ନୂଆପଡା ପ୍ରଚାର ମୈଦାନକୁ ୨ ଥର ଓହ୍ଲାଇବେ ବିଜେଡି ସଭାପତି 

0
15

ନୂଆପଡ଼ା ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। 2 ଥର ନୂଆପଡ଼ା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କରିବେ ପ୍ରଚାର। ପ୍ରଥମ ଥର ଆସନ୍ତା ୩ ତାରିଖ ନୂଆପଡା ଗସ୍ତରେ ଆସି କୁମୋନାଠାରେ ସାଧାରଣ ସଭା କରି କରିବେ ପାୱାର ଶୋ। ସେହିପରି 7 ତାରିଖରେ ଦ୍ଵିତୀୟ ଥର ପାଇଁ ନୂଆପଡ଼ା ଗସ୍ତରେ ଆସି ଖରିଆଡ଼ ରୋଡ଼ଠାରୁ ନୂଆପଡା ଯାଏଁ
କରିବେ ବିଶାଳ ରୋଡ଼ ଶୋ। ଏଥିପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି ଚାଲିଛି।