ବନ୍ଦୀ ପଡିଛି ମାନବିକତା 

- Advertisement -

କିଛି ଟଙ୍କା, ପଦବୀ ଆଉ କ୍ଷମତାରେ ଅନ୍ଧ ଥିବା ବ୍ୟକ୍ତି ମାନଙ୍କ ପାଇଁ ମାନବିକତା ଆଜି ବନ୍ଦୀ ଜୀବନ କାଟୁଛି. ମଣିଷ ଭିତରେ ଏ ବନ୍ଦୀର ଜାଲ ଏତେ ମାତ୍ରରେ ରହିଛି ଯେ ସେଥିରୁ ସେ ବାହାରିପାରୁନି.ସମାଜରେ ବସବାସ କରି ମଧ୍ୟ ସେ ସାମାଜିକ ଜୀବନ ଭିତରେ ଚଳିପାରୁନାହିଁ. କିଛି ଟଙ୍କା, ପଦବୀ ଆଉ କ୍ଷମତାର କ୍ଷଣସ୍ଥାୟୀ ଶକ୍ତି ପାଇଁ ତାହା ଭିତରେ ଅହଂକାର ଏତେ ମାତ୍ରାରେ ବଢ଼ିଯାଉଛି ଯେ ସେ ତାର ମାନବିକତାକୁ ଭୁଲି ଯାଉଛି. ମଣିଷ ହୋଇ ମଧ୍ୟ ସମାଜରେ ବସବାସ କରୁଥିବା ଅନ୍ୟ ମଣିଷକୁ ସେ ମଣିଷ ବୋଲି ଭାବୁନାହିଁ. ତାର ବ୍ୟବହାର, କଥା ବାର୍ତ୍ତା ଠାରୁ ଆରମ୍ଭ କରି ନୀତି ଦିନ ଜୀବନ ଶୈଳୀ ଆଜି ଆମ ସାମାଜକି ବ୍ୟବସ୍ଥାରେ କଳଙ୍କ ଲଗାଇଛି.ଆରେ ଭାଇ ମାନବିକତାକୁ ଟିକେ ଚି଼ହ୍ନ, ନିଜକୁ ଚି଼ହ୍ନ ଓ ଭଗବାନ ତମକୁ କାହିଁକି ଏ ସଂସାରକୁ ପଠାଇଛି ତାହା ଜାଣ. କଥାରେ ଅଛି ଆଜି ଯେ ରାଜା କାଲି ସେ ଫକୀର.  ତେଣୁ ଏତେ ଗର୍ବ ଓ ଅହଂକାର କାହିଁକି. କାଲି ନା କିଛି ଥିଲା ତମର, ନା ଆଜି ଯାହା ଅଛି ତମ ପାଖରେ ସେ ବି ତମର. କେବଳ ସମୟ ଅନୁସାରେ ସେ ସବୁ ଆସିବ ଆଉ ଯିବ. ଆଉ ଡେରୀ ନକରି ଚାଲ ନିଜକୁ ଚିହ୍ନିବା ଓ ନିଜ ଭିତରେ ଥିବା ଅମୁଲ୍ୟ ମାନବିକତାର ଧନକୁ ଜାଣିବା. କେତେ ଦିନ ଆଉ ମିଛଟାରେ ନିଜର ମାନବିକତାକୁ ବନ୍ଦୀ କରି ରଖିବା କିଛି ଟଙ୍କା, ପଦବୀ ଆଉ କ୍ଷମତା ପାଇଁ.

ସକାଳେ ଚା ଦୋକାନୀ, ପାନ ଦୋକାନୀ ଠାରୁ ଆରମ୍ଭ କରି ପରିବା ଵାଲା ଓ ଅଟୋ ଵାଲାଠାରୁ ନେଇ ନିଜ ଅଫିସର ତଳିଆ କର୍ମଚାରୀ ମାନଙ୍କ ପର୍ଯ୍ୟନ୍ତ, ବାବୁ ମାନଙ୍କର ବ୍ୟବହାର ଓ ଆଭିମୁଖ୍ୟ ମାନବିକତାର ସମସ୍ତ ସମ୍ବେଦନାକୁ ନଷ୍ଟ କରି ଦେଇଛି. ଉଚ୍ଚ ନୀଚର ଭେଦଭାବ ନା ମାନୁଛି ବୟସ ନା ଅଛି ସଂସ୍କୃତି ଓ ପରମ୍ଫରାର ମାପକାଠି. ଏମାନଙ୍କ ଠାରୁ ସଂମ୍ମାନ ଓ ଆଦର ଆଶା କରିବା ବୃଥା ଅଟେ.ସମାଜରେ ଦିନକୁ ଏମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି.

କଣ ହେବ ସେ 5ତାଲା ଅଟ୍ଟାଳିକା ଘର, କେଉଁ କାମରେ ଲାଗିବ ସେ 5କୋଟିର ଗାଡି.କଣ ହେବ ସେ କୋଟି କୋଟି ବେନାମୀ ଟଙ୍କା. ଯାହା ପାଇଁ ତମ ମଣିଷପଣିଆର ମାନବିକତା ବନ୍ଦୀ ଜୀବନ କାଟିବ ନିଶ୍ୱାସ ଥିବା ଯାଏ. ମଣିଷ ହୋଇ ମଣିଷକୁ ଠିକ ସେ ଚିହ୍ନି ନପାରିବା ପଶୁ ସହ ସମ୍ମାନ ନୁହେଁକି. ପଶୁ ଭିତରେ ଚିନ୍ତା ଚେତନା ନଥାଇ ସେ ଆମକୁ ଅନେକ ଶିକ୍ଷା ଦେଉଛି.ହେଲେ ଆମେ ମୁକ୍ତ ବିହଙ୍ଗ ହୋଇ କାହିଁକି କିଛି ଟଙ୍କା, ପଦବୀ ଆଉ କ୍ଷମତା ପାଇଁ ବନ୍ଦୀ ଜୀବନ ବିତାଇବା. ଏବେ ସମୟ କରିବାର ଆସିଛି, ବେଳ ଥାଉ ଥାଉ ସଚେତନ ହେବା ଓ ଏ ବନ୍ଦୀରୁ ନିଜକୁ ମୁକ୍ତ କରିବା.

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles