ସମ୍ ଲାଇଫ୍ସାଇସେନ୍ସ ଓ ସୋଆ ଏନ୍ଏସ୍ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଓ ସମ୍ ଲାଇଫସାଇସେନ୍ସ ପକ୍ଷରୁ ବୁଧବାର ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାସ୍ଥିତ ସମ୍ ଲାଇଫସାଇସେନ୍ସ ପରିସରରେ ଏହି ଶିବିର ଆୟୋଜିତ ହୋଇଥିଲା । ସକାଳ ୧୦ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ସମ୍ ଲାଇଫସାଇନ୍ସରେ କାର୍ଯ୍ୟରତ ଶତାଧିକ ନିର୍ମାଣ ଶ୍ରମିକ ଓ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଡାକ୍ତରୀ ଟିମ୍ ଶ୍ରମିକମାନଙ୍କର ରକ୍ତଚାପ, ମଧୁମେହ, ଚକ୍ଷୁ, ଚର୍ମ, ଦନ୍ତ ସହ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସୋଆ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ର କୋଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ, ସମ୍ ଲାଇଫସାଇନ୍ସସର ଚିଫ୍ କୋଅର୍ଡିନେଟର ଶ୍ରୀ ନରୋତମ ଦାସ, ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ ଏନ୍ଏସ୍ଏସ୍୍ର ପ୍ରୋଗ୍ରାମ ଅଫିସର ଡାକ୍ତର ଶିଶିର କୁମାର ଏବଂ ଏନ୍ଏସ୍ଏସ୍ ଅଫିସିଆଲ୍ ରାଜଶେଖର ବେହେରା ପରିଚାଳନା କରିଥିଲେ । ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର କମ୍ୟୁନିଟି ମେଡିସିନର ମୁଖ୍ୟ ଡାକ୍ତର ସୁମିତ୍ରା ପଟ୍ଟନାୟକ ଓ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ସୁମିତ୍ରା ସ୍ୱାଇଁ ଯୋଗ ଦେଇଥିଲେ ।
- Advertisement -
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy