ସୁଇସାଇଡାଲ୍ ନୋଟ୍ ରେ ଶିକ୍ଷା ଅଧିକାରୀ ବାବୁଙ୍କ ସହ ସାମ୍ବାଦିକଙ୍କ ନାଁ

- Advertisement -

କୋରାପୁଟ: ଗତ କାଲି ଦଶମନ୍ତପୁରର ଏକ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଗୃହ ର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ । ଏହି ଘଟଣାର ତଦନ୍ତ ସମୟରେ ସ୍ଥାନୀୟ ପୋଲିସ୍ ହାତରେ ଲାଗିଛି ଏକ ସୁଇସାଇଡାଲ୍ ନୋଟ୍ । ଯେଉଁଥିରେ ଅତି ପ୍ରାଞ୍ଜଳ ଭାବେ ମୃତକ ଜଣଙ୍କ ବରିଷ୍ଠ ଶିକ୍ଷା ଅଧିକାରୀ, ସହକର୍ମୀ ଓ ଏକ ନିର୍ଦ୍ଦିଷ୍ଟ ଖବରକାଗଜର ସାମ୍ବାଦିକଙ୍କ ନାମ ଉଲ୍ଲେଖ କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ସୁଇସାଇଡାଲ୍ ନୋଟ୍ ରେ ଉଲ୍ଲେଖ ଅଛି ମୋ ମୃତ୍ୟୁର କାରଣ ଲିଖିତ ଥିବା ବ୍ୟକ୍ତିବିଶେଷଙ୍କ ମାନସିକ ଯନ୍ତ୍ରଣା । ବିଭିନ୍ନ ସମୟରେ ଚିଠିରେ ଲେଖା ଥିବା ବ୍ୟକ୍ତିବିଶେଷ ମାନସିକ ଚାପ ଦେଉଥିଲେ ।ସ୍କୁଲ୍ ର ପିଅନ ସହାୟତାରେ କୁଚକ୍ରି ଗୋଷ୍ଠୀ ମିଶି ଚିତ୍ତରଞ୍ଜନଙ୍କ ବିଭିନ୍ନ ସରକାରୀ କାଗଜପତ୍ର ହରଣଚାଳ କରିବା ସହ ତାଙ୍କୁ ମାନସିକ ଚାପ ଦେଉଥିଲେ । ଧିରେ ଧିରେ ଚାପର ପ୍ରଭାବ ବଢିବାରୁ ସହ୍ଯ କରି ନପାରି ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଯାହା ବର୍ତ୍ତମାନ ତଦନ୍ତ ପରିସର ମଧ୍ୟରେ ଥିବା ଜଣାପଡିଛି । ହସ୍ତଗତ ହୋଇଥିବା ଚିଠିଟି ଚିତ୍ତରଞ୍ଜନଙ୍କ ଦ୍ବାରା ଲିଖିତ ବା ନାହିଁ ତାହା ମଧ୍ୟ ପୋଲିସ ତଦନ୍ତ କରୁଥିବା ପ୍ରାପ୍ତ ଖବରରୁ ଜଣାପଡ଼ିଛି । ଏ ନେଇ ସ୍ଥାନୀୟ ହାଇସ୍କୁଲ ସମେତ ଶିକ୍ଷା ବିଭାଗ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ଘଟଣା ଏବେ ସମଗ୍ର କୋରାପୁଟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles