ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

- Advertisement -

 ଆଇନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ବିଶ୍ଳେଷଣାତ୍ମକ ଓ ସତର୍କ ମନୋଭାବ ପୋଷଣ କରିବା ସହିତ ଆଇନ ଓ ଭାଷା ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ ବୋଲି ଶନିବାର ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ କହିଛନ୍ତି ।
ଆଇନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ବା ଛାତ୍ରୀଙ୍କୁ ବିଭିନ୍ନ ଆଇନ ଓ ବିଷୟ ଉପରେ ପାରଦର୍ଶିତା ଲାଭ କରିବା ଆବଶ୍ୟକ କାରଣ ଜଣେ ଆଇନଜ୍ଞଙ୍କୁ କେଉଁ ପ୍ରକାରର ମାମଲା ପରିଚାଳନା କରିବାକୁ ପଡ଼ିବ ତାହା ଜଣା ନଥାଏ ବୋଲି ନ୍ୟାୟମୂର୍ତିୀ ଦୀକ୍ଷିତ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଲ’ର ୧୫ତମ ଓିରିଏଂଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ।
ଭାଷା ମାଧ୍ୟମରେ ଆଇନ ପ୍ରକଟିତ ହୁଏ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଆଇନ ଓ ଭାଷାକୁ ଆୟତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଛାତ୍ରଛାତ୍ରୀମାନଙ୍କୁ ବିଶ୍ଳେଷଣାତ୍ମକ ମନୋଭାବ ପୋଷଣ କରିବା ସହିତ ତର୍କଶାସ୍ତ୍ର ବିଷୟରେ ଜ୍ଞାନ ଆହରଣ କରିବାକୁ ପଡ଼ିବ । ଏହା ଛଡ଼ା ସେମାନଙ୍କୁ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ’ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ସ୍ୱାଗତ ଭାଷଣ ଦେଇଥିଲେ ।
କଠିନ ପରିଶ୍ରମର ଅନ୍ୟ ବିକଳ୍ପ ନାହିଁ ବୋଲି ପ୍ରକାଶ କରି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ ଯେ ଭାରତର ପ୍ରସିଦ୍ଧ ଆଇନ ବିଶାରଦ ନନି ପାଲଖିୱାଲାଙ୍କ ଉଦାହରଣ ଅନୁକରଣୀୟ । ବମ୍ବେ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ କରିବା ସମୟରେ ପାଲଖିୱାଲା କୁଳାଧିପତିଙ୍କୁ ଅନୁରୋଧ କରିଥିଲେ ଯେ ବିଶ୍ୱବିଦ୍ୟାଳୟର ପୁସ୍ତକାଗାର ସନ୍ଧ୍ୟା ୫ଟାରେ ବନ୍ଦ ହୋଇଯାଉଥିବାରୁ ତାଙ୍କର ଅଧ୍ୟୟନ ବାଧାପ୍ରାପ୍ତ ହେଉଛି । ତେଣୁ ଏହି ସମୟକୁ ବୃଦ୍ଧି କରିବାକୁ ସେ ପ୍ରାର୍ଥନା କରିଥିଲେ ଏବଂ ତାହା ଗୃହୀତ ହୋଇଥିଲା ।
ଏହି ଅଧ୍ୟୟନ ହିଁ ତାଙ୍କୁ ଦେଶର ଜଣେ ପ୍ରତିଷ୍ଠିତ ଆଇନ ବିଶାରଦରେ ପରିଣତ କରିଥିଲା । ମାତ୍ର କେବଳ କଠିନ ପରିଶ୍ରମ ଯଥେଷ୍ଟ ନୁହେଁ ଯଦି ଜଣେ ନିଜର ଲକ୍ଷ୍ୟସ୍ଥଳ ବିଷୟରେ ନ ଜାଣେ ।
ଆଇନ ଏକ ବ୍ୟବସାୟ ନୁହେଁ ମାତ୍ର ଏକ ମହାନ ବୃତି ଅଟେ । ତେଣୁ ଏହି ବୃତିରେ ପାଦ ଥାପିବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ନୈତିକ ଆଚରଣ କରିବା ଆବଶ୍ୟକ ବୋଲି ନ୍ୟାୟମୂର୍ତୀ ଦୀକ୍ଷିତ କହିଥିଲେ ।
ଏହି ବୃତିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ କେବେ ମଧ୍ୟ ନ୍ୟାୟକୁ ବିଳମ୍ବିତ ପ୍ରତ୍ୟାଖିତ ଅବା ବିକ୍ରୀ ହେବାକୁ ଦେବେ ନାହିଁ ବୋଲି ସେ କହିଥିଲେ ।
ଛାତ୍ରଛାତ୍ରୀମାନେ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବାର ଆବଶ୍ୟକତା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ କୌଣସି ଗୋଟିଏ ପୁସ୍ତକ ଉପରେ ନିର୍ଭରଶୀଳ ହେବା ଦେଶର ବା ସଂସ୍କୃତିର ପରିଚାୟକ ନୁହେଁ । ଗୀତା ପ୍ରକାଶ କରେ ଯେ ଜ୍ଞାନ ଆହରଣ ଠାରୁ ଅଧିକ ଉତ୍ସର୍ଗୀକୃତ ବିଷୟ କିଛି ନାହିଁ ବୋଲି ସେ କହିଥିଲେ ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles