ମନେପଡନ୍ତି ଓଡିଶା ଗାନ୍ଧି

- Advertisement -

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାସୁମନାର୍ପଣ କରୁଛି ପୂର୍ବଜ ମହାତ୍ମା ମହାନ୍ ସ୍ଵାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ଵତ ସାଧକ, ବରିଷ୍ଠ ସାମ୍ବାଦିକ ନୃସିଂହ ଗୁରୁଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି । ୧୯୦୨ ମସିହା ମାର୍ଚ୍ଚ ୨୪ତାରିଖରେ ସମ୍ବଲପୁର ଜିଲ୍ଲାର ଗୁରୁପାଲୀଠାରେ ଜନ୍ମଗ୍ରହଣ କରିଥିଲେ । ଏହି ଗାନ୍ଧୀବାଦୀ ବ୍ୟକ୍ତି ଠିକ୍ ଗାନ୍ଧୀଙ୍କ ଭଳି ମଧ୍ୟ ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧୁଥିଲେ ଓ ଖାଲି ପାଦରେ ବୁଲି ବୁଲି ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରୁଥିଲେ । ୧୯୨୮ ମସିହାରେ ଗାନ୍ଧୀଜୀ ସମ୍ବଲପୁର ଆସିବା ସମୟରେ, ନୃସିଂହ ଗୁରୁ ତାଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ସରକାରୀ ଚାକିରି ଛାଡି, ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିଲେ ଓ କାରାବରଣ କରିଥିଲେ । ଛୁଆଁ ଅଛୁଆଁ ଭେଦଭାବ ଦୂରକରିବା ପାଇଁ ସେ କାର୍ଯ୍ୟ କରିଥିଲେ ଓ ସମ୍ବଲପୁର ରେ ଦଳିତ ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ଆରମ୍ଭ କରାଇଥିଲେ । ହରିଜନ ସେବକ ସଂଘ ଗଠନ କରିଥିଲେ । ପ୍ରାୟ ୫୦ବର୍ଷ ଧରି ବରେଣ୍ୟ ଗୁରୁ ସମାଜ ପାଇଁ ସାମ୍ବାଦିକତା କରିଥିଲେ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଗାନ୍ଧୀ ଭାବେ ସମ୍ବୋଧିତ ଦିବ୍ୟାତ୍ମା ଗୁରୁ ସାମ୍ବାଦିକ ଭାବେ ଥିଲେ ସର୍ବଜନ ପ୍ରଶଂସିତ । ସମାଜ କହିଲେ, ଲୋକେ ନୃସିଂହଙ୍କୁ ହିଁ ବୁଝୁଥିଲେ । ସେ ଥିଲେ ସମାଜର ପ୍ରଥମ ଜିଲ୍ଲା ପ୍ରତିନିଧି । କିଛିକାଳ ସେ ସମାଜର ବିତରକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୫ଟଙ୍କା ଦରମାରେ ସେ ସାମ୍ବିଦିକ ଚାକିରି ଆରମ୍ଭ କରି, ଶେଷବେଳକୁ ୨୫୦ଟଙ୍କା ଦରମା ପାଉଥିଲେ ।୧୯୮୪ ମସିହାରେ ଆଜିର ତାରିଖରେ ମହାତ୍ମା ନୃସିଂହ ଗୁରୁ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles