() ଶୂନ୍ୟକାଳରେ ବିଜେଡି ବିଧାୟକ ସଂଜୀବ ମଲ୍ଲିକ ବଖାଣିଲେ କେମିତି ବିଧାନସଭା କମିଟି ଉପରେ ମିନିରାଲ ମାଫିଆଙ୍କ କବଳରୁ ବର୍ତିପାରିଥିଲା। ଦୁଃଖ ଓ ଭୟର ସହ ସଂଜୀବ ଗୃହରେ କହିଛନ୍ତି କି ମିନିରାଲ୍ ମାଇନ୍ସ ଲିଜରେ ଦିଆନଯିବା କାରଣରୁ ଲୁଟ ହେଉଛି । ବାଲି ଓ ଷ୍ଟୋନ ଭଳି ପଦାର୍ଥ ମିନିରାଲ୍ ମାଇନ୍ସ ରେ ଜଡିତ। ଯେତେବେଳେ ମୋ ଅଞ୍ଚଳକୁ ବିଧାନସଭା କମିଟି ଗସ୍ତ କରିଥିଲା ସେହି ସମୟରେ ଜଣେ ବାଲି ଚୋର ଆମ ସହ ବୁଲୁଥିଲା ମୁଁ ଅଧିକାରୀଙ୍କୁ ବି ଏ ସମ୍ବନ୍ଧରେ ପଚାରି ଥିଲେ ସେ ବି କହିଥିଲେ ହଁ ସେ ବାଲି ମାଫିଆ। ଖାଲି ସେତିକି ନୁହେଁ ପୋଲିସ ଆମକୁ ଏସ୍କଟରେ ନେଇଯିବାର ବ୍ୟବସ୍ଥା ଥିବା ବେଳେ କିନ୍ତୁ ମାଫିଆ ବାଇକ ରେ ଆମକୁ ଏସ୍କଟ କରି ନେଉଥିଲେ । ଆମେ ଗସ୍ତ କରୁଥିବା ଜାଣି ଥିଲେ ସୁଦ୍ଧା ତାଙ୍କ ଭିତରେ ଭୟ ନଥିଲା କିନ୍ତୁ ଆମକୁ ଆକ୍ରମଣ କରିବା ପାଇଁ ପୁରା ପ୍ରସ୍ତୁତ ଥିଲେ । ତେଣୁ ଏ ମାଫିଆଙ୍କ ବିରୋଧ ରେ ସରକାର ଆକ୍ସନ ନେବାର ଅଛି।
ଶୂନ୍ୟକାଳରେ ଖଣି ଲୁଟ ଚିନ୍ତା ପ୍ରକଟ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।ବାଚସ୍ପତିଙ୍କୁ ନିବେଦନ କଲେ କି ଆପଣ ଏକ ବୈଠକ ଡାକନ୍ତୁ। ଖଣି ,ରାଜସ୍ୱ ସହ ଅନ୍ୟ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ସହ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ କରି ନିର୍ଦ୍ଦେଶ ଦିଅନ୍ତୁ ମିନିରାଲ୍ ମାଇନ୍ସ ଲୁଟ ଉପରେ ରୋକ୍ ଲଗାଇବେ। କାହିଁକି ନା ଖଣି ବିଭାଗ ପାଖରେ ଯଥେଷ୍ଟ ମ୍ୟାନ ପାୱାର ନାହିଁ ଯେ ରାଜ୍ୟ ବାହାର କୁ ଚାଲାଣ ରେ ରୋକ୍ ଲଗାଇ ପାରିବେ । ତେଣୁ ଏହାକୁ ଗୁରୁତ୍ୱାରୋପ ଦେଇ ପଦକ୍ଷେପ ନେବାର ଆବଶ୍ୟକ ରହିଛି। ବିକଶିତ ଗାଁ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ଚାହୁଛନ୍ତି କିନ୍ତୁ କେମିତି ହେବ। ମିନିରାଲ୍ ମାଇନ୍ସ ତ୍ ମିଳୁନି ଅର୍ଥ ନଷ୍ଠ ହେବା ସହ ଆମ ରାଜସ୍ବ କ୍ଷତି ପହଞ୍ଚୁଛି।