ସକାଳୁ ବିଦ୍ୟାଳୟ ପରିଦର୍ଶନ କଲେ 5T ସଚିବ ଭି.କେ. ପାଣ୍ଡିଆନ୍

- Advertisement -

ଭୁବନେଶ୍ୱର :5T ସଚିବ ଭି.କେ. ପାଣ୍ଡିଆନ୍ ରବିବାର ସକାଳୁ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ରାଜଧାନୀର ୫ଟି ବିଦ୍ୟାଳୟ ବୁଲି ଦେଖିଛନ୍ତି 5T ସଚିବ । ଭୁବନେଶ୍ୱରର ୟୁନିଟ୍-୬, ୟୁନିଟ୍-୧, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ସ୍କୁଲର ସମସ୍ୟା ନେଇ ଆଲୋଚନା କରିଛନ୍ତି ।ହାଇସ୍କୁଲରେ ଥିବା ସାଇନ୍ସ ଲାବ, ସ୍ମାର୍ଟ କ୍ଲାସରୁମ୍, ରାଇବ୍ରେରୀ ରିଡିଂ ରୁମ୍, ଖେଳ ସୁବିଧା ସହ ଦଶମରେ A1 ଗ୍ରେଡ୍ ପରୀକ୍ଷା ଫଳ ନେଇ 5T ସଚିବ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ହାଇସ୍କୁଲ୍ ଗୁଡ଼ିକରେ ଏବେ ଥିବା ଭିତ୍ତିଭୂମି ଏବଂ କଣ କରାଗଲେ ଏଥିରେ ସୁଧାର ଆସିପାରିବ ସେନେଇ ନେଇ 5T ସଚିବ ପାଣ୍ଡିଆନ୍ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles