜର ନୋଡାଲ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲା କୁ ସାସଂଦ ପାଣ୍ଠିରୁ ୧କୋଟି ଟଙ୍କା କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି ।
