ଏକତା ବିଜେଡିର ବଳ: ଶାସନରେ ବିଜେପି କିନ୍ତୁ ଆସନ ନେବେ କି ବିଜେଡି !
ଓଡିଶାବାସୀଙ୍କ ଦଳ ବିଜୁ ଜନତା ଦଳ। ଯେତେବେଳେ ଓଡ଼ିଶାର ସ୍ବାର୍ଥ ଓ ସ୍ୱାଭିମାନ କଥା ଉଠିବ ବିଜେଡି ଏକତା ବଳ ଦେଖାଇ ଓଡିଶାବାସୀଙ୍କ ପାଇଁ ଲଢେଇ ଜାରୀ ରଖିବ। ନୂଆପଡ଼ା ଉପ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ତୃଣମୂଳ କର୍ମୀ ଠାରୁ ଆରମ୍ଭ କରି ରାଜ୍ୟ ନେତୃତ୍ଵ ନେଉଥିବା ମଙ୍ଗୁଆଳମାନେ ଏକଜୁଟ ହୋଇ ବିଜେଡିର ଗଡ ନୂଆପଡାକୁ ପୁଣି ଶଙ୍ଖମୟ କରିବାକୁ ଜୋରଦାର ଉଦମ୍ୟ ଜାରୀ ରଖିଛନ୍ତି ।
ଦଳୀୟ ନେତା ଓ କର୍ମୀ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିଜୟ ମୁକୁଟ ପିନ୍ଧାଇବାକୁ ଦିନରାତି ଏକ କରିଦେଇଛନ୍ତି । ଘରେ ଘରେ ନବୀନ ପଟ୍ଟନାୟକଙ୍କ ବିକାଶ ବାର୍ତ୍ତା ପହଞ୍ଚାଇବା ସହ ୧୬ ମାସର ବିଜେପି ସରକାରଂକ ବିଫଳତାକୁ ନୂଆପଡ଼ା ଭୋଟରଙ୍କୁ ବୁଝାଉଛନ୍ତି। ଏଥିରୁ ପ୍ରମାଣିତ ହୋଇଛି ବିଜେଡି ଶକ୍ତିଶାଳୀ ଥିଲା ଓ ଆଜିର ଦିନରେ ଅଧିକ ଶକ୍ତିଶାଳୀ ହୋଇ ଅଛି।
୨୦୨୪ ନିର୍ବାଚନ ପରେ ଯେଉଁ ବିଜେଡି ନେତାଙ୍କ ବୟାନକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା, ବିଜେଡିରେ ଫାଟ, ଦଳ ଦୁଇଭାଗ, କାହାର କାହା ସହ ତାଳମେଳ ନାହିଁ ବୋଲି ଖବର ପ୍ରଚାରିତ ହେଉଥିଲା। ହେଲେ ତାହା ସବୁ ଭୁଲ ପ୍ରମାଣିତ କରିଛି ନୂଆପଡ଼ା ଉପ ନିର୍ବାଚନରେ ।
ନବୀନ ଙ୍କ ନିର୍ଦ୍ଦେଶରେ ନେତାଏ ଏକାଠି ହୋଇ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଲାଗି ପଡିଛନ୍ତି ।
ନୂଆପଡ଼ାରେ ବିଜେଡିର ବରିଷ୍ଠ ଓ କନିଷ୍ଠ ନେତାମାନେ ଏକହୋଇ ଏପରି ନିର୍ବାଚନ ପରିଚାଳନା ଓ ରଣନୀତି କରିଛନ୍ତି ତାହାକୁ ଦୁଇ ଜାତୀୟ ଦଳକୁ ଚିନ୍ତାରେ ପକାଇଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଗ୍ରାଉଣ୍ଡରେ ବିଜେଡି ସେତିକି ଶକ୍ତିଶାଳୀ ହେଉଛି। ନୂଆପଡା ଉପ ନିର୍ବାଚନରେ ଗାଁ ଗାଁ ରେ ଗୋଟିଏ ନାରା ଜୋରଦାର ହେଉଛି ଯାହା ସୋସିଆଲ ମିଡିଆରେ ନବୀନ ପୋଷ୍ଟ କରିଛନ୍ତି ନୂଆପଡ଼ାରେ ହେବ ବିଜୟ, ଆରମ୍ଭ ହେବ ନୂଆ ଧାରା ସେବା ଓ ବିକାଶର। ସେଥିପାଇଁ ତ ବିଜେଡି ନେତାଏ ଦମ୍ବୋକ୍ତି ପ୍ରକାଶ କରି କହିଛନ୍ତି ଶାସନ ବିଜେପିର, ଆସନ ହେବ ବିଜେଡିର।
ନଭେମ୍ୱର ୧୪ ତାରିଖ ଫଳାଫଳ ହିଁ ଏହି ସ୍ଲୋଗାନର ସତ୍ୟତା ପ୍ରମାଣିତ କରିବ ବୋଲି ବିଜେଡି କହିଛି।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy