କଂଗ୍ରେସର ସ୍ଵରକୁ ମୋହର ମାରିଲେ  ଜୟନାରାୟଣ

- Advertisement -

ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଦଳ ଗୋଟିଏ ଚିହ୍ନ କେବଳ ଦୁଇଟି। ଓଡିଶା ବିଜେପି ଓ ବିଜେଡିର ରିମୋଟ କଣ୍ଟ୍ରୋଲ ଦିଲ୍ଲୀ ବିଜେପି ଶୀର୍ଷ ନେତୃତ୍ଵଙ୍କ ହାତରେ। ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିର୍ଦ୍ଦେଶରେ ଓଡ଼ିଶାର ଦୁଇ ଦଳ ଚାଲୁଛି। କଂଗ୍ରେସ ହିଁ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ। ଆଗାମୀ ଦିନରେ ବିଜେଡି ଓ ବିଜେପିର ଅସଲ ଚେହେରା ଓଡିଶାବାସି ବୁଝି ଦୁଇ ଦଳକୁ ପ୍ରତ୍ୟାଖାନ କରି କଂଗ୍ରେସକୁ କ୍ଷମତାକୁ ଆଣିବେ। ପିସିସି ସଭାପତି ଭାବେ ଦାୟିତ୍ଵ ନେବା ଦିନଠାରୁ ଭକ୍ତ ଦାସ ବାରମ୍ୱାର ଏପରି ଅଭିଯୋଗ ଆଣିଛନ୍ତି ବିଜେଡି ଓ ବିଜେପି ବିରୋଧରେ । ରାଜନୈତିକ ଅଭିଯୋଗ କରି କଂଗ୍ରେସ କହିଛି ବିଜେପି ଓ ବିଜେଡି ଗୋଟିଏ ଦଳ। ଆଉ କଂଗ୍ରେସର ଏହି ଅଭିଯୋଗରେ ଯେ ସତ୍ୟତା ଅଛି ତାହା ଆଜି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ମୋହର ମାରିଛନ୍ତି ଓଡ଼ିଶାବାସୀଙ୍କ ଆଗରେ। ଏହା ଜୟ ନାରାୟଣଙ୍କ ବ୍ୟକ୍ତିଗତ ମତ କି ରାଜ୍ୟ ବିଜେପି ତାଙ୍କ ମତ ସହ ସହମତ, ତାହା ତ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇନାହିଁ। ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ନୂଆପଡା ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ସମ୍ପର୍କର ଖୁଲାସା କରିଦେଇଛନ୍ତି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର। ଉପ ନିର୍ବାଚନ ସମୟ ରେ ଜୟ ନାରାୟଣଙ୍କ ବୟାନ କଂଗ୍ରେସର ଭୋଟ ବ୍ୟାଙ୍କ ବଢ଼ାଇବାରେ ଯେ ବଡ ସହାୟକ ହୋଇଛି ତାହା ନୂଆପଡାରୁ ରାଜଧାନୀ ଯାଏ ଚର୍ଚ୍ଚା। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଲା ଓଡିଶାରୁ ଦିଲ୍ଲୀ ଯାଏ। ହେଲେ କାଳେ ଓଡିଶା ଭୋଟର ସଚେତନ ହୋଇଯିବେ ଓ କଂଗ୍ରେସକୁ ଅଧିକ ଭୋଟ ମିଳିଯିବ ସେଥିପାଇଁ ମେଣ୍ଟ ହୋଇନଥିଲା ବିଜେଡି ଓ ବିଜେପି ମଧ୍ୟରେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ଯେତେବେଳେ ଦିଲ୍ଲୀରେ ଅଧିକାଶ ପ୍ରସଂଗରେ ବିଜେପିକୁ ବିଜେଡି ସମର୍ଥନ ଦେଇ ଆସୁଛି । ଯାହାକୁ ନେଇ କଂଗ୍ରେସ ବିଜେଡି ଓ ବିଜେପି ସମ୍ପର୍କକୁ ନେଇ ଟାର୍ଗେଟ କରୁଛି ଓଡିଶାରୁ ଦିଲ୍ଲୀ ଯାଏ। ଯାହାକୁ ନେଇ ଉଭୟ ଦଳ ଅଡ଼ୁଆରେ ପଡୁଛନ୍ତି ଠିକ୍ ସେତିକି ବେଳେ ଜୟ ନାରାୟଣ ମିଶ୍ରଙ୍କ ଏ ବୟାନ କଂଗ୍ରେସକୁ ବେଶ ସୁହାଇଛି । ବିଜେଡି- ବିଜେପି ସମ୍ପର୍କକୁ ନେଇ ଜୟ ନାରାୟଣ କହିଛନ୍ତି
ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚାହୁଛନ୍ତି ବିଜେଡି ବଞ୍ଚିକି ରହୁ। ବିଜେପି ଚାହୁଛି ବିଜେଡି ଭୋଟ ଭାଗଭାଗ ନହେଉ। ଅର୍ଥାତ୍ ବିଜେପି ଓ ବିଜେଡି ଦିଲ୍ଲୀରେ କୋଳାକୋଳି ଓ ଓଡ଼ିଶାରେ କଳି। ତାହା ଜୟ ତାଙ୍କ ବୟାନରୁ ସଂକେତ ଦେଇଛନ୍ତି ।
ଦେଶର ସବୁଠାର ଶକ୍ତିଶାଳୀ ଆଂଚଳିକ ଦଳ ହେଉଛି ବିଜେଡି l ବିଜେଡି ସଭାପତି ତଥା ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ରାଜନୀତିରେ ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଶା ନୁହେଁ, ଦେଶର ରାଜନୀତିରେ ନବୀନ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ନେତା। ଓଡ଼ିଶାରେ ଆଜି ବି ବିଜେଡିର ୪୦ ପ୍ରତିଶତ ଭୋଟ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ସରକାର ଗଠନ କରି ନଥିଲେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ଠାରୁ ଅଧିକ ଭୋଟ ପାଇଛି। ସଶକ୍ତ ବିରୋଧୀ ଦଳ ଭାବେ ଓଡିଶାରେ ଉଭା ହୋଇ ଦଳ ତାହାର କାମ କରୁଛି। ବିଜେଡି ନେତା ବାରମ୍ୱାର କହୁଛନ୍ତି ବିଜେଡି ଲୋକଙ୍କ ସ୍ଵର ସାଜିଛି। ବିଜେଡି ଓ ବିଜେପି ସମ୍ପର୍କ ନେଇ ଦଳର ନେତାଙ୍କ ଯୁକ୍ତି ହେଉଛି ବିଜେଡିକୁ ନେଇ କିଏ କଣ କହିଲେ ତାହା ଭିନ୍ନ କଥା। ହେଲେ ବିଜେଡି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମ୍ ଦୂରତା ବଜାୟ ରଖିଛି। ପ୍ରସଙ୍ଗ ଦେଖି ବିଜେପିକୁ ଦିଲ୍ଲୀରେ ସମର୍ଥନ ଅ ବିରୋଧ କରୁଛି ବିଜେଡି।
ବିଜେପି ମଧ୍ୟ ବିଜେଡି ଓ ବିଜେପି ସମ୍ପର୍କ ନେଇ ଭିନ୍ନ ଯୁକ୍ତି ବାଢିଥିଲେ ମଧ୍ୟ ବିଜେପି ନେତାଙ୍କ ବୟାନକୁ ନେଇ ଅନେକ ସମୟରେ ଦ୍ଵନ୍ଦ ସୃଷ୍ଟି ହୋଇଛି। ରାଜନୈତିକ ସମୀକ୍ଷକ କହିଛନ୍ତି ବିଜେପି ଓ ବିଜେଡି ସମ୍ପର୍କ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ପରି। ଯାହା ଆଜି ଜୟ ନାରାୟଣଙ୍କ ବୟାନରୁ ସ୍ପଷ୍ଟ ସଂକେତ ମିଳିଛି।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles