ଚିନ୍ମୟ ଯୁବ ଓ ଇପ୍ସିତା କାନ୍ଧରେ ଛାତ୍ର ବିଜେଡ଼ି
ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁ ଯୁବ ବିଜେଡି ସଭାପତି ଭାବେ ଦାୟିତ୍ଵ ଦେଇଛି ବିଜେଡି। ଚିନ୍ମୟ ସାହୁଙ୍କ ସାଙ୍ଗଠନିକ ଦକ୍ଷତା ଦେଖି ତାଙ୍କୁ ନବୀନ ଏହି ଗୁରୁ ଦାୟିତ୍ବ ଦେଇଛନ୍ତି । ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସାଧାରଣ ସମ୍ପାଦିକା ତଥା ରମାଦେବୀ ମହିଳାବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରୀ ସଂସଦ ସଭାନେତ୍ରୀ ଇପ୍ସିତା ସାହୁ ଛାତ୍ର ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଦଳପ୍ରତି ଆନୁଗତ୍ୟ ପାଇଁ ଇପ୍ସିତା ମିଳିଛି ପୁରସ୍କାର। ୪ ଜଣ ନେତାଙ୍କୁ ବିଜେଡି ଛାତ୍ର ବ୍ୟାପାର ଦାୟିତ୍ୱ ମିଳିଛି। ଦେବାଶିଷ ଆଚାର୍ଯ୍ୟ, ଦେବୀରଞ୍ଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଓ ସୌଭିକ ବିଶ୍ୱାଳ । ସେହିପରି
ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜେଡି ଯୁବ ୱିଙ୍ଗର ବରିଷ୍ଠ ସାଧାରଣ ସଂପାଦକ ଯୁକ୍ତ କରାଯାଇଥିବା ବେଳେ ରାଜେନ୍ଦ୍ର କୁମାର ସାହୁ, ଅମରେଶ ପତ୍ରୀ ଓ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ନିଯୁକ୍ତ କରାଯାଇଛି। ଚିନ୍ମୟ ଓ ଇପ୍ସିତାଙ୍କୁ ନବୀନ ଯୁବ ଓ ଛାତ୍ର ସଂଗଠନର ଗୁରୁ ଦାୟିତ୍ବ ଦେବା ପରେ ଉଭୟ ନବୀନ ନିବାସ ଯାଇ ନବୀନଙ୍କ ଆଶିର୍ବାଦ ନେଇଛନ୍ତି ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy