ମୁଁ କହୁଛି ମୋ ପାଇଁ ସୁନ୍ଦର ଭୁବନେଶ୍ବର

- Advertisement -

ବାପୁଜୀ ନଗରରେ ରାମବାବୁଙ୍କ ନାତିର ଆଜି ଜନ୍ମଦିନ। ଭୋଜିଭାତରେ ଓ ନାଚଗୀତରେ କମ୍ପୁଛି ପୁରା ପରିବେଶ । କଟକ,ପଟିଆ, ଚନ୍ଦ୍ରଶେଖରପୁର, ଖାରାବେଳ ନଗର, ଜୟଦେବ ବିବାହ, ଖଣ୍ଡଗିରି, କଳିଙ୍ଗନଗର ଠାରୁ ଆରମ୍ଭ କରି ନୟାପଲ୍ଳୀ, ରସୁଲଗଡ ଯାଏ କିଏ କେଉଁଠୁ ଆସିଛନ୍ତି ଜନ୍ମଦିନ ଭୋଜିରେ ସାମିଲ ହେବା ପାଇଁ । ହେଲେ ବିଡମ୍ବନାର ବିଷୟ ପଡିଶା ଘର ବିଶ୍ବାଳବାବୁଙ୍କୁ କିନ୍ତୁ ନିମନ୍ତ୍ରଣ ନାହିଁ ଜନ୍ମଦିନ ଭୋଜିରେ ।
ଚିକୁ ରହୁଥିବା ହଷ୍ଟେଲର ମାତ୍ର ୫ଟି ଘର ଛାଡି ପ୍ରତିଷ୍ଠିତ ସାହିତ୍ୟିକ ରହୁଥିବା ବେଳେ ଚିକୁ କିନ୍ତୁ ଜାଣିନାହିଁ ସେ କିଏ ଓ ସେହି ଘରେ ରହୁଛନ୍ତି ବୋଲି । ସାମ୍ନା ଘରର ଡାକ୍ତର ମୋଉସା ଶେଷ ନିସ୍ବାସ ତ୍ୟାଗ କଲା ପରେ ପଡିଶା ଘରେ କାନ୍ଦବୋବାଳିରେ ଫାଟିପଡ଼ୁଥିବା ବେଳେ ମହାନ୍ତିବାବୁଙ୍କ ଘରେ ମଟନ କଷା ସହ ସାଙ୍ଗସାଥୀଙ୍କ ମଧ୍ୟରେ ଜମି ଚାଲିଛି ଆସର। ପାଖା ପାଖି ଅଫିସରେ ପ୍ରତ୍ୟେକ ଦିନ କାମ କରୁଥିବା ବିକାଶ ଓ ଅନନ୍ତ ଯେ କେହି କାହା ବିଷୟରେ କିଛି ଜାଣନ୍ତିନି କି ଜାଣିବାକୁ ସେମାନଙ୍କ ପାଖରେ କାଳେ ସମୟ ନାହିଁ । ସମ୍ପର୍କ କେବଳ ଲୋକ ଦେଖାଣିଆ, ହସ ଓ ଦୁଃଖ କେବଳ ଗୋଟେ ୨ କି ୫ଘଣ୍ଟିଆ ନାଟକର କେହି ମିନିଟ ଦୃଶ୍ୟ ପରି। ଯେମିତି କାହାର,କାହା ସହ କିଛି ସମ୍ପର୍କ ନାହିଁ । ଭଡା ରହୁଥିବା ମାଲିକର ନାବାଳକ ପୁଅ ପାର୍କରେ ବସି ନିଶା ସେବନ କରୁଥିଲେ ମଧ୍ୟ ସେହି ଘରେ ରହୁ୍ଥିବା ରଘୁ ମାଷ୍ଟର କିନ୍ତୁ ତାରା ଘର ମାଲିକକୁ ସାହସ ଜୁଟାଇ କହି ପାରୁନି ଯେ ତାଙ୍କ ପୁଅ ଖରାପ ପିଲାଙ୍କ ସହ ମିଶି ଭୂଲ ରାସ୍ତାରେ ଯାଉଛି ବୋଲି। କାହାକୁ କେହି ଚିହ୍ନି ପାରୁନାହାନ୍ତି ନାଁ ଚିହ୍ନିକି ବି ଅଚିହ୍ନା ପରି ହେଉଛନ୍ତି ସଭିଁଏ । ସତରେ କଣ ଏହା ଏକ ଗୋଲାମ ନଗର । ଯେଉଁଠି ସମ୍ପର୍କର ଅର୍ଥ କେବଳ ସ୍ବାର୍ଥ । ମରିଯାଇଛି କି ମାନବିକତା ଓ ଜାଣିବାର ଆଗ୍ରହ ।

ଯେଉଁ ସହର ସ୍ବପ୍ନ ପୂରଣ କରୁଛି, ବଂଚିବାକୁ ସାହସ ଦେଉଛି। ଜନ୍ମଭୂମିଠୁ ଆମକୁ ଦୂରେଇ ଦେଇ ଜୀବନର ଶେଷ ନିସ୍ବାସ ଯାଏ ଆମକୁ ଜାବୁଡି ଧରୁଛି ନିଜର କରିବାକୁ । ସେହି ସହରରେ ରହି ଆମେ କାହିକିଁ ସଭିଁଏ ପର ହୋଇ ଯାଉଛନ୍ତି । କାହିକିଁ ଆମ ଭିତରେ ଜାଗ୍ରତ ହେଉଛି ଅମଣିଷ ପଣ । ସମୟ ନା ସ୍ବାର୍ଥ ପାଇଁ ସହରକୁ ଆମେ ଏପରି ବଦନାମ କରୁଛେ । କିଏ କହୁଛି ଚକାଚକ ସହରରେ ନାହିଁ ଭାଇଚାରା ତ କିଏ କହୁଛି ପ୍ରେମ ଏଠି କେବଳ ଦେହର ଜ୍ବାଳାକୁ ମେଣ୍ଟାଇବା ପାଇଁ। ସମ୍ପର୍କ ଯେଉଁଠି ମରିଯାଉଛି, ଜୀବନ କଣ ସେଠି ଜି ହେଉଥିବ । କିଏ କହିଲା ସ୍ଵାଧୀନ ହୋଇ ବି ଆମେ ପରାଧୀନ। ଆରେ ସ୍ବାଧୀନତା କଣ ତାହା ଦେଖ ଭୁବନେଶ୍ବରରେ । ଗାଁ ପଣ୍ତିତ ଭାସ୍କର ଅଜା ବୋହୁ ପା ଜିହ୍ନପ୍ୟାଣ୍ଟ ପିନ୍ଧି ଆଇଜି ପାର୍କରେ ରିଲ୍ସ କରୁଛି ସ୍ବାମୀକୁ ତାର ୧୨ ମାସର ପୁଅକୁ ଧରାଇଦେଇ । ପୁଣି ରମା ସାରଙ୍କ ପୁଅ ପା ବାଇକ ଉପରେ ବସି ଜୟଦେବ ବିହାର ଓଭର ବ୍ରିଜ ତଳେ ବିୟର ପିଉଛି । ଗାଁର ଶାନ୍ତି ମାଉସୀ ଝିଅ ଉଚ୍ଚଶିକ୍ଷା ପାଇଁ ଆସି ବୟଫେଣ୍ଡ ସହ ମିଶି ନିଶାରେ ଛୁର ହୋଇ ପପ୍‌ରେ ନାଚୁଛି । ଶାନ୍ତ ସରଳ ମଣିଷଟା ପା ଏଠି ବାରରେ ବସି ହୁକା ଟାଣୁଛି। ପୁଣି ସ୍ବାଧୀନ ଭାବେ ଲୋୟର ପିଏମଜିରେ ଗାଁ ବୋହୁ ନିରୁପମା ନିଜର ଦାବି ପାଇଁ ଅନଶନରେ ବସିଛି ନ୍ୟାୟ ପାଉଛି ତ କଲେଜ ସଭାପତି ସତ୍ୟଜିତ ପା ରାଜଧାନୀରେ ବଡ ନେତା ସାଜିଛି ।

ଆଧୁନିକତାର ଅନୁଭବ ନେବା ପାଇଁ ସାହୁ ମାଷ୍ଟର ପାଟିଆ ଅଂଚଳରେ ତିନିମହଲା ଘର କରି ସପରିବାର ଗାଁ ଛାଡି ରାଜଧାନୀରେ ଶେଷ ଜୀବନ କଟାଇବାକୁ ଆସିଛନ୍ତି । ମୁନା ପା ବଡ ଚାକିରୀ କରିବା ପାଇଁ ବାପାର ପଇସାରେ ଅଚିନ୍ତାରେ ଅୟସ କରି ଜୀବନ ବିତାଉଛି। ଯିଏ ଯେମିତ ଚାହିଁଛି ସହର ତାକୁ ସେମିତି ଦେଇଛି । କହିବାକୁ ଗଲେ ପୁରା ସ୍ଵାଧୀନ ସହର। ଏଠି ସବୁ ବାବୁ ପୁଣି ସବୁ ଚାକର। ସହର କେବେ ଶୋଇଛି , କେବେ କାନ୍ଧୁଛି , କେବେ ହସୁଛି ଓ କେବେ କାହା ସହ ଲୁଚକାଳୀ ଖେଳ ଖେଳୁଛି ଅଦୃଶ୍ୟ କି ଦୃଶ୍ୟ ହୋଇ । ତାହା ବି ସହର ସହ ସମ୍ପର୍କ ଯୋଡିଥିବା ଲୋକ ହିଁ ଅନୁଭବ କରି ପାରିବ। ସହରରେ ରହି କିଏ ଗାଁର ଅନୁଭୂତି ପାଉଛି ତ୍ ପୁଣି କିଏ ଗାଁ ଭିତରେ ସହର ଦେଖୁଛି। ଏପରି ଅଶୁମାରୀ ପ୍ରଶ୍ନ – ଯାହାର ଉତ୍ତର ଅନେକ । ତଥାପି ବଢୁଛି ସହର, ଧାଉଛି ମଣିଷ । ମୁଁ କହୁଛି ମୋ ପାଇଁ ସୁନ୍ଦର ଭୁବନେଶ୍ବର ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles