ପୁରୀରେ ବିଜେଡିର ଯୁବ ଗର୍ଜନ: ବିଜେପିର ମିଛ ଜଣାଇବାକୁ ସଂକଳ୍ପ.

- Advertisement -

ଯାଜପୁରରେ ମହିଳା ସମାବେଶ ବଡ ସଫଳତା ମିଳିବା ପରେ ପୁରୀରେ ଯୁବ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦଳ କ୍ଷମତାରରେ ଥାଉ କି ନଥାଉ ସବୁବେଳେ ଓଡିଶାବାସୀଙ୍କ ସେବାରେ ବିଜେଡି । ବର୍ଷେ ହେବ ଦଳ କ୍ଷମତାରୁ ଯାଇଥିଲେ ମଧ୍ୟ ବିଜେଡି କିନ୍ତୁ ତାହାର କର୍ତ୍ତବ୍ୟ ଭୂଲିନାହିଁ। ବିଜେପି ସରକାର ଓଡିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିବା ପରେ ନିଜର ପ୍ରତିଶୃତିକୁ ଭୂଲିଯାଇଛି । ଯାହା ବିରୋଧରେ ବିଜେଡି ଯୁବବାହିନୀ ସୋସିଆଲ ମିଡିଆକୁ ଅସ୍ତ୍ର କରି ବିଜେପି ସରକାରଙ୍କ ମିଛ ଲୋକଲୋଚନକୁ ଆଣିବା ଦରକାର। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ବିକାଶ ଶୀର୍ଷରେ ପହଞ୍ଚିଥିବା ବେଳେ ବିଜେପି ସରକାରରେ ଏଥିରେ ବ୍ରେକ ଲାଗିଛି । ଏହାକୁ ନେଇ ଓଡିଶାର ବିଭିନ୍ନ କୋଣରୁ ଆସିଥିବା ଯୁବ ଓ ଛାତ୍ର ବିଜେଡିର ନେତାମାନଙ୍କୁ ଯୁବ ଜନଜାଗରଣ ସମାବେଶରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଯୁବ ସମାବେଶକୁ ଉଦଘାଟନ କରି ନବୀନ କହିଛନ୍ତି ଯେ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡିର ଏହି ଜନଜାଗରଣ । ବିଜେପି ସରକାର ବିଜେଡିର ସବୁ ଭଲ ଯୋଜନାକୁ ବନ୍ଦ କରିଦେଲେ। ନୂଆ ଓ ସ୍କଲାରସିପ୍ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବି ବନ୍ଦ କରିଦେଲେ । ରାଜ୍ୟର ଅର୍ଥନୀତି ଏବେ ପୁରା ଦୁର୍ବଳ। ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଡାଇରିଆରେ ଲୋକେ ହିନସ୍ତା ହେଉଛନ୍ତି। ଆୟୁଷ୍ମାନ କାର୍ଡ ଧରି ଲୋକେ ହସ୍ପିଟାଲରୁ ନିରାଶା ହୋଇ ଫେରୁଛନ୍ତି । ବିଜେପିର ମିଛକୁ କାଉଣ୍ଟର କରିବା ପାଇଁ ଆମକୁ ସୋସିଆଲ୍ ମିଡିଆ ନେଟଓ୍ବାର୍କକୁ ଆହୁରି ସୁଦୃଢ କରିବାକୁ ପଡିବ । ଲୋକେ ସତ ଜାଣିବା ଦରକାର ବୋଲି ଯୁବ ସମାବେଶରେ ନବୀନ ପଟ୍ଟନାୟକ ଯୁବକମାନଙ୍କୁ ଆହ୍ବାନ ଦେଇଛନ୍ତି । ଯୁବ ସମାଜ ସତ୍ୟର ସାରଥୀ ହୋଇ ମିଛ ପ୍ରଚାରର କାଉଣ୍ଟର କରିବା ପାଇଁ ନବୀନ ସଂକଳ୍ପ କରାଇଥିଲେ ଯୁବମାନଙ୍କୁ । ବିଜେଡି ଯୁବ ସମାବେଶରେ ଦଳର ସପ୍ତରଥୀ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ସଂପୃକ୍ତି ମିଶ୍ର, ପ୍ରତାବ ଦେବ ପ୍ରମୁଖ ସାମିଲ ହୋଇ ଯୁବ ନେତୃତ୍ବଙ୍କ ମନରେ ଜୋସ ଭରିଥିଲେ । ଯୁବନେତା ବ୍ୟୋମକେଶ ରାୟ, ସୁବାଶିଷ ଖୁଣ୍ଟିଆ, ଦେବୀ ରଂଜନ ତ୍ରୀପାଠି , ପ୍ରଣବ ବଳବନ୍ତ ରାୟ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ । ଜନନ୍ନାଥ ଧାମରେ ସତ୍ୟର ସାରଥୀର ସଂକଳ୍ପ ନେଇ ଯୁବନେତାମାନେ ଫେରିଛନ୍ତି । ବିଜେପି ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ରତ୍ନ ଭଣ୍ଡାର ଚାବି , ବର୍ଷକୁ ୨କୋଟି ନିଯୁକ୍ତି, ଓଡିଆ ଅସ୍ମିତା, ମାଗଣା ବିଜୁଳି, ଆଇନ ଶୁଙ୍ଖଳା ପରିସ୍ଥିତି, ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ , ପରି ବହୁ ପ୍ରଶ୍ନ ଶାସକ ଦଳକୁ ଯୁବ ଜନ ଜାଗରଣ ସମାବେଶରେ ଆହ୍ବାନ ଦେଇଛି ବିଜେଡି। ଆଗାମୀ ଦିନରେ ଦଳ ଏସବୁ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୁବନେତା ମାନଙ୍କୁ ଗୁରୁଦାୟିତ୍ଵ ଦେଇଛି ସମାବେଶ ଜରିଆରେ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles