ନୂଆପଡା ଉପନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ: ଡ. ଅରୁଣ ସାହୁ
ନୂଆପଡା ଉପନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ: ଡ. ଅରୁଣ ସାହୁ
୫୦୦ ଦିନର ବିଜେପି ସରକାର ଚରମ ବିଫଳ
ନୂଆପଡା ଉପନିର୍ବାଚନରେ ବିଜେଡିର ବିଜୟ ଓଡିଶାବାସୀଙ୍କୁ ସଙ୍କେତ ଦେବ
ନୂଆପଡା ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ଉପସଭାପତି ତଥା ବିଧାୟକ ଡ଼. ଅରୁଣ ସାହୁ । ଗତ ୨୫ ବର୍ଷରେ ହୋଇଥିବା ଉପନିର୍ବାଚନ ଗୁଡିକରେ ୯୦ ପ୍ରତିଶତ ସଫଳତା ପାଇବାରେ ବିଜୁ ଜନତା ଦଳର ରେକର୍ଡ ରହିଛି । ନୂଆପଡା ଉପନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ବିଜେପି ଦଳ ନେତାମାନେ ନିର୍ବାଚନ ମୈଦାନକୁ ନ ଆସିକି ବହୁତ କଥା କହୁଥିଲେ କିନ୍ତୁ ବର୍ତ୍ତମାନ ନୂଆପଡାବାସୀ କହୁଛନ୍ତି ବିଜେଡିର ବିଜୟ ସୁନିଶ୍ଚିତ ।
ବିଜୁ ଜନତା ଦଳ ପ୍ରଚାର ପ୍ରସାରରେ ବହୁତ ଆଗରେ ରହିଛି ।
ବର୍ତ୍ତମାନ ନୂଆପଡାର ସମସ୍ତ ବ୍ଲକ, ମୁ୍ୟନିସିପାଲଟି, ଏନ୍ଏସି, ପଞ୍ଚାୟତ, ଗାଁ, ଗଳିକନ୍ଦି ଓ ସାହିମାନଙ୍କରେ ବିଜେଡି ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଦଳ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ବିଜେପି ସରକାର ଚରମ ବିଫଳ । ବିଫଳତାର ସବୁ ରେକର୍ଡ ଭାଙ୍ଗୁଛି ବିଜେପି ସରକାର । ୫୦୦ ଦିନ ହେଲା ଡବଲ ଇଂଜିନ ସରକାର ନୂଆପଡାରେ ମାଟି ଗାଣ୍ଡୁଏ ମଧ୍ୟ ପକେଇ ନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କୌଣସି ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ସେହିଭଳି ନୂଆପଡା ଉପନିର୍ବାଚନରେ ବିଜେପି ନେତାମାନେ ନୂଆପଡା ପାଇଁ ବହୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ।
ଉପନିର୍ବାଚନରେ ନୂଆପଡାବାସୀ ବିଜୁ ଜନତା ଦଳକୁ ବିପୁଳ ଭୋଟ ଦେଇ ସମଗ୍ର ଓଡିଶାକୁ ସଂକେତ ଦେବେ ଯେ, ବିଜେପି ସରକାର ସମସ୍ତ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାରେ ସରକାର ଗଢ଼ିବା ସହ ରାଜ୍ୟରେ ପୁଣି ଥରେ ସୁଶାସନ ଫେରି ଆସିବ । ଖାଲି ବାହାସ୍ପୋଟ ମାରି କଥା କହିବାରେ ସୀମିତ ବିଜେପି ସରକାର । ସାଧାରଣ ଲୋକଙ୍କ ସାମଗ୍ରୀକ ବିକାଶ ପ୍ରତି ସେମାନଙ୍କ ନିଘା ନାହିଁ ।
ପରିଣାମ ସ୍ୱରୁପ ରାଜ୍ୟରେ ଦୁର୍ନୀତି, ଦୁଷ୍କର୍ମ ଓ ଅପରାଧ ବଢିବାରେ ଲାଗିଛି । ତେଣୁ ଏହି ବିଫଳ ସରକାରଙ୍କୁ ଜବାବ ଦେବା ପାଇଁ ନୂଆପଡା ଉପନିର୍ବାଚନ ହେଉଛି ଉପଯୁକ୍ତ ସମୟ ବୋଲି ଶ୍ରୀ ସାହୁ କହିଥିଲେ ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy