୪ ଡକାୟତ ଗିରଫ ଖସି ପଳାଇଲା ଜଣେ ।

- Advertisement -

ବ୍ୟାସନଗର: ଗତକାଲି ବିଳମ୍ବିତ ରାତିରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯାଜପୁରରୋଡ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏ.ଏସ୍.ଆଇ ସୁବାଷ ଦାସ ଓ ସାଥୀମାନଙ୍କ ଦ୍ୱାରା ୪ ଡକାୟତ ଗିରଫ । ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ମନୋରମା ଆଇ.ଟି.ଆଇ ପଡିଆରେ ଜନୈକ ବ୍ଯକ୍ତିଙ୍କ ଘରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ଯାଜପୁର ରୋଡ ପୋଲିସ୍ ସେମାନଙ୍କୁ କାବୁ କରିଥିଲେ ।ଏହି ଚଢାଉ ସମୟରେ ୪ଜଣ ଗିରଫ ହୋଇଥିଲେ ଓ ଅନ୍ଧାରର ସୁଯୋଗ ନେଇ ଜଣେ ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଗିରଫ ହୋଇଥିବା ସମସ୍ତ ଡକାୟତ ଯାଜପୁର ରୋଡ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ହେଲେ ଲକ୍ଷ୍ମୀନଗର ହୁଡିସାହିର ରବିନ୍ଦ୍ର ଦାସଙ୍କ ପୁଅ କୁନା ଦାସ (୧୯),ତ୍ରୀଜଙ୍ଗା କଲୋନୀ ଦାନଗଦିର ପ୍ରଫୁଲ ମଲ୍ଲିକଙ୍କ ପୁଅ ପ୍ରମୋଦ ମଲ୍ଲିକ(କାଳିଆ)୨୨,ପାତ୍ରସାହି ଦାନଗଦିର ବୁଲୁ ପାତ୍ରଙ୍କ ପୁଅ ପ୍ରଶାନ୍ତ ପାତ୍ର(କାହ୍ନୁ)୨୨ଓ ମହରମସାହି କାଚହୁଡିର ଲକି ସୁଣ୍ଡିଙ୍କ ପୁଅ ନବ ସୁଣ୍ଡି(କୁନା) ।ସେମାନଙ୍କ ଠାରୁ ପୋଲିସ ଡକାୟତିରେ ବ୍ଯବହାର ହେବାକୁ ଥିବା ଗୋଟିଏ ଖଣ୍ଡା,ଦୁଇଟି ମୋଟର ସାଇକେଲ, ଦୁଇଟି ସାବଳ,ଟର୍ଚ୍ଚ ଲାଇଟ୍ ଓ ଅନେକ ଆପତ୍ତି ଜନକ ଦ୍ରବ୍ୟ ଜବତ କରିଛି ।ଏଠାରେ ଉଲ୍ଲେଖ କରାଯାଇପାରେ ବ୍ୟାସନଗର ଅଞ୍ଚଳରେ ଦିନକୁଦିନ ଡକାୟତି ଲୁଟତରାଜ ଓ ଛିନତାଇ କ୍ରମଶଃ ବଢିବାରେ ଲାଗିଛି । ଏହା ପୋଲିସ୍ ପାଇଁ ଚାଲେଞ୍ଜ୍ ସୃଷ୍ଟି କରିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଏକପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles