ବିଜେବି କଲେଜ ଛାତ୍ରୀ ତମନ୍ନା ଭୋଇଙ୍କୁ ଖଣ୍ଡପଡ଼ା ଟ୍ରଫି ସମ୍ମାନ ପ୍ରଦାନ

- Advertisement -

 ବିଜେବି ଅଟୋନୋମସ କଲେଜର ରାଜନୀତି ବିଜ୍ଞାନ ଛାତ୍ରୀ ସୁଶ୍ରୀ ତମନ୍ନା ଭୋଇଙ୍କୁ ଖଣ୍ଡପଡ଼ା ଟ୍ରଫି ସମ୍ମାନ ପ୍ରଦାନ କରାଯାଇଛି। କଲେଜ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ତମନ୍ନାଙ୍କୁ କଲେଜର ଅଧ୍ୟକ୍ଷା ପ୍ରଫେସର ଝୁମ୍‌କି ରଥ ଏହି ଟ୍ରଫି ପ୍ରଦାନ କରିଛନ୍ତି। ବେଷ୍ଟ ଅଲ୍‌ରାଉଣ୍ଡ ଛାତ୍ରୀ ଭାବେ ତମନ୍ନାଙ୍କୁ ଏହି ଟ୍ରଫି ପ୍ରଦାନ କରାଯାଇଛି।

ଶିକ୍ଷାଗତ ଦକ୍ଷତା, ନେତୃତ୍ୱ ଏବଂ ସାମଗ୍ରିକ ଉତ୍କର୍ଷତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଏହି ବେଷ୍ଟ ଅଲରାଉଣ୍ଡ ଟ୍ରଫି ପ୍ରଦାନ କରାଯାଇଥାଏ। ଏହି ଟ୍ରଫିକୁ ଓଡ଼ିଶାର ବିଧାନସଭାର ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ରାଜା ବିଭୁତି ଭୁଷଣ ସିଂହ ମର୍ଦ୍ଦରାଜ ଓ ରାଣୀ ଦେବକୀ ଦେବୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଶ୍ରୀ ମର୍ଦରାଜ ଙ୍କ ଆବର୍ତମାନରେ ଏହି ଉତ୍ସବ ଅବସରରେ ତାଙ୍କ ପୁଅ ପୂର୍ବତନ ବିଧାୟକ ତଥା ଖଣ୍ଡପଡ଼ା ରାଜା ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ ଉପସ୍ଥିତ ରହି ଛାତ୍ରୀ ତମନ୍ନାଙ୍କୁ ଉତ୍ସାହିତ କରିଥିଲେ।

ସେହିପରି ବିଜେବି କଲେଜର ପୁରାତନ ଛାତ୍ରସଂଘ ବିଜେବି ଫ୍ରେଣ୍ଡସ ପକ୍ଷରୁ ମଧ୍ୟ ତମନ୍ନାଙ୍କୁ ଏହି ଅବସରରେ ଏକ ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଜେବି ଫ୍ରେଣ୍ଡସର ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୂପାଳ ଉପସ୍ଥିତ ଥିଲେ।

ଏଭଳି ଉତ୍ସବ ଛାତ୍ରଛାତ୍ରୀମାନଙ୍କ ଉତ୍ସାହିତ କରିବା ଦିଗରେ ବେଶ ସହାୟକ ହେବ ବୋଲି କହିଛନ୍ତି ଅଧ୍ୟକ୍ଷା ପ୍ରଫେସର ରଥ। ଟ୍ରଫି ଗ୍ରହଣ କରିବା ନେଇ ସେ ଖୁବ୍ ଆନନ୍ଦିତ ବୋଲି ତମନ୍ନା କହିଛନ୍ତି।

ଏହି ଅବସରରେ ବିଜେବି କଲେଜର ପ୍ରଧ୍ୟାପକ, ପ୍ରାଧ୍ୟାପିକା ଏବଂ ବିଜେବି ଫ୍ରେଣ୍ଡସ୍‌ର ଅନେକ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles