ପୁରୀରେ ବିଜେଡିର ଯୁବ ଗର୍ଜନ: ବିଜେପିର ମିଛ ଜଣାଇବାକୁ ସଂକଳ୍ପ.
ଯାଜପୁରରେ ମହିଳା ସମାବେଶ ବଡ ସଫଳତା ମିଳିବା ପରେ ପୁରୀରେ ଯୁବ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି ବିଜେଡି ।
ଦଳ କ୍ଷମତାରରେ ଥାଉ କି ନଥାଉ ସବୁବେଳେ ଓଡିଶାବାସୀଙ୍କ ସେବାରେ ବିଜେଡି ।
ବର୍ଷେ ହେବ ଦଳ କ୍ଷମତାରୁ ଯାଇଥିଲେ ମଧ୍ୟ ବିଜେଡି କିନ୍ତୁ ତାହାର କର୍ତ୍ତବ୍ୟ ଭୂଲିନାହିଁ। ବିଜେପି ସରକାର ଓଡିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିବା ପରେ ନିଜର ପ୍ରତିଶୃତିକୁ ଭୂଲିଯାଇଛି । ଯାହା ବିରୋଧରେ ବିଜେଡି ଯୁବବାହିନୀ ସୋସିଆଲ ମିଡିଆକୁ ଅସ୍ତ୍ର କରି ବିଜେପି ସରକାରଙ୍କ ମିଛ ଲୋକଲୋଚନକୁ ଆଣିବା ଦରକାର।
ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ବିକାଶ ଶୀର୍ଷରେ ପହଞ୍ଚିଥିବା ବେଳେ ବିଜେପି ସରକାରରେ ଏଥିରେ ବ୍ରେକ ଲାଗିଛି । ଏହାକୁ ନେଇ ଓଡିଶାର ବିଭିନ୍ନ କୋଣରୁ ଆସିଥିବା ଯୁବ ଓ ଛାତ୍ର ବିଜେଡିର ନେତାମାନଙ୍କୁ ଯୁବ ଜନଜାଗରଣ ସମାବେଶରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ନବୀନ
ପଟ୍ଟନାୟକ। ଯୁବ ସମାବେଶକୁ ଉଦଘାଟନ କରି ନବୀନ କହିଛନ୍ତି ଯେ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡିର ଏହି ଜନଜାଗରଣ । ବିଜେପି ସରକାର ବିଜେଡିର ସବୁ ଭଲ ଯୋଜନାକୁ ବନ୍ଦ କରିଦେଲେ। ନୂଆ ଓ ସ୍କଲାରସିପ୍ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବି ବନ୍ଦ କରିଦେଲେ । ରାଜ୍ୟର ଅର୍ଥନୀତି ଏବେ ପୁରା ଦୁର୍ବଳ। ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଡାଇରିଆରେ ଲୋକେ ହିନସ୍ତା ହେଉଛନ୍ତି। ଆୟୁଷ୍ମାନ କାର୍ଡ ଧରି ଲୋକେ ହସ୍ପିଟାଲରୁ ନିରାଶା ହୋଇ ଫେରୁଛନ୍ତି । ବିଜେପିର ମିଛକୁ କାଉଣ୍ଟର କରିବା ପାଇଁ ଆମକୁ ସୋସିଆଲ୍ ମିଡିଆ ନେଟଓ୍ବାର୍କକୁ ଆହୁରି ସୁଦୃଢ କରିବାକୁ ପଡିବ ।
ଲୋକେ ସତ ଜାଣିବା ଦରକାର ବୋଲି ଯୁବ ସମାବେଶରେ ନବୀନ ପଟ୍ଟନାୟକ ଯୁବକମାନଙ୍କୁ ଆହ୍ବାନ ଦେଇଛନ୍ତି । ଯୁବ ସମାଜ ସତ୍ୟର ସାରଥୀ ହୋଇ ମିଛ ପ୍ରଚାରର କାଉଣ୍ଟର କରିବା ପାଇଁ ନବୀନ ସଂକଳ୍ପ କରାଇଥିଲେ ଯୁବମାନଙ୍କୁ । ବିଜେଡି ଯୁବ ସମାବେଶରେ ଦଳର ସପ୍ତରଥୀ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ସଂପୃକ୍ତି ମିଶ୍ର, ପ୍ରତାବ ଦେବ ପ୍ରମୁଖ ସାମିଲ ହୋଇ ଯୁବ ନେତୃତ୍ବଙ୍କ ମନରେ ଜୋସ ଭରିଥିଲେ । ଯୁବନେତା ବ୍ୟୋମକେଶ ରାୟ, ସୁବାଶିଷ ଖୁଣ୍ଟିଆ, ଦେବୀ ରଂଜନ ତ୍ରୀପାଠି , ପ୍ରଣବ ବଳବନ୍ତ ରାୟ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ ।
ଜନନ୍ନାଥ ଧାମରେ ସତ୍ୟର ସାରଥୀର ସଂକଳ୍ପ ନେଇ ଯୁବନେତାମାନେ ଫେରିଛନ୍ତି । ବିଜେପି ବର୍ଷପୂର୍ତ୍ତି ପାଳନ କରୁଥିବା ବେଳେ ରତ୍ନ ଭଣ୍ଡାର ଚାବି , ବର୍ଷକୁ ୨କୋଟି ନିଯୁକ୍ତି, ଓଡିଆ ଅସ୍ମିତା, ମାଗଣା ବିଜୁଳି, ଆଇନ ଶୁଙ୍ଖଳା ପରିସ୍ଥିତି, ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ , ପରି ବହୁ ପ୍ରଶ୍ନ ଶାସକ ଦଳକୁ ଯୁବ ଜନ ଜାଗରଣ ସମାବେଶରେ ଆହ୍ବାନ ଦେଇଛି ବିଜେଡି। ଆଗାମୀ ଦିନରେ ଦଳ ଏସବୁ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୁବନେତା ମାନଙ୍କୁ ଗୁରୁଦାୟିତ୍ଵ ଦେଇଛି ସମାବେଶ ଜରିଆରେ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy