ଭବନେଶ୍ୱର : ଧୀରେ ଧୀରେ କରୋନା ସାରା ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଦେଶ ତଥା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା କି ସରକାର ତଥା ଲୋକମାନଙ୍କ ଚିନ୍ତାର କାରଣ ପାଲଟିଛି । କରୋନା ମହାମାରୀକୁ ଭଲ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନାହିଁ । ଏ ମହାମାରୀକୁ ପରାସ୍ତ କରିବାକୁ ହେଲେ କେବଳ ସଚେତନତା ଓ ସାମାଜିକ ଦୁରତାକୁ ଆପଣାଇବାକୁ ପଡିବ।
ସେଥିପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ବାରମ୍ବାର ବୁଝାଉଛନ୍ତି । ଘରୁ ନ ବାହାରି ଘରେ ରହିବା ପାଇଁ । ଯଦି କିଛି ଗୁରୁତ୍ୱପୂର୍ଣ୍ଣ କାମ ନାହିଁ ତାହାଲେ ଘରୁ ବାହାରନ୍ତୁ ନାହିଁ। ହେଲେ ବିଡ଼ମ୍ବନାର ବିଷୟ ଅନେକ ଲୋକ ଏହାକୁ ହାଲକାରେ ନେଉଛନ୍ତି। ଆଉ ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ବାହାରେ ବୁଲୁଛନ୍ତି । ଯାହା କି ଭବିଷ୍ୟତରେ ଏ ରୋଗ ବଢିବାର ମୁଖ୍ୟ କାରଣ ହୋଇପାରେ । ସେମାନେ ଏ ପର୍ଯ୍ୟନ୍ତ ସଚେତନ ହେବାରେ ଅସମର୍ଥ । ସେମାନେ ବୁଝିପାରୁନାହାନ୍ତି ଯେ ପ୍ରଶାସନକୁ ନୁହଁ ବରଂ ନିଜେ ଏବଂ ନିଜ ପରିବାରକୁ ଠକୁଛନ୍ତି । କରୋନା ଜଣଙ୍କୁ ହେଲାମାନେ ଅନ୍ୟ ଜଣଙ୍କୁ ଡେଇଁବା ପାଇଁ ଅଧିକ ସମୟ ନିଏ ନାହିଁ । ଆମ ସାମ୍ନାରେ ଏହାର ଅନେକ ଉଦାହରଣ ମଧ୍ୟ ଅଛି । ଯେମିତି କି ଭବନେଶ୍ୱର ବମିଖାଲ ଅଞ୍ଚଳରେ ପ୍ରଥମେ ଜଣଙ୍କୁ କରୋନା ହୋଇଥିଲା । ପରବର୍ତ୍ତୀ ସମୟରେ ଗୋଟିଏ ପରିବାରରୁ ୧୬ ଜଣଙ୍କୁ ଏହା ଆକ୍ରାନ୍ତ କରିଥିଲା । ଏହି ଘଟଣାରୁ ଆମକୁ ଅନେକ ଶିଖିବାର ଅଛି । କି ନିଜକୁ ଯଦି ଆମେ ଘରେ ରଖୁଛନ୍ତି। ତାହାଲେ ଆମ ପରିବାରକୁ ମଧ୍ୟ ସୁରକ୍ଷିତ ରଖୁଛନ୍ତି । ଆମର ଟିକେ ଟିକେ ଅବହେଳା ସରକାରଙ୍କ ଏତେ ବଡ଼ କରୋନା ବିରୋଧୀ ଲଢ଼େଇ ପାଣି ଫୋଟକା ପରି ମିଳେଇଯିବ।
ବିଭିନ୍ନ ସ୍ଥାନରୁ ଖବର ଆସୁଛି କି ଲୋକ ସାମାଜିକ ଦୁରତାକୁ ମାନୁନାହାନ୍ତି। ଯେଉଁଥିପାଇଁ କି ପୋଲିସକୁ ଲାଠି ଚାର୍ଜ ମଧ୍ୟ କରିବାକୁ ପଡୁଛି। ଏହା ସ୍ପଷ୍ଟ ଏହି ନିୟମକୁ ଅଧିକ ଶିକ୍ଷତ ଲୋକ ଭାଙ୍ଗୁଛନ୍ତି। କାରଣ ସହରରେ ଏଥିରେ ଅନେକ ସମୟରେ ବ୍ୟତିକ୍ରମ ହେବା ଗଣ ମାଧ୍ୟମରେ ଦେଖିବାକୁ ମିଳୁଛି। କିଛି କାମ ନ୍ ଥାଇ ବାହାରେ ବୁଲୁଛନ୍ତି। ଏବେ ସୋସିଆଲ ମିଡିଆରେ ମାଲକାନଗିରି ଆଦିବାସୀ ଆଞ୍ଚଳର ଏକ ଫୋଟ ଘୁରି ବୁଲୁଛି । ସେଥିରେ କିଛି ମହିଳା ଗୋଟେ ନଳକୁଅରୁ ପାଣି ଆଣିବା ପାଇଁ ଛିଡା ହୋଇଛନ୍ତି। ହେଲେ ସମସ୍ତେ ସାମାଜିକ ଦୁରତାକୁ ଗୁରୁତ୍ୱଦେଇଛନ୍ତି।
ସେ ମହିଳାମାନେ ସେତେ ଅଧିକ ଶିକ୍ଷିତ ନୁହନ୍ତି। ତଥାପି ସେମାନେ ସରକାରଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି। କରୋନାର ଭୟବହତା ବୁଝିଛନ୍ତି । ସେଥିପାଇଁ ସେମାନେ ମୂଳରୁ ସଜାଗ।ହେଲେ କିଛି ଲୋକ ନିଜକୁ ଅଧିକ ଜ୍ଞାନୀ ଭାବି ସରକାରଙ୍କ ଆଇନକୁ ଫୁ କରି ଉଡେଇ ଦେଉଛନ୍ତି। ଯାହାକି ଭବିଷ୍ୟତରେ କରୋନାକୁ ପ୍ରସାରିତ କରିବାରେ ମୁଖ୍ୟ ବାହକ ହୋଇପାରେ। ତେଣୁ ବେଳ ଥାଉ ଥାଉ ସମସ୍ତେ ସଚେତନ ହେବା ଆବଶ୍ୟକ । ଆମେ ସମସ୍ତେ ସଚେତନ ହେଲେ ହିଁ ଏ କରୋନା ରୂପୀ ମାହାମାରୀକୁ ପରାସ୍ତ କରିପାରିବା ।
ସଚେତନତା ହିଁ କରୋନାର ମୋହଷଧୀ
- Advertisement -